ମୁକେଶ ଅମ୍ବାନୀ ‘ଅମ୍ବାନୀ ପରିବାରକୁ’ କଳଙ୍କିତ ହେବାଠାରୁ ବଞ୍ଚାଇଲେ ! ସୁଝି ଦେଲେ ଛୋଟ ଭାଇ ଅନୀଲ ଅମ୍ବାନୀଙ୍କ ସବୁ ବାକି ।

Spread the love

ଜିଓର ଚେୟାରମେନ୍ ମୁକେଶ ଅମ୍ବାନୀ ଛୋଟ ଭାଇକୁ ଜେଲ୍ ଯିବାରୁ ବଞ୍ଚାଇଲେ । ମୁକେଶ ଓ ଅନୀଲ ମଧ୍ୟରେ ସମ୍ପତି ବଣ୍ଟା ହେବାପରେ ଅନୀଲ ଅମ୍ବାନୀଙ୍କୁ ଆସିଲା ରିଲିଆନ୍ସ କମୁନିକେସନ୍ ର ଏରିକ୍ସନ୍ ରେ ୫୫୦ କୋଟି । ମାମଲା ଅଦାଲତରୁ ସୁପ୍ରିମ କୋର୍ଟ ପର୍ଯ୍ୟନ୍ତ ପହଞ୍ଚିଲା । କୋର୍ଟ ଅନୀଲ ଅମ୍ବାନୀଙ୍କୁ ନିର୍ଦେଶ ଦେଇଥିଲେ କି, ସେ ଏରିକ୍ସନ୍ ଅସୁଝା ଋଣ ଫେରେଇବାକୁ କହିଥିଲେ, ନଚେତ ତାଙ୍କୁ ଜେଲ୍ ଯିବାକୁ ପଡ଼ିବ । କିନ୍ତୁ ଠିକ୍ ସମୟ ମଧ୍ୟରେ ମୁକେଶ ଅମ୍ବାନି, ଅନୀଲ ଅମ୍ବାନୀଙ୍କ ସବୁ ଋଣକୁ ସୁଝି ଅମ୍ବାନୀଙ୍କ ପରିବାରକୁ କଳଙ୍କିତ ହେବାଠାରୁ ବଞ୍ଚାଇଥିଲେ । ମୁକେଶ ଅମ୍ବାନୀ, ଅନୀଲ ଅମ୍ବାନୀଙ୍କ ସବୁ ଋଣ ସୁଧ ସହ ପରିଶୋଧ କରିଦେଲେ । ଯାହା ଦ୍ୱାରା କି ଅନୀଲ ଅମ୍ବାନୀଙ୍କୁ ଦୋଷୀ କରି ଜେଲ୍ କୁ ଯିବାର ଥିଲା କିନ୍ତୁ ସେ ଏବେ ଜେଲକୁ ଯିବାଠାରୁ ବଞ୍ଚିଗଲେ । ଏହା ତାଙ୍କର ବଡ଼ ଭାଇ ମୁକେଶ ଅମ୍ବାନୀଙ୍କ ଯୋଗୁଁ ସମ୍ଭବ ହେଲା ।

ଅନୀଲ ଅମ୍ବାନୀ କହିଲେ କି, ମୁଁ ମୋ ଆଦରଣୀୟ ବଡ଼ ଭାଇ ମୁକେଶ ଅମ୍ବାନୀ ଓ ମୋ ଭାଉଜ ନିତା ଅମ୍ବାନୀ; ମୋର ଅସୁବିଧା ସମୟରେ ମୋ ସହିତ ଛିଡା ହେଇଥିବା ଯୋଗୁଁ, ମୁଁ ହୃଦୟରୁ ବହୁତ ଧନ୍ୟବାଦ ଜଣାଉଛି । ଠିକ୍ ସମୟରେ ସାହାଯ୍ୟ କରି ପରିବାରର ମୂଲ୍ୟ ଓ ପରିବାରର ମହତ୍ୱକୁ ବଞ୍ଚାଇଲେ । ମୁଁ ଓ ମୋ ପରିବାର ବହୁତ କୃତଜ୍ଞ ହୋଇରହିବୁ ! ଆମେ ଅତୀତର ସବୁ ଘଟଣା ଗୁଡ଼ିକୁ ଭୁଲି ଆଗକୁ ବଢିଛୁ । ମୋ ବଡ଼ ଭାଇଙ୍କ ଏଭଳି ବ୍ୟବହାର ମୋତେ ଭିତରୁ ବହୁତ ପ୍ରଭାବିତ କରିଛି । ଗତ ମାସରେ ସୁପ୍ରିମ କୋର୍ଟ ଅନୀଲ ଅମ୍ବାନୀଙ୍କୁ ଦୋଷୀ କହିଥିଲେ ।

ସୁପ୍ରିମ କୋର୍ଟ କହିଥିଲେ; ଅମ୍ବାନୀ, ରିଲିଆନ୍ସ ଟେଲିକମ୍ ର ଅଦକ୍ଷ ସତୀଶ ସେଠ ଓ ରିଲିଆନ୍ସ ଇଂଫ୍ରାଟେଲ୍ ର ଅଦକ୍ଷ ଛାୟା ବିରାଣୀ, କୋର୍ଟରେ ଦିଆଯାଇଥିବା ଆଶ୍ୱାସନ ଓ ଏହାକୁ ଜଡିତ ଆଦେଶକୁ ଉଲଂଘନ କରିଛନ୍ତି । କୋର୍ଟରେ କୁହାଯାଇଥିଲା କି, ଏରିକ୍ସନ୍ କୁ ୪ ସପ୍ତାହରେ ୪୫୦ କୋଟି ଟଙ୍କା ଦେବାକୁ ପଡ଼ିବ । ଏଭଳି ନ କରିଲେ ତାଙ୍କୁ ତିନି ମାସ ଜେଲ୍ ରେ ଦଣ୍ଡ ଭୋଗିବାକୁ ପଡ଼ିବ । ଅନୀଲ ଅମ୍ବାନୀଙ୍କ ସହ ସତୀଶ ସେଠ ଓ ଛାୟା ବିରାଣୀ ମଧ୍ୟ ଜେଲ୍ କୁ ଯାଇଥାନ୍ତେ । କିନ୍ତୁ ସମୟ ପୂରଣ ହେବା ଗୋଟିଏ ଦିନ ଆଗରୁ ଏରିକ୍ସନ୍ କୁ ସବୁ ଟଙ୍କା ଦେଇଥିବାରୁ, ସେମାନେ ସମସ୍ତେ ଜେଲ୍ ରେ ଦଣ୍ଡ ପାଇବା ଠାରୁ ବଞ୍ଚିଗଲେ ।