ଚେହେରାରୁ ପୁରୁଣାରୁ ଅତି ପୁରୁଣା ଦାଗ, ଚିହ୍ନ ହଟାଇବା ପାଇଁ କରନ୍ତୁ ଏହି ଦେଶୀ ଚିକିତ୍ସା ।

Spread the love

ଆପଣ ସମସ୍ତେ ଜାଣିଛନ୍ତି ପ୍ରତିଟି ମହିଳା ଓ ପ୍ରତିଟି ବ୍ୟକ୍ତିକୁ ସୁନ୍ଦର ଚେହେରା ପସନ୍ଦ । ସମସ୍ତେ ଚାହାନ୍ତି କି ସେମାନେ ଅଧିକ ରୁ ଅଧିକ ସୁନ୍ଦର ଦେଖାଯାଆନ୍ତୁ । ନିଜକୁ ସୁନ୍ଦର ଦେଖାଯିବା ପାଇଁ ଆମେ ସମସ୍ତେ ବିଭିନ୍ନ ପ୍ରକାରର ଉପାୟମାନ ଅବଲମ୍ବନ କରିଥାଉ । କିଛି ବ୍ୟକ୍ତି ଓ ମହିଳା ନିଜକୁ ସୁନ୍ଦର କରିବା ପାଇଁ ବିଭିନ୍ନ ଡାକ୍ତରଙ୍କ ପାଖକୁ ଯାଇ ମଧ୍ୟ ଅଧିକ ରୁ ଅଧିକ ଟଙ୍କା ଖର୍ଚ୍ଚ କରିଥାନ୍ତି । କିନ୍ତୁ କିଛି ଏପରି ଲୋକ ମଧ୍ୟ ଅଛନ୍ତି; ଯେଉଁମାନଙ୍କ ପାଖରେ କୌଣସି ପ୍ରକାରର ଚିକିତ୍ସା କରିବା ପାଇଁ ପର୍ଯ୍ୟାପ୍ତ ପରିମାଣରେ ପଇସା ନଥାଏ ଓ ଅନ୍ୟ କିଛି ଲୋକ ଏପରି ଉପାୟ କରିବାକୁ କୁଣ୍ଠାଗତ ହୋଇଥାନ୍ତି । ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଚେହେରାର ଦାଗ ବ୍ରଣ କଳାଦାଗ ଭଳି ସମସ୍ୟାକୁ ଦୂର କରିବା ପାଇଁ କିଛି ଭଲ ଦେଶୀ ଉପାୟ ଏହି ଅନୁଛେଦ ଜରିଆରେ ଆଣିଛୁ । ତେବେ ଆସନ୍ତୁ ଜାଣିବା :

ଚେହେରାର ସୁନ୍ଦରତା ବଢ଼ାଇବା ପାଇଁ ଦେଶୀ ଉପାୟ :

ମହୁ :

ସକାଳେ ଗାଧୋଇବା ପୂର୍ବରୁ ନିଜ ଚେହେରାରେ ମହୁ ଲଗାନ୍ତୁ । ଏହାକୁ ଲଗାଇବାର ୧୫ ରୁ ୨୦ ମିନିଟ୍ ପରେ ଧୋଇ ଦିଅନ୍ତୁ । ଆପଣଙ୍କ ଚେହେରା ସଫା ହେବ ଅର୍ଥାତ ଦାଗ ଚିହ୍ନ ଦୂର ହୋଇଯିବ ।

ମୁଲତାନି ମାଟି :

ମୁଲତାନି ମାଟିକୁ ପ୍ରାକୃତିକ ସୌନ୍ଦର୍ଯ୍ୟ ବଢାଇବା ପାଇଁ ବ୍ୟବହାର କରାଯାଏ । ଏହା ଚେହେରାକୁ କୌଣସି ପ୍ରକାରର କ୍ଷତି ପହଞ୍ଚାଏ ନାହିଁ କି ଅନ୍ୟ କିଛି ସଂକ୍ରମଣ କରେ ନାହିଁ ବରଂ ଏହା ତ୍ୱଚା ସମ୍ବନ୍ଧିତ ସମସ୍ୟାକୁ ଠିକ କରିଥାଏ । ଏହାର ଉପଯୋଗ କରିବା ପାଇଁ ଆପଣ ସକାଳ ସମୟରେ ଏହାକୁ ଚେହେରାରେ ଲଗାଇ ଅଧ ଘଣ୍ଟା ପର୍ଯ୍ୟନ୍ତ ଏପରି ହିଁ ଛାଡି ଦିଅନ୍ତୁ । ଅଧ ଘଣ୍ଟା ପରେ ଉଷୁମ ପାଣିରେ ଚେହେରାକୁ ଧୋଇ ଦିଅନ୍ତୁ ।

ଲେମ୍ବୁ :

ଲେମ୍ୱୁରେ ଭିଟାମିନ-ସି, ଆଣ୍ଟିଅକ୍ସିଡାଣ୍ଟ ଓ ଅନ୍ୟ ଜରୁରୀ ପୋଷକ ତତ୍ୱ ରହିଛି, ଯାହା ଆମ ଚେହେରା ପାଇଁ ବହୁତ ଉପଯୋଗୀ ତଥା ଦାଗ ବ୍ରଣର ସମସ୍ୟାରୁ ଶୀଘ୍ର ମୁକ୍ତି ଦେଇଥାଏ । ଲେମ୍ୱୁ ରସରେ ଅଳ୍ପ ମହୁ ମିଶାଇ ଚେହେରାରେ ଲଗାନ୍ତୁ । ୧୫ ମିନିଟ ପରେ ଧୋଇ ଦିଅନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ଚେହେରା ବହୁତ ସୁନ୍ଦର ଦେଖାଯିବ ।

ଚେହେରାର ସୁନ୍ଦରତା ବଢାଇବା ପାଇଁ ବେସନର ଉପଯୋଗ :

ଏହି ଉପାୟକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ଗୋଟିଏ ଚାମଚ ଲେମ୍ବୁରସ ଓ ଦୁଇ ଚାମଚ ବେସନର ଆବଶ୍ୟକ । ଏହି ଦୁଇଟି ସାମଗ୍ରୀକୁ ଭଲ ଭାବେ ମିଶାଇ ଦିଅନ୍ତୁ ଓ ଏକ ପେଷ୍ଟ ତିଆରି କରନ୍ତୁ । ଏହି ମିଶ୍ରଣକୁ ଚେହେରାରେ ଲଗାଇ ଭଲ ଭାବରେ ହାଲକା ହାତରେ ମସାଜ କରନ୍ତୁ । ମସାଜ କରିବା ପରେ କିଛି ସମୟ ଏହାକୁ ଏପରି ଚେହେରାରେ ଛାଡି ଦିଅନ୍ତୁ । ୧୫ ମିନିଟ୍ ପରେ ଧୋଇ ଦିଅନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ଚେହେରାରେ ଏକ ଅଲଗା ପ୍ରକାରର ସୁନ୍ଦରତା ଆସିଯିବ। ।