ଆପଣଙ୍କ ପାଦର ଯନ୍ତ୍ରଣା ଅଳ୍ପ ସମୟ ମଧ୍ୟରେ ହୋଇଯିବ ଦୂର ! ଆପଣାନ୍ତୁ ଏହି ପାଞ୍ଚଟି ସାମାନ୍ୟ ଘରୋଇ ଉପାୟ ।

Spread the love

ଲୋକମାନଙ୍କ ନିୟମିତ ଭାବେ ଖାଇବା ପିଇବାର ଅଭାବ ଯୋଗୁଁ ଏବଂ ଖରାପ ଜୀବନଶୈଳୀ ଯୋଗୁଁ ଆଗାମୀ ଦିନରେ କୌଣସି ନା କୌଣସି ଶାରୀରିକ ସମସ୍ୟାର ସମ୍ମୁଖୀନ କରିବାକୁ ପଡିଥାଏ । ଅଧିକ ସମୟ ପର୍ଯ୍ୟନ୍ତ ଠିଆ ହେବା କିମ୍ବା ଚାଲିବା ଦ୍ଵାରା ସାଧରଣତଃ ପାଦରେ ଯନ୍ତ୍ରଣା ହୋଇଥାଏ । କିନ୍ତୁ ଯଦି ଦେଖାଯାଏ, ତେବେ ଏହା ଏକ ସାଧାରଣ ସମସ୍ୟା ଅଟେ । ତଥାପି ଯଦି ଆପଣଙ୍କ ପାଦରେ ଆଗାମୀ ଦିନରେ ଯନ୍ତ୍ରଣା ହେଉଥାଏ ଏବଂ ତା’ସହିତ ଯଦି ଦୁର୍ବଳତା ଅନୁଭବ ହୋଇଥାଏ; ତେବେ ଆପଣ ଏହି ସମସ୍ୟାକୁ କେବେ ମଧ୍ୟ କମ ଭାବିବା ଉଚିତ୍ ନୁହେଁ । ଏହାଦ୍ୱାରା ଆପଣଙ୍କୁ ଆଗାମୀ ସମୟରେ ଏକ ବଡ ସମସ୍ୟାର ସମ୍ମୁଖୀନ କରିବାକୁ ପଡିପାରେ । ସେଥିପାଇଁ ଆପଣଙ୍କୁ ସମୟ ରହିଥିବା ପୂର୍ବରୁ ହିଁ ଏହି ସମସ୍ୟାର ସମାଧାନ କରିବାର ବହୁତ ଆବଶ୍ୟକତା ରହିଛି ।

ଯେତେବେଳେ ଲୋକଙ୍କ ପାଦରେ ଯନ୍ତ୍ରଣା ହୁଏ, ସେତେବେଳେ ଅଧିକାଂଶ ଲୋକ ବିଶେଷଜ୍ଞଙ୍କ ସାହାଯ୍ୟ ନେଇଥାନ୍ତି । ପରନ୍ତୁ ଯଦି ଆପଣ କିଛି ଘୋରଇ ଉପାୟ ଆପଣେଇ ନିଅନ୍ତି; ତେବେ ନିଜ ପାଦର ଯନ୍ତ୍ରଣା ଠାରୁ ମୁକ୍ତି ପାଇପାରିବେ । ଆପଣଙ୍କୁ ଆପଣଙ୍କ ଯନ୍ତ୍ରଣା ଠାରୁ ବହୁତ ଆରାମ ମଧ୍ୟ ପ୍ରାପ୍ତ ହେବ । ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ ଏମିତି ପାଞ୍ଚଟି ଘରୋଇ ଉପାୟ ଜଣାଇବାକୁ ଯାଉଛୁ, ଯାହାର ବ୍ୟବହାର କରି ଆପଣ ନିଜ ପାଦର ଯନ୍ତ୍ରଣାକୁ ଅଳ୍ପ ସମୟ ମଧ୍ୟରେ ଦୂର କରିପାରିବେ ଏବଂ ଏହି ଉପାୟ କୌଣସି ପ୍ରକାରର କ୍ଷତି ଘଟାଇନଥାଏ ।

ଆସନ୍ତୁ ଜାଣିବା ପାଦର ଯନ୍ତ୍ରଣା ଠାରୁ ମୁକ୍ତି ପାଇବାର ଘୋରଇ ଉପାୟ –

ଲବଙ୍ଗ ତେଲ :

ଅନେକ ବର୍ଷ ପୂର୍ବରୁ ଲବଙ୍ଗର ବ୍ୟବହାର ଔଷଧ ରୂପେ କରାଯାଉଥିଲା । ଖାସ୍ କରି ମୁଣ୍ଡ ବ୍ୟଥା, ଗଣ୍ଠି ବ୍ୟଥା ଏବଂ ପାଦର ଯନ୍ତ୍ରଣାକୁ ଦୂର କରିବାରେ ଲବଙ୍ଗର ତେଲକୁ ଚମତ୍କାରି ତେଲ ଭାବେ ମାନ୍ୟତା ଦିଆଯାଇଛି । ଯଦି ଆପଣ ନିଜ ପାଦର ଯନ୍ତ୍ରଣା ଠାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି; ତେବେ ଲବଙ୍ଗର ତେଲ ପାଦରେ ଧୀରେ ଧୀରେ ମାଲିସ କରନ୍ତୁ ଯଦି ଆପଣ ଏହାର ଭଲ ପରିଣାମ ଦେଖିବାକୁ ଚାହୁଁଛନ୍ତି; ତେବେ ଦିନକୁ ଦୁଇଥର କିମ୍ବା ତିନିଥର ଏହି ତେଲରେ ନିଜ ପାଦକୁ ମାଲିସ କରନ୍ତୁ । ଏହାଦ୍ୱାରା ଆପଣଙ୍କୁ ଆପଣଙ୍କ ପାଦର ଯନ୍ତ୍ରଣା ଠାରୁ ଆରାମ ମିଳିବ ।

ସୋରିଷ ମଞ୍ଜି :

ଆପଣ ସୋରିଷକୁ ବ୍ୟବହାର କରି ମଧ୍ୟ ନିଜ ପାଦର ଯନ୍ତ୍ରଣା ଠାରୁ କିମ୍ବା ବ୍ୟଥା ଠାରୁ ଆରାମ ପାଇପାରିବେ । ସେଥିପାଇଁ ଆପଣ ସୋରିଷ ମଞ୍ଜିକୁ ପେଶୀ କରି ଏକ ବାଲ୍ଟି ଗରମ ପାଣିରେ ମିଶାଇ ଦେଇ, ନିଜ ଗୋଡ଼କୁ ସେହି ପାଣିରେ ୧୦ ରୁ ୧୫ ମିନିଟ ପର୍ଯ୍ୟନ୍ତ ରଖନ୍ତୁ । ଏହି ଉପାୟ ଦ୍ଵାରା ଆପଣଙ୍କୁ ପାଦ ଯନ୍ତ୍ରଣାରୁ ଆରମ୍ ମିଳିବ ।

ବରଫ ଦ୍ୱାରା ଚିକିତ୍ସା :

ଯଦି ଆପଣଙ୍କ ପାଦରେ ବ୍ୟଥା କିମ୍ବା ଅସହନୀୟ ଯନ୍ତ୍ରଣା ହୁଏ; ତେବେ ଏହା ଠାରୁ ମୁକ୍ତି ପାଇବା ପାଇଁ ବରଫ ଚିକିତ୍ସା ଏକ ଚମତ୍କାରି ଉପାୟ ବୋଲି କୁହାଯାଏ । ଏଥିପାଇଁ ଆପଣ ଛୋଟ ପ୍ଲାଷ୍ଟିକ ପାତ୍ରରେ ଛୋଟ ଛୋଟ ବରଫ ଖଣ୍ଡ ନିଅନ୍ତୁ ଏବଂ ବ୍ୟଥା ହୋଇଥିବା ସ୍ଥାନରେ ମାଲିସ କରନ୍ତୁ । ଯଦି ଆପଣ ଏହି ଉପାୟ କରୁଛନ୍ତି, ତେବେ ଏହାଦ୍ୱାରା ଆପଣଙ୍କ ପାଦର ଯନ୍ତ୍ରଣା କମ ହୋଇଯିବ । ପରନ୍ତୁ ଆପଣଙ୍କୁ ଏହାର ଧ୍ୟାନ ରଖିବାକୁ ହେବ ଯେ, ଏହାର ଉପଯୋଗ ଏକ ସମୟରେ ୧୦ ମିନିଟରୁ ଅଧିକ କରିବେ ନାହିଁ ।

ସୈନ୍ଧବ ଲବଣ :

ଆପଣ ପାଦର ବ୍ୟଥା ନିମନ୍ତେ ସୈନ୍ଧବ ଲବଣର ବ୍ୟବହାର କରନ୍ତୁ । କାରଣ ଏହା ବହୁତ ପ୍ରଭାବକାରି ଘରୋଇ ଉପାୟ ରୂପେ ମାନ୍ୟତା ରହିଛି । ସେଥିପାଇଁ ଆପଣ ଏକ ବାଲ୍ଟିରେ ଗରମପାଣି ନେଇ ତା ସହ ଦୁଇ ରୁ ତିନି ଚାମଚ ସୈନ୍ଧବ ଲବଣ ମିଶାଇ ଦିଅନ୍ତୁ । ଏହାପରେ ଆପଣ ଗୋଡ଼କୁ ସେହି ବାଲ୍ଟିରେ ୧୦ ରୁ ୧୫ ମିନିଟ ପାଇଁ ବୁଡାଇ ରଖନ୍ତୁ । ଏହି ଉପାୟରେ ଆପଣଙ୍କ ଗୋଡ଼ର ବ୍ୟଥା ତୁରନ୍ତ ଗାୟବ ହୋଇଯିବ ।

ସିରକା :

(ସିରକା (Vinegar) : ସେଓ ରସ ଓ ସୁର ଇତ୍ୟାଦିକୁ ଅମ୍ଳ କରି ପ୍ରସ୍ତୁତ ହୋଇଥିବା ତରଳ ପଦାର୍ଥ)

ଯଦି ଆପଣଙ୍କ ଗୋଡ଼ରେ ରୋକା ଜନିତ ବ୍ୟଥା କାରଣରୁ ଯନ୍ତ୍ରଣା ହୁଏ; ତେବେ ଏହା ଠାରୁ ମୁକ୍ତି ପାଇବା ପାଇଁ ଆପଣ ସିରକା ବ୍ୟବହାର କରିପାରନ୍ତି । ଏହା ବହୁତ ଚମତ୍କାରି ଚିକିତ୍ସା ଭାବେ ଗ୍ରହଣ କରାଯାଇଛି । ସେଥିପାଇଁ ଆପଣ ଏକ ବାଲ୍ଟିରେ ଗରମ ପାଣି ନିଅନ୍ତୁ ଓ ସେଥିରେ ଦୁଇ ବଡ ଚାମୁଚ ସିରକା ମିଶାଇ ଦିଅନ୍ତୁ ଏବଂ ଏକ ଛୋଟ ଚାମଚ ସୈନ୍ଧବ ଲବଣ ମଧ୍ୟ ମିଶାନ୍ତୁ । ବର୍ତ୍ତମାନ ଆପଣ ଏହି ପାଣିରେ ନିଜ ଗୋଡ଼କୁ ପାଖାପାଖି କୋଡିଏ ମିନିଟ ପାଇଁ ରଖନ୍ତୁ । ଏହାଦ୍ୱାରା ଆପଣଙ୍କୁ ପାଦର ଯନ୍ତ୍ରଣା ଠାରୁ ଶୀଘ୍ର ଆରାମ ମିଳିବ ।

ଆଶା କରୁଛୁ, ସ୍ୱାସ୍ଥ୍ୟ ସମ୍ବନ୍ଧିତ ଏହି ଅନୁଛେଦଟି ଆପଣଙ୍କୁ ପସନ୍ଦ ଆସିଥିବ । ଆପଣଙ୍କୁ ଗୋଟିଏ Share ହୁଏତ ଅନ୍ୟମାନେ ଉପକୃତ ହୋଇପାରିବେ, ତେଣୁ ଅନ୍ୟମାନଙ୍କୁ Share କରି ଜାଣନ୍ତୁ ! ଧନ୍ୟବାଦ !