ମନେ ରଖନ୍ତୁ ରାବଣ କହିଥିବା ତିନୋଟି ମନ୍ତ୍ର, ଯାହା ଆପଣଙ୍କ ଜୀବନକୁ ସଫଳ କରିଦେବ ।

Spread the love

ରାମାୟଣ କଥା ଅନୁସାରେ ଯେବେ ରାବଣ ଶେଷ ନିଶ୍ୱାସ ନେଉଥିଲେ ସେତିକି ବେଳେ ସେ ଲକ୍ଷ୍ମଣଙ୍କୁ ତିନୋଟି ମନ୍ତ୍ର କହିଥିଲେ । ଏହା କୁହାଯାଏ ଯେ ରାମ, ଲକ୍ଷ୍ମଣଙ୍କୁ କହିଥିଲେ କି ରାବଣଙ୍କ ପରି ମହାନ ପଣ୍ଡିତ କେହି ନାହାନ୍ତି । ଯେତେବେଳେ ରାବଣ ଯୁଦ୍ଧ ହରି ଜୀବନର ଶେଷ ଅବସ୍ଥାରେ ଥିଲେ, ସେତେବେଳେ ରାମଙ୍କ ଆଜ୍ଞରେ ଲକ୍ଷ୍ମଣ ତାଙ୍କ ନିକଟକୁ ଯାଇଥିଲେ ଏବଂ ଲକ୍ଷ୍ମଣ ତାଙ୍କ ଠାରୁ ଜୀବନରେ ସଫଳ ହେବାର ଜ୍ଞାନ ମାଗିଥିଲେ । ଯାହାପରେ ରାବଣ ତାଙ୍କୁ ଜୀବନରେ ସଫଳ ହେବା ପାଇଁ ତିନୋଟି ଜିନିଷ କହିଥିଲେ ।

ଏହି ତିନୋଟି ଜିନିଷ ଅପଣେଇବା ଦ୍ୱାରା ବ୍ୟକ୍ତି କେବେ ମଧ୍ୟ ହାରି ନ ଥାଏ !



ଯେତେ ଶୀଘ୍ର ହେବ ଶୁଭ କାର୍ଯ୍ୟ କର :

ପ୍ରଥମ ଜ୍ଞାନ ଯାହା ରାବଣ ଲକ୍ଷ୍ମଣଙ୍କୁ ଦେଇଥିଲେ, ରବଣଙ୍କ ଅନୁସାରେ ଶୁଭ କାମ କରିବାରେ ବିଳମ୍ବ କରନ୍ତୁ ନାହିଁ । ସେହି ଶୁଭ କାମ ଯେତେ ଶୀଘ୍ର ହେବ ସେତେ ଶୀଘ୍ର କରନ୍ତୁ । କିନ୍ତୁ ଅଶୁଭ କାମ ଯେତେ ବିଳମ୍ବ ହେବ ସେହି କାର୍ଯ୍ୟକୁ ଅବମାନନା କର । ଏହି ଜ୍ଞାନ ଦେଲା ବେଳେ ରାବଣ କହିଥିଲେ, ସେ ମଧ୍ୟ ରାମଙ୍କ ଚରଣରେ ଆସିବା ଡେରି କରି ଦେଲେ, ଯେଉଁଥି ପାଇଁ ଆଜି ତାଙ୍କର ଏହି ଅବସ୍ଥା ।

କେବେ ମଧ୍ୟ ନିଜ ଶତ୍ରୁକୁ ଛୋଟ ଭାବନ୍ତୁ ନାହିଁ

ରାବଣର କହିବାନୁସାରେ କେବେ ମଧ୍ୟ ନିଜ ଶତ୍ରୁକୁ ନିଜ ଠାରୁ ଛୋଟ କିମ୍ବା ଦୁର୍ବଳ ଭାବନ୍ତୁ ନାହିଁ । ରାବଣ ଏହି ଜ୍ଞାନ ଦେବା ସହ ଲକ୍ଷ୍ମଣଙ୍କୁ କହିଛନ୍ତି କି,”ମୁଁ ବାନର ଓ ଭାଲୁକୁ ନିଜର ପ୍ରତିଦ୍ଵନ୍ଦୀ ନ ମାନି ଏବଂ ସେମାନଙ୍କୁ ତୁଚ୍ଛ ମନେ କରି ବହୁତ ବଡ ଭୂଲ କରିଛି । ଯାହା ଭବିଷୟରେ ମୋର ପରାଜୟର କାରଣ ହୋଇଥିଲା । ବାନର ଓ ଭାଲୁମାନେ ମିଶି ମୋର ସଂପୂର୍ଣ୍ଣ ସେନାକୁ ଧ୍ଵଂସ ବିଧ୍ଵଂସ କରିଦେଲେ । ମୁଁ ଯେତେବେଳେ ବ୍ରହ୍ମାଙ୍କୁ ଅମର ବର ମାଗିଥିଲି; ସେତେବେଳେ ମୁଁ ତାଙ୍କୁ କହିଥିଲି ଯେ, ମୋର ବଧ କେବଳ ମନୁଷ୍ୟ କିମ୍ବା ବାନର ଦ୍ୱାରା ହିଁ ହେଉ । କାହିଁକି ନା ସେତେବେଳେ ମୋତେ ଏଭଳି ଲାଗିଲା ଯେ; ମନୁଷ୍ୟ ଏବଂ ବାନର ମୋ ଠାରୁ କେହି ଶକ୍ତିଶାଳୀ ନୁହନ୍ତି ଏବଂ ଏମାନେ କଦାପି ମୋର ବଧ କରିପାରିବେ ନାହିଁ । ଏପରି ଭାବିବା ମୋର ଭୁଲ ପ୍ରମାଣିତ ହେଲା ଏବଂ ଏହି ଭାବନା ଯୋଗୁଁ ଆଜି ମୋର ଏହି ଅବସ୍ଥା ହେଇଛି ।

ଆପଣଙ୍କ ଜୀବନର ଗୁପ୍ତ କଥା କାହାକୁ କୁହନ୍ତୁ ନାହିଁ :



ଶେଷ ଶିକ୍ଷା ଯାହା ରାବଣ ଲକ୍ଷ୍ମଣଙ୍କୁ ଦେଇଥିଲେ, ରବାନଙ୍କ କହିବାନୁସାରେ ନିଜ ଗୁପ୍ତ କଥା କେବେ ମଧ୍ୟ ଅନ୍ୟ ସହ ବାଣ୍ଟିବା ଉଚିତ ନୁହେଁ । ରାବଣର କହିବାନୁସାରେ ସେ ତାଙ୍କର ମୃତ୍ୟୁର ରହସ୍ୟ ତାଙ୍କର ଭାଇଙ୍କୁ କହିଥିଲେ । ଆଉ ତାଙ୍କ ଭାଇ ଭୀବିଷଣ ଏହି ରହସ୍ୟ ରାମଙ୍କୁ କହି ଦେଇ ଥିଲେ । ରାବଣ ଲକ୍ଷ୍ମଣଙ୍କୁ କହିଲେ ଯଦି ମୁଁ ଏ ରହସ୍ୟ ନ କହିଥାନ୍ତି; ତେବେ ମୁଁ ଜୀବିତ ଥାନ୍ତି । ନିଜ ରହସ୍ୟ କହିବା ମୋର ଜୀବନର ସବୁଠୁ ବଡ଼ ଭୁଲ ଥିଲା । ମନୁଷ୍ୟକୁ କେବେ ହେଲେ ନିଜ ଜୀବନର ରହସ୍ୟ ଅନ୍ୟ ବ୍ୟକ୍ତିଙ୍କ ସହ ବାଣ୍ଟିବା ଉଚିତ ନୁହେଁ ।

ରାବଣ ଦ୍ୱାରା କୁହାଯାଇଥିବା ଜୀବନ ସହ ଜଡିତ ଏହି ତିନୋଟି ମନ୍ତ୍ର ପାଳନ କଲେ; ଜୀବନରେ କେବେ ମଧ୍ୟ କାହା ସମ୍ମୁଖରେ ପରାସ୍ତ ବା ନତମସ୍ତ ହେବାକୁ ପଡିବ ନାହିଁ ଏବଂ ସଫଳତାର ଶିଖରରେ ପହଞ୍ଚି ପାରିବ । ଯଦି ଆପଣ ଆପଣଙ୍କ ଜୀବନରେ ସଫଳ ହେବ ପାଇଁ ଚାହୁଁଛନ୍ତି, ତାହା ହେଲେ ରାବଣ ଦ୍ଵାର କୁହାଯାଇଥିବା ଏହି ତିନୋଟି ମନ୍ତ୍ରକୁ ସର୍ବଦା ପାଳନ କରନ୍ତୁ ।