ସମୁଦ୍ର ମଧ୍ୟରେ ହିନ୍ଦୁମାନଙ୍କର ଧାର୍ମିକ ସ୍ଥଳ । କେଉଁଠି ମଧ୍ୟ ଏହିପରି ଚିତ୍ର ଦେଖି ନଥିବେ ।

Spread the love

ହିନ୍ଦୁ ଧାର୍ମିକ ସ୍ଥଳ କହିବା ପାଇଁ ଗଲେ, ଦୁନିଆର କୋଣେ ଅନୁକୋଣେରେ ରହିଛି । କିନ୍ତୁ ହିନ୍ଦୁ ଧାର୍ମିକ ସ୍ଥଳ ଯେତେବେଳେ ସମୁଦ୍ର ଗର୍ଭରେ ଦେଖାଯାଏ, ତେବେ ମନରେ ପ୍ରଶ୍ନ ଆସେ ସତରେ କଣ ହିନ୍ଦୁ ଧର୍ମ ଏତେ ପୁରାତନ ଅଟେ ? ଯାହାର ବିସ୍ତାର ଆକାଶ, ପୃଥିବୀ ଓ ପାତାଳ ପର୍ଯ୍ୟନ୍ତ ବ୍ୟାପିଛି ।

ସମୁଦ୍ର ମଧ୍ୟରେ ଧାର୍ମିକ ସ୍ଥଳର ଚିତ୍ର ଯାହା ହିନ୍ଦୁମାନଙ୍କର ପ୍ରାଚୀନ ସଭ୍ୟତା ଓ ଧର୍ମ ବିଷୟରେ ସୂଚନା ଦେଉଛି । ସମୁଦ୍ର ମଧ୍ୟରୁ ଏହିପରି କିଛି ମୂର୍ତ୍ତି ମିଳିଛି ଓ କିଛି ହିନ୍ଦୁ ସମ୍ପର୍କିତ ସ୍ଥାନ ରହିଛି, ଯାହା ହିନ୍ଦୁ ଧର୍ମ ବିଷୟରେ ଆମ୍ଭମାନଙ୍କୁ ଜ୍ଞାନ ଦେଉଛି ।

ଆସନ୍ତୁ ଦେଖିବା କିଛି ଚିତ୍ର :

ଇଣ୍ଡୋନେସିଆର ସମୁଦ୍ର ଗର୍ଭରେ ମିଳିଥିବା ଏହି ମୂର୍ତି ଭଗବାନ ବିଷ୍ଣୁଙ୍କ ଅଟେ । ଶୁଣିବା ପାଇଁ ମିଳିଛି ଏହି ମୂର୍ତ୍ତି ପାଖାପାଖି 500 ବର୍ଷ ପୁରୁଣା ଅଟେ ।

ଏହି ଭଙ୍ଗ ମୂର୍ତ୍ତିକୁ ଦେଖିବା ପରେ ଜଣାପଢୁଛି, ଏହା ଦ୍ୱାରିକା ନଗରି ହୋଇପାରେ । କାରଣ ଆମ୍ଭେମାନେ ଜାଣିଛୁ ଓ ଶୁଣିଛୁ ମଧ୍ୟ ଦ୍ଵାରିକା ନଗରି ସମୁଦ୍ର ତଟରେ ସ୍ଥାପନ କରାଯାଇଥିଲା । ଯାହା ପରେ ସମୁଦ୍ରରେ ବିଲୀନ ହୋଇ ଯାଇଥିଲା ।

ଏହି ସ୍ଥାନରେ ଶିବଙ୍କର ମୂର୍ତ୍ତି ମିଳିଛି । ଯାହା ସେହି ସମୟର ଶିବ ଆରଧନାର ପ୍ରମାଣ ଦେଉଛି :

ଏହା କୌଣସି ନଗର କିମ୍ବା ମହଲର ସ୍ଥାନ ହୋଇଥାଇ ପାରେ ଯାହା ସମୁଦ୍ରରେ ଲୀନ ହୋଇଯାଇଛି ।

ଏହି ମୂର୍ତ୍ତି ମଧ୍ୟ, ଏହି ସମୁଦ୍ର ମଧ୍ୟରୁ ମିଳିଛି; ଯାହା ପ୍ରାଚୀନ ହିନ୍ଦୁ ଧର୍ମକୁ ଇଙ୍ଗିତ କରୁଛି ।

ଏହି ସବୁ ମୂର୍ତି ଗୁଡିକୁ ଦେଖିବା ପରେ ଜଣା ପଡୁଛି ଏହା କୌଣସି ପ୍ରାଚୀନ ନଗରି ହୋଇଥାଇ ପାରେ ଯାହା ସମୁଦ୍ର ନିକଟରେ କିମ୍ବା ସମୁଦ୍ର ଗର୍ଭରେ ରହି ଥାଇପାରେ ।

ଏହି ମୂର୍ତ୍ତିଗୁଡିକ ସମୁଦ୍ର ତଳରେ ବୁଡି ରହିଥିଲା, ଯାହା ଇଣ୍ଡୋନେସିଆର ସମୁଦ୍ରରୁ ହିଁ ମିଳିଛି ।

ଏହି ସ୍ଥାନ କୌଣସି ମହଲର ସ୍ଥାନପରି ଜଣ ପଡୁଛି ଯାହା ସମୁଦ୍ରରେ ବୁଡି ଯାଇଥିଲା । ଏହା ଦ୍ଵାରିକ ନଗରୀର ମହଲ ହୋଇଥାଇ ପାରେ ।

ହିନ୍ଦୁ ଧର୍ମରେ ଶିବଙ୍କ ପୂଜାର୍ଚ୍ଚନା ବହୁତ କରାଯାଇଥାଏ । ଏଥି ପାଇଁ ଶିବଙ୍କ ଏହି ଅଦ୍ଭ୍ଯୁତ ମୂର୍ତି ବାକି ଅନ୍ୟ ମୂର୍ତି ମାନଙ୍କ ପରି ସମୁଦ୍ରରେ ବୁଡି ହୋଇ ରହିଥିଲା ।

ଏହି ସବୁ ମୂର୍ତି ଓ ଭଙ୍ଗା ମହଲ ଦେଖିବା ପରେ ଲାଗୁଛି ଏହା କୌଣସି ପ୍ରଚଳିତ ସମୃଦ୍ଧି ଶୀଳ ସ୍ଥାନ ହୋଇଥାଇପାରେ । ଏଥିରୁ ମିଳିଥିବା ମୂର୍ତି ସଙ୍କେତ ହିନ୍ଦୁ ଧର୍ମ ସ୍ଥାନ ପରି ଜଣା ପଡୁଛି ।