ବିବାହ ଦେଖିବା ପାଇଁ ଆସିଥିବା ସମ୍ପର୍କୀୟ, କନ୍ୟାଙ୍କ ସହ ବିବାହ କରିଥିଲେ । ବରଯାତ୍ରୀ ନେଇ ଆସିଥିବା ବର ଖାଲି ହାତରେ ଫେରିଥିଲା ।

Spread the love

ଗାଜିଆବାଦରେ ଏକ ବିବାହ ସମୟରେ ଏକ ଅଜବ ଘଟଣା ଘଟିଛି, ବରକୁ ଛାଡି କନ୍ୟା ଅନ୍ୟ ଜଣଙ୍କ ସହ ବିବାହ କରିନେଇଛି ।

ଗାଜିଆବାଦର ଏକ ବିବାହ ସମୟରେ କିଛି ଏପରି ହୋଇଥିଲା; ଯାହା ଏକ ଚଳଚିତ୍ର କାହାଣୀ ପରି ଆପଣଙ୍କୁ ଲାଗିପାରେ । ବିବାହରେ ଯେଉଁ ବର, ବରଯାତ୍ରୀ ନେଇ ଆସିଥିଲା, କନ୍ୟା ବର ସହ ବିବାହ କରିବା ପ୍ରତି ବଦଳରେ ବିବାହ ଦେଖିବା ପାଇଁ ଆସିଥିବା ଏକ ଯୁବକ ସହ ବିବାହ କରି ନେଇଛି । ଗଜିଆବାଦରେ, ଅତୀତରେ ଏକ ଯୁବତୀର ବିବାହ ଥିଲା, ବିବାହର ଠିକ ପୂର୍ବରୁ ଯୁବତୀ ଜଣଙ୍କ ବିବାହ କରିବା ପାଇଁ ମନା କରିଦେଇ ଥିଲା । ଯାହାପରେ ବରକୁ ବିନା କନ୍ୟାର ଫେରିବା ପାଇଁ ପଡିଥିଲା ।ପରେ ସେହି ଯୁବତୀ ସେଠାରେ ଉପସ୍ଥିତ ଥିବା ଜଣେ ଯୁବକ ସହ ବିବାହ ଧୂମଧାମରେ କରିଥିଲା ।

ପୁରା ଘଟଣାକ୍ରମ କଣ ଥିଲା ?

ବୁଧୁବାର ଦିନ ଗାଜିଆବାଦର ଲେନି କ୍ଷେତ୍ରରେ ଦିଲ୍ଲୀର ରୋହିନୀ ଅଂଚଳର ଏକ ବରଯାତ୍ରୀ ଆସିଥଲେ । ଯେଉଁଥିରେ ବର ଏବଂ ବରଯାତ୍ରୀ ଲୋକେ ବହୁତ ମଦ ପିଇଥିଲେ । ବର ଏତେ ପରିମାଣରେ ପିଇଥିଲା ଯେ, ଠିକ ରୂପେ ଠିଆ ହୋଇ ପାରି ନ ଥିଲା । ଯେତେବେଳେ ମଣ୍ଡପରେ ଝିଅ ପହଞ୍ଚି ଥିଲା ତୁରନ୍ତ ବିବାହ ପାଇଁ ମନା କରି ଦେଇଥିଲେ । ବରାଯାତ୍ରୀରେ ଆସିଥିବା ଲୋକେ କନ୍ୟା ଏବଂ କନ୍ୟା ପକ୍ଷକୁ ବିବାହ ଭାଙ୍ଗିବା ପାଇଁ ମନା କରିଥିଲେ କିନ୍ତୁ କନ୍ୟା ନିଜ ଜିଦରେ ଅଟଳ ଥିଲେ । ମଦୁଆ ବର ସହ ବିବାହ ନ କରିବା ପାଇଁ ମନା କରି ଦେଇଥିଲେ । କନ୍ୟାର ଏହି କଥାରେ କନ୍ୟା ପକ୍ଷ ମଧ୍ୟ କନ୍ୟା କଥାରେ ସହମତି ଜଣାଇଥିଲେ । ଯାହାପରେ ରୋହିନୀରୁ ଆସିଥିବା ବରଯାତ୍ରୀ ବିନା କନ୍ୟା ନେଇ ଫେରି ଯାଇଥିଲେ ।

ଯୁବକ ମାଗିଥିଲେ ଯୁବତୀଙ୍କ ହାତ :

ଝିଅର ବିବାହ ଭାଙ୍ଗିବା ପରେ ଝିଅର ମଆବାପା ଦୁଃଖୀ ହୋଇ ଯାଇଥିଲେ । କିନ୍ତୁ ସେହି ସମୟରେ ବିବାହକୁ ଆସିଥିବା ଜଣେ ଯୁବକ କନ୍ୟାଙ୍କ ଘର ଲୋକଙ୍କୁ କନ୍ୟାଙ୍କ ହାତ ମାଗିଥିଲେ । ଯାହାପରେ ଯୁବତୀ ଏହି ଯୁବକଙ୍କ ସହ କିଛି ବାର୍ତ୍ତାଳାପ କରିଥିଲେ ଏବଂ ପରେ ବିବାହ କରି ନେଇଥିଲେ । ପରେ ବିବାହ ମଣ୍ଡପରେ ଦୁହିଁଙ୍କ ଖୁବ୍ ଧୁମଧାମରେ ବିବାହ ସମ୍ପର୍ଣ୍ଣ ହୋଇଥିଲା ।

ସମ୍ପର୍କୀୟଙ୍କ ସହ ଆସିଥିଲେ ଯୁବକ :

କନ୍ୟାଙ୍କ ସହ ବିବାହ କରିଥିବା ଯୁବକ କନ୍ୟାଙ୍କ କୌଣସି ସମ୍ପର୍କୀୟଙ୍କ ସହ ବିବାହ ଯୋଗ ଦେବାକୁ ଆସିଥିଲେ । ଯେତେବେଳେ ଯୁବକଙ୍କୁ ଜଣା ପଡିଥିଲା, କନ୍ୟା ବିବାହ ପାଇଁ ମନା କରିଦେଇଛନ୍ତି; ସେହି ସମୟରେ ଏହି ଯୁବକ କନ୍ୟା ପକ୍ଷକୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ ଏବଂ ଏହି ପ୍ରସ୍ତାବରେ କନ୍ୟା ଏବଂ କନ୍ୟା ମାତାପିତା ସହମତି ଜଣାଇଥିଲେ । ବିବାହ କରିଥିବା ଝିଅଟି ସ୍ନାତକ ଶେଷ କରିଛନ୍ତି । ଦୁହିଁଙ୍କ ବିବାହ ଖୁବ୍ ଧୁମଧାମରେ ହୋଇଛି ।