୧୨ ବର୍ଷ ବୟସରେ ବିବାହିତାର ଭୂମିକାରେ ଅଭିନୟ କରିଥିଲେ । ୧୭ ବର୍ଷ ବୟସରେ ୩୪ ବର୍ଷ ବୟସର ଅଭିନେତାଙ୍କ ସହ ସମ୍ବନ୍ଧରେ ଥିଲେ ।

Spread the love

ଯେଉଁ ବ୍ୟକ୍ତିମାନେ ଥରେ ଅଭିନୟ ଜଗତକୁ ଆସି ଯାଆନ୍ତି ପରେ ତାଙ୍କୁ ଭିନ୍ନ ଭିନ୍ନ ଭୂମିକାରେ ଅଭିନୟ କରିବାକୁ ପଡିଥାଏ । ହୁଏତ ତାଙ୍କ ବୟସ କେତେ ହେଇଥାଉ ନା କାହିଁକି । କିଛି ଏମିତି ହିଁ ହୋଇଥିଲା ଟିଭି ଜଗତର ଲୋକପ୍ରିୟ ଅଭିନେତ୍ରୀ ଅବିକା ଗୌରଙ୍କ ସହିତ । ଯିଏକି ପ୍ରଥମ ଧାରାବାହିକ ମାଧ୍ୟମରେ ଟିଭି ଇଣ୍ଡଷ୍ଟ୍ରିରେ ନିଜର ପରିଚୟ ସୃଷ୍ଟି କରିଥିଲେ । ୧୨ ବର୍ଷ ପୂର୍ବରୁ ଟିଭିରେ ଆସୁଥିବା ଲୋକପ୍ରିୟ ଧାରାବାହିକ ବାଳିକା ବଧୂର ମୁଖ୍ୟ ଅଭିନେତ୍ରୀର ଭୂମିକାରେ ଅଭିନୟ କରିଥିବା ଅବିକା କମ ସମୟ ମଧ୍ୟରେ ଅଧିକ ଲୋକପ୍ରିୟତା ହାସଲ କରିଥିଲେ । ଏହା ବ୍ୟତୀତ ସେ ବ୍ୟକ୍ତିଗତ ଜୀବନ ପାଇଁ ମଧ୍ୟ ବହୁତ ଚର୍ଚ୍ଚିତ ଥିଲେ ।

୧୭ ବର୍ଷ ବୟସରେ ହିଁ ୩୪ ବର୍ଷ ବୟସ୍କ ଅଭିନେତାଙ୍କ ସହ ସମ୍ବନ୍ଧରେ ରହିଥିଲେ :

୧୯୯୭ ମସିହା ଜୁନ ୩୦ରେ ଜନ୍ମିତ ଅବିକା ଗୌର ବର୍ତ୍ତମାନ ୨୨ ବର୍ଷ ବୟସର ହୋଇ ଗଲେଣି କିନ୍ତୁ ଏତେ କମ ବୟସରେ ସେ ବହୁତ ଅଧିକ ଲୋକପ୍ରିୟତା ହାସଲ କରିଛନ୍ତି । ଟିଭି ସିରିଏଲ ବାଳିକା ବଧୂରେ ଆନନ୍ଦି ହୋଇ ଘରେ ଘରେ ପ୍ରସିଦ୍ଧ ହୋଇଥିବା ଅବିକା ଏହି ସିରିଏଲରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଅବିକାଙ୍କ ପିତା ସମୀର ଗୌର ଜଣେ ଇଂସ୍ୟୁରାନ୍ସ ଏଜେଣ୍ଟ ଅଟନ୍ତି ଏବଂ ମାଆ ଚେତେନା ଜଣେ ଗୃହିଣୀ ଅଟନ୍ତି । ଅବିକା ଜଣେ ଗୁଜୁରାଟି ପରିବାରରୁ ଆସିଛନ୍ତି ଏବଂ ତାଙ୍କର ଲାଳନ ପାଳନ ଏକ ସାଧାରଣ ମଧ୍ୟବିତ୍ତ ପରିବାରରେ ହୋଇଛି ।

ଅବିକା ହିନ୍ଦୀ, ଇଂରାଜୀ ଏବଂ ଗୁଜରାଟୀ ଭାଷା ଜାଣନ୍ତି ଏବଂ ଏହା ସହିତ ସେ ଅନେକ ଫେସନ ଶୋ’ରେ ଭାଗ ନେଇଛନ୍ତି । ୧୨ ବର୍ଷ ବୟସରେ ଅବିକା ବାଳିକା ବଧୂରେ ବୋହୂର ଭୂମିକାରେ ଅଭିନୟ କରି ଲୋକପ୍ରିୟ ହାସଲ କରିଛନ୍ତି ଏବଂ ୧୪ ବର୍ଷ ବୟସରେ ଶଶୁରାଲ ସିମରରେ ଜଣେ ବିବାହିତ ଝିଅର ଭୂମିକାରେ ଅଭିନୟ କରିଥିଲେ । ଏହାର ୨ ବର୍ଷ ପରେ ସେ ତାଙ୍କର ସହ-କଳାକାର ମନୀଷଙ୍କୁ ଡେଟ କରିଥିଲେ । ଅବିକା ଗୌର ୧୭ ବର୍ଷ ବୟସରେ ୩୪ ବର୍ଷ ବୟସ୍କ ମନୀଷକୁ ଡେଟ କରି ଖୁବ ଚର୍ଚ୍ଚିତ ଥିଲେ । ଦୁହେଁ ଏକା ସାଥିରେ କେତେକ ଟିଭି ଶୋ’ ଏବଂ ବିଜ୍ଞାପନରେ କାମ କରିଛନ୍ତି । ସେମାନେ ଏକା ସହିତ ଅନେକ ଫୋଟ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଦୁହେଁ ଏକା ସାଥିରେ ଏକ ଛୋଟିଆ ଚଳଚ୍ଚିତ୍ର “ଅନ୍ କହି ବାତ୍”ରେ କାମ ମଧ୍ୟ କରିଛନ୍ତି ଏବଂ ୨୦୧୬ରେ ତାଙ୍କୁ କାନ୍ସ ଫିଲ୍ମ ଫେଷ୍ଟିବଲରେ ମଧ୍ୟ ଚୟନ କରାଯାଇଥିଲା ।

ଏହି ବର୍ଷ ସେ ତାଙ୍କର ଏବଂ ମନୀଷଙ୍କ ଅଫେର ବିଷୟକୁ ନେଇ ନିଜର ମୁହଁ ଖୋଲି କହିଛନ୍ତି ଯେ, ସେ ଏବଂ ମନୀଷ ଦୁଇଜଣ କେବଳ ଭଲ ସାଙ୍ଗ ଅଟନ୍ତି । ଆପଣଙ୍କୁ କହି ଦେଉଛୁ ଯେ, ବର୍ତ୍ତମାନ ମଧ୍ୟ ଏ ଦୁହେଁ ସୋସିଆଲ ମିଡିଆରେ କିଛି ନା କିଛି ଫୋଟରେ ନିଜ ମଧ୍ୟରେ ଥିବା ନିକଟସ୍ଥ ଦେଖିବାକୁ ମିଳିଛି । ମନୀଷ ଏବଂ ଅବିକା ପ୍ରାୟତଃ ଉଭୟଙ୍କ ଫୋଟ ସୋସିଆଲ ମିଡିଆରେ ସେୟାର କରିଥାନ୍ତି । ଅବିକାଙ୍କୁ ସଲମାନ ଖାନ ବହୁତ ଭଲ ଲାଗେ ଏବଂ ଅବିକାଙ୍କ ଅନୁସାରେ ଯଦି ଇଣ୍ଡଷ୍ଟ୍ରିରେ ତାଙ୍କୁ କାମ କରିବା ପାଇଁ ସୁଯୋଗ ମିଳେ; ତେବେ ସେ ସଲମାନ ଖାନଙ୍କ ସହିତ ଥରେ ନିଶ୍ଚୟ କାମ କରିବାକୁ ଚାହିଁବେ । ଏହା ବ୍ୟତୀତ ଶାହରୁଖ ଖାନଙ୍କ ସହିତ ଥରେ ରୋମାନ୍ସ ମଧ୍ୟ କରିବାକୁ ଚାହୁଁଛନ୍ତି । ଅବିକା କେବଳ ଏକ ମାତ୍ର ମୌକା ଖୋଜୁଛନ୍ତି ଯେ, କେତେବେଳେ ତାଙ୍କୁ ଇଣ୍ଡଷ୍ଟ୍ରିରୁ ନିମନ୍ତ୍ରଣ ଆସିବ ।