ମାଆ ପୁଅଙ୍କ ମଧ୍ୟରେ ସମ୍ପର୍କ ଭଲ ନାହିଁ, ଦୁହେଁ ଦୁହିଁଙ୍କୁ ଦେଖିବା ପାଇଁ ପସନ୍ଦ କରନ୍ତି ନାହିଁ ।

Spread the love

ବର୍ତମାନ ଗୋଟିଏ ପାର୍ଟିରେ ମାଆ ଓ ପୁଅ ଦୁହିଁଙ୍କୁ ମିଳିତ ଭାବରେ ଦେଖିବା ପାଇଁ ମିଳିଛି । ହେମା ମାଲିନୀ ଏବଂ ସନ୍ନି ଦେୱାଲଙ୍କ ସମ୍ପର୍କ ବିଷୟରେ ଜାଣନ୍ତୁ ।

୯୦ ଦଶକରେ ସନ୍ନି ଦେୱାଲ ଜଣେ ଜଣାଶୁଣା ତାରକା ରୂପେ ପରିଚିତ । ସେ ସେହି ସମୟରେ ଜିଦ୍ଦି, ଘାତକ୍, ବଡର୍, ଗଦର୍ ପରି ସଫଳ ଚଳଚିତ୍ରର ଭେଟି ଦର୍ଶକଙ୍କୁ ଦେଇଛନ୍ତି । କିନ୍ତୁ ବର୍ତମାନ ତାଙ୍କର ଏହି ପ୍ରସିଦ୍ଧତା କେଉଁ ଆଡେ ହଜି ଯାଇଛି । ନିଜର ସଫଳ ଚଳଚିତ୍ର “ୟମଳା ପଗଳା ଦିୱାନା” ୨୦୧୧ରେ ଦର୍ଶକଙ୍କୁ ଭେଟି ଦେଇଥିଲେ । ଏହାପରେ ବହୁତ ଗୁଡିଏ ଏକ୍ସନ୍ ଚଳଚିତ୍ରରେ କାମ କରିଥିଲେ କିନ୍ତୁ ପୂର୍ବ ଚଳଚିତ୍ର ଭଳି ଏହି ଚଳଚିତ୍ର ଗୁଡିକରେ ସଫଳତା ମିଳି ପାରିନଥିଲା । ଆଜି ସନ୍ନିଙ୍କ ପାଖରେ ଟଙ୍କାର ଅଭାବ ନାହିଁ କିନ୍ତୁ ଆଜି ସେ ଏକ ସରଳ ଜୀବନ ବିତାଉଛନ୍ତି । ସନ୍ନିଙ୍କ ବୟସ ୬୨ ବର୍ଷ ହୋଇସାରିଛି ଏବଂ ସେ ଏହି ବୟସରେ ମଧ୍ୟ ବହୁତ ଫିଟ୍ ଅଛନ୍ତି । ବର୍ତ୍ତମାନ ନିର୍ବାଚନର ସମୟ ଚାଲିଛି ବହୁତ ଗୁଡିଏ ତାରକା କୌଣସି ନା କୌଣସି ପାର୍ଟି ପାଇଁ ପ୍ରଚାରରେ ଲାଗି ପଡିଛନ୍ତି । ଠିକ୍ ଏହି ସମୟରେ ସନ୍ନି ଦେୱାଲ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି । ସେ ସୀତାରାମଣ ଏବଂ ପିୟୁଷ ଗୋଏଲଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି । ଖବର ଅନୁସାରେ ସନ୍ନି ପଞ୍ଜାବର ଗୁରୁଦାସପୁରରୁ ପାର୍ଟି ପାଇଁ ଆଶାୟୀ ପ୍ରାର୍ଥୀ ହୋଇପାରନ୍ତି । ଏହି ଆସନ ପାଇଁ ପୂର୍ବରୁ ବିନୋଦ ଖାନ୍ନା ପ୍ରଚାର କରୁଥିଲେ କିନ୍ତୁ ବିନାଦ ଖନାଙ୍କ ନିଧନ ପରେ ଉପନିର୍ବାଚନରେ ବିଜେପି ଏଠାରେ ସଫଳ ହୋଇ ପାରିନଥିଲା ।

ମାଆ ପୁଅ ଉଭୟ ଉଭୟଙ୍କୁ ଦେଖିବା ପାଇଁ ମଧ୍ୟ ପସନ୍ଦ କରନ୍ତି ନାହିଁ :

ସନ୍ନି ପାର୍ଟି ଯୋଗ ଦେବା ପରେ ଚର୍ଚ୍ଚା ଚାଲିଛି । ସେ ନିଜ ସାବତ ମାଆଙ୍କ ସହ ମିଶି ପାର୍ଟି ପାଇଁ କାର୍ଯ୍ୟ କରିବେ । ଲୋକେ ଏହା ମଧ୍ୟ କହିବାରେ ଲାଗିଛନ୍ତି, ଦୁହିଁଙ୍କ ସମ୍ପର୍କ ମଧ୍ୟ ଠିକ୍ ହୋଇପାରିବ । ଖବର ମିଳିଥିଲା, ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଭଲ ନାହିଁ ଏବଂ ଦୁହେଁ ଦୁହିଁଙ୍କ ମୁହଁ ଦେଖିବା ପାଇଁ ପସନ୍ଦ କରନ୍ତି ନାହିଁ । କିନ୍ତୁ ସତ୍ୟ ଏହା ହିଁ ଅଟେ, ସନ୍ନି କେବେ ମଧ୍ୟ ନିଜର ସାବତ ଭଉଣୀ ଇଶା ଏବଂ ଆହାନାଙ୍କ ସାଥିରେ ଦେଖାବାକୁ ମିଳିନାହିଁ । ଖବର ଅନୁସାରେ, ସନ୍ନି କେବେ ମଧ୍ୟ ଏହି ଦୁଇ ଭଉଣୀଙ୍କ ସହ ସମ୍ପର୍କ ଠିକ୍ ରଖିବା ପାଇଁ ଚେଷ୍ଠା କରି ନାହାନ୍ତି । କେବଳ ଏତିକି ନୁହେଁ ଇଶା ଏବଂ ଆହାନାଙ୍କ ବିବାହରେ ମଧ୍ୟ ସନ୍ନି ଏବଂ ବବି ଦେୱାଲ ଦେଖାଯାଇ ନାହାନ୍ତି ।

କହିଛନ୍ତି ଯେତେବେଳେ ଦରକାର ପଡିଥାଏ, ସେହି ସମୟରେ ସନ୍ନି ଉପସ୍ଥିତ ରୁହନ୍ତି :

କହିବା ପାଇଁ ଚାହୁଞ୍ଚୁ ସନ୍ନି ଦେୱାଲ ଧର୍ମେନ୍ଦ୍ରଙ୍କ ପ୍ରଥମ ପତ୍ନୀ ପ୍ରକାଶ କୌରଙ୍କ ସନ୍ତାନ ଅଟନ୍ତି । କେବେ ମଧ୍ୟ ପ୍ରକାଶ କୌର ଧର୍ମେନ୍ଦ୍ର ଏବଂ ହେମାଙ୍କ ସମ୍ପର୍କକୁ ସ୍ଵୀକାର କରି ନାହାନ୍ତି । ସେହିପରି ବବି ଏବଂ ସନ୍ନି ମଧ୍ୟ ସେମାନଙ୍କ ସମ୍ପର୍କକୁ ସ୍ଵୀକାର କରି ନାହାନ୍ତି । କିନ୍ତୁ ହେମା ମାଲିନୀ ନିଜ ଆତ୍ମଜୀବନୀ “ବିୟାଣ୍ଡ ଦ ଡ୍ରିମ ଗାର୍ଲ”ର ଲୋକାର୍ପଣ ସମୟରେ ଅନ୍ୟ କିଛି କହିଛନ୍ତି । ହେମା କହିଛନ୍ତି; ଯେତେବେଳେ ଦରକାର ପଡିଥାଏ, ସେହି ସମୟରେ ସନ୍ନି ଉପସ୍ଥିତ ରୁହନ୍ତି । ଯେତେବେଳେ ମୋର କାର ଦୁର୍ଘଟଣା ୨୦୧୫ ମସିହାରେ ହୋଇଥିଲା, ସେହି ସମୟରେ ସନ୍ନି ସର୍ବ ପ୍ରଥମେ ମୋତେ ସାକ୍ଷାତ କରିବା ପାଇଁ ଆସିଥିଲେ । ସେ ସବୁ କିଛି ନିଜର ଭାବି ଦାୟିତ୍ଵ ତୁଲାଇଥାନ୍ତି, ସତେ ଯେପରି ସେ ସମସ୍ତଙ୍କ ସେବା କରନ୍ତି ! ସେଥିରୁ ଜଣା ପଡୁଛି ଆମ୍ଭମାନଙ୍କ ସମ୍ପର୍କ କିପରି ଅଟେ ? ସନ୍ନି ନିଜ ଭାଇ ବବିଙ୍କ ବହୁତ ନିକଟତର ଅଟନ୍ତି ।