ଏହି କାରଣରୁ ଐଶ୍ଵର୍ଯ୍ୟ ପ୍ରଥମେ ସଲମାନ ଏବଂ ପରେ ବିବେକଙ୍କୁ ଛାଡି ଦେଇଥିଲେ । ଜାଣନ୍ତୁ ଏହି ତିନି ଜଣଙ୍କ ମଧ୍ୟରେ କଣ ସବୁ ହୋଇଥିଲା । କେଉଁ କାରଣରୁ…

Spread the love

ଏହି କାରଣରୁ ଐଶ୍ଵର୍ଯ୍ୟ ପ୍ରଥମେ ସଲମାନ ଏବଂ ପରେ ବିବେକଙ୍କୁ ଛାଡି ଦେଇଥିଲେ । ଜାଣନ୍ତୁ ଏହି ତିନି ଜଣଙ୍କ ମଧ୍ୟରେ କଣ ସବୁ ହୋଇଥିଲା । କେଉଁ କାରଣରୁ ଏହି ତିନି ଜଣଙ୍କ ମଧ୍ୟରେ ଶତ୍ରୁତା ବଢିଯାଇଛି ।

ବଲିଉଡରେ ପ୍ରେମର କାହାଣୀ ନୂଆ ନୁହେଁ । ଏଠାରେ ବହୁ ପୁରାତନରୁ ଅଭିନେତା ଏବଂ ଅଭିନେତ୍ରୀଙ୍କ ମଧ୍ୟରେ ପ୍ରେମ କାହାଣୀ ଚାଲିଆସୁଛି । କିନ୍ତୁ ବିଗତ ଦିନରେ ଦେଶର ମିଡିଆ ଯେତେବେଳେ ନିର୍ବାଚନର ଏଗ୍-ଜିଟ ପୋଲକୁ ନେଇ ଖବର ଦେଖାଉଥିଲା, ସେହି ସମୟରେ ବିବେକ ଓବ୍ରାଏ ଏକ ଫୋଟ ଟୁଇଟରରେ ସେୟାର କରିଥିଲେ ଯେଉଁଥିରେ ତିନୋଟି ଧାଡି ଥିଲା । ଗୋଟିଏରେ ସଲମାନ ଖାନ ଏବଂ ଐଶ୍ଵର୍ଯ୍ୟଙ୍କ ଫୋଟରେ ଅପିନିୟନ ପୋଲ ଲେଖା ହୋଇଥିଲା । ଦ୍ଵିତୀୟ ଫୋଟରେ ବିବେକ ଏବଂ ଐଶ୍ଵର୍ଯ୍ୟଙ୍କ ଫୋଟରେ ଏଗ୍-ଜିଟ ପୋଲ ଲେଖା ହୋଇଥିଲା ଓ ତୃତୀୟ ଫୋଟରେ ଅଭିଷେକ ବାଚନ, ଆରାଧ୍ୟା ଏବଂ ଐଶ୍ଵର୍ଯ୍ୟଙ୍କ ଫୋଟ ଥିଲା । ଯେଉଁଥିରେ ଲେଖା ହୋଇଥିଲା ରିଜଲ୍ଟ । ଏହାପରେ ଇୟୁଜର୍ସ ଏବଂ ଫିଲ୍ମ ଜଗତର ତାରକାମାନେ ବିବେକଙ୍କ ଏହି କାର୍ଯ୍ୟରେ ବହୁତ ରାଗି ଯାଇଥିଲେ କିନ୍ତୁ ଏହି ଫୋଟ ଏବଂ ଘଟଣା ସତ୍ୟ ଅଟେ । ଏହି ତିନି ଜଣଙ୍କ କିଛି ନା କିଛି ସମ୍ପର୍କ ରହିଛି । ଏହି କାରଣରୁ ଐଶ୍ଵର୍ଯ୍ୟ ପ୍ରଥମେ ସଲମାନ ଏବଂ ପରେ ବିବେକଙ୍କୁ ଛାଡି ଦେଇଥିଲେ, ଆସନ୍ତୁ ଜାଣିବେ ଘଟଣା କଣ ଅଟେ ।

ଏହି କାରଣରୁ ଐଶ୍ଵର୍ଯ୍ୟ ପ୍ରଥମେ ସଲମାନ ଏବଂ ପରେ ବିବେକଙ୍କୁ ଛାଡି ଦେଇଥିଲେ :

ଆଜିକାଲି ବିବେକ ଏବଂ ଐଶ୍ଵର୍ଯ୍ୟଙ୍କ ଚର୍ଚ୍ଚା ଖୁବ୍ ଚାଲିଛି । ଚର୍ଚ୍ଚା ହେବାର କାରଣ ହେଉଛି ବିବେକଙ୍କ ଟୁଇଟରର ଏକ ଫୋଟ । ଏହିସବୁ ଘଟଣା ମଧ୍ୟରେ ଐଶ୍ଵର୍ଯ୍ୟଙ୍କୁ ମଧ୍ୟ ଟଣା ଯାଇଛି, ଯାହାଫଳରେ ଐଶ୍ଵର୍ଯ୍ୟ ନିରାଶ ହୋଇଯାଇଛନ୍ତି । ସର୍ବ ପ୍ରଥମେ ଐଶ୍ଵର୍ଯ୍ୟ ସଲମାନଙ୍କ ସହ ସମ୍ପର୍କରେ ଥିଲେ, ପରେ ଐଶ୍ଵର୍ଯ୍ୟ ସଲମାନଙ୍କ ଠାରୁ ଦୂରେଇ ଯାଇଥିଲେ । କାରଣ ଖବର ଅନୁସାର ସଲମାନ ଐଶ୍ଵର୍ଯ୍ୟଙ୍କ ସହ ଖରାପ ବ୍ୟବହାର କରୁଥିଲେ ।

ଏହାପରେ ଐଶ୍ଵର୍ଯ୍ୟଙ୍କ ଜୀବନରେ ବିବେକ ଓବ୍ରଏ ଆସିଥିଲେ ଏବଂ ବିବେକ ଐଶ୍ଵର୍ଯ୍ୟଙ୍କ ପାଇଁ ଉପହାର ଆଣୁଥିଲେ । ଏହା ସହ ସେ ଐଶ୍ଵର୍ଯ୍ୟଙ୍କ ବହୁତ ଧ୍ୟାନ ରଖୁଥିଲେ ।ବିବେକ ଏବଂ ଐଶ୍ଵର୍ଯ୍ୟଙ୍କ ମଧ୍ୟରେ ସବୁକିଛି ଠିକ ଚାଲିଥିଲା ଏବଂ ଦୁହେଁ ଦୁହିଁଙ୍କୁ ଡେଟ୍ ମଧ୍ୟ କରୁଥିଲେ । କିନ୍ତୁ ହଠାତ୍ ଦିନେ ବିବେକ ପ୍ରେସ୍ କନଫେରେନ୍ସରେ କହିଥିଲେ, “ସଲମାନ ତାଙ୍କୁ ଧମକ ଦେଉଛନ୍ତି” । ସେହି ମାମଲା ଏତେ ପରିମାଣରେ ବଢି ଯାଇଥିଲା ଯେ, ବିବେକଙ୍କ ବଲିଉଡ କ୍ୟାରିଅର ଏତେ ପରିମାଣରେ ବିଗିଡି ଯାଇଥିଲା ଯେ, ବିବେକଙ୍କ ହାତରୁ ବଲିଉଡର ପ୍ରତ୍ୟେକ ଚଳଚିତ୍ରରେ କାମ କରିବାର ସୁଯୋଗ ଚାଲି ଯାଇଥିଲା । ଏହା ଦେଖିବା ପରେ ଐଶ୍ଵର୍ଯ୍ୟ ମଧ୍ୟ ବିବେକଙ୍କ ହାତ ଛାଡି ଦେଇଥିଲେ । ଏହା ପରେ ବିବେକ ଏକୁଟିଆ ହୋଇ ଯାଇଥିଲେ ଏବଂ କିଛି ସମୟ ପରେ ସେ ବିବାହ କରିଥିଲେ ଏବଂ ବର୍ତ୍ତମାନ ତାଙ୍କର ୨ଟି ସନ୍ତାନ ଅଛନ୍ତି ।

ଐଶ୍ଵର୍ଯ୍ୟ ସଲମାନଙ୍କୁ ହୃଦୟର ସହ ପ୍ରେମ କରିଥିଲେ :

୨୦୦୭ ମସିହାରେ ଅଭିଶେଖଙ୍କ ସହ ବିବାହ କରି ଦେଇଥିଲେ ଐଶ୍ଵର୍ଯ୍ୟ ଏବଂ ୨୦୧୧ ମସିହାରେ ସେ ଗୋଟିଏ ଝିଅଙ୍କୁ ଜନ୍ମ ଦେଇଥିଲେ । ଐଶ୍ଵର୍ଯ୍ୟ, ବଚ୍ଚନ ପରିବାରର ପୁଅଙ୍କୁ ବିବାହ କରି ନିଜର ଜୀବନକୁ ଠିକ ରାସ୍ତାରେ ନେଇ ପାରିଛନ୍ତି । ନିଜ ବୈବାହିକ ଜୀବନରେ ଐଶ୍ଵର୍ଯ୍ୟ ବହୁତ ଖୁସି ଅଛନ୍ତି । ଅନ୍ୟ ପଟେ ବିବେକ ରିଅଲଷ୍ଟେଟରେ ନିଜର ବ୍ୟବସାୟକୁ ଆଗକୁ ବଢାଇ ଦେଇଛନ୍ତି ଏବଂ ବର୍ତ୍ତମାନ ନିଜର ବୈବାହିକ ଜୀବନରେ ଖୁସି ଅଛନ୍ତି । କିନ୍ତୁ ସଲମାନ୍ ଖାନ୍ ଆଜି ମଧ୍ୟ ଏକୁଟିଆ ଜୀବନ ବିତାଉଛନ୍ତି ଏବଂ ଐଶ୍ଵର୍ଯ୍ୟ ଜୀବନରୁ ଯିବା ପରେ ଅନେକ ଅଭିନେତ୍ରୀ ସଲମାନଙ୍କ ଜୀବନରେ ଆସିଛନ୍ତି । କିନ୍ତୁ ସଲମାନ ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ ପାଇଁ ଚିନ୍ତା କରିନାହାନ୍ତି । ଏହିପରି ଖବର ମିଳିଛି ସଲମାନ୍ ଖାନ୍, ଐଶ୍ଵର୍ଯ୍ୟଙ୍କୁ ହୃଦୟରୁ ପ୍ରେମ କରିଥିଲେ । ଏହି କାରଣରୁ ଆଜି ସଲମାନ୍ ଏକୁଟିଆ ଜୀବନ ବିତାଉଛନ୍ତି । ସଲମାନ୍ ଏବଂ ଐଶ୍ଵର୍ଯ୍ୟ ଦୁହେଁ ମିଳିତ “ହମ୍ ଦିଲ୍ ଦେ ଚୁକେ ସନମ୍”ରେ କାର୍ଯ୍ୟ କରିଥିଲେ ଏବଂ ଏହି ଯୋଡି ଏହି ଚଳଚିତ୍ରରେ ସୁନ୍ଦର ପ୍ରଦର୍ଶନ କରିଛନ୍ତି ଏବଂ ଦର୍ଶକ ମଧ୍ୟ ଏହି ଯୋଡିକୁ ଖୁବ୍ ପସନ୍ଦ କରିଥିଲେ ।