୭ ଜଣକଙ୍କ ସଙ୍ଗେ ପ୍ରେମ ସମ୍ବନ୍ଧ ରଖିବା ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ଏକୁଟିଆ ରହିଛନ୍ତି ରେଖା । ସାମ୍ନାକୁ ଆସିଛି କାରଣ ।

Spread the love

ଅଭିନେତ୍ରୀ ରେଖାଙ୍କ ଜୀବନରେ ଅନେକ ପୁରୁଷ ଆସିଥିଲେ ତଥାପି ତାଙ୍କୁ ସଚ୍ଚୋଟ ପ୍ରେମ ମିଳିପାରିଲା ନାହିଁ । ଏକାକୀ ଜୀବନ ଅତିବାହିତ କରୁଛନ୍ତି !

ରେଖାଙ୍କୁ ବଲିଉଡର ଚିରସବୁଜ ସୁନ୍ଦରୀର ଆଖ୍ୟା ମିଳିଛି । ତାଙ୍କର ବୟସ ଧୀରେ ଧୀରେ ବଢୁଅଛି କିନ୍ତୁ ତାଙ୍କର ସୁନ୍ଦରତାର କୌଣସି ପରିବର୍ତ୍ତନ ଆସି ନାହିଁ । ରେଖା ବର୍ତ୍ତମାନ ୬୪ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ବର୍ତ୍ତମାନ ସେ ଫିଲ୍ମ ଜଗତରେ କାମ କରୁନାହାନ୍ତି ସତ କିନ୍ତୁ ଇଭେଣ୍ଟ ଏବଂ ଆୱାର୍ଡ ଫଙ୍କସନ ଗୁଡିକରେ ରେଖାଙ୍କୁ ଆପଣ ନିଶ୍ଚିତ ଦେଖିପାରୁଥିବେ । ନିଜର ସୁନ୍ଦରତା ଏବଂ ଷ୍ଟାଇଲ ପାଇଁ ରେଖା ପରିଚିତ ଅଟନ୍ତି । ତାଙ୍କ ପାଖରେ ସୁନ୍ଦରତା, ପ୍ରସିଦ୍ଧି, ଟଙ୍କା ସବୁକିଛି ରହିଛି କିନ୍ତୁ ଅଭାବ ରହିଛି ତ ଜଣେ ଭଲ ଜୀବନସାଥୀଙ୍କ । ରେଖାଙ୍କ ଜୀବନରେ ୭ ଜଣ ପୁରୁଷ ଆସିଥିଲେ କିନ୍ତୁ କୌଣସି ପୁରୁଷଙ୍କ ସହ ତାଙ୍କର ଯୋଡି ଜମି ନ ଥିଲା । ସେ ଆଜି ମଧ୍ୟ ଏକୁଟିଆ ଜୀବନ ବିତାଉଛନ୍ତି । ଏହି ପରିପ୍ରେକ୍ଷୀରେ କେବେ ମଧ୍ୟ ଆପଣ ଚିନ୍ତା କରିଛନ୍ତି କି ରେଖାଙ୍କ ସହ ଏହିପରି କଣ ପାଇଁ ହୋଇଛି ?

ନବୀନ ନିଶ୍ଚଳ :

ରେଖା ବଲିଉଡରେ “ସାୱନ ଭାଦୋ” ଫିଲ୍ମ ଜରିଆରେ ପଦାର୍ପଣ କରିଥିଲେ । ଏହି ଫିଲ୍ମରେ ତାଙ୍କ ବିପରିତରେ ନବୀନ ନିଶ୍ଚଳ ଥିଲେ । ଏହି ଫିଲ୍ମ ଶୁଟିଙ୍ଗ ସମୟରେ ହିଁ ରେଖାଙ୍କୁ ନବୀନ ନିଶ୍ଚଳ ପସନ୍ଦ ହୋଇଯାଇଥିଲେ କିନ୍ତୁ ନବୀନ ଏହାକୁ ଅଣଦେଖା କରିଦେଇ ଥିଲେ । ଏହା ଏକତରଫା ପ୍ରେମ ଥିଲା । ତେଣୁ ଏହିପରି ରେଖାଙ୍କ ପ୍ରେମ ଫିଲ୍ମ ସୁଟିଂ ପରେ ହିଁ ବନ୍ଦ ହୋଇ ଯାଇଥିଲା ।

ବିନୋଦ ମେହେରା :

ସେହି ସମୟରେ ବିନୋଦ ମେହେରା ଏବଂ ରେଖାଙ୍କ ପ୍ରେମ କାହାଣୀର ଚର୍ଚ୍ଚା ଖୁବ ଜୋର ଧରିଥିଲା । ଖବର ଏହା ମଧ୍ୟ ଶୁଣିବା ପାଇଁ ମିଳିଥିଲା ଦୁହେଁ ଲୁକାୟିତ ରୂପେ ବିବାହ କରି ନେଇଥିଲେ । କିନ୍ତୁ ଏକ ସାକ୍ଷାତକାରରେ ରେଖା ଏହି କଥାକୁ ଖଣ୍ଡନ କରି ଦେଇଥିଲେ । ସେ କହିଥିଲେ ଆମ୍ଭେ ଦୁହେଁ ଭଲ ବନ୍ଧୁ ଅଟୁ । ସୂତ୍ର ଅନୁସାରେ ବିନୋଦଙ୍କ ମାଆଙ୍କୁ ରେଖା ପସନ୍ଦ ନ ଥିଲେ । ଯାହାଫଳରେ ଦୁହିଁଙ୍କ ପ୍ରେମ କାହାଣୀରେ ପୂର୍ଣ୍ଣଛେଦ ପଡି ଯାଇଥିଲା ।

କିରଣ କୁମାର :

ବିନୋଦଙ୍କ ସହ ପ୍ରେମ ସମ୍ପର୍କ ଭାଙ୍ଗିବା ପରେ ରେଖାଙ୍କୁ କିରଣ କୁମାର ସମ୍ଭାଳି ଥିଲେ । ଦୁହିଁଙ୍କ ପ୍ରେମ କାହାଣୀ କିଛି ସମୟ ଚାଲିଥିଲା ।

ସଞ୍ଜୟ ଦତ୍ତ :

ସଞ୍ଜୟ ଦତ୍ତଙ୍କ ସହ ରେଖାଙ୍କ ନାମ ମଧ୍ୟ ଯୋଡି ହୋଇଥିଲା । ଦୁହିଁଙ୍କ ବିଷୟରେ ସେହି ସମୟରେ ଚର୍ଚ୍ଚା ଖୁବ ଚାଲିଥିଲା । ଏମାନଙ୍କ ବିବାହର ଖବର ମଧ୍ୟ ଶୁଣିବା ପାଇଁ ମିଳିଥିଲା କିନ୍ତୁ ପରେ ସବୁକିଛି ସମାପ୍ତ ହୋଇ ଯାଇଥିଲା ।

ଅମିତାଭ ବଚ୍ଚନ :

ଆଜି ମଧ୍ୟ ଅମିତାଭ ଏବଂ ରେଖାଙ୍କ ପ୍ରେମ କାହାଣୀ ଶୁଣିବା ପାଇଁ ମିଳୁଛି । ଦୁହେଁ ଅନେକ ଫିଲ୍ମ ଏକତ୍ର କରିବା ସମୟରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା ।ସେହି ସମୟରେ ଦୁହେଁ ବିବାହର ଯୋଜନା ମଧ୍ୟ କରି ସାରିଥିଲେ । କିନ୍ତୁ ଅମିତାଭ କୁଲି ଫିଲ୍ମର ସୁଟିଂ ସମୟରେ ଏକ ଦୁର୍ଘଟଣାର ଶିକାର ହୋଇ ଯାଇଥିଲେ ଏବଂ ଏହି ସମୟରେ ଜୟା ତାଙ୍କର ଯତ୍ନ ନେବାରେ ଲାଗିଥିଲେ ଏବଂ ଦୁହିଁଙ୍କ ମଧ୍ୟରେ ପ୍ରେମ ଆରମ୍ଭ ହୋଇଯାଇଥିଲା ଏବଂ ଅମିତାଭ ରେଖାଙ୍କ ଠାରୁ ଦୁରେଇ ଯାଇଥିଲେ ।

ମୁକେଶ ଅଗ୍ରୱାଲ :

୧୯୯୦ରେ ରେଖଙ୍କୁ ବିବାହର ସୁଖ ମିଳିଥିଲା କିନ୍ତୁ ତାହା ବହୁତ ଦିନ ପର୍ଯ୍ୟନ୍ତ ତିଷ୍ଠି ପାରିନଥିଲା । ଏହି ବର୍ଷ ରେଖା ମୁକେଶ ଅଗ୍ରୱାଲଙ୍କ ସହ ବିବାହ କରିଥିଲେ କିନ୍ତୁ ଵିଵାହର କିଛି ମାସ ପରେ ହିଁ ମୁକେଶ ଅଗ୍ରୱାଲ ଆତ୍ମହତ୍ୟା କରି ଦେଇଥିଲେ । ସେ ଏକ ଚିଠି ଲେଖିଥିଲେ ଯେଉଁଥିରେ ଲେଖା ହୋଇଥିଲା ତାଙ୍କର ଆତ୍ମହତ୍ୟାର ଦାୟୀ କେହି ନୁହନ୍ତି । ଏହି ଘଟଣା ପରେ ରେଖାଙ୍କୁ ଝଟକା ଲାଗିଥିଲା ।

ଅକ୍ଷୟ କୁମାର :

“ଖିଲାଡ଼ିୟୋ କା ଖିଲାଡି” ଫିଲ୍ମ ସୁଟିଂ ସମୟରେ ରେଖା ଏବଂ ଅକ୍ଷୟଙ୍କ ସମ୍ପର୍କ ବଢ଼ିବାରେ ଲାଗିଥିଲା । ଅକ୍ଷୟଙ୍କ ସହ ରେଖାଙ୍କ ସମ୍ପର୍କ ବଢିବା ପୂର୍ବରୁ ହିଁ ରବିନା ଟଣ୍ଡନ ମଝିରେ ଚାଲି ଆସିଥିଲେ । ସେହି ସମୟରେ ଅକ୍ଷୟ ରବିନାଙ୍କୁ ଡେଟ୍ କରୁଥିଲେ ଏବଂ ରବିନା ରେଖାଙ୍କୁ ଅକ୍ଷୟଙ୍କ ଠାରୁ ଦୁରେଇ ରହିବା ପାଇଁ ପରାମର୍ଶ ଦେଇଥିଲେ ।

ଏହି କାରଣରୁ ଏକୁଟିଆ ଜୀବନ ବିତାଉଛନ୍ତି ରେଖା :

ରେଖାଙ୍କ ରାଶି ସହ ଜଡିତ ଗ୍ରହ ଯୋଗୁଁ ରେଖାଙ୍କ ଜୀବନରେ ପତିଙ୍କ ସୁଖ ନାହିଁ । ଜଣେ ଜ୍ୟୋତିଷ ଏହି କଥାର ଭାବିଷ୍ୟତ ବାଣୀ କରିଥିଲେ । ଏହି କାରଣରୁ ରେଖାଙ୍କ ଜୀବନରେ ଅନେକ ପୁରୁଷ ଆସିଥିଲେ ସତ କିନ୍ତୁ କିଛି ଅଘଟଣ କିମ୍ବା ଅନ୍ୟ କୌଣସି କାରଣରୁ ସମ୍ପର୍କ ସୃଷ୍ଟି ହୋଇ ପାରି ନ ଥିଲା ।