ଅମିତାଭ ବଚ୍ଚନଙ୍କ ପାଇଁ ରେଖା ନିଜର ପ୍ରେମ ସ୍ଵୀକାର କରିଛନ୍ତି ! କହିଥିଲେ :- ମୁଁ ଅମିତାଭଙ୍କୁ ପ୍ରେମ କରୁଛି, ମୋତେ କିଛି ଫରକ ନାହିଁ…

Spread the love

ଅମିତାଭ ଏବଂ ରେଖାର ସମ୍ପର୍କ ସବୁବେଳେ ଚର୍ଚ୍ଚାରେ ରହିଥାଏ । ଏହି ବିଷୟରେ ନିଜେ ରେଖା ଏହି ଖବର ଉପରେ ମୋହର ଲଗାଇ ଥିଲେ ।

ବଲିଉଡରେ ଯେତେବେଳେ ବିଖ୍ୟାତ କଳାକାର ମାନଙ୍କ ବିଷୟରେ କଥା ଉଠେ ଯେତେବେଳେ ଅମିତାଭ ବଚ୍ଚନଙ୍କ ନାମ ସର୍ଵ ପ୍ରଥମେ ଆସିଥାଏ । ଅମିତାଭଙ୍କୁ ବଲିଉଡରେ ମହାନାୟକ ଏବଂ ରାଜା ମଧ୍ୟ କୁହାଯାଏ । ବର୍ତ୍ତମାନ ‘ବିଗ ବି’ ନିଜର ପରିବାର ସହିତ ଏକ ସୁଖମୟ ଜୀବନ ଅତିବାହିତ କରୁଛନ୍ତି । ସେ ଏହି ଦିନ ମାନଙ୍କରେ ନିଜର ନାତୁଣୀ ଆରାଧ୍ୟ ସହ ଫୋଟ ସେୟାର କରୁଛନ୍ତି । କିନ୍ତୁ ଯେପରି ଆପଣମାନେ ଜାଣିଛନ୍ତି ଯେ, ଏହି ମହାନାୟକ ଏକ ସମୟରେ ଜୟାଙ୍କ ସହ ନୁହଁ ବରଂ ରେଖାଙ୍କୁ ପ୍ରେମ କରୁଥିଲେ ଏବଂ ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ କିନ୍ତୁ ଏହିପରି କିଛି ଘଟଣା ଘଟିଲା ଯାହାଫଳରେ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଆଗକୁ ବଢି ପାରିନଥିଲା । ଅମିତାଭ ଏବଂ ରେଖାଙ୍କ ସମ୍ପର୍କ ଅମିତାଭଙ୍କ ବିବାହ ପରେ ମଧ୍ୟ ଚର୍ଚ୍ଚାରେ ରହିଥିଲା ଏବଂ ଯେତେବେଳେ ସିମୀ ଗ୍ରେବଲ ନିଜ କାର୍ଯ୍ୟକ୍ରମରେ ରେଖାଙ୍କୁ ଅମିତାଭ ଏବଂ ଜୟାଙ୍କୁ ନେଇ ପ୍ରଶ୍ନ ପଚାରିଲେ; ତେବେ ସେ ଏହାର ଉତ୍ତର ଏକ ଭିନ୍ନ ଶୈଳୀରେ ଉତ୍ତର ଦେଇଥିଲେ । ଯେବେ ସିମୀ, ରେଖାଙ୍କୁ ତାଙ୍କର ଏବଂ ଜୟାଙ୍କ ସମ୍ପର୍କ ବିଷୟରେ ପଚାରିବାରୁ ରେଖା କିଛି ଏମିତି ଉତ୍ତର ଦେଇଥିଲେ ।

ଏପରି ଥିଲା ରେଖାଙ୍କ ଉତ୍ତର :

ରେଖା, ସିମୀଙ୍କୁ ଉତ୍ତର ଦେଇ କହିଲେ, “ଜୟା ଏକ ବିଚାରି ଏବଂ ଅସୁରକ୍ଷିତ ଅଟନ୍ତି ବୋଲି ମୋତେ ଲାଗୁ ନାହିଁ ।” ଏହା ଉପରେ ସିମୀ କହିଲେ, “ହଁ ସତରେ, ଜଣେ ମହିଳା ନିଜକୁ ସେତେବେଳେ ସୁରକ୍ଷିତ ମଣିଥାଏ, ଯେତେବେଳେ ତାର ସ୍ଵାମୀ ତାକୁ ସୁରକ୍ଷିତ ବୋଲି ଅନୁଭବ କରାଇଥାନ୍ତି ।” ଏହି ପ୍ରଶ୍ନରେ ସିମୀ ଅମିତାଭ ଏବଂ ଜୟାଙ୍କ ସମ୍ପର୍କ ବିଷୟରେ ଇସାରା କରୁଥିଲେ । ରେଖା ଏହାର ଉତ୍ତର ଦେଇ କହିଲେ, “ଏପରି କିଛି ଆବଶ୍ୟକତା ହିଁ ନାହିଁ ।”

କହିଥିଲେ – ବର୍ତ୍ତମାନ ମଧ୍ୟ ପ୍ରେମ କରୁଛି  : 

ସିମୀ ଯେତେବେଳେ ରେଖାଙ୍କୁ ଅମିତାଭ ଏବଂ ତାଙ୍କ ସମ୍ପର୍କ ବିଷୟରେ ପଚାରିଥିଲେ, ସେହି ସମୟରେ ରେଖାଙ୍କ ଉତ୍ତର ଥିଲା, “ମୋତେ କୌଣସି କଥାର ଚିନ୍ତା ନାହିଁ ଯେ, ଲୋକେ କଣ ଭାବୁଛନ୍ତି, ମୁଁ ନିଜ ପାଇଁ ତାଙ୍କୁ ପ୍ରେମ କରେ, କାହାରିକୁ ଦେଖାଇବା ପାଇଁ ନୁହଁ, ଆମେ ପରସ୍ପରକୁ ପ୍ରେମ କରୁ ! ଅମିତଭଙ୍କ ପାଇଁ ରେଖା ପାଗଳୀ ହୋଇଯାଇଛନ୍ତି ବୋଲି ଲୋକେ କୁହନ୍ତି, ମୋତେ ଏହି କଥାର କୌଣସି ଚିନ୍ତା ନାହିଁ ଯେ ଲୋକେ କଣ ଭାବୁଛନ୍ତି ।”

ସୁଟିଙ୍ଗ ସମୟରେ ଦୁହେଁ ନିକଟତର ହୋଇଥିଲେ :

ଏକଦା ଅମିତାଭ ଏବଂ ରେଖାଙ୍କ ଯୋଡି ବଲିଉଡର ପ୍ରସିଦ୍ଧ ଯୋଡି ଜଣାଯାଉଥିଲା । ଫିଲ୍ମ ଦୁନିଆରେ ପ୍ରସିଦ୍ଧ ହେବା ସହ ବାସ୍ତବ ଜୀବନରେ ମଧ୍ୟ ପରସ୍ପରର ନିକଟତର ହୋଇଥିଲେ । କିନ୍ତୁ କୌଣସି ଅସୁବିଧା ଯୋଗୁଁ ସେମାନେ ଅଲଗା ହୋଇ ଯାଇଥିଲେ । ସେମାନଙ୍କର ନିକଟତର ଫିଲ୍ମ “ଦୋ ଅନଜାନେ”ରୁ ଆରମ୍ଭ ହୋଇଥିଲା । ଏହା ପରେ ସେମାନେ ଫିଲ୍ମ “ଦୋ ରାସ୍ତେ”ରେ ଦେଖା ଦେଇଥିଲେ । ଦର୍ଶକମାନେ ରେଖା ଏବଂ ଅମିତାଭଙ୍କ ଯୋଡିକୁ ଅଧିକ ପସନ୍ଦ କରିଥିଲେ । କିଛି ଲୋକ ଉଭୟଙ୍କୁ ବାସ୍ତବ ଜୀବନରେ ଏକାଠି ଦେଖିବାକୁ ଚାହୁଁଥିଲେ । କିଛି କାରଣ ବଶତଃ ପରସ୍ପର ଅଲଗା ହୋଇଯାଇଥିଲେ ।

ଅମିତାଭଙ୍କ ନାମର ସିନ୍ଦୁର ଲଗାନ୍ତି ରେଖା :

ବାସ୍ତବରେ, ଯେତେବେଳେ ଅମିତାଭ ରେଖାଙ୍କ ପ୍ରେମରେ ପଡ଼ିଥିଲେ, ସେତେବେଳେ ଅମିତାଭ ଜୟାଙ୍କ ସହ ବିବାହ କରି ସାରିଥିଲେ । ବିବାହ ପରେ ମଧ୍ୟ ଉଭୟ ନିକଟତର ରହିଥିଲେ । କେତେକ ଲୋକ କହନ୍ତି, ଜୟାଙ୍କ ପୂର୍ବରୁ ଅମିତାଭ ଏବଂ ରେଖାଙ୍କର ବିବାହ ହୋଇ ସାରିଥିଲା । ସମସ୍ତେ କୁହନ୍ତି ଯେ, ଏମାନେ ଗୁପ୍ତରେ ବିବାହ କରିଥିଲେ । ଏହି କାରଣ ଯୋଗୁଁ ରେଖା ଆଜି ମଧ୍ୟ ମଙ୍ଗଳସୁତ୍ର ପିନ୍ଧନ୍ତି ଏବଂ ସିନ୍ଦୁର ମଧ୍ୟ ଲଗାଇଛନ୍ତି ।