ପାକିସ୍ଥାନ ପ୍ରଧାନମନ୍ତ୍ରୀ ଭାରତ ସାମ୍ନାରେ ମୁଣ୍ଡ ନୁଆଁଇଛନ୍ତି, ଇମ୍ରାନଙ୍କ ପୂର୍ବ ପତ୍ନୀ ରେହମ ଖାନ୍ କହିଛନ୍ତି….

Spread the love

ରେହମ ଖାନ୍ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରେ ଆରୋପ ଲଗାଇଛନ୍ତି ଯେ, ଇମ୍ରାନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏକ ଗୋପନୀୟ ବୁଝାମଣା କରିଛନ୍ତି ।

ଜାମୁକାଶ୍ମୀରରୁ ଧାରା ୩୭୦ ହଟିବା ଏବଂ ରାଜ୍ୟକୁ କେନ୍ଦ୍ରଶାସିତ କରିବାର ଯୋଜନାର ଭାରତ ସରକାରର ନିଷ୍ପତିରେ ପାକିସ୍ଥାନ କ୍ରୋଧିତ ହୋଇଛି । ଏହି କ୍ରୋଧ ପ୍ରକାଶ ଫଳରେ ପାକିସ୍ଥାନ ସାରା ଦୁନିଆରେ ଏହି ବିଷୟକୁ ନେଇ ଆପତ୍ତି ଉଠାଇ ସ୍ୱର ଉତ୍ତୋଳନ କରିବାରେ ଲାଗିଛି ଏବଂ ଭାରତ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଇଚ୍ଛା ପ୍ରକାଶ କରିଛି । ବର୍ତ୍ତମାନ ଅନ୍ତରାଷ୍ଟ୍ରୀୟ କ୍ଷେତ୍ରରେ ପାକିସ୍ଥାନକୁ କୌଣସି ପ୍ରକାରର ସଫଳତା ହାସଲ ହୋଇ ପାରିନାହିଁ । ଏହା ମଧ୍ୟରେ ପାକିସ୍ଥାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପୂର୍ବତନ ପତ୍ନୀ ରେହମ ଖାନ୍ ଜମ୍ମୁକାଶ୍ମୀରକୁ ନେଇ ଏକ ରହସ୍ୟର ପରଦାଫାସ କରିଛନ୍ତି । ଯାହାଫଳରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମସ୍ୟା ବଢି ଯାଇଛି ।

ରେହମ ଖାନ୍ ପାକିସ୍ଥାନର ପ୍ରଧାନମନ୍ତ୍ରୀଙ୍କ ଉପରେ ଆରୋପ ଲଗାଇଛନ୍ତି ଯେ, ଇମ୍ରାନ ଖାନ୍ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏକ ଗୋପନୀୟ ବୁଝାମଣା କରିଛନ୍ତି । ରେହମ କହିଛନ୍ତି; ଏହି ବୁଝାମଣା ଭାରତର ପ୍ରଧାନମନ୍ତ୍ରୀଙ୍କୁ ଖୁସି କରିବା ପାଇଁ ଏକ ଚେଷ୍ଟା କରାଯାଇଛି ।ତେଣୁ ଇମ୍ରାନ ଖାନ୍ କୌଣସି କଠିନ ପଦକ୍ଷେପ ଗ୍ରହଣ କରୁ ନାହାଁନ୍ତି ।

ରେହମ୍ ଆରୋପ ଲଗାଇଛନ୍ତି :

ଖାଲିଜ ଟାଇମସ୍ ର ଏକ ରିପୋର୍ଟ ଅନୁସାରେ ରେହମ୍ କହିଛନ୍ତି; ଆମକୁ ପ୍ରାରମ୍ଭରୁ ଶିକ୍ଷା ମିଳିଥିଲା ଯେ, କାଶ୍ମୀର ପାକିସ୍ଥାନ ହେବ । ମୁଁ କହିବି ପାକିସ୍ଥାନକୁ ବିକ୍ରି କରାଯାଇଛି । ରେହମ କହିଛନ୍ତି, ୫ ଅଗଷ୍ଟରେ ଭାରତରେ ଏହି ଫଇସଲା ନେବା ପରେ ମୋତେ ମୋର ଟିମ ମେମ୍ବରଙ୍କ ଫୋନ ଆସିଥିଲା ଯେ, ମେମ୍ ଆପଣ ଯାହା କହିଥିଲେ ତାହା ସତ୍ୟରେ ପରିଣତ ହୋଇଛି । ଏହା ଉପରେ ରେହମ୍ ଉତ୍ତର ଦେଇଥିଲେ କୃପା କରି ପ୍ରାର୍ଥନା କରନ୍ତୁ ସେହିଭଳି କିଛି ନ ଘଟୁ ।

ପାକିସ୍ଥାନ ପ୍ରଧାନମନ୍ତ୍ରୀଙ୍କ ପୂର୍ବତନ ପତ୍ନୀ ରେହମ୍, ଇମ୍ରାନଙ୍କ ଉପରେ ଗମ୍ଭୀର ଆରୋପ ଲଗାଇଛନ୍ତି :

ରେହମ କହିଛନ୍ତି, ମୁଁ ଏହିପରି ଗତ ଅଗଷ୍ଟରେ କହିଥିଲି । ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଯାହା କରିବା ଉଚିତ, ତାହା ସେ କରିଛନ୍ତି । ଅନୁଛେଦ ୩୭୦ ହଟାଇବା । ସେ ଅନୁଛେଦକୁ ଉଚ୍ଛେଦ କରିଛନ୍ତି, ଯାହା ପାଇଁ ଜନତା ଭାରି ମାତ୍ରାରେ ମୋଦି ସରକାରକୁ ସତ୍ତାକୁ ଆଣିଥିଲେ ।

ଇମ୍ରାନଙ୍କୁ ଜଣାଥିଲା ଏହିଭଳି କିଛି ଘଟିବ :

ରେହମ କହିଛନ୍ତି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଯେଉଁ ଦିନ କାଶ୍ମୀରକୁ ନେଇ ପଲିସି ଷ୍ଟେଟମେଣ୍ଟ ଦେବାର ଥିଲା, ସେହି ଦିନ ସେ କହିଥିଲେ ମୋତେ ଜଣାଥିଲା; ମୋଦି ଏହିପରି କିଛି କରିବେ । ଇମ୍ରାନ କହିଥିଲେ, ଏହା ସେହି ଦିନରୁ ଜାଣିଥିଲି ଯେତେବେଳେ ମୋର ପିଏମ ମୋଦିଙ୍କ ସହ ବିଷକେକରେ ଭେଟ ହୋଇଥିଲା ଏବଂ ସେ ମୋ ପ୍ରତି କୋଠର ଥିଲେ । ମୁଁ ଏହି କଥା ସେହି ଦିନ ଠାରୁ ଜାଣିଥିଲି ଯେବେ ପୁଲୱାମା ଆକ୍ରମଣ ହୋଇଥିଲା । ରେହମ୍ କହିଥିଲେ ଯେତେବେଳେ ତାଙ୍କୁ ଜଣା ପଡିଥିଲା, ଏହିପରି ଘଟଣା ଘଟିବାର ଥିଲା; ତେବେ ଆପଣ ମୋଦିଙ୍କ ସହ ବନ୍ଧୁତାର ହାତ କଣ ପାଇଁ ବଢାଇଥିଲେ ।