ରୋଗଗ୍ରସ୍ତ କିଡନୀକୁ ସଂପୂର୍ଣ୍ଣ ଠିକ କରିଥାଏ ଏହି ଗଛ ! ଶରୀରରେ ଆଉ ହେବ ନାହିଁ କିଡନୀ ରୋଗର ପ୍ରତ୍ୟାରୋପଣ । ଆସନ୍ତୁ ଜାଣିବା

Spread the love

ଦୁନିଆରେ ଏପରି ଅନେକ ବୃକ୍ଷ ରହିଛି ଏବଂ ସେହି ବୃକ୍ଷ ଗୁଡିକ ମଧ୍ୟରେ ଲୁଚି ରହିଛି ଅନେକ ଔଷଧୀୟ ଗୁଣ । ଏହିପରି କେତେକ ଗଛ ରହିଛ, ଯାହାର କି ବଡ ରୁ ବଡ ରୋଗକୁ ମଧ୍ୟ ଠିକ କରି ଦେବାର ସାମର୍ଥ୍ୟ ରହିଛି । ବୈଜ୍ଞାନିକମାନେ ମଧ୍ୟ ଗଛ ଗୁଡିକ ଉପରେ ଗବେଷଣା କରି ମାନବ ସମାଜକୁ ସୁସ୍ଥ ଶବଳ ରଖିବା ପାଇଁ ଅନବରତ ପ୍ରୟାସ ଜାରି ରଖିଛନ୍ତି । ଆୟୁର୍ବେଦରେ ପୁନର୍ନବା ଗଛର ଗୁଣକୁ ଅଧ୍ୟୟନ କରି ଭାରତୀୟ ବୈଜ୍ଞାନିକମାନେ ଏଥିରୁ ନୀରୀ କେଏଫଟୀ ନାମକ ଔଷଧ ପ୍ରସ୍ତୁତ କରିଛନ୍ତି । ଯାହା କିଡନୀ ରୋଗୀଙ୍କ ପାଇଁ ବରଦାନ ସଦୃଶ ଅଟେ । ଅର୍ଥାତ ଏହି ଔଷଧ ଦ୍ଵାରା କିଡନୀର ରୋଗ ସଂପୂର୍ଣ୍ଣ ଠିକ୍ ହୋଇପାରିବ । କିଡନୀରେ କ୍ଷତିଗ୍ରସ୍ତ କୋଶିକାଗୁଡିକୁ ପୁଣି ଥରେ ସୁସ୍ଥ ହୋଇପାରିବ ଏବଂ ଏହା ସହିତ ସଂକ୍ରମଣର ଆଶଙ୍କା ମଧ୍ୟ କମ ହୋଇଥାଏ । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ତଥ୍ୟକୁ

ଖରାପ କିଡନୀକୁ ସଂପୂର୍ଣ୍ଣ ଠିକ୍ କରିଥାଏ :

କିଛି ସମୟ ପୂର୍ବରୁ ହିଁ ପୁସ୍ତିକା ଇଂଡୋ ଆମେରିକନ ଜର୍ନଲ ଅଫ୍ ଫର୍ମାସ୍ଯୁଟିକଲ ରିସର୍ଚରେ ପ୍ରକାଶିତ ଏକ ରିସର୍ଚ ରିପୋର୍ଟରେ କୁହାଯାଇଛି, ପୁନର୍ନବାରେ ଗୋରୁଖୁ, ବରୁଣ, ପତ୍ଥରପୁରା, ପାଷାଣଭେଦ, କମଲ କକଡୀ ଭଳି ବୁଟୀ ଗୁଡିକ ମିଶାଇ ତିଆରି କରାଯାଇଥିବା ଔଷଧ ନୀରୀ କେଏଫଟୀ କିଡନୀରେ କ୍ରିଏଟିନିନ ୟୂରିୟା ଏବଂ ପ୍ରୋଟୀନକୁ ନିୟନ୍ତ୍ରିତ କରିଥାଏ ।

ଆୟୁଷ ମନ୍ତ୍ରାଳୟର ଏକ ବରିଷ୍ଠ ଅଧିକାରୀ ଅନୁସାରେ, ଗତ ମାସରେ ହିଁ କେନ୍ଦ୍ର ସରକାର ଆୟୁଷ ମନ୍ତ୍ରାଳୟକୁ ଦେଶ ସାରା ପାଖାପାଖି ୧୨ ହଜାର ହେଲ୍ଥ ଏଂଡ ୱେଲନେସ ସେଣ୍ଟରର ସ୍ଥାପନା କରିବା ପାଇଁ ଦାୟିତ୍ଵ ଦେଇଛନ୍ତି । ଏହି କେନ୍ଦ୍ରରେ ଆୟୁଷ ପଦ୍ଧତି ଜରିଆରେ ଉପଚାର କରାଯିବ ଏବଂ ଏଠି ବର୍ଷ ୨୦୨୧ ପର୍ଯ୍ୟନ୍ତ ନା କେବଳ କିଡନୀର କେବଳ ଯାଞ୍ଚ ହେବ ବରଂ କିଡନୀ ଯାଞ୍ଚ ସଙ୍ଗେ ସଙ୍ଗେ ନୀରୀ କେଏଫଟୀ ଭଳି ଔଷଧ ଦ୍ଵାରା ବି ଉପଚାର କରାଯିବ । ସେ ଏହା ବି କହିଛନ୍ତି କି କିଡନୀର ରୋଗକୁ ଚିହ୍ନଟ କରିବା ପାଇଁ ଯାଞ୍ଚ କରିବାର ସୁବିଧା ସମସ୍ତ ବ୍ୟକ୍ତିଙ୍କୁ ବିନା ଟଙ୍କାରେ ଉପଲବ୍ଧ କରାଯିବ ।

କିଡନୀ ରୋଗୀଙ୍କର ବଢୁଛି ସଂଖ୍ୟା

ଏମ୍ସ ନେଫ୍ରୋଲଜୀ ବିଭାଗ ଅଧ୍ୟକ୍ଷ ଡା. ଏସ. କେ. ଅଗ୍ରୱାଲ କୁହନ୍ତି କି ସବୁଦିନ ଏଠାକୁ ୨୦୦ କିଡନୀ ରୋଗୀ ଆସିଥାନ୍ତି ଏବଂ ଯେଉଁଥିରେ ୭୦% ରୋଗୀଙ୍କର କିଡନୀ ଫେଲ୍ ହୋଇଥିବାର ରିପୋର୍ଟ ଆସିଥାଏ । ତାଙ୍କର ଡାୟଲିସିସ କରାଯାଇଥାଏ ଏବଂ ଟ୍ରାଂସପ୍ଲାଂଟ ଏହାର ସ୍ଥାୟୀ ସମାଧାନ ଅଟେ । ଟ୍ରାଂସପ୍ଲାଂଟ ହେବାର ଥିବା ରୋଗୀଙ୍କର ସଂଖ୍ୟା ବହୁତ ଅଧିକ ଅଟେ ।