ଲିଭ-ଇନରେ ରହିବାକୁ ହେଲେ ରେଜିଷ୍ଟ୍ରେସନ ବାଧ୍ୟତାମୂଳକ |

Court 1

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିବାହ ପରେ ପଞ୍ଜିକୃତ ହବ ଲିଭ୍- ଇନ ରିଲେସନଶିପ୍ । ଆଇନରେ ଆଣିବାକୁ ସୁପରିମକୋର୍ଟ ରେ କରାଯାଇଛି ଆବେଦନ । ତେବେ ଲିଭ- ଇନ ରିଲେସନଶିପ୍ ପାଇଁ ଏବେ ରେଜିଷ୍ଟ୍ରେସନ କରିବାକୁ ପଡିବ । କୋର୍ଟ ମ୍ୟାରେଜ ଭଳି ଲିଭ- ଇନ୍ ରେ ରହିବାକୁ ହେଲେ ପ୍ରେମିକ ପ୍ରେମିକାଙ୍କୁ ପଞ୍ଜିକୃତ କରିବାକୁ ପଡିବ । ଏନେଇ ଆଇନ ଆଣିବାକୁ ସୁପରିମକୋର୍ଟ ରେ ଜନ ସ୍ୱାର୍ଥ ମାମଲା ଦାଏର ହୋଇଛି ।

ସମାଜରେ ଲିଭ-ଇନ ପରବର୍ତ୍ତନ ପାଇଁ ସର୍ବୋଚ୍ଚ ଅଦାଲତରେ ଏହି ପ୍ରିଟିସନ ଫାଇଲ ହୋଇଥିବା ଆବେଦନ କାରୀ କହିଛନ୍ତି । ଲିଭ – ଇନ କୁ ନେଇ ଦେଶରେ ଲମ୍ବା ସମୟ ଧରି ତର୍କ ଲାଗି ରହିଛି । କିଛି ଏହାକୁ ଠିକ୍ କହୁଥିବା ବେଳେ କିଛି ଏହାକୁ ବିରୋଧ କରିଛନ୍ତି । ଭାରତୀୟ ସଂସ୍କୃତି ଉପରେ ୱେଷ୍ଟେଣ୍ଡ କଲଚର ଖରାପ ପ୍ରଭାବ ପକାଉଛି ବୋଲି କହିଛନ୍ତି ।

Court

ଦିଲ୍ଲୀର ଶ୍ରନ୍ଧା ୱାର୍କର ମାମଲା ପରେ ଏହି ବିତର୍କ ଏବେ ବଢି ଯାଇଛି । ଆବେଦନ କାରୀ ଓକିଲ ମନ୍ତାରାଣୀ ଦ୍ୱାରା ଦାଏର ଯାଞ୍ଚ କାରୀ ଲିଭ- ଇନ୍ ରହୁଥୁବା ପୁଅ ଝିଅକୁ ସାମାଜିକ ସୁରକ୍ଷା ମିଳିବା ଜରୁରୀ ବୋଲି ସୁପରିମକୋର୍ଟକୁ ଗୁହାରି କରିଛନ୍ତି । ସେହିଭଳି ଜନ ସ୍ୱାର୍ଥ ମାମଲା ଯାଜିକା କର୍ତ୍ତା କହିଛନ୍ତି ଅଦାଲତ ସବୁବେଳେ ଲିଭ- ଇନ ସମ୍ପର୍କ ସୁରକ୍ଷା ଦିଗରେ କାର୍ଯ୍ୟ କରିଆସୁଛି ।

କୋର୍ଟ ଲିଭ-ଇନ ସପକ୍ଷରେ ଅନେକ ରାୟ ଶୁଣେଇଛନ୍ତି । ଏଥିପାଇଁ ପଞ୍ଜୀକରଣର ଆବଶ୍ୟକତା ରହିଛି ବୋଲି ଆବେଦନ କାରୀ କହିଛନ୍ତି । ଲିଭ-ଇନରେ ରହୁଥୁବା ପାର୍ଟନର ର ରେଜିଷ୍ଟ୍ରେସନ ନକରିବା ଅର୍ଥ ସାମ୍ଭିଧାନିକ ଅଧିକାରରୁ ସିଧା ସିଧା ଉଲଘଂନ କରିବା ସହିତ ସମାନ । ଯାଚିକାରେ ଲିଭ-ଇନ ସମ୍ପର୍କକୁ ନିୟନ୍ତ୍ରଣ କରିବାକୁ ଆଇନ ଆସିବା ଜରୁରୀ ବୋଲି କୁହାଯାଇଛି ।

ଏହା ସହିତ କେନ୍ଦ୍ର ସରକାରଙ୍କ ର ଲିଭ-ଇନ ରହୁଥୁବା ଲୋକଙ୍କ ସଂଖ୍ୟା ଗଣତି କରିବାକୁ ଜନ ସ୍ୱାର୍ଥ ମାମଲାରେ ଦାବି ହୋଇଛି । ଏଥରେ ଡାଟା ପେଜ୍ ତିଆରି କରିବା ଉପରେ ଜୋର୍ ଦେବା ଆବଶ୍ୟକ ବୋଲି କୁହାଯାଇଛି । ଦେଶରେ ଏଥିପାଇଁ କୌଣସି ନିୟମ ନଥିବାରୁ ଲିଭ-ଇନ ରେ ରହୁଥୁବା ପ୍ରେମିକ ପ୍ରେମିକାଙ୍କ ମଧ୍ୟରେ ବିଛେଦ ହୋଇ ଅପରାଧ ଘଟାଉଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *