ଘର ଠାରୁ ଦୁରେଇ ରହୁଥିବା ବ୍ୟକ୍ତିଙ୍କ ମଧ୍ୟରେ ବଢ଼ିବାରେ ଲାଗିଛି ଏହି ରୋଗ ! ଜାଣନ୍ତୁ ଏହି ରୋଗରୁ କିପରି ମୁକ୍ତି ପାଇବେ ।

Spread the love

ଆଜିର ଯୁବପିଡ଼ିଙ୍କ ମଧ୍ୟରେ ଚିନ୍ତାଗ୍ରସ୍ତ ହେବାର ଦେଖିବା ପାଇଁ ମିଳୁଛି । ଏହାର ମୁଖ୍ୟ କାରଣ ହେଉଛି ଖରାପ ଦିନଚର୍ଯ୍ୟା ।

ଆଜିକାଲି ଅନେକ ଲୋକ ଟଙ୍କା ଉପାର୍ଜନ କରିବା ପାଇଁ ଏବଂ ନିଜର ସ୍ୱପ୍ନ ପୂରଣ କରିବା ପାଇଁ ଘର ଠାରୁ ଦୁରେଇ ରହୁଛନ୍ତି । ପ୍ରଥମେ ପଢ଼ାପଢ଼ି ଏବଂ ପରେ କର୍ମ ପାଇଁ ଅନେକ ଯୁବପିଢି ଘରଠାରୁ ଦୁରେଇ ରହୁଛନ୍ତି ଏବଂ ଏକୁଟିଆ ରହି ଚିନ୍ତାଗ୍ରସ୍ତ ହୋଇ ପଡୁଛନ୍ତି । ଯାହାଫଳରେ ସେମାନଙ୍କ ମଧ୍ୟରେ ଚିଡିଚିଡା ପଣ ସ୍ଵଭାବ ଦେଖାଯାଉଛି ।ଏହି କାରଣରୁ ସେମାନେ ଗମ୍ଭୀର ରୋଗରେ ଶିକାର ହୋଇ ପଡୁଛନ୍ତି । ଏହିପରି ଏକ ଗମ୍ଭୀର ରୋଗ ହେଉଛି “ହାଇପରଟେସନ” । ଏହାର ଅର୍ଥ ହେଉଛି ଉଚ୍ଚ ରକ୍ତଚାପ, ଏହାର ଫଳ ସ୍ୱରୂପ ଆପଣଙ୍କ ଶିରାପ୍ରଶିରାରେ ରକ୍ତର ଚାପ ବଢି ଯାଇଥାଏ ।

କହିବା ପାଇଁ ଚାହୁଁଛୁ; ପିଜିଆଇର କାର୍ଡିୟାଲୋଜିର ଓପିଡ଼ିରେ ହୋଇଥିବା ଏକ ଅଧ୍ୟାୟନରୁ ଜଣାପଡିଛି, ଉଚ୍ଚ ରକ୍ତଚାପର ମୁଖ୍ୟ କାରଣ ହେଉଛି ଅତ୍ୟଧିକ ଚିନ୍ତା ଏବଂ ଅନିୟନ୍ତ୍ରିତ ଖାଦ୍ୟପେୟ । ଉଚ୍ଚ ରକ୍ତଚାପ ହେଲେ ଆପଣଙ୍କ ରକ୍ତଚାପର ସନ୍ତୁଳନ ବିଗିଡି ଯାଇଥାଏ ଏବଂ ବ୍ୟକ୍ତି ଉଚ୍ଚ ରକ୍ତଚାପର ଶିକାର ହୋଇଯାଇଥାଏ । ଏହି ଅଧ୍ୟାୟନରୁ ଜଣାପଡିଛି, ପ୍ରଥମେ ଏହି ରୋଗ ୪୫ ବର୍ଷ ବୟସର ବ୍ୟକ୍ତିଙ୍କୁ ହେଉଥିଲା କିନ୍ତୁ ବର୍ତ୍ତମାନ ଏହି ରୋଗ ୩୦ ବର୍ଷରୁ କମ ବୟସର ବ୍ୟକ୍ତିଙ୍କୁ ମଧ୍ୟ ହେବାରେ ଲାଗିଛି ।

ହେଲଥ୍ ଗାଇଡଲାଇନ୍ସ ଅନୁସାରେ, ରକ୍ତର ଚାପ ୧୩୦/୮୦ mmhgରୁ ଅଧିକ ରକ୍ତଚାପ ହେଲେ ବ୍ୟକ୍ତି “ହାଇପରଟେସନ” ବା ଉଚ୍ଚ ରକ୍ତଚାପର ଶିକାର ହୋଇ ପଡ଼ିଥାଏ । ଏହା ଏତେ ପରିମାଣରେ ଘାତକ ହୋଇ ପଡ଼ିଥାଏ ଯେ, ବ୍ୟକ୍ତିର ମୃତ୍ୟୁ ହୋଇ ଯାଇଥାଏ । ଏକ ସର୍ଭେ ଅନୁସାରେ ପ୍ରତିବର୍ଷ ଭାରତରେ ଏହି ରୋଗରେ ୨.୫ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥାଏ । ଉଚ୍ଚ ରକ୍ତଚାପର ପ୍ରଭାବ ଶରୀରର କୌଣସି ଅଙ୍ଗକୁ ମଧ୍ୟ ପ୍ରଭାବିତ କରିପାରେ କିନ୍ତୁ ଏହା ସବୁଠୁ ଅଧିକ ହୃଦୟକୁ ପ୍ରଭାବିତ କରିଥାଏ ।

“ହାଇପରଟେସନ”ର କାରଣ :

ମୋଟାପଣ

ନିଦର ଅଭାବ ବା ଅନିଦ୍ରା

ଅତ୍ୟଧିକ କ୍ରୋଧ କରିବା

ଅତ୍ୟଧିକ ମାଂସ ଆହାର କରିବା

ଅତ୍ୟଧିକ ତୈଳଯୁକ୍ତ ଖାଦ୍ୟ ଭକ୍ଷଣ

“ହାଇପରଟେସନ” ବା ଉଚ୍ଚ ରକ୍ତଚାପର ଲକ୍ଷଣ :

ଉଚ୍ଚ ରକ୍ତଚାପରେ ପୀଡ଼ିତ ବ୍ୟକ୍ତିଙ୍କୁ ଯେତେବେଳେ ଏହି ରୋଗର ଆରମ୍ଭ ହୋଇଥାଏ, ସେହି ସମୟରେ ସର୍ଵ ପ୍ରଥମେ ନିଜ ମୁଣ୍ଡର ପଛ ଭାଗରେ ଏବଂ ଗଳାରେ ପୀଡ଼ା ଅନୁଭୁତ ହୋଇଥାଏ ।

ଉଚ୍ଚ ରକ୍ତଚାପ ରୋଗୀକୁ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭୂତ ହୋଇଥାଏ ।

ଉଚ୍ଚ ରକ୍ତଚାପ ହୋଇଥିବା ବ୍ୟକ୍ତିଙ୍କୁ ଝାପସା ଦେଖା ଯାଇଥାଏ ଏବଂ ଏହା ସହ ପରିସ୍ରାରେ ରକ୍ତ ମଧ୍ୟ ପଡିଥାଏ ।

ଏହି ରୋଗରେ ପୀଡିତ ବ୍ୟକ୍ତିଙ୍କ ମୁଣ୍ଡ ବୁଲାଇ ହେବା, ଥକ୍କାପଣ ଲାଗିବା ସହ ଅସୁସ୍ଥତା ଅନୁଭବ କରିବା ।

ଏହା ବ୍ୟତୀତ ଏହି ରୋଗର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ରାତିରେ ଠିକ ରୂପେ ନିଦ ହୋଇନଥାଏ । ଯାହାଫଳରେ ଏହି ବ୍ୟକ୍ତିଙ୍କ ହୃଦୟର ସ୍ପନ୍ଦନ ବଢି ଯାଇଥାଏ ।

“ହାଇପରଟେସନ”ର ଘରୋଇ ଉପଚାର :

ଏହି ରୋଗ ହେବା ପରେ ଆପଣ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ । କିନ୍ତୁ ଏହି ରୋଗରୁ ମୁକ୍ତି ପାଇବା ପାଇଁ ଆପଣଙ୍କୁ କିଛି ଘରୋଇ ଉପଚାର କରିବା ଫଳରେ ଆପଣ ଏହି ରୋଗରୁ ମୁକ୍ତି ପାଇପାରିବେ । ଆସନ୍ତୁ ଜାଣିବେ ଏହି ରୋଗରୁ ମୁକ୍ତି ପାଇବାର ଘରୋଇ ଉପଚାର ସବୁ କଣ ରହିଛି ।

ଉଚ୍ଚ ରକ୍ତଚାପରୁ ମୁକ୍ତି ପାଇବା ପାଇଁ ଆପଣଙ୍କୁ ରସୁଣର ଦୁଇ କୋଲା ସକାଳେ ଖାଲି ପେଟରେ ଚୋବାଇ ଖାଇବା ପାଇଁ ପଡିବ । ଯଦି କୌଣସି କାରଣରୁ ଆପଣ କଞ୍ଚା ରସୁଣ ଖାଇ ପାରୁନାହାନ୍ତି; ତେବେ ଆପଣ ରସୁଣ ରସକୁ ପାଣିରେ ମିଶ୍ରଣ କରି ପିଇ ପାରିବେ ।

ମେଥି ଏବଂ ଜୁଆଣିର ବ୍ୟବହାର ମଧ୍ୟ ଏହି ରୋଗ ପାଇଁ ଉପକାରୀ ଅଟେ । ଏଥିପାଇଁ ଆପଣଙ୍କୁ ଏକ ଚାମଚ ମେଥି ଏବଂ ଜୁଆଣୀକୁ ପାଣିରେ ମିଶ୍ରଣ କରି ସକାଳୁ ଖାଲି ପେଟରେ ପିଇବା ଉଚିତ ।

ଏହି ରୋଗରୁ ମୁକ୍ତି ପାଇବା ପାଇଁ ତ୍ରିଫଳାର ବ୍ୟବହାର ମଧ୍ୟ ଲାଭଦାୟକ ଅଟେ । ଏଥିପାଇଁ ଆପଣଙ୍କୁ ୨୦ ଗ୍ରାମ ତ୍ରିଫଳାକୁ ରାତିରେ ଭିଜାଇ ରଖିବା ପାଇଁ ପଡିବ ଏବଂ ସକାଳେ ଏହାକୁ ମହୁ ସହ ମିଶାଇ ପିଇବା ଦ୍ଵାରା ଲାଭଦାୟକ ହୋଇଥାଏ ।

ଉଚ୍ଚ ରକ୍ତଚାପ ରୋଗୀଙ୍କୁ ନିଜ ଜୀବନଚର୍ଯ୍ୟାରେ କିଛି ପରିବର୍ତ୍ତନ କରିବା ପାଇଁ ପଡିବ ।

ଖରାପ ଦିନଚର୍ଜ୍ୟା ଏହି ରୋଗର ପ୍ରମୁଖ କାରଣ ଅଟେ । କହିବା ପାଇଁ ଚାହୁଁଛୁ; ଆପଣଙ୍କୁ ନିଜ ପାଇଁ ଏକ ଦିନଚର୍ଯ୍ୟା କରିବା ପାଇଁ ପଡିବ । ଶୋଇବା ଠାରୁ ଆରମ୍ଭ କରି ଉଠିବା ପର୍ଯ୍ୟନ୍ତ ଏକ ସମୟ ନିର୍ଦ୍ଧାରଣ କରିବା ପାଇଁ ପଡିବ ।

ଏହା ସହ ଏହି ରୋଗରେ ପୀଡିତ ବ୍ୟକ୍ତିଙ୍କୁ ପ୍ରତିଦିନ ନିଜ ଶରୀରରେ ତେଲ ମାଲିସ କରିବା ଉଚିତ । ଏହା ଦ୍ଵାରା ଆପଣଙ୍କୁ ଆରମ ମିଳିବ ଏବଂ ଆପଣ ଚିନ୍ତାମୁକ୍ତ ମଧ୍ୟ ହୋଇପାରିବେ ।

ଚିନ୍ତାକୁ ଦୂର କରିବା ପାଇଁ ଆପଣଙ୍କୁ ଯୋଗସନ ଏବଂ ପ୍ରାଣାୟମ କରିବା ଉଚିତ ।

ଏହି ରୋଗରେ ପୀଡିତ ବ୍ୟକ୍ତିଙ୍କୁ ଖାଦ୍ୟରେ କମ ଲୁଣ ବ୍ୟବହାର କରିବା ଉଚିତ ।

କ୍ଷୀରରେ ହଳଦୀ ଏବଂ ଡାଲଚିନି ପକାଇ ପିଇବା ଦ୍ଵାରା ଆପଣଙ୍କୁ ଲାଭ ମିଳିଥାଏ ।