ଏହି କାରଣ ଯୋଗୁଁ ହୋଇଥାଏ ସ୍ମାର୍ଟ ଫୋନ ଗୁଡିକ ବ୍ଲାଷ୍ଟ ! ଆପଣ ମଧ୍ୟ କରୁନଥାନ୍ତି ତ ଏହିପରି ଭୂଲ

Spread the love

ପିଲାଠୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଖରେ ସ୍ମାର୍ଟ ଫୋନ ଏବଂ ବ୍ୟବହାର ମଧ୍ୟ କରୁଛନ୍ତି । କିନ୍ତୁ କେତେକ ସ୍ଥଳରେ ଏହି ସ୍ମାର୍ଟ ଫୋନ ଆପଣଙ୍କ ପାଇଁ ବିପଦ ସାବ୍ୟସ୍ତ ହୋଇଥାଏ । ଆପଣମାନେ ଏନେଇ ଅନେକ କଥା ଶୁଣିଥିବେ ସୋସିଲ ମିଡିଆ ଓ ଖବରକାଗଜରେ, ସ୍ମାର୍ଟ ଫୋନ ବିସ୍ପୋରଣ ଯୋଗୁଁ ମୃତ୍ୟୁ ।

ଯଦି ସ୍ମାର୍ଟଫୋନକୁ ଠିକ ଭାବରେ ଧ୍ୟାନ ନ ରଖିବା ଓ ଏହାକୁ ଭୁଲ ବ୍ୟବହାର କରିବା ତେବେ ବିସ୍ପୋରଣ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ ଯେଉଁମାନେ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି, ସେମାନେ ଫୋନକୁ ଜାଗ୍ରତ କରିବା ସଙ୍ଗେ ସଙ୍ଗେ ସ୍ମାର୍ଟଫୋନ ସହ ସଂଶ୍ଳିଷ୍ଟ କେତେକ କଥା ପ୍ରତି ମଧ୍ୟ ଧ୍ୟାନ ଦେବା ଉଚିତ । ଯେକୌଣସି ସ୍ମାର୍ଟ ଫୋନ ଅନେକ ଗୁଡ଼ିଏ କାରଣ ଯୋଗୁଁ ବିସ୍ପୋରଣ ହୋଇଥାଏ । ଏବଂ ସେହି କାରଣ ଗୁଡିକ ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । କାରଣ ଜାଣିବା ପରେ ସବଧାନୀ ଅବଲମ୍ବନ କରିଲେ ବିସ୍ପୋରଣ ହେବ ନାହିଁ ।

ନକିଲି Chargerର ବ୍ୟବହାର :

ସ୍ମାର୍ଟ ଫୋନ ବ୍ଲାଷ୍ଟ ହେବାର ଅନେକଗୁଡିଏ କାରଣ ରହିଛି । ସେହିମଧ୍ୟରୁ ଗୋଟିଏ କାରଣ ଚାର୍ଜିଙ୍ଗ ସହ ଜଡିତ । ସ୍ମାର୍ଟଫୋନରେ ବ୍ୟବହୁତ ବ୍ୟାଟେରୀ ହେଉଛି ଏହାର ଏକ କାରଣ, ଯେଉଁଥି ପାଇଁ ସ୍ମାର୍ଟଫୋନ ବ୍ଲାଷ୍ଟ ହେଉଛି । କେତେକ ଲୋକ ନିଜ ଫୋନକୁ ଚାର୍ଜ କରିବା ପାଇଁ ଶସ୍ତା Charger କିଣୁଛନ୍ତି, ଯାହା ସେମାନେ ବ୍ୟବହାର କରୁଥିବା ମୋବାଇଲ ପାଇଁ ଉପଯୁକ୍ତ ନୁହେଁ ଏବଂ ଏହି Charger ପାଇଁ ମୋବାଇଲର ବ୍ୟାଟେରୀ ଉପରେ ମଧ୍ୟ ଖରାପ ପ୍ରଭାବ ପଡୁଛି । ତେଣୁ ଆପଣଙ୍କ ସ୍ମାର୍ଟଫୋନକୁ ସର୍ବଦା ଅରିଜିନାଲ Charger ହିଁ ଚାର୍ଜ କରନ୍ତୁ ।

ଚାର୍ଜିଙ୍ଗ ସମୟରେ ଫୋନର ବ୍ୟବହାର

ଯେତେବେଳେ ଆପଣ ଫୋନକୁ ଚାର୍ଜିଙ୍ଗରେ ବସାଉଛନ୍ତି, ସେହି ସମୟରେ ଫୋନ ଗରମ ହୋଇଯାଇଥାଏ । ଏହି ପରିସ୍ଥିତିରେ ଆପଣ ଯଦି କଥାବାର୍ତ୍ତା ହେବେ, ତେବେ ବ୍ଲାଷ୍ଟ ହେବ ଯଥେଷ୍ଟ ସମ୍ଭାବନା ଥାଏ । ତେଣୁ ଯେତେବେଳେ ମଧ୍ୟ ଫୋନକୁ ଚାର୍ଜରେ ବସାନ୍ତି, ସେହି ସମୟରେ ଫୋନର ବ୍ୟବହାର କରନ୍ତୁ ନାହିଁ ।

ରାତିସାରା ଚାର୍ଜରେ ବସାଇବା :

କେତେକ ଲୋକ ଦିନସାରା ମୋବାଇଲ ବ୍ୟବହାର କରିବା ପରେ ରାତ୍ର ସମୟରେ ଚର୍ଜିଙ୍ଗରେ ବସାଇ ଶୋଇପଡନ୍ତି ଏବଂ ସକାଳକୁ ଚର୍ଜିଙ୍ଗ ବନ୍ଦ କରନ୍ତି । ଯାହା ସମ୍ପୂର୍ଣ୍ଣ ଭୂଲ ଅଟେ । କାରଣ ଯେକୌଣସି ଫୋନ ମାତ୍ର ୪ ଘଣ୍ଟାରେ ସମ୍ପୂର୍ଣ୍ଣ ହୋଇଯାଏ । ଅତ୍ୟଧିକ ସମୟ ଚାର୍ଜ ବସାଇବା ଦ୍ୱାରା ବ୍ୟାଟେରୀ ଉପରେ କୁପ୍ରଭାଵ ପଡିଥାଏ ।

ଖରାରେ ରଖିବା :

ଫୋନ ଗରମ ହେବ ଠିକ୍ କଥା ନୁହେଁ । ତେଣୁ ସମସ୍ତେ କୁହନ୍ତି, ଫୋନ ଗରମ ହେଲେ ବଦଳାଇ ଦିଅନ୍ତୁ । ଯେତେବେଳେ ଆପଣ ବାହାରେ ବୁଲିବା ସମୟରେ କିମ୍ଵା ଆପଣଙ୍କ ଫୋନକୁ ଖରାରେ ରଖୁଛନ୍ତି ତେବେ ଫୋନ ସୂର୍ଯ୍ୟ କିରଣ ଦ୍ୱାରା ଅତ୍ୟଧିକ ଗରମ ହୋଇ Over Hit ହୋଇଯାଇଥାଏ । ଯେଉଁଥିପାଇଁ ଫୋନ ବ୍ଲାଷ୍ଟ ହେବା ସମ୍ଭାବନା ଥାଏ ।

ଏକକାଳୀନ ଏକାଧିକ ଆପ୍ଲିକେସନ ଖିଲିବା

ଆପଣ ଯେତେବେଳେ ଏକକାଳୀନ ଅନେକ ଗୁଡ଼ିଆ ଆପ୍ଲିକେସନ ଖୋଳୁଛନ୍ତି, ତେବେ ଏହି ସ୍ଥିତିରେ ମଧ୍ୟ ଆପଣଙ୍କ ଫୋନ ଗରମ ହୋଇପାରେ । ତେଣୁ ଆପଣ ଯେତେବେଳେ ଆପଣଙ୍କ ଫୋନରେ କୌଣସି ଆପ୍ଲିକେସନ୍ ଖୋଳୁଛନ୍ତି, ତେବେ ବନ୍ଦ ମଧ୍ୟ କରନ୍ତୁ । ଏବଂ ସେହି ଆପ୍ଲିକେସନ୍ ବନ୍ଦ କରି ଅନ୍ୟ ଏକ ଆପ୍ଲିକେସନ୍ ଖୋଲନ୍ତୁ । GPS Navigation ଓ Google Map ପରି Application ଯୋଗୁଁ ଫୋନ Over Hit ହେଉଛି ।