ଥରଟିଏ ପଢନ୍ତୁ ଏହି କାହାଣୀ : ରାଗ ଆପଣଙ୍କୁ ଆଉ ଜମା ଆସିବା ନାହିଁ !

Spread the love

ପୁରାଣ ଶାସ୍ତ୍ରରୁ ଅନେକ କଥା ଜାଣି ହୁଏ, ସେହିପରି ଏକ କାହାଣୀ ନେଇ ଆସିଛୁ । ସେହି ପୁରାଣ ଶାସ୍ତ୍ରରୁ ଦୈନନ୍ଦିନ ଜୀବନଚର୍ଯ୍ୟା ଲାଗି ଅନେକ କଥା ଜାଣିପାରିବ । ଆଜି ଏହି ଅନୁଛେଦ ମାଧ୍ୟମରେ ଆମେ ଜଣାଇବୁ, ଥରଟିଏ ପଢନ୍ତୁ ଜୀବନରେ କେବେ ମଧ୍ୟ ରାଗ ଆଉ ଆସିବା ନାହିଁ ।

ମହାରାଜ ଅମ୍ବରୀଷ ଜଣେ ରାଜା ଥିଲେ ମଧ୍ୟ ରାଜକୀୟ ସୁଖରୁ ସେ ବହୁ ଦୂରରେ ଥିଲେ । ତାଙ୍କୁ ସହ ଗୁରୁଙ୍କ ଅନ୍ୟ ଏକ ଅବତାର ବୋଲି କୁହାଯାଏ । ଦିନେ ସେ ଏକାଦଶୀ ବ୍ରତ ପାଳନ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ସେହି ସମୟରେ ମହର୍ଷି ଦୁର୍ବାସା ତାଙ୍କ ଶିଷ୍ୟମାନଙ୍କ ସହିତ ରାଜା ଅମ୍ବରୀଷଙ୍କ ରାଜ ଭବନରେ ପହଁଚିଲେ । ମହାରାଜା ମହାଜର ମହର୍ଷି ଏବଂ ତାଙ୍କ ଶିଷ୍ୟଙ୍କୁ ଅତିଥି ସତ୍କାର କଲେ ଏବଂ ଭଜନ ପାଇଁ ନିମନ୍ତ୍ରିତ କରିଲେ । ଏହାକୁ ମହର୍ଷି ଆନନ୍ଦର ସହ ସ୍ଵୀକାର କରିଲେ ! ମହର୍ଷି ରାଜାଙ୍କୁ କହିଲେ ରାଜା ଆମେ ସମସ୍ତେ ଯମୁନା ନଦୀକୁ ସ୍ନାନ କରିବା ନିମନ୍ତେ ଯାତ୍ରା କରୁଅଛୁ ! ସେଠାରୁ ଫେରିବା ପରେ ଏକାଠି ଭୋଜନ ଗ୍ରହଣ କରିବା ।

ମହର୍ଷିଙ୍କର ଫେରିବାରେ ବିଳମ୍ବ ହୋଇଯାଇଥିଲେ ଏବଂ ମହାରାଜାଙ୍କ ବ୍ରତ ପାଳନର ସମୟ ମଧ୍ୟ ହୋଇଯାଇଥିଲା । ମହର୍ଷିଙ୍କ ଫେରିବାରେ ବିଳମ୍ବ ହେବ ଦେଖି ରାଜଗୁରୁ ମହାରାଜାଙ୍କୁ ପରାମର୍ଶ ଦେଲେ, ହେ ରାଜନ, ତୁଳସୀ ସହ ଜମି ପାନ କରି ବ୍ରତ ପାଳନ କରନ୍ତୁ । ଏହାଦ୍ୱାରା ବ୍ରତ ପାଳନ ସମ୍ଭବ ହେବ ଏବଂ ମହର୍ଷିଙ୍କ ଭୋଜନ ଶେଷ ହେବ ପୂର୍ବରୁ ଆପଣ ଭୋଜନ କରିବେ ଏହା ଦ୍ୱାରା ଆପଣଙ୍କ ଉପରେ କୌଣସି ପାପ ମଧ୍ୟ ଲାଗିବ ନାହିଁ । ମହାଜର ରାଜଗୁରୁଙ୍କ ପରାମର୍ଶ ଗ୍ରହଣ କରି ଜଳ ପାନ କରିଥିଲେ ।

ଯେତେବେଳେ ଦୁର୍ବାସା ଋଷି ପ୍ରତ୍ୟାବର୍ତ୍ତନ କରି ନିଜର ଯୋଗ ଶକ୍ତି ବଳରେ, ରାଜାଙ୍କ ବ୍ରତ ପାଳନ ଶେଷ ହୋଇ ସାରିଥିବା କଥା ଜାଣିପାରିଲେ ! ସେତେବେଳେ ସେ ଏହାକୁ ନିଜପ୍ରତି ଅପମାନ ବୋଲି ଭାବି କ୍ରୋଧିତ ହୋଇଥିଲେ । ସେ ନିଜର ଏକ ଜଟା ବାହାର କରି ରାଜାଙ୍କ ଉପରକୁ ଫୋପାଡ଼ିଥିଲେ ଓ ସେହି ଜଟାରୁ କର୍-ତା ନାମକ ଏକ ରାକ୍ଷସକୁ ସୃଷ୍ଟି କରିଥିଲେ ଏବଂ ରାଜାଙ୍କୁ ମାରିବା ପାଇଁ ସେହି ରାକ୍ଷସକୁ ଆଦେଶ ଦେଲେ, ମହର୍ଷି ଦୁର୍ବାସାଙ୍କ ଆଦେଶରେ ରାକ୍ଷସ ରାଜାଙ୍କୁ ମାରିବା ନିମିତ୍ତ ରାଜାଙ୍କ ପଛରେ ଦୌଡ଼ି ଥିଲା ।

ଏହା ଦେଖି ଭଗବାନ ବିଷ୍ଣୁ କ୍ରୋଧିତ ହୋଇ ମହର୍ଷିଙ୍କ ମାରିବା ପାଇଁ ନିଜର ସୁଦର୍ଶନ ଚକ୍ରକୁ ପଠାଇଥିଲେ । ମହର୍ଷି ଦୁର୍ବାସା ସୁଦର୍ଶନ ଚକ୍ର ଠାରୁ ବଂଚିବା ପାଇଁ ଦେବରାଜ ଇନ୍ଦ୍ର, ବ୍ରହ୍ମା ଓ ମହାଦେବଙ୍କ ସ୍ତ୍ରୁତି କରି ତାଙ୍କ ଶରଣରେ ଆଶ୍ରୟ ନେବା ପାଇଁ ଚାହିଁଲେ । କିନ୍ତୁ ସମସ୍ତେ ନିଜର ବିବଶତା ପ୍ରକାଶ କରିଥିଲେ ।

ଶେଷରେ କିଛି ଉପାୟ ନ ପାଇଁ ଦୁର୍ବାସା ଋଷି ସୁଦର୍ଶନ ଧାରୀ ଭଗବାନ ବିଷ୍ଣୁଙ୍କ ନିକଟକୁ ଯାଇଥିଲେ । ଭଗବାନ ବିଷ୍ଣୁ କହିଥିଲେ ଯେ ସେ ନିଜେ ନିଜର ଭକ୍ତମାନଙ୍କ ଅଧୀନରେ ଅଛନ୍ତି ! ଯଦି ଆପଣ ରାଜା ଅମ୍ବରେଶୀଙ୍କ ନିକଟକୁ ଯିବେ ତେବେ ଆପଣଙ୍କ ପାଇଁ ମଙ୍ଗଳ ହେବ । ମହର୍ଷିଙ୍କ ନିକଟରେ କୌଣସି ବିକଳ୍ପ ଉପାୟ ମଧ୍ୟ ନ ଥିଲା । ତେଣୁ ସେ ମହାରାଜାଙ୍କ ନିକଟରେ ପହଂଚି ତାଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ । ମହାରାଜା ତାଙ୍କୁ କ୍ଷମା ପ୍ରଦାନ କରିବା ସହ ତାଙ୍କ ଚରଣ ସ୍ପର୍ଶ କରିଥିଲେ । ଏହା ପରେ ସୁଦର୍ଶନ ଚକ୍ର ଫେରିଯାଇଥିଲା ।

କ୍ରୋଧ କେବେ ହେଲେ ଆମର ମଙ୍ଗଳ କାମନା କରି ନ ଥାଏ । କ୍ରୋଧ କେବଳ ଆମର ମାନ ସମ୍ମାନ, ଧାନ ସମ୍ପତି ଏବଂ ଆତ୍ମୟୀ ସ୍ୱଜନ ଇତ୍ୟାଦିକୁ ନଷ୍ଟ କରିଦେଇଥାଏ । କ୍ରୋଧରେ ମନୁଷ୍ୟର ବୃଦ୍ଧିର ନଷ୍ଟ ହୋଇଥାଏ । ବୃଦ୍ଧି ନଷ୍ଟ ହେଲେ ମନୁଷ୍ୟର ଚରିତ୍ର ମଧ୍ୟ ନଷ୍ଟ ହୋଇଥାଏ । ଏବଂ ମନୁଷ୍ୟର ଚରିତ୍ର ନଷ୍ଟ ହେଲେ ଜୀବନ କୌଣସି ମହତ୍ୱ ହିଁ ରହେ ନାହିଁ ।

ଅନୁଚ୍ଛେଦଟି କିପରି ଲାଗିଲା Comment କରି ଜଣାନ୍ତୁ ଏବଂ Share ମଧ୍ୟ କରନ୍ତୁ ! !!ଜୟ ଜଗନ୍ନାଥ!!