ଅଫେୟାରର ନାମ ଶୁଣି ରବୀନକୁ ମାରିଥିଲେ ଚାପୁଡା । ବାର୍ଦ୍ଧକ୍ୟରେ ମଧ୍ୟ ଏହି ଅବସ୍ଥାରେ ଧରାପଡିଥିଲେ ଏହି ଅଭିନେତ୍ରୀ ସହ ସନ୍ନି

Spread the love

୬୨ ବର୍ଷର ଡ଼ିମ୍ପଲ କପାଡ଼ିଆ ତାଙ୍କ ସମୟରେ ବହୁତ ଲୋକପ୍ରିୟ ଓ ବହୁତ ସୁନ୍ଦର ଅଭିନେତ୍ରୀ ଥିଲେ । ୧୯୭୩ରେ ଆସିଥିବା ତାଙ୍କର ଚଳଚିତ୍ର “ବବି” ତାଙ୍କୁ ରାତାରାତି ଷ୍ଟାର କରି ଦେଇଥିଲା । ସେହି ସମୟରେ ଡ଼ିମ୍ପଲ କପାଡ଼ିଆ ରାଜେଶ ଖାନ୍ନାଙ୍କ ବହୁତ ବଡ଼ ପ୍ରଶଂସକ ଥିଲେ । ଯେତେବେଳେ ଏହି ବିଷୟ ରାଜେଶ ଖାନ୍ନାଙ୍କୁ ଜଣା ପଡିଥିଲା, ସେ ଡ଼ିମ୍ପଲ କପାଡ଼ିଆ ସହିତ ବିବାହ କରିବା ପାଇଁ ପ୍ରସ୍ତାବ ରଖିଥିଲେ । ସେତେବେଳେ ଡ଼ିମ୍ପଲ କପାଡ଼ିଆ କେବଳ ୧୬ ବର୍ଷର ଥିଲେ, ସେ ବିବାହ ପ୍ରସ୍ତାବରେ ରାଜି ହୋଇଥିଲେ ଓ ସେହି ବର୍ଷ ହିଁ ସେ ରାଜେଶ ଖାନ୍ନାଙ୍କ ସହିତ ବିବାହ ହୋଇଥିଲେ । ଡ଼ିମ୍ପଲ ଓ ରାଜେଶ ଖାନ୍ନାଙ୍କ ଦୁଇଟି ଝିଅ ଅଛନ୍ତି, ଟ୍ଵିଙ୍କଲ ଖାନ୍ନା ଓ ରିଙ୍କି ଖାନ୍ନା । କିନ୍ତୁ ୨୦୧୨ରେ ଦୁହେଁଙ୍କ ମଧ୍ୟରେ ଛାଡପତ୍ର ହୋଇଥିଲା । ରାଜେଶ ଖାନ୍ନାଙ୍କ ସହିତ ବିବାହ ହେବାପରେ ଡ଼ିମ୍ପଲ କପାଡ଼ିଆର ନାମ ଅଭିନେତା ସନ୍ନି ଦେଓଲଙ୍କ ସହିତ ଯୋଡ଼ିଲା । କୁହାଯାଏ କି, ଡ଼ିମ୍ପଲ ସନ୍ନି ଦେଓଲଙ୍କ ସହିତ ବହୁତ ପ୍ରେମ କରୁଥିଲେ ଓ ତାଙ୍କ ସହିତ ଅନ୍ୟ କାହାର ନାମ ଯୋଡ଼ିବା ତାଙ୍କୁ ପସନ୍ଦ ନଥିଲା ।

“ମଞ୍ଜିଲ ମଞ୍ଜିଲ”ରେ ପ୍ରଥମ ଥର ପାଇଁ ନଜର ଆସିଥିଲେ –

୯୦ ଦଶକରେ ସନ୍ନି ଦେଓଲ ଚଳଚିତ୍ର ଇଣ୍ଡଷ୍ଟ୍ରିର ସୁପେର ଷ୍ଟାର ଥିଲେ । ସନ୍ନି ଦେଓଲଙ୍କ ସେହି ସମୟରେ “ଜିଦ୍ଦି, ବୋର୍ଡର, ଘାତକ ଓ ଗଦାର” ଭଳି ଅନେକ ସୁପର ହିଟ୍ ଚଳଚିତ୍ର କରିଥିଲେ । ୮୦ ଦଶକରେ ଅଭିନେତା ସନ୍ନି ଦେଓଲ ଓ ଡ଼ିମ୍ପଲ କପାଡ଼ିଆ ମଧ୍ୟରେ ଥିବା ପ୍ରେମ ବଢ଼ିବାରେ ଲାଗୁଥିଲା । ଏହି ଦୁହେଁଙ୍କ ମଧ୍ୟରେ ଥିବା ସମ୍ପର୍କ ମିଡ଼ିଆରେ ବହୁତ ଚର୍ଚ୍ଚା ହେବାକୁ ଲାଗୁଥିଲା । ଦୁହେଁ ପ୍ରଥମ ଥର ପାଇଁ “ମଞ୍ଜିଲ ମଞ୍ଜିଲ” ଚଳଚିତ୍ରରେ ଏକତ୍ର କାମ କରିବାର ଦେଖୁବାକୁ ମିଳିଥିଲା । ଏହି ସମୟ ମଧ୍ୟରେ ସେହି ଦୁହେଁଙ୍କ ମଧ୍ୟରେ ସମ୍ପର୍କ ଦୃଢତା ହେବାକୁ ଲାଗିଥିଲା ଓ ଦୁହେଁ ଭଲ ପାଇବାକୁ ଲାଗିଲେ । କିନ୍ତୁ ଥରେ ସନ୍ନି ଦେଓଲଙ୍କ ଜୀବନରେ ରବିନା ଟଣ୍ଡନ ମଧ୍ୟ ପ୍ରବେଶ କରିଥିଲେ । ସନ୍ନି ଦେଓଲଙ୍କ ନାମ ସହିତ ରବିନା ଟଣ୍ଡନଙ୍କ ନାମ ଯୋଡ଼ିବାରୁ ଡ଼ିମ୍ପଲ ଏତେ କ୍ରୋଧିତ ହୋଇଗଲେ ଯେ, ସେ ରବିନା ଟଣ୍ଡନଙ୍କୁ ଚାପୁଡ଼ା ମାରିଥିଲେ ।

ରବୀନକୁ ମାରିଥିଲେ ଚାପୁଡା :

ଏହି ଘଟଣା ସେତେବେଳର ଅଟେ ଯେତେବେଳେ ସନ୍ନି ଦେଓଲ ଓ ରବିନା ଉଭୟ ଚଳଚିତ୍ର “ଜିଦ୍ଦି”ରେ କାମ କରୁଥିଲେ । ମିଡ଼ିଆ ରିପୋର୍ଟ ଅନୁସାରେ, ଚଳଚିତ୍ର ଶୁଟିଙ୍ଗ ସମୟରେ ଦୁହେଁ ପରସ୍ପରର ଅତି ନିକଟବର୍ତ୍ତୀ ହୋଇଯାଇଥିଲେ ଓ ଦୁହେଁ ଅଧିକ ସମୟ ବିତାଇବାର ମଧ୍ୟ ଦେଖିବାକୁ ମିଳୁଥିଲା । ସେହି ସମୟରେ ରବିନା ଓ ଅକ୍ଷୟ ମଧ୍ୟରେ ବ୍ରେକ୍-ଅପ୍ ହୋଇ ଯାଇଥିଲା । ସେହି ସମୟରେ ରବିନାକୁ ସନ୍ନି ଦେଓଲ ଭିତରେ ନିଜର ସାହାରା ଦିଶିଲା । ସନ୍ନି ଦେଓଲ ମଧ୍ୟ ରବିନାଙ୍କ ଦୁଃଖ ସମୟରେ ସହର ହୋଇଥିଲେ । ଯେତେବେଳେ ଡ଼ିମ୍ପଲକୁ ସନ୍ନି ଦେଓଲ ଓ ରବିନା ମଧ୍ୟରେ ପାରସ୍ପରିକ ସମ୍ପର୍କ ବଢିବାର ବିଷୟରେ ଜଣା ପଡ଼ିଥିଲା, ସେ ବହୁତ କ୍ରୋଧିତ ହୋଇ ଯାଇଥିଲେ । ଡ଼ିମ୍ପଲ ଯେତେବେଳେ ଷ୍ଟୂଡିଓ ସେଟ ପାଖରେ ପହଞ୍ଚିଲେ, ସେତେବେଳେ ସନ୍ନି ଦେଓଲ ଓ ରବିନା କଥା ହେଉଥିଲେ, ଏହି ଦୃଶ୍ୟ ଦେଖି ସେ ବହୁତ କ୍ରୋଧିତ ହୋଇଗଲେ ନିଜକୁ ଆଉ ସେ ସମ୍ଭାଳିପାରିଲେ ନାହିଁ ଓ ଆଗପଛ ଦେଖିଲେ ନାହିଁ, ସେ ଚଳଚିତ୍ର ସେଟରେ ହିଁ ସଭିଁଙ୍କ ଆଗରେ ରବିନାକୁ ଚାପୁଡ଼ା ମାରିଦେଲେ ।

ଭାଇରଲ ହେଲା ଭିଡିଓ –

ଅଳ୍ପ ଦିନ ପୂର୍ବେ ସନ୍ନି ଦେଓଲ ଦେଶ ବାହାରେ ଚଳଚିତ୍ରର ସୁଟିଙ୍ଗ ପାଇଁ ଯାଇଥିଲେ, ସେଠାରେ ନିଜ ପୁରୁଣା ସାଙ୍ଗ ଡ଼ିମ୍ପଲ ସହିତ ସମୟ ବିତାଉଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ତାଙ୍କର ଗୋଟିଏ ଫୋଟ ଇଣ୍ଟରନେଟରେ ବହୁତ ଭାଇରଲ ହେଲା । ସେମାନେ ଗୋଟିଏ ବସ ଷ୍ଟାଣ୍ଡରେ ଦୁହେଁ ଦୁହେଁଙ୍କର ହାତ ଧରି ବସିଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ତାଙ୍କର ଏହି ଫୋଟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଥିଲେ । ବିବାହ ହେବା ଏତେ ବର୍ଷପରେ ମଧ୍ୟ ସନ୍ନି ଦେଓଲଙ୍କ ହୃଦୟରେ ଡ଼ିମ୍ପଲ ପାଇଁ ପ୍ରେମ ବଞ୍ଚି ରହିଛି ।