ଶିଳ୍ପା-ଅକ୍ଷୟଙ୍କୁ ନେଇ ରବିନା ବଡ଼ ଧରଣର ସ୍ପଷ୍ଟିକରଣ କରିଲେ । କହିଲେ ଯେତେବେଳେ ଶିଳ୍ପା-ଅକ୍ଷୟ ଏକାଠି ଥିଲେ ସେବେଠୁ ମୁଁ ଅକ୍ଷୟଙ୍କୁ…

ମନ୍ଦିରରେ ଗୁପ୍ତ ଭାବରେ ରବିନା ଏବଂ ଅକ୍ଷୟ ନିର୍ବନ୍ଧ କରିଥିଲେ ଏବଂ ସମସ୍ତଙ୍କ ଠାରୁ ଏହି ବିଷୟ ଗୁପ୍ତ ରଖିଥିଲେ ।
ବଲିଉଡରେ ଏପରି ଅନେକ ଯୋଡ଼ି ଅଛନ୍ତି, ଯେଉଁମାନେ ଏକ ସମୟରେ ସବୁଠାରୁ ନିକଟତର ଥିଲେ କିନ୍ତୁ ଆଜି ଏକାଠି ନୁହଁନ୍ତି । ପ୍ରେମ, ବିଛେଦ ଏବଂ ଅବୈଧ ସମ୍ପର୍କର କଥା ୪୦ ଦଶକ ଠାରୁ ଚାଲି ଆସୁଛି, ଯେଉଁଥିରେ କେତେ ଲୋକପ୍ରିୟ ଯୋଡ଼ିଗୁଡିକ ଅଲଗା ହୋଇ ଥିବେ ତାହା ଜଣା ନାହିଁ । କିଛି ତାରକାଙ୍କର ପ୍ରେମ, ବିବାହ ପର୍ଯ୍ୟନ୍ତ ଯାଇ ଭାଙ୍ଗିଗଲା । ସେଥିମଧ୍ୟରୁ ଏକ ଯୋଡି ହେଉଛି ରବିନା ଟଣ୍ଡନ ଏବଂ ଅକ୍ଷୟ କୁମାରଙ୍କ, ଏମାନେ ଏକାଠି ମିଶି ଅନେକ ସୁପରହିଟ ଫିଲ୍ମ କରିଛନ୍ତି ଏବଂ ବର୍ତ୍ତମାନ ସେମାନଙ୍କର ରାସ୍ତା ଅଲଗା ହୋଇଯାଇଛି । ଫିଲ୍ମରେ ଅନେକ ପ୍ରେମପୂର୍ଣ୍ଣ ଦୃଶ୍ୟ ଏବଂ ଗୀତଗୁଡିକ ଦର୍ଶକଙ୍କ ମଧ୍ୟରେ ଆଣୁଥିବା ଏହି ଯୋଡି କେବଳ ଭାରତରେ ନୁହଁ ବରଂ ବିଦେଶରେ ମଧ୍ୟ ଲୋକପ୍ରିୟ ହୋଇଛି । ଅକ୍ଷୟଙ୍କ ନାମ କେବଳ ରବିନାଙ୍କ ସହ ଯୋଡି ହୋଇ ନ ଥିଲା ବରଂ ଶିଳ୍ପାଙ୍କ ସହ ମଧ୍ୟ ଯୋଡ଼ା ହୋଇଥିଲା । ଶିଳ୍ପା, ଅକ୍ଷୟଙ୍କୁ ନେଇ ରବିନା ବଡ଼ ଧରଣର ସ୍ପଷ୍ଟିକରଣ କରିଲେ, ଏହି ତାରକା କଣ କହନ୍ତି ଚାଲନ୍ତୁ ଜାଣିବା ?
ଶିଳ୍ପା ଓ ଅକ୍ଷୟଙ୍କୁ ନେଇ ରବିନା ବଡ଼ଧରଣର ସ୍ପଷ୍ଟିକରଣ କରିଛନ୍ତି :
୯୦ ଦଶକରେ ଏପରି ଏକ ସମୟ ଆସିଥିଲା, ଯେତେବେଳେ ବଲିଉଡର ଖିଲାଡି ଅର୍ଥାତ ଅକ୍ଷୟ କୁମାର ଏବଂ ରବିନା ଟଣ୍ଡନଙ୍କ ପ୍ରେମ କାହାଣୀ ବହୁତ ଚର୍ଚ୍ଚାରେ ଥିଲା । ଦୁହେଁଙ୍କର ନିର୍ବନ୍ଧ ମଧ୍ୟ ହୋଇ ସାରିଥିଲା କିନ୍ତୁ ପୁଣି ସେମାନେ ଅଲଗା ହୋଇ ଯାଇଥିଲେ । ଏହାପରେ ଅକ୍ଷୟ ବଲିଉଡର ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ ବହୁତ ସମୟ ପର୍ଯ୍ୟନ୍ତ ଡେଟ କରିଥିଲେ କିନ୍ତୁ ଅକ୍ଷୟଙ୍କ ବିଛେଦ ତାଙ୍କ ସହ ମଧ୍ୟ ହୋଇ ଯାଇଥିଲା । ଏହାପରେ ତାଙ୍କ ଜୀବନରେ ଟ୍ଵିଙ୍କିଲ ଖାନ୍ନା ଆସିଥିଲେ, ଯାହାଙ୍କ ସହ ଅକ୍ଷୟ କୁମାର ବିବାହ କରିଥିଲେ ଏବଂ ଏହି ସମୟ ଥିଲା ୨୦୦୦ ମସିହା, ଯେତେବେଳେ ସେମାନେ ଏକ ବର୍ଷ ଏକାଠି ରହିବା ପରେ ବିବାହ କରିଥିଲେ । ଟ୍ଵିଙ୍କିଲ ଖାନ୍ନା ଏବଂ ଶିଳ୍ପା ସେଟ୍ଟୀଙ୍କ ବିଷୟରେ ଇଣ୍ଡଷ୍ଟ୍ରିରେ ଏପରି କଥା ମଧ୍ୟ ପ୍ରସିଦ୍ଧ ଅଛି ଯେ ଯେତେବେଳେ ଶିଳ୍ପା, ଅକ୍ଷୟଙ୍କୁ ଡେଟ କରୁଥିଲେ ସେହି ସମୟରେ ଏହି ଦୁଇ ଅଭିନେତ୍ରୀଙ୍କ ବନ୍ଧୁତାରେ ଫାଟ ସୃଷ୍ଟି ହୋଇ ଯାଇଥିଲା । ରବିନା ଏକ ମିଡ଼ିଆ ହାଉସକୁ ସାକ୍ଷାତ କରି ଏହି ବିଷୟର ସ୍ପଷ୍ଟିକରଣ କରିଥିଲେ । ରବିନା କହିଥିଲେ, “ମୁଁ ଏବଂ ଶିଳ୍ପା ସେତେବେଳେ ବହୁତ ଭଲ ବନ୍ଧୁ ଥିଲୁ ସେତେବେଳେ ସେ ମୋର ପୂର୍ଵ ପ୍ରେମିକକୁ ଡେଟ କରୁଥିଲେ ଏବଂ ସେହି ସମୟରେ ମୋର ନିର୍ବନ୍ଧ ମଧ୍ୟ ଭାଙ୍ଗି ଯାଇଥିଲା ।”
ରବିନା ଏହି ବିଷୟରେ ଆଗକୁ କହିଲେ, “ମୋର ଏବଂ ଅକ୍ଷୟଙ୍କ ନିର୍ବନ୍ଧ ଆଗରୁ ଭାଙ୍ଗି ଯାଇଥିଲା ଏବଂ ଏହା ପରେ ମୁଁ କେଉଁଠାରୁ ପଢିବାକୁ ପାଇଲି ଯେ, ଶିଳ୍ପା ଏବଂ ଅକ୍ଷୟ ପରସ୍ପରକୁ ଡେଟ କରୁଛନ୍ତି । ପରେ ସେମାନଙ୍କର ମଧ୍ୟ ବିଛେଦ ହୋଇଯାଇଥିଲା ଏବଂ ପୁଣି ଅକ୍ଷୟ ଟ୍ଵିଙ୍କିଲ ଖାନ୍ନାଙ୍କୁ ଡେଟ କରିବାକୁ ଲାଗିଲେ । ମୁଁ ଏବଂ ଶିଳ୍ପା ସବୁବେଳେ ବହୁତ ଭଲ ବନ୍ଧୁ ଅଛୁ ।” ଶିଳ୍ପାଙ୍କ ସହ ତାଙ୍କର ସମ୍ପର୍କରେ ଫାଟ ଆସିଯିବାର ଖବର ସେହି ସମୟରେ ବହୁତ ଚର୍ଚ୍ଚାରେ ଥିଲା । ଏହି ପ୍ରଶ୍ନରେ ରବିନା କହିଥିଲେ, “ଏପରି କିଛି ନାହିଁ… ଆମେ ଦୁହେଁ ମିଶି ଫିଲ୍ମ ପରଦେଶୀ ବାବୁରେ ଗୋବିନ୍ଦାଙ୍କ ସହ କାମ କରିଥିଲୁ । ଯେତେବେଳେ ଶିଳ୍ପା ଅକ୍ଷୟଙ୍କୁ ଡେଟ କରୁଥିଲେ ସେତେବେଳେ ମଧ୍ୟ ଆମେ ବହୁତ ଭଲ ବନ୍ଧୁ ଥିଲୁ ଏବଂ ଅକ୍ଷୟଙ୍କ ସହ ମୋର କଥାବାର୍ତ୍ତା ହେଉଥିଲା ।”
ଏପରି ଭାବରେ ରବିନା ଏବଂ ଅକ୍ଷୟଙ୍କ ପ୍ରେମ କାହାଣୀ ଆରମ୍ଭ ହୋଇଥିଲା :
ରବିନା ନିଜ ପ୍ରେମ କାହାଣୀ ବିଷୟରେ କହିଲେ, “ଏକ ଆମେରିକୀୟ କାର୍ଯ୍ୟକ୍ରମ ମାଧ୍ୟମରେ ମୋର ଅକ୍ଷୟଙ୍କ ସହ ପ୍ରଥମ ଥର ଦେଖା ହୋଇଥିଲା । ଏହା ପରେ ଖବର ବ୍ୟାପିବାକୁ ଲାଗିଲା ଯେ, ମୁଁ ଏବଂ ଅକ୍ଷୟ ପରସ୍ପରକୁ ଡେଟ କରୁଛୁ, ସେତେବେଳେ ଏହି ଖବରର ସତ୍ୟତା ନଥିଲା । ମୁଁ ଏବଂ ଅକ୍ଷୟ ପରସ୍ପରକୁ ୧୯୯୫ ଫେବୃୟାରୀରେ ଡେଟ କରିବା ଆରମ୍ଭ କରିଥିଲୁ । ମୁଁ ଏବଂ ଅକ୍ଷୟ ଏକ ମନ୍ଦିରରେ ନିର୍ବନ୍ଧ ମଧ୍ୟ କରିଥିଲୁ । ଅକ୍ଷୟଙ୍କୁ ଭୟ ଥିଲା, ଯଦି ନିର୍ବନ୍ଧର ଖବର ମିଡ଼ିଆରେ ଆସିଯାଏ; ତେବେ ତାଙ୍କର ଫ୍ୟାନ ଫୋଲୋଇଙ୍ଗ କମି ଯିବେ । ତେଣୁ ଆମେ ଏହି କଥା ସମସ୍ତଙ୍କ ଠାରୁ ଲୁଚେଇ ରଖିଥିଲୁ । ଅକ୍ଷୟ କହିଥିଲେ ଯେ, ସେ ତାଙ୍କର ସୁଟିଙ୍ଗ ଶେଷ କରିବା ପରେ ମୋ ସହ ବିବାହ କରିବେ କିନ୍ତୁ ପରେ କୌଣସି କଥା ଯୋଗୁଁ ଆମେ ଅଲଗା ହୋଇଥିଲୁ ।”