ଅକ୍ଷୟଙ୍କୁ ନେଇ ଏକ ବଡ଼ ରହସ୍ୟ ଖୋଲିଛିନ୍ତି, ରବିନା । କହିଛନ୍ତି, “ମୁଁ ରାତ୍ର ୩ଟା ପର୍ଯ୍ୟନ୍ତ ପୀଡ଼ରେ ଛଟପଟ ହେଉଥିଲି, ପରେ…..

Spread the love

ଅକ୍ଷୟଙ୍କ ସହ ସମ୍ପର୍କରେ ଫାଟ ସୃଷ୍ଟି ହେବା ପରେ ରବିନା ଚିନ୍ତଗ୍ରସ୍ତ ହୋଇପଡି ଥିଲେ । ଏହି ରହସ୍ୟ ନିଜେ ରବିନା ଏକ ସାକ୍ଷାତକାରରେ କରିଛନ୍ତି ।

ରବିନାଙ୍କ ନାମ ବଲିଉଡର ସୁନ୍ଦର ଏବଂ ନାମିଦାମୀ କଳାକାରଙ୍କ ମଧ୍ୟରେ ସାମିଲ ଅଟେ । ୯୦ ଦଶକରେ ରବିନା ଅନେକ ଗୁଡିଏ ହିଟ୍ ଚଳଚ୍ଚିତ୍ରର ଭେଟି ଦର୍ଶକଙ୍କୁ ଦେଇଛନ୍ତି । ସେହି ସମୟରେ କେବଳ ଦୁଇ ଜଣ କଳାକାରଙ୍କ ନାମ ପ୍ରସିଦ୍ଧ ଥିଲେ ଜଣେ ରବିନା ଏବଂ ଅନ୍ୟ ଜଣେ ହେଲେ କରିସ୍ମା କପୁର । ମୋହରା ଚଳଚିତ୍ରର “ଟିପ୍ ଟିପ୍ ବରଷା ପାନି” ଜରିଆରେ ଅନେକ ଯୁବକଙ୍କୁ ନିଜ ଆଡକୁ ଆକୃଷ୍ଟ କରି ପାରିଥିଲେ ରବିନା ଟଣ୍ଡନ୍ । “ତୁ ଚିଜ୍ ବଡ଼ି ହେ ମସ୍ତ୍ ମସ୍ତ୍” ଏବଂ “ଆଖିୟୋଂ ସେ ଗୋଲି ମାରେ” ଗୀତରେ ମଧ୍ୟ ଦର୍ଶକଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇଥିଲେ ରବିନା । ରବିନା ଆଜି ମଧ୍ୟ ଅନେକ ଦର୍ଶକଙ୍କ ହୃଦୟରେ ରାଜ୍ କରୁଛନ୍ତି ।

ଅକ୍ଷୟ କୁମାରଙ୍କ ସହ ସମ୍ପର୍କ

୧୯୯୪ରେ ଅକ୍ଷୟ ଏବଂ ରବିନାଙ୍କ ଚଳଚିତ୍ର ମୋହରା ସୁପରହିଟ ହୋଇଥିଲା । ଏହି ଚଳଚ୍ଚିତ୍ରର ଗୀତ “ତୁ ଚିଜ୍ ବଡ଼ି ହେ ମସ୍ତ୍ ମସ୍ତ୍” ମାଧ୍ୟମରେ ରବିନା ବଲିଉଡରେ ମସ୍ତ୍ ମସ୍ତ୍ ଗାର୍ଲ ରୂପେ ପରିଚିତ ହୋଇଥିଲେ । କିନ୍ତୁ ଏପରି ଏକ ସମୟ ଆସିଥିଲା ଯେଉଁଠି ଅକ୍ଷୟ ଏବଂ ରବିନାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଖୁବ୍ ଚାଲିଥିଲା । ସମୟ ଏପରି ଥିଲା ରବିନା, ଅକ୍ଷୟ ଦୁହେଁ ପ୍ରେମରେ ଏକଦମ ପାଗଳ ହୋଇ ଯାଇଥିଲେ । କିନ୍ତୁ କିଛି ସମୟ ପରେ ଦୁହିଁଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଯାଇ ଥିଲା । ସମ୍ପର୍କରେ ଫାଟ ସୃଷ୍ଟି ହେବା ପରେ ରବିନା ଡିପ୍ରେସନକୁ ଚାଲି ଯାଇଥିଲେ । ଏହା ରବିନାଙ୍କ ପାଇଁ ଏକ ଦୁର୍ଘଟଣା ସଦୃଶ୍ୟ ହୋଇ ଯାଇଥିଲା ।

ରାସ୍ତା କଡ଼ର ଏକ ମହିଳା ଜୀବନ ବଞ୍ଚିବାର ରାସ୍ତା ଶିଖାଇ ଥିଲେ

ଏକ ସାକ୍ଷାତକାରରେ ରବିନା କହିଛନ୍ତି; ସେହି ଦିନ ଗୁଡିକରେ ଘରେ ମୋର ମନ ଲାଗୁନ ଥିଲା, ଏହି କାରଣରୁ ମୁଁ ସର୍ବଦା ବାହାରେ ରହୁଥିଲି । ଏହି ସମୟରେ ଏକଦା ରାତ୍ର ୩ଟାରେ ମୁମ୍ବାଇର ରାସ୍ତାରେ ମୁଁ ବୁଲୁଥିଲି । ସେହି ସମୟରେ ଝୁଙ୍ଗିରେ ରହୁଥିବା ଏକ ମହିଳାଙ୍କ ଉପରେ ମୋର ନଜର ପଡିଥିଲା, ସେହି ମହିଳାର ସ୍ୱାମୀ ତା ସହ ମାରପିଟ କରୁଥିଲା । ମହିଳା ଜଣକ ଖୁବ୍ ଚିତ୍କାର କରୁଥିଲା । ସେହି ସମୟରେ ତାର ପିଲା ମଝିରେ ଚାଲି ଆସିଥିଲା ଏବଂ ପରେ ପିଲାକୁ ଧରି ମହିଳା ଜଣକ ଖେଳିବାରେ ଲାଗି ଯାଇଥିଲା । ପିଲାଟି ସହ ମହିଳା ଜଣଙ୍କୁ ଦେଖି ମୁଁ ବିଶ୍ୱାସ କରି ପାରିନଥିଲି ଯେ, କିଛି ସମୟ ପୂର୍ବରୁ ଚିତ୍କାର କରୁଥିବା ମହିଳା ଜଣକ ଏତେ ମଜାରେ ପିଲା ସହ ଖେଳୁଛି । ଏହି ଘଟଣାଟି ମୋ ଜୀବନର ଚିନ୍ତାଧାରାକୁ ବଦଳାଇ ଦେଇଥିଲା ।

ପରିବାର ସହ ଖୁସିରେ ଜୀବନ ବିତାଉଛନ୍ତି ବର୍ତ୍ତମାନ ରବିନା ଟଣ୍ଡନ୍ :

ମହିଳାକୁ ଦେଖି ରବିନା ଭାବିଥିଲେ, “ଜଣେ ମନୁଷ୍ୟ ମୋ ଜୀବନରୁ ଚାଲିଯିବା ପରେ ମୁଁ କଣ ପାଇଁ ଏତେ ଦୁଃଖି ହେଉଛି ।” ପିଲାଟି ସହ ଖେଳୁଥିବା ମହିଳା ପାଖରେ ନା ଘର ଅଛି ନା କୌଣସି ସୁଖ ସୁବିଧା ଅଛି । ତାହା ସତ୍ତ୍ୱେ ମଧ୍ୟ ସେ ଖୁସିରେ ଅଛି । ମୋ ପାଖରେ ସବୁ କିଛି ରହିଛି ହେଲେ ମଧ୍ୟ ମୁଁ ଦୁଃଖିଙ୍କ ପରି ଜୀବନ ଅତିବାହିତ କରୁଛି । ସେହି ଦିନଠୁ ହିଁ ମୋର ନୂତନ ଜୀବନ ଆରମ୍ଭ ହୋଇ ଯାଇଥଲା ଏବଂ କେବେ ମଧ୍ୟ ପଛକୁ ଫେରି ଚାହିଁ ନାହିଁ । ସେହି ଦିନ ଠାରୁ ରବିନା ନିଜ ଚିନ୍ତାଧାରାକୁ ବଦଳାଇ ନିଜ ପରିବାର ସହ ଖୁସିରେ ଜୀବନ ବିତାଉଛନ୍ତି ।