ଏକଦା ରବିନା ଏହି ବ୍ୟକ୍ତିକୁ ଧକ୍କା ମାରି ସେଟରୁ ବାହାର କରି ଦେଇଥିଲେ, ସେହି ଆଜିର ସୁପରଷ୍ଟାର ।

Spread the love

ରବିନା ଟଣ୍ଡନଙ୍କ ନାମ ବଲିଉଡରେ ସୁନ୍ଦରୀ ଏବଂ ପ୍ରସିଦ୍ଧ ଅଭିନେତ୍ରୀଙ୍କ ସୂଚୀରେ ସାମିଲ ହୋଇଛି । ରବିନାଙ୍କ ନାମ ଅନେକ ସୁପରହିଟ ଫିଲ୍ମରେ ସାମିଲ ହୋଇଛି । ୯୦ ଦଶକରେ ରବିନା ଅନେକ ସୁପରହିଟ ଫିଲ୍ମ ଦର୍ଶକଙ୍କୁ ଦେଇଥିଲେ । ସେହି ସମୟରେ କେବଳ ଅବିନେତ୍ରୀଙ୍କ ସମୟ ଚାଲୁଥିଲା । ଯେଉଁଥିରେ ପ୍ରଥମ ନାମ ରବିନାଙ୍କ ଥିଲା ଏବଂ ଦ୍ଵିତୀୟ ନାମ କରିସ୍ମା କପୁରଙ୍କ ଥିଲା । ଫିଲ୍ମ ମୋହରାର ଗୀତା ଟିପଟିପ ବରଷା ପାନିରୁ ରବିନା ଯୁବକଙ୍କ ହୃଦୟର ରାଣୀ ପାଲଟି ଯାଇଥିଲେ ।ରବିନା ଏହି ଗୀତରେ ହଳଦିଆ ରଙ୍ଗର ଶାଢ଼ୀ ପିନ୍ଧିଥିଲେ ଯାହା ରବିନାଙ୍କ ସୁନ୍ଦରତାକୁ ଦ୍ୱିଗୁଣିତ କରୁଥିଲା । ଅନ୍ୟ ପକ୍ଷରେ ତୁ ଚିଜ ବଡି ହେ ମସ୍ତ ମସ୍ତ ଏବଂ ଆଖିୟୋଂ ସେ ଗୋଲି ମାରେ ଭଳି ଗୀତରେ ଲୋକଙ୍କୁ ପାଗଳ କରିଥିଲେ । ରବିନା ଆଜି ମଧ୍ୟ ସେହିଭଳି ସୁନ୍ଦର ଦେଖା ଯାଉଛନ୍ତି ଏବଂ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରୁଛନ୍ତି । ବର୍ତ୍ତମାନ ରବିନା ନଚବାଲିୟେ ୯ରେ ଜର୍ଜ ରୂପରେ କାର୍ଯ୍ୟରତ ଅଟନ୍ତି ।

ରବିନା ବଲିଉଡର ଏହିପରି ଜଣେ ଅଭିନେତ୍ରୀ ଯିଏ ବଲିଉଡର ସମସ୍ତ ବଡ଼ ବଡ଼ କଳାକାରଙ୍କ ସହ ଅଭିନୟ କରିଛନ୍ତି । କିନ୍ତୁ କଣ ଆପଣ ଜାଣିଛନ୍ତି ଏକ ସମୟରେ ଏହି ଅଭିନେତ୍ରୀ ଆଜିର ସୁପରଷ୍ଟାରଙ୍କୁ ଫିଲ୍ମ ସେଟରୁ ଧକ୍କା ମାରି ବାହାର କରିଦେଇଥିଲେ ।ଆଜି ଆମେ ଆପଣଙ୍କୁ ରବିନା ଏବଂ ରଣବିର ସିଂହଙ୍କ ସହ ଜଡିତ ଏବଂ ବିଷୟରେ ଜଣାଇବୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି ।

ରବିନା ଯେତେବେଳେ ରଣବିରଙ୍କୁ ସୁଟିଙ୍ଗ ସେଟରୁ ବାହାର କରି ଦେଇଥିଲେ :

ରଣବିର ସିଂହ ଛୋଟବେଳୁ ହିଁ ଅକ୍ଷୟ କୁମାରଙ୍କ ବହୁତ ବଡ଼ ପ୍ରଶଂସକ ଅଟନ୍ତି । ରଣବିରଙ୍କ ପିତା ଇଣ୍ଡଷ୍ଟ୍ରିର କିଛି ପ୍ରଡୁସରଙ୍କ ନିକଟତର ଅଟନ୍ତି । ଏହି ପରିପ୍ରେକ୍ଷୀରେ ଯେତେବେଳେ ରଣବିରଙ୍କ କିଛି ସମ୍ପର୍କୀୟ କାନଡ଼ାରୁ ଆସିଥିଲେ ସେମାନେ ଅକ୍ଷୟ କୁମାରଙ୍କୁ ଦେଖିବା ପାଇଁ ଜିଦ୍ଧ ଧରିବସିଲେ । ରଣବିରଙ୍କ ପିତା ରଣବିର ଏବଂ ତାଙ୍କର ସମ୍ପର୍କୀୟଙ୍କୁ ନେଇ ମୋହରାର ସୁଟିଙ୍ଗ ସେଟକୁ ଯାଇଥିଲେ । ସେହି ସମୟରେ ଅକ୍ଷୟ କୁମାର ଏବଂ ରବିନାଟଣ୍ଡନ ଟିପିଟିପି ବରଷା ପାନିର ସୁଟିଙ୍ଗ କରୁଥିଲେ ।ସେଟରେ ରବିନାଙ୍କୁ ଦେଖି ରଣବିର ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ରଣବିର ଏକ ଶୋରେ କହିଥିଲେ ତାଙ୍କର ଜୀବନରେ ଏତେ ସୁନ୍ଦର ଝିଅ ଦେଖିନଥିଲେ ଏବଂ ସେ ରବିନାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ ରବିନାଙ୍କୁ ସେହି ସମୟରେ ନିରେଖି ଦେଖିଥିଲେ ଏହା ରବିନାଙ୍କୁ ଅସହଜ ମନେ ହୋଇଥିଲା ଏବଂ ସେ କୃ ମେମ୍ବରଙ୍କୁ କହି ରଣବିରଙ୍କୁ ସୁଟିଙ୍ଗ ସେଟରୁ ବାହାର କରିଦେଇଥିଲେ ।

ଅକ୍ଷୟ କୁମାରଙ୍କ ସହ ସମ୍ପର୍କ :

୧୯୯୪ରେ ଅକ୍ଷୟ କୁମାର ଏବଂ ରବିନାଙ୍କ ଫିଲ୍ମ ମୋହରା ସୁପରହିଟ ହୋଇଥିଲା । ଏହି ଫିଲ୍ମର ଗୀତ ତୁ ଚିଜ ବଡି ହେ ମସ୍ତ ମସ୍ତରେ ରବିନା ବଲିଉଡରେ ମସ୍ତ ମସ୍ତ ଗାର୍ଲ ରୂପରେ ପରିଚିତ ହୋଇଯାଇଥିଲେ । ବଲିଉଡରେ ଏକ ସମୟରେ ରବିନା ଏବଂ ଅକ୍ଷୟ କୁମାରଙ୍କ ସମ୍ପର୍କର ଚର୍ଚ୍ଚା ଥିଲା । ସେ ଅକ୍ଷୟଙ୍କ ପ୍ରେମରେ ସମ୍ପୂର୍ଣ୍ଣ ରୂପରେ ବନ୍ଧି ହୋଇଯାଇଥିଲେ । କନ୍ତୁ କିଛି ସମୟ ପରେ ଦୁହିଙ୍କ ସମ୍ପର୍କରେ ବିଛେଦ ହୋଇଯାଇଥିଲା । ବିଛେଦ ପରେ ରବିନା ଦିପ୍ରେସନକୁ ଚାଲିଯାଇଥିଲେ ଏବଂ ରବିନାଙ୍କ ଅବସ୍ଥା ସମସ୍ତଙ୍କୁ ଅଛପା ନଥିଲା । ରବିନାଙ୍କ ପାଇଁ ଏହା କୌଣସି ଦୁଃଖଦ ସ୍ୱପ୍ନ ସଦୃଶ୍ୟ ଥିଲା । ପରେ ସେ ଏଥିରୁ ମୁକୁଳି ଥିଲେ ଏବଂ ଅନିଲ ଥଡାନିଙ୍କ ବିବାହ କରିଥିଲେ । ଆଜି ରବିନା ନିଜ ପତି ଏବଂ ପିଲାଙ୍କ ସହ ଏକ ସୁଖଦ ଜୀବନ ଅତିବାହିତ କରୁଛନ୍ତି ।