ରାବଣର ନାଭିରେ ପ୍ରାଣ ରହିବାର କ’ଣ ରହସ୍ୟ ଥିଲା ?

Spread the love

ବନ୍ଧୁଗଣ କଣ ଆପଣ ଜାଣିଛନ୍ତି ରାବଣର ନାଭି ରେ ପ୍ରାଣ ରହିବାର କଣ ରହସ୍ୟ ଥିଲା ? ତେବେ ଚାଲନ୍ତୁ ଜାଣିବା ଏହା ପଛରେ କ’ଣ କାରଣ ରହିଛି ?

ବନ୍ଧୁଗଣ ଏହିପରି କୁହାଯାଏ ଯେ ରାବଣର ଦୁର୍ବଳତା ତା ନାଭିରେ ଲୁଚି ଥିଲା । ଏହା ବିଷୟରେ ତା ପରିବାର ହିଁ ଜାଣିଥିଲେ, ଏହିପରି କୁହାଯାଏ ଯେ ଥରେ ରାବଣ ନିଜ ଭାଇ ସହିତ କଠୋର ତପ କରିବା ପାଇଁ ଗୋକୋନୋ ନାମକ ଆଶ୍ରମକୁ ଯାଇଥିଲା । ସେ ଭାବି ରଖିଥିଲା କି, ସେ କଠୋର ତପ କରି ଭଗବାନ ବ୍ରହ୍ମାଙ୍କୁ ପ୍ରସନ୍ନ କରି ବରଦାନ ପ୍ରାପ୍ତି କରିବ । ରାବଣ ନିରନ୍ତର ଭାବେ ଦଶ ହଜାର ବର୍ଷ ପର୍ଯ୍ୟନ୍ତ ବ୍ରହ୍ମାଙ୍କୁ ତପସ୍ୟା କରିଥିଲା ଏକ ହଜାର ବର୍ଷ ପୁରା ହେବ ପରେ ସେ ତାର ଗୋଟିଏ ମୁଣ୍ଡ ଯଜ୍ଞରେ ଅର୍ପଣ କରି ଦେଉଥିଲା । ଏହି ପ୍ରକାର ନଅ ହଜାର ବର୍ଷ ତପ କରିବା ପରେ ତା’ର ନଅଟି ମୁଣ୍ଡ ଯଜ୍ଞରେ ଅର୍ପଣ କରି ସାରିଥିଲା । ଯେତେବେଳେ ଦଶ ହଜାର ବର୍ଷ ହେବାକୁ ଆସିଲା ରାବଣ ନିଜ ଦଶମ ମୁଣ୍ଡ ମଧ୍ୟ ଯଜ୍ଞରେ ଅର୍ପଣ କରିବାକୁ ଲାଗିଲା ।

ସେତେବେଳେ ବ୍ରହ୍ମା ପ୍ରକଟ ହେଲେ ଏବଂ ରାଵଣକୁ କହିଲେ, ହେ ଧର୍ମରାଜ ! ମୁଁ ତୁମ ପାଇଁ କ’ଣ କରି ପାରିବି ଯାହା ଦ୍ୱାରା ତୁମ ପରିଶ୍ରମ ବ୍ୟର୍ଥ ଯିବନାହିଁ । ତୁମେ ଯେଉଁ ବର ମାଗିବାର ଅଛି ମାଗ । ପ୍ରଥମେ ରାବଣ ଅମର ହେବା ପାଇଁ ବରଦାନ ମାଗିଥିଲା । କିନ୍ତୁ ବ୍ରହ୍ମା କହିଲେ ଏହିପରି ସମ୍ଭବ ନୁହେଁ । ସେତେବେଳେ ରାବଣ ଏହି ବର ମାଗିଲା ଯେ ମଣିଷ ଜାତିକୁ ଛାଡି ଆଉ କିଏ ବି ମୋତେ ବଦ୍ଧ କରିପାରିବ ନାହିଁ । ବ୍ରହ୍ମା ରାଵଣକୁ ବରଦାନ ଦେବା ସହିତ ତା’ର କାଟି ହୋଇଥିବା ନଅଟି ମୁଣ୍ଡ ମଧ୍ୟ ଫେରାଇ ପାଇଥିଲା ।

ବରଦାନ ମିଳିବା ପରେ ରାବଣ ଜଣ ଜଣ କରି ସମସ୍ତ ଦେବତାଙ୍କ ଠାରୁ ବିଜୟୀ ହେବାକୁ ଲାଗିଲା । ଏହି ପ୍ରକାରରେ ସେ ଯମ ଲୋକ ପହଞ୍ଚିଥିଲା ଏବଂ ଯମରାଜଙ୍କ ସହିତ ଯୁଦ୍ଧ କରିବାକୁ ଲାଗିଲା । ଦୁଇ ଜଣଙ୍କ ମଧ୍ୟରେ ଭୟଙ୍କର ଯୁଦ୍ଧ ହେବାକୁ ଲାଗିଲା । ଯୁଦ୍ଧ ସମୟରେ ଯମରାଜ ନିଜ ଅସ୍ତ୍ର ସାହାଯ୍ୟରେ ରାଵଣକୁ ମାରିବା ପାଇଁ ଚାହିଁ ଥିଲେ କିନ୍ତୁ ସେତେବେଳେ ଭଗବାନ ବ୍ରହ୍ମା ସେଠାରେ ପ୍ରକଟ ହୋଇଗଲେ ଏବଂ ଯମରାଜଙ୍କୁ ଅଟକାଇ ଦେଇଥିଲେ । ବ୍ରହ୍ମା ଯମରାଜଙ୍କୁ କହିଲେ ରାବଣ ମୋର ବରଦାନ କାରଣରୁ ତୁମଠାରୁ ମୃତ୍ୟୁବରଣ କରି ପାରିବ ନାହିଁ । ଯଦି ତୁମେ ରାଵଣ ଉପରେ ତୁମର ଅସ୍ତ୍ର ପ୍ରୟୋଗ କରିବ ସେତେବେଳେ ରାବଣ ଅମରତ୍ୱ ପ୍ରାପ୍ତି କରି ନେବ । ଏଥିପାଇଁ ବ୍ରହ୍ମା କହିବା ଦ୍ୱାରା ଦୁଇଜଣଙ୍କ ଯୁଦ୍ଧ ଶେଷ ହେଲା । ସେତେବେଳେ ରାବଣ ଯମରାଜକୁ ଅମରତ୍ୱ ବର ଦାନ ମାଗିଥିଲେ କିନ୍ତୁ ଯମରାଜ ବରଦାନ ପ୍ରାପ୍ତି କରି ନ ଥିଲେ । କିନ୍ତୁ ଯମରାଜ ରାବଣର ପ୍ରାଣକୁ ତା ନାଭିରେ ଏକ ଅମୃତ କୁଣ୍ଡ ସ୍ଥାପନ କରି ଲୁଚାଇ ଦେଇଥିଲେ ।

ତେବେ ବନ୍ଧୁଗଣ, ରାବଣର ନାଭିରେ ପ୍ରାଣ ରହିଥିବା ରହସ୍ୟ ଜାଣିଲେ ବର୍ତ୍ତମାନ ଏହି ଅନୁଛେଦଟି ଆପଣଙ୍କୁ କିପରି ଲାଗିଲା comment କରି ଜଣାନ୍ତୁ ।

!!ଜୟ ଜଗନ୍ନାଥ!!