ରାତ୍ରରେ ୨ଟି ଅଳେଇଚ ସେବନ କରନ୍ତୁ । ୫ଦିନରେ ଏହାର ପ୍ରଭାବ ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

Spread the love

ଅଲେଇଚାର ଲାଭଦାୟକ ବିଷୟରେ ଆପଣ ସମସ୍ତେ ଜାଣିଥିବେ । ଥଣ୍ଡା ହେଲେ ଅଳେଇଚରେ ପ୍ରସ୍ତୁତ ଚାହା ନିଶ୍ଚିତ ପିଇଥିବେ । ଏହାସଙ୍ଗେ ସଙ୍ଗେ ହାଲୱା, କ୍ଷୀରି କେତେକ ଖାଦ୍ୟରେ ମଧ୍ୟ ଅଲେଇଚାର ବ୍ୟବହାର ବିଷୟରେ ଆପଣମାନେ ଜାଣିଥିବେ । ଅଲେଇଚାରର ବ୍ୟବହାର ଫଳରେ ଖାଦ୍ୟ ପଦାର୍ଥର ସ୍ଵାଦ ମଧ୍ୟ ବଢିଯାଇଥାଏ । ଅଳେଇଚ ଏତେ ସୁଗନ୍ଧ ଅଟେ ଯେ, ସେହି ସୁଗନ୍ଧରେ ହିଁ ଆକୃଷ୍ଟ ହୋଇ ଅଧିକାଂଶ ମନୁଷ୍ୟ ଭୋଜନ କରିଦିଅନ୍ତି । ଅଳେଇଚ ଖାଇବାରେ ଯେତିକି ସ୍ଵାଦିଷ୍ଟ, ସ୍ୱାସ୍ଥ୍ୟ ପାଇଁ ମଧ୍ୟ ତାଠାରୁ ଅଧିକ ଲାଭଦାୟକ । ଏଥିରେ ଅନେକ ପ୍ରକାରର ଔଷଧୀୟ ଗୁଣ ରହିଅଛି । ଠିକ୍ ସମୟ ପୂର୍ବରୁ ଆପଣ ଅଳେଇଚ ସେବନ କରି ରୋଗର ପ୍ରଭାବକୁ କମେଇ ପାରିବେ । ତେବେ ଚାଲନ୍ତୁ ଜାଣିବା ଆଜିର ଏହି ଅନୁଛେଦରେ ଅଳେଇଚର କିଛି ଲାଭଦାୟକ ଗୁଣ ବିଷୟରେ ।

୧) ବ୍ରଣ –

ଯଦି ଶରୀରର ରକ୍ତ ସଫା ନଥାଏ, ତେବେ ଚେହେରାରେ ବ୍ରଣର ସମସ୍ୟା ଦେଖାଯାଇଥାଏ । ଯେଉଁମାନେ ବ୍ରଣ ସମସ୍ୟାରେ ପୀଡିତ ରହିଛନ୍ତି, ସେମାନେ ରାତ୍ରରେ ଗରମ ପାଣି ସହିତ ଅଳେଇଚ ସେବନ କରିବା ଦ୍ୱାରା ବ୍ରଣ କମିବା ସହ ଚର୍ମ ସମ୍ପୃକ୍ତ ରୋଗ ମଧ୍ୟ ଠିକ୍ ହୋଇଥାଏ ।

୨) ପେଟ ସମସ୍ୟା –

ଆଜିକାଲି ପ୍ରାୟ ସମସ୍ତ ଲୋକଙ୍କ ମଧ୍ୟରେ ପେଟ ଜନିତ ସମସ୍ୟା ଦୃଷ୍ଟିଗୋଚର ହୋଇଥିବାର ଦେଖିବାକୁ ମିଳୁଛି । ପେଟ ଠିକ୍ ନ ରହିବା ଯୋଗୁଁ ଅନେକ ରୋଗରେ ସମ୍ମୁଖୀନ ହେବାକୁ ପଡ଼ିଥାଏ । ପେଟ ସମସ୍ୟା ଦୂର କରିବା ପାଇଁ ସକାଳେ ଖାଲି ପେଟରେ ନଖ ଉଷୁମ ପାଣିରେ ଗୋଟିଏ ଅଳେଇଚ ସେବନ କରନ୍ତୁ । କିଛି ଦିନ ଏଭଳି କରିବା ଦ୍ୱାରା ଲାଭ ମିଳିଥାଏ । ଯଦି ପେଟ ଠିକ୍ ରୂପେ କାର୍ଯ୍ୟ କରିଥାଏ, ତେବେ ଦେହ ସୁସ୍ଥ ରହିବା ସହ ଆପଣ ଅନେକ ପ୍ରକାରର ରୋଗ ଠାରୁ ଦୁରେଇ ରହିପାରିବେ ।

୩) ପାଟିରୁ ବାହାରୁ ଥିବା ଦୁର୍ଗନ୍ଧ –

କେତେକ ଲୋକଙ୍କ ପାଟିରୁ ଦୁର୍ଗନ୍ଧ ବାହାରିଥାଏ । ସେମାନେ କଥା ହେଲାବେଳେ ଆଖପାଖର ଲୋକମାନେ ଅଚେତା ହେବାର ସମ୍ଭାବନା ଅଧିକ ଥାଏ । ଅର୍ଥାତ ତାଙ୍କ ପାଟିରୁ ଏତେ ଦୁର୍ଗନ୍ଧ ଆସିଥାଏ ଯେ, ସେହି ଗନ୍ଧକୁ ସମ୍ଭାଳିବା ଅସମ୍ଭବ ହୋଇଯାଏ । ଏଭଳି ଲୋକମାନେ ପ୍ରତ୍ୟେକ ଦିନ ଅଳେଇଚ ସେବନ କରି ପାଟିର ଦୁର୍ଗନ୍ଧକୁ ଦୂର କରିପାରିବେ । ପ୍ରତିଦିନ ଏଥିରୁ ତିଆରି କାଢାକୁ ମାନେ ଅଳେଇଚକୁ ପାଣିରେ ପକାଇ ଫୁଟାଇ, ସେହି ପାଣିକୁ ଥଣ୍ଡା ହେବା ପରେ ସେଥିରେ ଅଳ୍ପ ମହୁ ମିଶାଇ ପିଇବା ଦ୍ୱାରା ପାଟିର ଦୁର୍ଗନ୍ଧ ଦୂର ହେବା ସହ ମାନସିକ ଚିନ୍ତା ଦୂର ହୋଇଥାଏ ।

ବନ୍ଧୁଗଣ ଆଶା କରୁଛି ଏହି ଅନୁଛେଦରେ ପ୍ରଦାନ କରାଯାଇଥିବା ସୂଚନାଟି ଆପଣମାନଙ୍କୁ ପସନ୍ଦ ଆସିଥିବ । ପସନ୍ଦ ଆସିଥିଲେ ବିଷୟଟିକୁ ଗୋଟିଏ ଲାଇକ କରିଦିଅନ୍ତୁ ଓ ନିଜ ପ୍ରିୟଜନ ମାନଙ୍କ ସହିତ ସେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ !