ରାସନ କାର୍ଡରେ ହୋଇଛି ୨ଟି ବଡ଼ ପରିବର୍ତ୍ତନ !

Spread the love

■ ରାସନ କାର୍ଡରେ ହୋଇଛି ୨ଟି ବଡ଼ ପରିବର୍ତ୍ତନ । ଯାହା ଆପଣମାନଙ୍କ ପାଇଁ ଲାଭଦାୟକ ହେବ । ପ୍ରଥମଟି ହେଉଛି ଏବେ ଦେଶରେ ଗୋଟିଏ ପ୍ରକାରର ରାସନ କାର୍ଡ ବିଧିମାନ୍ୟ ହେବ । ଯଦି ଆପଣ ଚାକିରି କରୁଛନ୍ତି ଏଥିଯୋଗୁଁ ଆପଣ ସ୍ଥାନ ଓ ଅଞ୍ଚଳର ପରିବର୍ତ୍ତନ କରୁଛନ୍ତି ତେବେ ଆପଣଙ୍କୁ ଅଲଗା ରାସନ କାର୍ଡ ବନେଇବାକୁ ପଡିବନି ସେହି କାର୍ଡରେ ହିଁ ଆପଣଙ୍କୁ ରାସନ ମିଳିବ ।

■ ଦ୍ଵିତୀୟଟି ହେଉଛି ଆଙ୍ଗୁଠିର ଟିପ ଚିହ୍ନ ଦେଲେ ହିଁ ଲୋକମାନଙ୍କୁ ରାସନ କାର୍ଡ ମିଳିବ । ଏଥିପାଇଁ ସମସ୍ତ ରାସନ ଦୋକାନରେ ଇଲକ୍ଟ୍ରୋନିକ ପଇଣ୍ଟ ଅଫ ସେଲ ମସିନ ପ୍ରାପ୍ତ ହେବ । ଯେଉଁଥିରେ କାର୍ଡ ଗ୍ରାହକଙ୍କ ଆଧାର କାର୍ଡରେ ଲିଙ୍କ ହୋଇଥିବା ପୂରା ତଥ୍ୟ ରହିବ । କାର୍ଡର ନମ୍ବର ଦ୍ୱାରା ଗ୍ରାହକଙ୍କ ସମସ୍ତ ତଥ୍ୟ ସାମନାକୁ ଆସିଯିବ । ଏହାପରେ ଗ୍ରାହକ ବା ଗ୍ରାହକଙ୍କ ପରିବାରର କୌଣସି ସଦସ୍ୟଙ୍କ ବାୟୋମେଟ୍ରିକ ମାସିନରେ ଆଙ୍ଗୁଠିର ଟିପ ଚିହ୍ନ ଲଗାଇବ ତେବେ ୟୁନିଟ ଅନୁସାରେ ରାସନ ମିଳିପାରିବ ।

■ ଭାରତ ସରକାର ରାସନ କାର୍ଡକୁ ଡିଜିଟାଲ କରିବାକୁ ଯାଉଛନ୍ତି । ତେଲେଙ୍ଗାନା ଓ ଓଡ଼ିଶାରେ ରାସନ କାର୍ଡ ଅନ୍ଲାଇନ ହୋଇଗଲାଣି । ବାକି ସମସ୍ତ ରାଜ୍ୟ ମାନଙ୍କରେ ମଧ୍ୟ ଏହା ଅତିଶୀଘ୍ର ହୋଇଯିବ । କେନ୍ଦ୍ରୀୟ ଓ ସର୍ବଜନିକ ବିତରଣ ବିଭାଗ ଏହାର ସବିଶେଷ ଯୋଜନା ବା ନକ୍ସା ପ୍ରସ୍ତୁତ କରିସାରିଲେଣି ।