ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂତନ ବର୍ଷରେ ରାସନ କାର୍ଡ ଗ୍ରାହକଙ୍କୁ ଦେବାକୁ ଯାଉଛନ୍ତି ଗୋଟିଏ ସୁନ୍ଦର ଉପହାର

Spread the love

ନର୍ବାଚନକୁ ଆଖି ଆଗରେ ରଖି ରାଜନୈତିକ ଦଳମାନେ ସାଧାରଣ ଜନତାଙ୍କୁ ଆଜି ଦଳ ପ୍ରତି ଆକର୍ଷଣ କରିବା ପାଇଁ ଭିନ୍ନ ଭିନ୍ନ ଯୋଜନମାନ ଲୋକାଭିମ୍ମୁଖୀ କରୁଛନ୍ତି, ଯାହା ଦ୍ୱାରା ସାଧାରଣ ଜନତା ଉପକୃତ ହେବ ସଂଗେ ସଂଗେ ଉକ୍ତ ଦଳ ପ୍ରତି ଆସକ୍ତି ମନଭାଵ ମଧ୍ୟ ହୃଦୟରୁ ସୃଷ୍ଟି ହେଉଛି । ଠିକ ସେହିପରି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଂରାଜୀ ନବ ବର୍ଷରେ ଭାରତବାସୀଙ୍କୁ ଦେବାକୁ ଯାଉଛନ୍ତି ଏକ ଉପହାର । ଯେମିତି କି ଆପଣ ସମସ୍ତେ ଜାଣିଥିବେ ଆସୁଥିବା ନୂତନ ବର୍ଷ 2019 ଆଉ ଅଳ୍ପ ଦିନ ହିଁ ରହିଛି । ଏହି ନୁତନ ବର୍ଷରେ ରାସନ କାର୍ଡ ଗ୍ରାହକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସୁନ୍ଦର ଉପହାର ଦେବାକୁ ଯାଉଛନ୍ତି । ଆସନ୍ତୁ ଜାଣିବା କଣ ସେ ଉପହାର :-

■ ଏବେ ସମସ୍ତ ରାସନ କାର୍ଡ ଗ୍ରାହକଙ୍କୁ ମିଳିବ ମାଗଣା ରୋସୋଇ ଗ୍ୟାସ୍ ସିଲେଣ୍ଡର ।

ଆପଣଙ୍କୁ ଜଣାଇଦେଉଛୁ ଯେ ଏବେ ସମସ୍ତ ରାସନ କାର୍ଡ ଗ୍ରାହକଙ୍କୁ ଉଜ୍ଵବଳ ଗ୍ୟାସ୍ ସଂଯୋଗର ଲାଭ ଦିଆଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାସନ କାର୍ଡ ଗ୍ରାହକଙ୍କୁ ନୁଆଁ ବର୍ଷର ଏହା ଉପହାର ଦେଇଛନ୍ତି ।

ଏହି ପର୍ଯ୍ୟନ୍ତ ଉଜ୍ଵବଳ ଯୋଜନାର ଲାଭ ଏସସି, ଏସଟି ଓ ଅବିସି ବର୍ଗକୁ ହିଁ ଲାଭ ଉଠାଇ ପାରୁଥିଲେ । ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଦେଶ ଅନୁସାରେ କେନ୍ଦ୍ର ସରକାର ନୂତନ ବର୍ଷ 2019 ରେ ପ୍ରତ୍ୟେକ ରାସନ କାର୍ଡ ଗ୍ରାହକଙ୍କୁ ମାଗଣାରେ ଗ୍ୟାସ୍ ସଂଯୋଗ ଦେବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି ।

■ ପରିବାରର ମୁଖିଆ ବା ମୁରବୀ ମହିଳାଙ୍କୁ ମିଳିବ ଏହି ଲାଭ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୁଆଁ ବର୍ଷରେ ମହିଳାଙ୍କ ପାଇଁ ମାଗଣା ଗ୍ୟାସ୍ ସଂଯୋଗର ଏକ ସୁନ୍ଦର ଉପହାର ଦେଇଛନ୍ତି ।ଏହି ଯୋଜନାର ଅଧିକାର କେବଳ ମହିଳାମାନଙ୍କୁ ହିଁ ଦିଆଯାଇଛି । ଯାହା ଦ୍ୱାରା ମହିଳାଙ୍କୁ ଆରାମ ମିଳିପାରିବ ।ଏଥିପାଇଁ ଜିଲ୍ଲା ଯୋଗାଣ ମୁଖ୍ୟାଳୟ ବିଭାଗ ସମସ୍ତ ବିବରଣୀ ପଠାଇବ ପ୍ରସ୍ତୁତିରେ ଅଛି । ହିନ୍ଦୁସ୍ତାନ ପେଟ୍ରୋଲିୟମ ସମସ୍ତ କାର୍ଯ୍ୟାଳୟ ପାଇଁ ଆଦେଶ ଜାରି କରିସାରିଲାଣି ।