ବି.ଟେକ୍ କରି ଚାକିରୀ ପାଇଁ ଦ୍ୱାର ଦ୍ଵାର ବୁଲୁଥିଲେ ଏବେ ହୋଇଗଲେ ଯୁବ ସାଂସଦ, ବିଜେପିର ଏହି ମହାରଥିକୁ ହରାଇଲେ ।

Spread the love

ଲୋକସଭା ନିର୍ବାଚନରେ ମୋଦିଙ୍କ ଲହରରେ ଏନ.ଡି.ଏକୁ ୩୫୪ ଆସନରେ ବିଜୟ ମିଳିଛି । ନରେନ୍ଦ୍ର ମୋଦୀ ୩୦ ମଇରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଏହି ଲୋକସଭାରେ ବହୁତ ଯୁବ ସାଂସଦ ନିର୍ବାଚିତ ହୋଇଛନ୍ତି । ଏହି ୧୭ତମ ଲୋକସଭା ନିର୍ବାଚନରେ ଏମିତି ଏକ ମହିଳା ସାଂସଦ ନିର୍ବାଚିତ ହୋଇଛନ୍ତି; ଯାହାର ବୟସ ମାତ୍ର ୨୫ ବର୍ଷ । ଇଂଜିନିୟରିଂ (ବି.ଟେକ୍) ସାରିବା ପରେ ଚାକିରୀ ଖୋଜୁଥିଲେ ଚନ୍ଦ୍ରାଣୀ ମୁର୍ମ । ସେ ଜାଣି ନ ଥିଲେ ଯେ, ତାଙ୍କ ଭାଗ୍ୟ ବଦଳି ଯିବ । ଚନ୍ଦ୍ରାଣୀ ମୁର୍ମ ଦେଶର ସବୁଠୁ ଛୋଟ ଯୁବ ସାଂସଦ ରୂପେ ଓଡ଼ିଶାର କେଉଁଝର ଲୋକସଭା ଆସନରୁ ନିର୍ବାଚିତ ହୋଇଛନ୍ତି । ଚନ୍ଦ୍ରାଣୀ ଏଠାରେ ନବୀନ ପଟ୍ଟନାୟକଙ୍କ ଦଳ ବିଜେଡିରୁ ନିର୍ବାଚନ ଲଢ଼ିଥିଲେ ।

ଚାକିରୀ ଖୋଜୁ ଖୋଜୁ ହୋଇଗଲେ ସାଂସଦ :

ବିଜେଡି ଅଧ୍ୟକ୍ଷ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିର୍ବାଚନରେ ଘୋଷଣା କରିଥିଲେ ଯେ, ସେ ତାଙ୍କ ଦଳ ପକ୍ଷରୁ ଶତକଡା ୩୩ ପ୍ରତିଶତ ମହିଳାଙ୍କୁ ଲୋକସଭା ଟିକେଟ ଦେବେ ଏବଂ ଏଥିରେ ଚନ୍ଦ୍ରାଣୀ ମୁର୍ମଙ୍କ ଭାଗ୍ୟ ବଦଳିଗଲା । ବିଜେଡ଼ିର କେଉଁଝର ଲୋକସଭା ଆସନ ଯାହା ସଂରକ୍ଷଣ ଆସନ ଅଟେ । ଏହି ଆସନ ପାଇଁ ବିଜେଡି ପ୍ରାର୍ଥୀ ଖୋଜୁଥିଲା ଯିଏ କି ଉଚ୍ଚଶିକ୍ଷିତ ହୋଇଥିବ । ପାର୍ଟିର ଚୟନ ପୁରା ହେଲା ଏବଂ ଏହାପରେ ପାର୍ଟି ଚନ୍ଦ୍ରାଣୀ ମୁର୍ମଙ୍କୁ ଟିକେଟ ଦେଇଥିଲେ । ଚନ୍ଦ୍ରାଣୀ ମୁର୍ମଙ୍କ ବୟସ ବର୍ତ୍ତମାନ ମାତ୍ର ୨୫ ବର୍ଷ ୧୧ ମାସ ଅଟେ ।

୬୬ ହଜାରରୁ ଅଧିକ ମତଦାନରେ ଜିତିଛନ୍ତି ନିର୍ବାଚନ –

ଚନ୍ଦ୍ରାଣୀ ମୁର୍ମଙ୍କୁ ଟିକେଟ ମିଳିବା ପରେ ପୁରା ଜୋସ ଓ ଉତ୍ସାହର ସହିତ ନିର୍ବାଚନ ଲଢ଼ିଥିଲେ । ଏହାର ପରିଣାମ, ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ଅନନ୍ତ ନାୟକ, ଯିଏ ବିଜେପିରୁ ଦୁଇ ଥର ସାଂସଦ ହୋଇଥିଲେ, ତାଙ୍କୁ ୬୬ ହଜାରରୁ ଅଧିକ ଭୋଟରେ ହରାଇଲେ ।