27 ଜୁନ୍ 2020, ରାଶିଫଳ : ବୃଷ ରାଶିର ବ୍ୟକ୍ତିମାନେ ନିଜ ବାକ୍ ସଂଯୋମତା ଉପରେ ବିଶେଷ ଧ୍ୟାନ ରଖନ୍ତୁ । ଏହି ରାଶିର ବ୍ୟକ୍ତିଙ୍କୁ ମିଳିବ

Spread the love

27 ଜୁନ୍ 2020, ରାଶିଫଳ : ବୃଷ ରାଶିର ବ୍ୟକ୍ତିମାନେ ନିଜ ବାକ୍ ସଂଯୋମତା ଉପରେ ବିଶେଷ ଧ୍ୟାନ ରଖନ୍ତୁ । ଏହି ରାଶିର ବ୍ୟକ୍ତିଙ୍କୁ ମିଳିବ ଲାଭ ଏବଂ ଜାଣନ୍ତୁ ନିଜର ସ୍ଥିତି…

ଆଜି ଆମେ ଆପଣଙ୍କୁ ୨୭ ଜୁନ୍ ଶନିବାର ରାଶିଫଳ ବିଷୟରେ କହିବୁ । ଆମ ଜୀବନରେ ରାଶିଫଳର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରାଯାଇପାରିବ । ଏହି ଗ୍ରହ ନକ୍ଷେତ୍ରମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଏ । ପ୍ରତ୍ୟେକ ଦିନ ଗ୍ରହମାନଙ୍କର ସ୍ଥିତି ଆମର ଭବିଷ୍ୟତକୁ ପ୍ରଭାବିତ କରିଥାଏ । ଏହି ରାଶିଫଳରେ, ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ ଶିକ୍ଷା ଏବଂ ବୈବାହିକ ଜୀବନ ଓ ପ୍ରେମ ଜୀବନ ସହିତ ଜଡିତ ସମସ୍ତ ସୂଚନା ପାଇବେ । ଯଦି ଆପଣ ମଧ୍ୟ ଜାଣିବାକୁ ଚାହାଁନ୍ତି ଆଜିର ଦିନଟି ଆପଣଙ୍କ ପାଇଁ କିପରି କାଟିବା, ତେବେ ୨୭ ଜୁନ୍ ଶନିବାର ରାଶିଫଳ ପଢନ୍ତୁ ।

ମେଷ :-

ଆଜି ଆପଣ ଶାରୀରିକ ତଥା ମାନସିକ ରୂପରୁ ପ୍ରସନ୍ନ ରହିବେ । କାଳ୍ପନିକ ଦୁନିଆର ଭ୍ରମଣ ଯୋଗୁଁ ଆପଣ ନିଜର ସୃଜନଶକ୍ତିରେ ଉନ୍ନତିର ସଞ୍ଚାର କରିବେ । ସାହିତ୍ୟ କଳା କ୍ଷେତ୍ରରେ ମଧ୍ୟ ଆପଣ ନିଜର ସୃଜନାତ୍ମକତା ପ୍ରସ୍ତୁତ କରିବେ । ବିଦ୍ୟାର୍ଥୀମାନେ ବିଦ୍ୟାଭ୍ୟାସରେ ଭଲ ପ୍ରଦର୍ଶନ କରିବେ । ଘରେ ଶାନ୍ତିପୂର୍ଣ୍ଣ ବାତାବରଣ ବଜାୟ ରହିବ । ଦୈନିକ କାର୍ଯ୍ୟରେ କିଛି ଅବରୋଧ ଆସିବ । ବ୍ୟବସାୟିକ କ୍ଷେତ୍ରରେ ଉଚ୍ଚ ଅଧିକାରୀଗଣଙ୍କ ସହିତ ବାଦ ବିବାଦ ରଖିବେ ନାହିଁ । ଅଧିକ ପରିଶ୍ରମ କରିବା ସତ୍ତ୍ୱେ ମଧ୍ୟ ଆଶାଜନକ ଫଳ ପ୍ରାପ୍ତି ହୋଇପାରିବ ନାହିଁ ।

ବୃଷ :-

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ଶୁଭଦାୟକ ରହିବ । ଆପଣଙ୍କୁ ଆଜି ନିଜର ବାଣୀ ଏବଂ ବ୍ୟବହାର ଉପରେ ସଂଯମ ରଖିବାର ଆବଶ୍ୟକତା ରହିଛି । ଜଳାଶୟ ଠାରୁ ଦୂରେଇ ରୁହନ୍ତୁ । ଜମି ଏବଂ ସମ୍ପତ୍ତିର କାଗଜପତ୍ର ଉପରେ ମୋହର ଲାଗିବା ସମୟରେ ଧ୍ୟାନ ଦେବେ । ମଧ୍ୟାହ୍ନ ପରେ ସ୍ଥିତିରେ ସୁଧାର ଆସିବ । ଆପଣ ଶାରୀରିକ ଏବଂ ମାନସିକ ରୂପରେ ସୁସ୍ଥ ରହିବେ । ମନରେ ଜାଗ୍ରତ ହେଉଥିବା କଳ୍ପନା ଆପଣଙ୍କୁ ଅନ୍ୟ ଏକ ବିଶ୍ଵର ନିର୍ମାଣର ଅନୁଭବ କରାଇବ ।

ମିଥୁନ :-

ଆଜିର ଦିନଟି ଆପଣଙ୍କ ପାଇଁ ସୁଖଦାୟକ ଏବଂ ଶାନ୍ତିପୂର୍ଣ୍ଣ ରହିବ । ଭାଇ ମାନଙ୍କ ସହିତ ରଖିଥିବା ମିଳାମିଶା କାରଣରୁ ଆପଣଙ୍କୁ ଲାଭ ହେବ । ସାଙ୍ଗସାଥୀ ଏବଂ ସମ୍ପର୍କୀୟଙ୍କ ସହିତ ସାକ୍ଷାତ ହେବ । ପରନ୍ତୁ ମଧ୍ୟାହ୍ନ ପରେ ମନରେ ନକରାତ୍ମକ ବିଚାର କାରଣରୁ ମନରେ ବ୍ୟଗ୍ରତା ଦେଖାଦେବ । ସମାୟାନୁସାରେ ଭୋଜନ ମିଳିବ ନାହିଁ । ଆଜି କିଛି ଅଧିକ ଭାବୁକତାର ଅନୁଭବ ହେବ । ଘରର ବାତାବରଣ ଅଶାନ୍ତିକର ରହିବ । ଘର ଏବଂ ଜମି ଆଦି କାଗଜପତ୍ର ଉପରେ ହସ୍ତାକ୍ଷର କରିବା ଆଗରୁ ଭଲଭାବରେ ବିଚାର କରିନିଅନ୍ତୁ ।

କର୍କଟ :-

ଆଜିର ଦିନଟି ଆପଣଙ୍କ ପାଇଁ ଖୁବ ଲାଭଦାୟକ ହେବ । ପରିବାର ଲୋକଙ୍କ ସପକ୍ଷ ମିଳିବ । ବାଣୀର ସୁନ୍ଦର ଶୈଳୀ ଦ୍ଵାରା ଆଜି ଆପଣଙ୍କ କାର୍ଯ୍ୟ ସରଳତା ପୂର୍ବକ ସମ୍ପନ୍ନ ହେବ । ମଧ୍ୟାହ୍ନ ପରେ ପ୍ରବାସ କିମ୍ବା ପର୍ଯ୍ୟଟନର ଆୟୋଜନ କରିପାରିବେ । ସହକାର୍ଯ୍ୟକାରଙ୍କ ସହିତ ନିକଟତରର ଅନୁଭବ ହେବ । ଶାରୀରିକ ସ୍ୱାସ୍ଥ୍ୟ ଉତ୍ତମ ରହିବ । ମନର ପ୍ରସନ୍ନତା ମଧ୍ୟ ଆପଣଙ୍କର ଦିନର ଆନନ୍ଦକୁ ବଢ଼ାଇବ ।

ସିଂହ :-

ଆଜିର ଦିନଟି ଆପଣଙ୍କ ପାଇଁ ଶୁଭଦାୟକ ରହିବ । ଆପଣଙ୍କ କାର୍ଯ୍ୟ ପଦ୍ଧତି ଦୃଢ଼ ମନୋବଳଯୁକ୍ତ ରହିବ । ବଡ଼ ମାନଙ୍କ ଠାରୁ ଲାଭ ହେବ । ବୈବାହିକ ଜୀବନରେ ମିଳାମିଶା ବଜାୟ ରହିବ । ବାଣୀରେ ଉଗ୍ରତା ରହିବ ଯାହାକୁ ସଂଯମ କରିବା ନିହାତି ଆବଶ୍ୟକ । ପାରିବାରିକ ବତାବରଣରେ ମଧ୍ୟ ମିଳାମିଶା ବଜାୟ ରହିବ । ଖର୍ଚ୍ଚ ଯେପରି ଅଧିକ ନହେବ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ । ଦୂରରେ ରହୁଥିବା ବିଦେଶୀ ସ୍ଵଜନ, ସାଙ୍ଗସାଥୀଙ୍କ ସହିତ ଅନେକ ଦିନ ପରେ ହେଉଥିବା ବ୍ୟବହାର ଆଜି ପାଇଁ ଆନନ୍ଦଦାୟକ ଏବଂ ଲାଭଦାୟକ ହେବ ।

କନ୍ୟା :-

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ଖୁସିକର ହୋଇପାରେ । ମନକୁ ଆଜି ଅଧିକ ଭାବନାରେ ରଖନ୍ତୁ ନାହିଁ । ଭୁଲ ଭ୍ରାନ୍ତିର ନିରାକରଣ କରିବା ଅନିର୍ବାର୍ଯ୍ୟ ଅଟେ । କାହାରି ସହିତ ଯୁକ୍ତି ଏବଂ କଳହ କରିପାରନ୍ତି । ପରିବାରର ସଦସ୍ୟଙ୍କ ସହିତ ଯେପରି ମତଭେଦ ନହେଉ ସେଥିପ୍ରତି ଧ୍ୟାନ ରଖନ୍ତୁ । ଆୟ ଠାରୁ ଖର୍ଚ୍ଚ ଅଧିକ ହୋଇପାରେ । ପରନ୍ତୁ ମଧ୍ୟାହ୍ନ ପରେ ଆପଣଙ୍କୁ ବାପା ଏବଂ ଗୁରୁଜନଙ୍କ ସହକାର ମିଳିବ, ଏହାଦ୍ଵାରା ଆପଣଙ୍କ ମନରେ ଚିନ୍ତାର ଭାର କମିଯିବ । ଆରୋଗ୍ୟ ବିଷୟରେ ଅସନ୍ତୋଷ ରହିବେ ।

ତୁଳା :-

ଆଜିର ଦିନରେ ଆପଣ କୌଣସି ନୂତନ କାର୍ଯ୍ୟର ପ୍ରାରମ୍ଭ କରନ୍ତୁ ନାହିଁ । ଆପଣଙ୍କ ମନରେ ସ୍ତିର ବିଚାର ରହିବ ନାହିଁ । ଯାହାଦ୍ଵାରା ମନୋବଳ ଦୁର୍ବଳ ହେବ । ସାଙ୍ଗସାଥୀଙ୍କ ଠାରୁ ଆପଣଙ୍କୁ ବିଶେଷ ଲାଭ ପ୍ରାପ୍ତ ହେବ । ବ୍ୟାପାରରେ ମଧ୍ୟ ଲାଭ ହେବ ପରନ୍ତୁ ମଧ୍ୟାହ୍ନ ପରେ ଅଧିକ ଭାବୁକ ହେବା କାରଣରୁ ମନ ବ୍ୟଗ୍ର ହେବ । ଅଧିକ ଚିନ୍ତିତ ହେବା କାରଣରୁ ମାନସିକ ସ୍ଵାସ୍ଥ୍ୟ ଉପରେ ନକରାତ୍ମକ ପ୍ରଭାବ ପଡ଼ିପାରେ । ବଚନ ଏବଂ ବ୍ୟବହାରରେ ସଂଯମ ରଖନ୍ତୁ । ଖର୍ଚ୍ଚର ମାତ୍ରା ଆଜି ଅଧିକ ରହିବ ।

ବିଛା :-

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ହେବ । ବ୍ୟବସାୟିକ କ୍ଷେତ୍ରରେ ଆଜି ଆପଣଙ୍କ କାର୍ଯ୍ୟର ଖୁବ ପ୍ରଶଂସା ହେବ । କାର୍ଯ୍ୟ ଖୁବ ସରଳତା ପୂର୍ବକ ଶେଷ ହେବ । ସ୍ଥାବର ସମ୍ପତ୍ତିର କାଗଜପତ୍ର ଥିବା ଯୋଗୁଁ ଦିନଟି ଅନୁକୂଳ ରହିବ । ସରକାରୀ କାର୍ଯ୍ୟବାହୀ ସହିତ ସମ୍ବନ୍ଧୀତ କାର୍ଯ୍ୟରେ ଲାଭ ପ୍ରାପ୍ତ ହେବ । ଗୃହସ୍ଥ ଜୀବନରେ ମଧୁରତା ରହିବ । ମଧ୍ୟାହ୍ନ ପରେ ସଙ୍ଗସାଥୀଙ୍କ ଠାରୁ ଲାଭ ପ୍ରାପ୍ତ ହେବ । ଦିନସାରା ବୈଚାରିକ ସ୍ତରରେ ଅନିଶ୍ଚିତତାର ବାତାବରଣ ରହିବା ଦ୍ଵାରା କୌଣସି ନିଶ୍ଚିତ ନିର୍ଣ୍ଣୟରେ ଆପଣ ଆସି ପାରିବେ ନାହିଁ । ଆବଶ୍ୟକ ନିର୍ଣ୍ଣୟ ମଧ୍ୟାହ୍ନ ପରେ ନିଅନ୍ତୁ ନାହିଁ ।

ଧନୁ :

ଆଜିକା ଦିନରେ ଆପଣଙ୍କ ସ୍ୱାସ୍ଥ୍ୟରେ ବ୍ୟତିକ୍ରମ ରହିବା ସହିତ ସ୍ଵାସ୍ଥ୍ୟ ଦୁର୍ବଳ ମଧ୍ୟ ରହିବ । ଧାର୍ମିକ ଯାତ୍ରା କିମ୍ବା ପ୍ରବାସର ସମ୍ଭାବନା ରହିଛି । ବ୍ୟବସାୟିକ କ୍ଷେତ୍ରରେ ବିଘ୍ନ କିମ୍ବା ବିବାଦଗ୍ରସ୍ତ ହେବାର ମଧ୍ୟ ସମ୍ଭାବନା ରହିଛି । କିନ୍ତୁ ମଧ୍ୟାହ୍ନ ପରେ କାର୍ଯ୍ୟାଳୟର ବାତାବରଣରେ କିଛି ପରିବର୍ତ୍ତନ ଆସିବ । କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ । ସ୍ଥାବର ସମ୍ପତ୍ତିର କାଗଜପତ୍ର ପାଇଁ ସମୟ ଅନୁକୂଳ ଅଟେ । ପିତାଙ୍କ ଠାରୁ ଲାଭ ହେବ, ଏହା ସହିତ ଆରୋଗ୍ୟରେ ସୁଧାର ଆସିବ ।

ମକର :

ଆଜି ରୋଗ ପଛରେ ଅଧିକ ଖର୍ଚ୍ଚ ହେବ । ଆକସ୍ମିକ ଖର୍ଚ୍ଚ ମଧ୍ୟ ହୋଇପାରେ । ପରିବାରର ସଦସ୍ୟଙ୍କ ସହିତ ଅଯଥା ଯୁକ୍ତିତର୍କ ନହେଉ ସେଥିପ୍ରତି ଦୃଷ୍ଟି ଦେବେ । ବାହାରର ଖାଦ୍ୟ ପାନୀୟ ପ୍ରତି ଯେତେ ଦୂର ସମ୍ଭବ ଦୂରେଇ ରହିବେ । ଚରିତ୍ର ଉପରେ କେହି ଆଙ୍ଗୁଳି ଉଠାଇବା ଭଳି କାର୍ଯ୍ୟ କରନ୍ତୁ ନାହିଁ । ନିରର୍ଥକ ବାଦ ବିବାଦ କିମ୍ବା ଚର୍ଚ୍ଚା ଠାରୁ ଦୂରରେ ରୁହନ୍ତୁ ।

କୁମ୍ଭ :

ଆଜି ବ୍ୟାପାରି ଏବଂ ଭାଗିଦାରଙ୍କ ସହିତ ସତର୍କର ସହିତ କାର୍ଯ୍ୟ କରନ୍ତୁ । ବୈବାହିକ ଜୀବନରେ ସମ୍ୟକ ଦୁଃଖିତ ରହିବେ । ବିଦ୍ୟାର୍ଥୀଙ୍କ ବିଦ୍ୟାଭ୍ୟାସରେ ପ୍ରଦର୍ଶନ ଭଲ ରହିବ । ଘରର ବାତାବରଣ ଶାନ୍ତିପୂର୍ଣ୍ଣ ରହିବ । ଦୈନିକ କାର୍ଯ୍ୟରେ କିଛି ବାଧା ଆସିପାରେ । ବ୍ୟବସାୟିକ ସ୍ଥଳରେ ଉପର ଅଧିକାରୀଙ୍କ ସହିତ ସମ୍ଭବତଃ ବାଦବିବାଦକୁ ସମାଧାନ କରିବେ । ଅଧିକ ପରିଶ୍ରମ ସତ୍ତ୍ୱେ ମଧ୍ୟ ଫଳ ପ୍ରାପ୍ତି ଇଚ୍ଛା ଅନୁଯାୟୀ ହୋଇପାରିବ ନାହିଁ ।

ମୀନ :-

ଆଜିର ଦିନଟି ଆପଣଙ୍କ ପାଇଁ ମଧ୍ୟମ ଧରଣର ଫଳଦାୟୀ ରହିବ । ପରିବାରର ସଦସ୍ୟଙ୍କ ସହିତ ଆଜି ମିଳାମିଶା ବଜାୟ ରହିବ । ଦୈନିକ କାର୍ଯ୍ୟରେ ବିଳମ୍ବ ହେବ । ସହକର୍ମୀମାନେ କାମରେ ଆପଣଙ୍କୁ ସହଯୋଗ କରିବେ । ଜୀବନସାଥୀଙ୍କ ସହିତ ମନମାଳିନ୍ୟ ହେବ । ଜୀବନସାଥୀଙ୍କ ସ୍ଵାସ୍ଥ୍ୟର ଚିନ୍ତା ହେବ । ସାମାଜିକ କ୍ଷେତ୍ରରେ ଅପଯଶ ହୋଇପାରନ୍ତି ।

Leave a Reply

Your email address will not be published. Required fields are marked *