26 ଜୁନ୍ 2020, ରାଶିଫଳ : ମନରେ ସହଯୋଗ ଓ ସକାତ୍ମକ ଭାବନା ରହିବ । ସାଧାରଣ ଜନତାଙ୍କ ପାଇଁ ମନ ବ୍ୟାକୁଳ

Spread the love

26 ଜୁନ୍ 2020, ରାଶିଫଳ : ମନରେ ସହଯୋଗ ଓ ସକାତ୍ମକ ଭାବନା ଜନ୍ମିବ ଓ ସାଧାରଣ ଜନତାଙ୍କ ପାଇଁ ମନ ଅଧିର ରହିବ ।

ଆଜି ଆମେ ଆପଣଙ୍କୁ ୨୬ ଜୁନ୍ ଶୁକ୍ରବାର ରାଶିଫଳ ବିଷୟରେ କହିବୁ । ଆମ ଜୀବନରେ ରାଶିଫଳର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରାଯାଇପାରିବ । ଏହି ଗ୍ରହ ନକ୍ଷେତ୍ରମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଏ । ପ୍ରତ୍ୟେକ ଦିନ ଗ୍ରହମାନଙ୍କର ସ୍ଥିତି ଆମର ଭବିଷ୍ୟତକୁ ପ୍ରଭାବିତ କରିଥାଏ । ଏହି ରାଶିଫଳରେ, ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ ଶିକ୍ଷା ଏବଂ ବୈବାହିକ ଜୀବନ ଓ ପ୍ରେମ ଜୀବନ ସହିତ ଜଡିତ ସମସ୍ତ ସୂଚନା ପାଇବେ । ଯଦି ଆପଣ ମଧ୍ୟ ଜାଣିବାକୁ ଚାହାଁନ୍ତି ଆଜିର ଦିନଟି ଆପଣଙ୍କ ପାଇଁ କିପରି କାଟିବା, ତେବେ ୨୬ ଜୁନ୍ ଶୁକ୍ରବାର ରାଶିଫଳ ପଢନ୍ତୁ ।

ମେଷ :-

ଆଜିର ଦିନଟି ଆପଣଙ୍କ ପାଇଁ ଅବିସ୍ମରଣୀୟ ରହିବ । ଆପଣଙ୍କୁ ଲୋକଙ୍କ ଠାରୁ କିଛି ପ୍ରତିକ୍ରିୟା ମିଳିପାରେ । ଅଫିସରେ କିଛି ବରିଷ୍ଠ ଲୋକେ ଆପଣଙ୍କ କାର୍ଯ୍ୟ ଶୈଳୀକୁ ନେଇ କୌଣସି ଆପତ୍ତି ଓ ଅଭିଯୋଗ କରିପାରନ୍ତି । ଉଚ୍ଚାଧିକାରୀ ଆପଣଙ୍କ କାର୍ଯ୍ୟକୁ ତର୍ଜମା କରିପାରନ୍ତି । ଆପଣଙ୍କୁ ନିଜର ପାରିସ୍ଥିତି ଅନୁସାରେ ନିଜକୁ ବଦଳାଇବାକୁ ପଡ଼ିବ । ଆପଣ ସାମାନ୍ୟ ଭାବୁକ ମାଧ୍ୟ ହୋଇପାରନ୍ତି । ଏହି କାରଣରୁ ଆପଣଙ୍କର କିଛି ସମୟ ଅତୀତର କେତେକ କଥା ଭାବିବା ଏବଂ ତାହାକୁ ମନେ ପକାଇବାରେ ବିତିଯାଇପାରେ ।

ବୃଷ :-

ଆଜିର ଦିନ ପ୍ରତ୍ୟେକ କ୍ଷେତ୍ରରୁ ସହଯୋଗାତ୍ମକ ଏବଂ ସକରାତ୍ମକ ବାତାବରଣର ହୋଇପାରେ । ଲୋକମାନେ ସ୍ଵୟଂ ଆପଣଙ୍କ ସାହାଯ୍ୟ ପାଇଁ ଆଗେଇ ଆସିପାରନ୍ତି । କେହି ବ୍ୟକ୍ତି ଆପଣଙ୍କ କଥା ଏବଂ ବିଚାର ପ୍ରତି ପ୍ରେରିତ ହୋଇପାରନ୍ତି । ଆପଣଙ୍କୁ ଆଜି ନିଜର ଛବିକୁ ମଜବୁତ କରିବା ପାଇଁ ଭଲ ଅବସର ମିଳିଛି, ଆଳସ୍ୟର ବଶବର୍ତ୍ତୀ ନ ହୋଇ ସମୟର ସଦୂପଯୋଗ କରନ୍ତୁ । ପ୍ରିୟଜନଙ୍କ ସହିତ ଆଜିର ଦିନଟି ଖୁବ ଭଲରେ କଟିବ ।

ମିଥୁନ :-

ଆଜିର ଦିନରେ ଆପଣ ଲୋକଙ୍କ ସାହାଯ୍ୟରେ ଆଗକୁ ବଢ଼ିପାରିବେ । ଯଦି ନିଜ ସାମ୍ୟର୍ଥ ଅନୁସାରେ ଆପଣ ଆଗକୁ ବଢ଼ିବାକୁ ଚାହୁଁଛନ୍ତି ତେବେ ଅନେକ କାଠିନତାର ସାମ୍ନା କରିବାକୁ ପଡ଼ିପାରେ । କାମକୁ ସମ୍ପୂର୍ଣ୍ଣ କରିବା ପାଇଁ ଆପଣଙ୍କ ଉଭୟ ସମୟ ଏବଂ ପରିଶ୍ରମ ଅଧିକ ହୋଇପାରେ । ତେଣୁ ଯେଉଁ କାର୍ଯ୍ୟ ଆପଣଙ୍କ ପାଇଁ ଅଧିକ ବଡ଼ ରହିଛି ସେଥିପାଇଁ ସାଙ୍ଗସାଥୀ କିମ୍ବା ସହକର୍ମୀଙ୍କୁ ସହଯୋଗ ମାଗିବାକୁ ପଛେଇ ଯାଆନ୍ତୁ ନାହିଁ ।

କର୍କଟ :-

ଆଜିକା ଦିନରେ ଆପଣ ନିଜର କର୍ତ୍ତବ୍ୟ ପ୍ରତି ସଚେତନ ହୁଅନ୍ତୁ, ତାହାକୁ ସମର୍ପଣର ସହିତ କରନ୍ତୁ । ଏହାଦ୍ଵାରା ଆପଣଙ୍କ ଜୀବନରେ ଅନେକ ଅଟକିଥିବା କାର୍ଯ୍ୟ ମଧ୍ୟ ସୁରୁଖୁରୁରେ ସମ୍ପାଦନା ହୋଇଯିବ । ଯଦି କୌଣସି ସମସ୍ୟା ରହିଛି ତେବେ ତାହାର ସମାଧାନ ଯଥାଶୀଘ୍ର ହୋଇଯିବ । ବିଦ୍ୟାର୍ଥୀଙ୍କ ପାଇଁ ଶୁଭ ଦିନ ଅଟେ । ଯାହା ବି ଆକାଂକ୍ଷା ରହିଛି ତାହା ଖୁବଶୀଘ୍ର ପୂର୍ଣ୍ଣ ହେବ ।

ସିଂହ :-

ଆଜି ଆପଣ କୌଣସି ଏକ ବଡ଼ ଯୋଜନା ଉପରେ କାମ କରିବେ । ଆଜି ଆପଣ ନିଜ ବ୍ୟବସାୟରେ ପୁଞ୍ଜି ନିବେଶ କରିବା ପାଇଁ ଚିନ୍ତା କରିପାରନ୍ତି । ଆଜି ଆପଣ କୌଣସି ଅପରିଚିତ ବ୍ୟକ୍ତିଙ୍କ ସହିତ ସାକ୍ଷାତ କରିବେ, ଯେ କି ଭବିଷ୍ୟତରେ ଆପଣଙ୍କ ଜୀବନରେ ଏକ ବିଶେଷ ସ୍ଥାନ ଅଧିକାର କରିବେ । ଆପଣ ନିଜ ଲୋକଙ୍କ ସହିତ ନିଜର ଭାବନା ବ୍ୟକ୍ତ କରିବାକୁ ଭୟ କରନ୍ତୁ ନାହିଁ । ଯଦି ଆପଣଙ୍କୁ ମାଇଗ୍ରେନ ସମ୍ବନ୍ଧୀତ କୌଣସି ଅସୁବିଧା ଅଛି ତେବେ ସାବଧାନ ରୁହନ୍ତୁ ।

କନ୍ୟା :-

ଆଜିକା ଦିନଟି ଆପଣଙ୍କ ପାଇଁ ଶୁଭ ରହିବ ଅର୍ଥାତ ଶକ୍ତିପୂର୍ଣ୍ଣ ରହିବ । ଆଜି ଲୋକଙ୍କ ସହିତ ମିଳାମିଶା ଅଧିକ ରହିବ । ଯେଉଁଥି କାରଣରୁ କାର୍ଯ୍ୟ କ୍ଷେତ୍ରରେ ଏବଂ ବ୍ୟକ୍ତିଗତ ଜୀବନ ପାଇଁ ଆଗକୁ ବଢ଼ିବାର ଲକ୍ଷ ଜାଣିପାରିବେ । ଏସବୁ ମଧ୍ୟରେ ନିଜର ଆବଶ୍ୟକତା ପ୍ରତି ଧ୍ୟାନ ଦେବାକୁ ଆଦୋୖ ଭୁଲନ୍ତୁ ନାହିଁ । ସର୍ବଦା ନିଜ ମନର କଥାକୁ ଶୁଣନ୍ତୁ ଏବଂ ବିଶ୍ଵାସ ରଖନ୍ତୁ । ଯଦି କୌଣସି କଥା ଆପଣଙ୍କୁ ଠିକ ଲାଗୁନାହିଁ ତେବେ ତାହାକୁ ବାଧ୍ୟବାଧକତାରେ ମାନିବାର କୌଣସି ଆବଶ୍ୟକତା ନାହିଁ ।

ତୁଳା :-

ଆଜିର ଦିନଟି ଆପଣଙ୍କ ପାଇଁ ଶୁଭଦାୟକ ରହିବ ଏବଂ ଆଜିର ଦିନଟି ଆପଣଙ୍କ ପାଇଁ ଏକ ନୂଆ ପ୍ରାରମ୍ଭ ଅଟେ । ଯଦି ଆପଣ ନିଜ ପାଇଁ ରୋଜଗାରର କୌଣସି ଅନ୍ୟ ବିକଳ୍ପ ବିଷୟରେ ଭାବୁଛନ୍ତି, ତେବେ ଆଜିର ଦିନଟି ଶୁଭଦାୟକ ଅଟେ । ଆପଣଙ୍କୁ ନୂଆ ଲୋକଙ୍କ ସହିତ ସାକ୍ଷାତ କରିବାର ସୁଯୋଗ ମିଳିବ । କିଛି ନୂତନ ସମ୍ପର୍କ ଗଠିତ ହୋଇପାରେ । ଯାହା ଆଗାମୀ ଦିନରେ ଆପଣଙ୍କ ସ୍ଥିତି ଉପରେ ସକରାତ୍ମକ ପ୍ରଭାବ ପକାଇବ । ଏହା ଏକ ଏପରି ପ୍ରାରମ୍ଭ ଅଟେ ଯାହା ଆପଣଙ୍କୁ ଭବିଷ୍ୟତରେ ଆତ୍ମନିର୍ଭରଶୀଳ କରି ଗଢ଼ି ପାରିବ ।

ବିଛା :-

ଆଜିର ଦିନଟି ଆପଣଙ୍କ ପାଇଁ ଶୁଭଦାୟକ ଅଟେ । ଭଲ ସୂଚନା ମିଳିପାରେ । ଆର୍ଥିକ ଲାଭ କିମ୍ବା କ୍ୟାରିୟରରେ କୌଣସି ବଡ଼ ଉପଲବ୍ଧି ହାତକୁ ଆସିପାରେ । ଆଜି ଆପଣ ଖୁସିର ସହିତ ଏବଂ ଆରାମରେ ନିଜ ପରିବାର ସଦସ୍ୟଙ୍କ ସହିତ ମିଶି କିଛି ଭଲ କଥା ସେୟାର କରିପାରନ୍ତି । ଆଜି ଆପଣଙ୍କୁ ନିଜ ସାଙ୍ଗସାଥୀଙ୍କ ସହିତ ମିଶି ବାହାରକୁ ଯିବାର ସୁଯୋଗ ପ୍ରାପ୍ତ ହୋଇପାରେ । ଦିନଟି ଖୁବ ଭଲରେ ଅତିବାହିତ କରିବେ ।

ଧନୁ :

ଆଜିର ଦିନଟି ଆପଣଙ୍କ ପାଇଁ ଏକ ବଡ଼ ସଫଳତା ନେଇ ଆସିପାରେ । ଆଜି ଆପଣ ନିଜ ଲକ୍ଷର ପାଖାପାଖି ହୋଇପାରନ୍ତି, ଯାହାଦ୍ଵାରା ଆପଣ ଆଜି ଅଧିକ ଖୁସି ଅନୁଭବ କରିବେ ଏବଂ ମନକୁ ଶାନ୍ତି ମଧ୍ୟ ମିଳିବ । ଲୋକମାନେ ଆପଣଙ୍କ କାର୍ଯ୍ୟ କରିବାର ଶୈଳୀକୁ ଦେଖି ପ୍ରଭାବିତ ହେବେ । ଆପଣଙ୍କୁ ନିଜ ସାଙ୍ଗସାଥୀ ଏବଂ ଦଳ ତରଫରୁ ପୂର୍ଣ୍ଣ ସହଯୋଗ ମିଳିବ । କୌଣସି ମାମଲାରେ ବିଳମ୍ବତା କାରଣରୁ ଆପଣ ସାମାନ୍ୟ କ୍ରୋଧିତ ହୋଇପାରନ୍ତି, ଯେଉଁଥିରୁ ଆପଣଙ୍କୁ ଦୂରେଇ ରହିବାକୁ ପଡ଼ିବ ।

ମକର :

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ଶୁଭଦାୟକ ରହିବ । ଆପଣଙ୍କ କାର୍ଯ୍ୟ ଠିକ ସମୟରେ ପୂରଣ ହୋଇଯିବ । ଯଦି କୌଣସି ସମ୍ପତ୍ତି କିଣିବାକୁ ଭାବୁଛନ୍ତି, ତେବେ ବୁଝିବିଚାରି ସବୁ ଦିଗକୁ ଲକ୍ଷ କରି ନିର୍ଣ୍ଣୟ ନିଅନ୍ତୁ । କୌଣସି ସ୍ୱଜ୍ଜନଙ୍କ ସହିତ ସାକ୍ଷାତ କରିବାର ସୁଯୋଗ ପ୍ରାପ୍ତ ହେବ, ଯାହାଦ୍ଵାରା ଆପଣଙ୍କ ବିଚାରରେ ସକରାତ୍ମକ ପରିବର୍ତ୍ତନ ଆସିବ । ଆଜିକା ଦିନରେ ଆପଣ ସାମାନ୍ୟ ଚିନ୍ତିତ ରହିବେ ଯାହାଦ୍ଵାରା କୌଣସି କାର୍ଯ୍ୟକୁ ମନ ଲଗାଇ କରିବା କଷ୍ଟକର ହେବ । ଅନ୍ୟର କଥା ମନକୁ ନିଅନ୍ତୁ ନାହିଁ କେବଳ ନିଜ ଉପରେ ପୂର୍ଣ୍ଣ ବିଶ୍ୱାସ ରଖନ୍ତୁ ।

କୁମ୍ଭ :

ଆଜିର ଦିନଟି ଆପଣଙ୍କ ପାଇଁ ଭଲ ରହିବ । ତେଣୁ ଆପଣ କୌଣସି ବ୍ୟର୍ଥ କଥାରେ ଚିନ୍ତିତ ରହିବା ଆଦୌ ଉଚିତ ନୁହେଁ । ଯଦି ମନରେ କିଛି ସମସ୍ୟା ରହିଛି, ତେବେ ଯଥା ସମ୍ଭବ ତାହାର ସମାଧାନ ହୋଇଯିବ । କେତେକ କ୍ଷେତ୍ରରେ ଅସ୍ବାସ୍ଥ୍ୟକର ପରିସ୍ଥିତି ସୃଷ୍ଟି ହୋଇପାରେ । କୌଣସି ବିଶେଷଜ୍ଞ କିମ୍ବା କାଉନସିଲରଙ୍କ ପରାମର୍ଶ ନିଅନ୍ତୁ । କୌଣସି ପୁରୁଣା ବନ୍ଧୁଙ୍କ ସହ ଫୋନରେ ଦୀର୍ଘ ସମୟ ପର୍ଯ୍ୟନ୍ତ ବର୍ତ୍ତାଳାପ କରିବେ । ଆଜି କୌଣସି କଥାକୁ ନେଇ ଚିନ୍ତିତ ରହିପାରନ୍ତି ।

ମୀନ :-

ଆଜିର ଦିନଟି ଆପଣଙ୍କ ପାଇଁ ଖୁବ୍ ଭଲ ରହିବ । ନିଜର ବୁଦ୍ଧି ପ୍ରୟୋଗ କରି କର୍ମରେ ସଫଳତା ହାସଲ କରିବେ । ଦୈହିକ ସୁସ୍ଥତା ସଙ୍ଗେ ସଙ୍ଗେ ମାନସିକ ସ୍ଥିରତା ବଜାୟ ରହିବ । କର୍ମକ୍ଷେତ୍ରରରେ ସହକର୍ମୀଙ୍କ ସହଯୋଗ ଲାଭ କରିବେ । କର୍ମକ୍ଷେତ୍ରରରେ ସହକର୍ମୀଙ୍କ ସହଯୋଗ ଲାଭ କରିବେ । ଆର୍ଥିକ କ୍ଷେତ୍ରରେ ସୁଧାର ଆସିବ । ସ୍ୱାସ୍ଥ୍ୟ ଭଲ ରହିବ । ଭୁଲ୍ ବୁଝାମଣା କାରଣରୁ ପରିବାରର ସଦସ୍ୟମାନେ ଆପଣଙ୍କୁ ଭିନ୍ନ ଦୃଷ୍ଟିକୋଣରୁ ବିଚାର କରି ପାରନ୍ତି । ଦାମ୍ପତ୍ୟ ଜୀବନ ଅତିବାହିତ କରୁଥିବା ଲୋକଙ୍କ ଜୀବନରେ ଅଶାନ୍ତି କିଛି ମାତ୍ରାରେ କମିଯିବ ।

Leave a Reply

Your email address will not be published. Required fields are marked *