25 ଜୁନ୍ 2020, ରାଶିଫଳ : ଶୁକ୍ର ଗ୍ରହର ବକ୍ର ଦୃଷ୍ଟି ଯୋଗୁଁ ୫ଟି ରାଶିର ବ୍ୟକ୍ତି ଆର୍ଥିକ କ୍ଷେତ୍ରରେ କରିବେ ଉନ୍ନତି ।

Spread the love

25 ଜୁନ୍ 2020, ରାଶିଫଳ : ଶୁକ୍ର ଗ୍ରହର ବକ୍ର ଦୃଷ୍ଟି ଯୋଗୁଁ ୫ଟି ରାଶିର ବ୍ୟକ୍ତି ଆର୍ଥିକ କ୍ଷେତ୍ରରେ କରିବେ ଉନ୍ନତି । ପରିବାରରେ ଶାନ୍ତି ବଜାୟ ରହିବ ।

ଆଜି ଆମେ ଆପଣଙ୍କୁ ୨୫ ଜୁନ୍ ଗୁରୁବାର ରାଶିଫଳ ବିଷୟରେ କହିବୁ । ଆମ ଜୀବନରେ ରାଶିଫଳର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରାଯାଇପାରିବ । ଏହି ଗ୍ରହ ନକ୍ଷେତ୍ରମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଏ । ପ୍ରତ୍ୟେକ ଦିନ ଗ୍ରହମାନଙ୍କର ସ୍ଥିତି ଆମର ଭବିଷ୍ୟତକୁ ପ୍ରଭାବିତ କରିଥାଏ । ଏହି ରାଶିଫଳରେ, ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ ଶିକ୍ଷା ଏବଂ ବୈବାହିକ ଜୀବନ ଓ ପ୍ରେମ ଜୀବନ ସହିତ ଜଡିତ ସମସ୍ତ ସୂଚନା ପାଇବେ । ଯଦି ଆପଣ ମଧ୍ୟ ଜାଣିବାକୁ ଚାହାଁନ୍ତି ଆଜିର ଦିନଟି ଆପଣଙ୍କ ପାଇଁ କିପରି କାଟିବା, ତେବେ ୨୫ ଜୁନ୍ ଗୁରୁବାରର ରାଶିଫଳ ପଢନ୍ତୁ ।

ମେଷ :-

ଆଜିର ଦିନଟି ଆପଣଙ୍କ ପାଇଁ ଭଲ ରହିବ । ପାରିବାରିକ କର୍ତ୍ତବ୍ୟକୁ ବୁଝିବେ । କର୍ମକ୍ଷେତ୍ରରେ ପରିଶ୍ରମ କରିବେ ଯାହାର ଶୁଭଫଳ ଆପଣଙ୍କୁ ମିଳିବ । ଧୈର୍ଯ୍ୟ ଓ ସାହସିକତା ପ୍ରଦର୍ଶନ କରି ପ୍ରତ୍ୟେକ କାର୍ଯ୍ୟକୁ ସୁଚାରୁ ରୂପେ ସମ୍ପାଦନ କରିପାରିବେ । ଉଚ୍ଚାଧିକାରୀଙ୍କୁ ସାକ୍ଷାତ କରନ୍ତୁ; ଲାଭ ମିଳିବ । କୌଣସି ଅଭାବ ନ ଥିଲେ ମଧ୍ୟ ପାରିବାରିକ କ୍ଷେତ୍ରରେ ବିଭିନ୍ନ ପ୍ରକାରର ସମସ୍ୟା ମନକୁ ବିଚଳିତ କରିପାରେ । ବିବାହିତ ଲୋକ ମାନଙ୍କର ଜୀବନ ପ୍ରେମପୂର୍ଣ୍ଣ ରହିବ । କିନ୍ତୁ ଆପଣଙ୍କ ଜୀବନସାଥୀ କୌଣସି କଥାରେ ଆପଣଙ୍କ ଉପରେ ରାଗିପାରନ୍ତି । ଯେ କୌଣସି ପକ୍ଷୀକୁ ଚାଉଳ ଅବା ଅନ୍ୟ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ, ଋଷ୍ଟ ଖଣ୍ଡନ ହେବ ।

ବୃଷ :-

ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ । ସ୍ଵାସ୍ଥ୍ୟ ଭଲ ରହିବା ସଙ୍ଗେ ସଙ୍ଗେ ଆର୍ଥିକ ସ୍ଥିତିରେ ମଧ୍ୟ ସୁଧାର ଆସିବ । ସ୍ଥଗିତ ଥିବା କେତେକ କାମ ବନ୍ଧୁଙ୍କ ସାହାଯ୍ୟରେ ପୂରା କରିବେ । କର୍ମକ୍ଷେତ୍ରରେ ବା ଅଫିସରେ କୌଣସି ତରବରିଆ ପଦକ୍ଷେପ ବା ନିଷ୍ପତ୍ତି ନେଲେ ଅସୁବିଧାରେ ପଡ଼ିପାରନ୍ତି । ଗୃହସ୍ଥ ଜୀବନ ସୁଖମୟ ହେବ । ପାରିବାରିକ କ୍ଷେତ୍ରରେ ଧୈର୍ଯ୍ୟ ଓ ସହନଶୀଳତା ବଜାୟ ରହିବ । ପୂରାତନ ରୋଗର ଉପଶମ ମିଳିବ । ନିଜ କାମ ପଛକୁ ପକାଇ ପଡୋଶୀଙ୍କ ଘରୋଇ କଥାରେ ମୁଣ୍ଡ ପୂରାଇଲେ ସମାଲୋଚିତ ହେବେ । କୌଣସି କାମ ଶୁଭାରମ୍ଭ ପାଇଁ ଆଜିର ଦିନଟି ଅତି ଉତ୍ତମ ଅଟେ । ବିଘ୍ନରାଜ ଗଣପତିଙ୍କୁ ପୂଜାର୍ଚ୍ଚନା କରନ୍ତୁ, ଦିନଟି ଭଲରେ କଟିବ ।

ମିଥୁନ :-

ଆଜିର ଦିନଟି ଆପଣଙ୍କ ପାଇଁ କିଛି ମାତ୍ରାରେ ଫଳଦାୟୀ ରହିବ । ମାନସିକ ରୂପରେ ଚିନ୍ତାଗ୍ରସ୍ତ ରହିବେ, ଯାହାର ପ୍ରଭାବ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ପଡ଼ିବ । ଆର୍ଥିକ ସ୍ଥିତି ପୂର୍ବ ଭଳି ରହିବ । ଆପଣଙ୍କ କାର୍ଯ୍ୟରେ ଅଳ୍ପ ବିଳମ୍ବ ହେବ । ଅଫିସରେ ଉଚ୍ଚ କତ୍ତୃପକ୍ଷ ଆପଣଙ୍କୁ କାର୍ଯ୍ୟକୁ ତର୍ଜମା କରିବେ ଓ ସମାଲୋଚିତ ହେବାକୁ ମଧ୍ୟ ପଡିବ । ନିଜଲୋକଙ୍କ ଶତ୍ରୁତା ଫଳରେ ମନରେ କ୍ଷୋଭ ଓ ହତାଶଭାବ ଦେଖା ଦେବ । ପରିବାରରେ ଅତୀତ ଘଟଣାକୁ କେନ୍ଦ୍ରକରି ପରିବାରରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି । ବୈବାହିକ ଜୀବନରେ ଅଶାନ୍ତି ସୃଷ୍ଟି ହୋଇପାରେ । ପ୍ରଭୁ ହନୁମାନଙ୍କୁ ଆରୋଧନ କରନ୍ତୁ, ସମ୍ଭାବ୍ୟ ସଙ୍କଟ ଦୂର ହେବ ।

କର୍କଟ :-

ଆଜିର ଦିନଟି ଆପଣଙ୍କ ପାଇଁ କିଛି ମାତ୍ରାରେ ଫଳଦାୟୀ ରହିବ । ରାଶିରେ ଅନୁକୂଳ ଗ୍ରହ ପ୍ରବାହ ଯୋଗୁଁ ମାନସିକ ସ୍ଥିତି ଭଲ ରହିବ ଏବଂ କର୍ମକ୍ଷେତ୍ରରେ ଯୋଦ୍ଧାଙ୍କ ଭଳି କାର୍ଯ୍ୟ କରିବେ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳତା ପାଇବେ । ବ୍ୟବସାୟ ବାଣିଜ୍ୟରେ ଆଶାତୀତ ଲାଭ କରିବେ ଏବଂ ଉନ୍ନତି ମଧ୍ୟ ମିଳିବ । ଦେଖିଚାହିଁ ଖର୍ଚ୍ଚ କରନ୍ତୁ । ଗୃହସ୍ଥ ଜୀବନ ସୁଖମୟ ରହିବ । ଦୂର ସମ୍ପର୍କୀୟଙ୍କ ଠାରୁ ଅପରାହ୍ନରେ ଶୁଭସମ୍ବାଦ ଶୁଣି ଉଲ୍ଲସିତ ହେବେ । ସ୍ଵାସ୍ଥ୍ୟ ସମସ୍ୟା ସୁଧୁରି ଯିବ ଏବଂ ନିକଟ ସମ୍ପର୍କୀୟମାନଙ୍କ ସହାନୁଭୂତି ଲାଭ କରିବେ । ବାଦବିବାଦ, ତର୍କ ବିତର୍କ ଠାରୁ ଦୂରେଇ ରୁହନ୍ତୁ । ଯଥା ସମ୍ଭବ ନିଜ ଶକ୍ତି ଅନୁସାରେ ଗରିବ ଲୋକଙ୍କୁ ଦାନ କରନ୍ତୁ ।

ସିଂହ :-

ସିଂହ ରାଶିର ଲୋକଙ୍କ ପାଇଁ ଆଜିର ଦିନଟି କିଛି ମାତ୍ରାରେ ଶୁଭଦାୟକ ରହିବ । ଖର୍ଚ୍ଚାନ୍ତ ଅଧିକ ହେବା ଦ୍ଵାରା ସମ୍ୟକ ଚିନ୍ତିତ ରହିପାରନ୍ତି କିନ୍ତୁ ଆୟ ଭଲ ହୋଇଥିବାରୁ କୌଣସି ଅସୁବିଧା ହେବନାହିଁ । କର୍ମକ୍ଷେତ୍ରରେ ବହୁତ ଭଲ ଫଳ ମିଳିବ କିନ୍ତୁ କାର୍ଯ୍ୟଭାର ଅଧିକ ରହିବ ଓ ଅପରାହ୍ନରେ ମିଥ୍ୟା ଅଭିଯୋଗରେ ଫସି ପାରନ୍ତି । ସାମାଜିକ ସ୍ତରରେ ବନ୍ଧୁଙ୍କ ନିକଟରୁ ସାହାଯ୍ୟ ସହଯୋଗ ପାଇବେ । ଦାମ୍ପତ୍ୟ ଜୀବନ ଅଶାନ୍ତିର ଛାୟାରେ ଆଢୁଆଳ ହୋଇରହିବ । କୌଣସି ବିବାଦୀୟ ପରିସ୍ଥତିତରେ ମୁଣ୍ଡ ପୁରନ୍ତୁ ନାହିଁ । ଛୋଟ ଛୋଟ କଥାକୁ କେନ୍ଦ୍ର କରି ପରିବାରରେ ଅଶାନ୍ତିର ଝଡ ଦେଖାଦେଇପାରେ । ଦେବୀ ମାଆଙ୍କୁ ବା ଆପଣଙ୍କ ଘର ଇଷ୍ଟ ଦେବୀଙ୍କୁ ପୂଜାର୍ଚ୍ଚନା କରନ୍ତୁ, ମନକୁ ଶାନ୍ତି ମିଳିବ ଓ ଋଷ୍ଟ ଖଣ୍ଡନ ହେବ ।

କନ୍ୟା :-

ଆପଣଙ୍କ ଜୀବନରେ କିଛି ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ମଧ୍ୟାହ୍ନ ପର୍ଯ୍ୟନ୍ତ ଆପଣଙ୍କ ମାନସିକ ସ୍ଥିତି ଖୁବ୍ ଭଲ ରହିବ ଓ ପ୍ରଖର ମଧ୍ୟ ରହିବ । କିନ୍ତୁ ମଧ୍ୟାହ୍ନ ପରେ ଆପଣ ଖର୍ଚ୍ଚାନ୍ତ ହୋଇପାରନ୍ତି ଏବଂ କୌଣସି କଥାକୁ ନେଇ ଚିନ୍ତାଗ୍ରସ୍ତ ରହିବେ । କର୍ମକ୍ଷେତ୍ରରେ ଦିନଟି ଭଲ ରହିବ । ବୁଦ୍ଧି ପ୍ରୟୋଗ କରି କାମ କରିଲେ ସଫଳ ହେବେ । ସରକାରୀ କର୍ମଚାରୀମାନେ ନିଜ କାର୍ଯ୍ୟ ସମ୍ପର୍କରେ ଉଚ୍ଚାଧିକାରୀଙ୍କୁ କୈଫତ ଦେବାକୁ ପଡିବ । ଗୃହସ୍ଥ ଜୀବନରେ ଅଶାନ୍ତି ଦେଖାଦେବ । ପରିବାରରେ ବୟୋଜ୍ୟେଷ୍ଟଙ୍କ ପରାମର୍ଶ କ୍ରମେ କାର୍ଯ୍ୟ କାଲେ କୌଣସି ଅସୁବିଧା ହେବ ନାହିଁ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ବ୍ରାହ୍ମଣଙ୍କୁ ଦାନଧର୍ମ କରନ୍ତୁ ।

ତୁଳା :-

ଆପଣ ନିଜ ଉପରେ ଭରସା ରଖନ୍ତୁ ଏବଂ ନିଜର ବୁଦ୍ଧିରେ ଆଗକୁ ବଢ଼ନ୍ତୁ । ଆପଣଙ୍କ ଆଶା ଓ ଅଭିଳାଷ ନିଶ୍ଚିତ ପୂରଣ ହୋଇଯିବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । କର୍ମକ୍ଷେତ୍ରରେ ଅଭାବନୀୟ ପରିସ୍ଥିତିକୁ ସାମ୍‌ନା କରିବା ପଡିବ କିନ୍ତୁ ନିଜର ଉପସ୍ଥିତ ବୁଦ୍ଧି ପ୍ରୟୋଗ ସମସ୍ୟାକୁ ସମାଧାନ କରିବାରେ ସଫଳ ହେବେ । ପରୋକ୍ଷ ଶତ୍ରୁତା କରୁଥିବା ସହକର୍ମୀମାନେ ହଇରାଣରେ ପକାଇବାକୁ ଚେଷ୍ଟା କରିବେ । ପାରିବାରିକ କ୍ଷେତ୍ରରେ କେହି ଜଣେ ବିନା କାରଣରେ କିଛି ଅଭିଯୋଗ ଆଣିପାରନ୍ତି । ପାରିବାରିକ ଜୀବନ ସୁଖକର ରହିବ । ଘର କଥା ନେଇ ସ୍ତ୍ରୀଙ୍କ ସହ ଆଲୋଚନା କରିବେ, ଅବଶ୍ୟ ଆପଣଙ୍କ ଆଶଙ୍କା ଅପରାହ୍ନେ ଦୂର ହୋଇଯିବ । ପିମ୍ପୁଡିକୁ ମିଠା ଖାଇବାକୁ ଦିଅନ୍ତୁ ।

ବିଛା :-

ଶାରୀରିକ ଓ ମାନସିକ ଦୃଷ୍ଟି କୋଣରୁ ମନ ଭଲ ରହିଲେ ମଧ୍ୟ ଆର୍ଥିକ ଦୃଷ୍ଟି କୋଣରୁ ମନ ଅସ୍ଥିର ରହିବ । ଆପଣ ଆଜି ଆଶଙ୍କାର ପରିକଳ୍ପନାରେ ମନ ଭାରାକ୍ରାନ୍ତ ରହିବ । ଚାକିରି କରୁଥିବା କର୍ମଜୀବିଙ୍କ ଉପରେ କାର୍ଯ୍ୟର ଚାପ ବୃଦ୍ଧି ପାଇବ, ଯାହାଫଳରେ କର୍ମାବିମୁଖୀ ମନୋଭାବ ଦେଖାଦେବ । ଯେକୌଣସି ନିଷ୍ପତ୍ତି ନେବା ପୂର୍ବରୁ ବରିଷ୍ଠ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ । ଭଲ ସମ୍ପର୍କ ରହିଥିବା କୌଣସି ଭଦ୍ର ମହିଳାଙ୍କ ଦ୍ୱାରା ଉପକୃତ ହୋଇପାରନ୍ତି । ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିବ । ଜୀବନସାଥୀଙ୍କ ସହିତ ସମ୍ବନ୍ଧ ବଢ଼ିଆ ରହିବ । ପ୍ରାତଃ ସ୍ନାନ ସାରି ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରନ୍ତୁ ।

ଧନୁ :

ମନରୁ ନକାରାତ୍ମକ ଚିନ୍ତାଧାରା ବାହାର କରନ୍ତୁ ଏବଂ ଅଯଥା ସନ୍ଦେହ କରନ୍ତୁ ନାହିଁ । ଜୀବନଚର୍ଯ୍ୟାରେ ଅସଂଗତି ଦୂର କରିବା ସକାଶେ ମନକୁ ଦୃଢ କରିପାରିବେ । କର୍ମକ୍ଷେତ୍ରରେ ଯେତେ ଭଲ କାର୍ଯ୍ୟ କରିଲେ ମଧ୍ୟ ପ୍ରଶଂସା ବଦଳରେ ଅପମାନିତ ହେବାକୁ ପଡିବ । ସାମାଜିକ କାର୍ଯ୍ୟକଳାପରେ ମହତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବେ । ପରିବାରରେ ଭାଇ, ଭଉଣୀଙ୍କ ସହଯୋଗ ପାଇବେ । କିନ୍ତୁ ମଧ୍ୟାହ୍ନରେ ସାଧାରଣ କଥାକୁ କେନ୍ଦ୍ରକରି ମନରେ ବିରକ୍ତିଭାବ ଜାତ ହୋଇପାରେ । ଭୋଳବାବାଙ୍କୁ ଆରୋଧନ କରନ୍ତୁ, ସମ୍ଭାବ୍ୟ ସଙ୍କଟ ଦୂର ହେବ ।

ମକର :

ଆଜିର ଦିନରେ ଆପଣଙ୍କୁ ଖୁବ ସତର୍କତାର ସହିତ ରହିବାକୁ ପଡ଼ିବ । ଆପଣ ନିଜର କାମକୁ ଠିକ୍‌ ଭାବେ ନିର୍ବାହ କରିବେ । କିନ୍ତୁ ମନରେ ସରସତା ରହିବ ନାହିଁ, ମନରେ ଅଜସ୍ର ଚିନ୍ତା ରହିବ । ଯେଉଁ କାର୍ଯ୍ୟ କରୁଛନ୍ତି ବୁଝିବିଚାରି କରନ୍ତୁ ନଚେତ ସମସ୍ୟାକୁ ନିମନ୍ତ୍ରଣ କରିବା ସହ ସମାନ ହେବ । ଅଯଥା ଖର୍ଚ୍ଚ ଆପଣଙ୍କୁ ଚିନ୍ତିତ କରାଇବ । ତେଣୁ ଧନ ସଞ୍ଚୟ ଉପରେ ଧ୍ୟାନ ଦିଅନ୍ତୁ । କର୍ମକ୍ଷେତ୍ରରେ ଦିନଟି ସାମାନ୍ୟ ଭଲ ରହିବ । ପ୍ରତ୍ୟେକ କ୍ଷେତ୍ରରେ କୌଶଳପୂର୍ଣ୍ଣ କଥା କହି କାମ ହାସଲ କରି ପାରିବେ । ବୈବାହିକ ଲୋକଙ୍କର ଗୃହସ୍ଥ ଜୀବନ ଭଲ ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ନିଜ ଉପରେ ଭରସା ରଖନ୍ତୁ, ଇଷ୍ଟଦେବୀଙ୍କୁ ଆରୋଧନ କରନ୍ତୁ ।

କୁମ୍ଭ :

ଆଜିର ଦିନଟି ଆପଣଙ୍କ ପାଇଁ ଖୁବ ଭଲ ରହିବ । ଧୌର୍ଯ୍ୟର କାର୍ଯ୍ୟ କରନ୍ତୁ, କୌଣସି କାର୍ଯ୍ୟକୁ ନେଇ ବିଚଳିତ ହୁଅନ୍ତୁ ନାହିଁ । ଗୃହସ୍ଥ ଜୀବନ ଅତିବାହିତ କରୁଥିବା ଲୋକଙ୍କର ଜୀବନ ଆନନ୍ଦମୟ ହେବ । ନିଜ ଜୀବନସାଥୀକୁ ମନ କଥା ଖୋଲି କହିବେ । ପୂର୍ବରୁ ଶତ୍ରୁତା କରୁଥିବା ବ୍ୟକ୍ତି ଓ ନିଜ ଆତ୍ମୀୟ ବନ୍ଧୁ ପ୍ରତି ସତର୍କ ରୁହନ୍ତୁ । ପ୍ରତ୍ୟେକ କ୍ଷେତ୍ରରେ ପର ଉପରେ ନିର୍ଭର କରିବା କାରଣରୁ କେତେକ ବ୍ୟତିକ୍ରମ ଦେଖାଦେଇ ପାରେ । ଅପରାହ୍ନରେ ପରିବାର ମଧ୍ୟରେ ସନ୍ଦେହ ଓ ଭୁଲ୍‌ ବୁଝାମଣା କାରଣରୁ ସ୍ତ୍ରୀଙ୍କ ସହ ମତାନ୍ତର ଘଟିପାରେ ।

ମୀନ :-

ଆଜିର ଦିନଟି ଆପଣଙ୍କ ପାଇଁ ଖୁବ ଭଲ ରହିବ । ନିଜର ବୁଦ୍ଧି ପ୍ରୟୋଗ କରି କର୍ମରେ ସଫଳତା ହାସଲ କରିବେ । ଦୈହିକ ସୁସ୍ଥତା ସଙ୍ଗେ ସଙ୍ଗେ ମାନସିକ ସ୍ଥିରତା ବଜାୟ ରହିବ । କର୍ମକ୍ଷେତ୍ରରରେ ସହକର୍ମୀଙ୍କ ସହଯୋଗ ଲାଭ କରିବେ । କର୍ମକ୍ଷେତ୍ରରରେ ସହକର୍ମୀଙ୍କ ସହଯୋଗ ଲାଭ କରିବେ । ଆର୍ଥିକ କ୍ଷେତ୍ରରେ ସୁଧାର ଆସିବ । ସ୍ୱାସ୍ଥ୍ୟ ଭଲ ରହିବ । ଭୁଲ୍ ବୁଝାମଣା କାରଣରୁ ପରିବାରର ସଦସ୍ୟମାନେ ଆପଣଙ୍କୁ ଭିନ୍ନ ଦୃଷ୍ଟିକୋଣରୁ ବିଚାର କରି ପାରନ୍ତି । ଦାମ୍ପତ୍ୟ ଜୀବନ ଅତିବାହିତ କରୁଥିବା ଲୋକଙ୍କ ଜୀବନରେ ଅଶାନ୍ତି କିଛି ମାତ୍ରାରେ କମିଯିବ । ପଶୁ, ପକ୍ଷୀକୁ ଖାଇବାକୁ ଦିଅନ୍ତୁ ।

Leave a Reply

Your email address will not be published. Required fields are marked *