24 ଜୁନ୍ 2020, ରାଶିଫଳ : ଏହି ୬ଟି ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ମଙ୍ଗଳଦାୟକ ରହିବ । ଧନ ଲାଭର

Spread the love

24 ଜୁନ୍ 2020, ରାଶିଫଳ : ଏହି ୬ଟି ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ମଙ୍ଗଳଦାୟକ ରହିବ । ଧନ ଲାଭର ଯଥେଷ୍ଟ ସମ୍ଭାବନା ରହିଛି ।

ଆଜି ଆମେ ଆପଣଙ୍କୁ ୨୪ ଜୁନ୍ ବୁଧବାର ରାଶିଫଳ ବିଷୟରେ କହିବୁ । ଆମ ଜୀବନରେ ରାଶିଫଳର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରାଯାଇପାରିବ । ଏହି ଗ୍ରହ ନକ୍ଷେତ୍ରମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଏ । ପ୍ରତ୍ୟେକ ଦିନ ଗ୍ରହମାନଙ୍କର ସ୍ଥିତି ଆମର ଭବିଷ୍ୟତକୁ ପ୍ରଭାବିତ କରିଥାଏ । ଏହି ରାଶିଫଳରେ, ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ ଶିକ୍ଷା ଏବଂ ବୈବାହିକ ଜୀବନ ଓ ପ୍ରେମ ଜୀବନ ସହିତ ଜଡିତ ସମସ୍ତ ସୂଚନା ପାଇବେ । ଯଦି ଆପଣ ମଧ୍ୟ ଜାଣିବାକୁ ଚାହାଁନ୍ତି ଆଜିର ଦିନଟି ଆପଣଙ୍କ ପାଇଁ କିପରି କାଟିବା, ତେବେ ୨୪ ଜୁନ୍ ବୁଧବାରର ରାଶିଫଳ ପଢନ୍ତୁ ।

ମେଷ :-

ଆଜିର ଦିନ ଆପଣଙ୍କ ପାଇଁ ମାଧ୍ୟମ ଫଳଦାୟୀ ରହିବ । କର୍ମ କ୍ଷେତ୍ରରେ ଆପଣଙ୍କୁ ସତର୍କ ରହି କାର୍ଯ୍ୟ କରିବାକୁ ପଡ଼ିବ । ଆକାରଣେ କୌଣସି ବ୍ୟକ୍ତିଙ୍କ ସହ ସଂଘର୍ଷ ମଧ୍ୟ ହୋଇପାରେ ଏବଂ ଏହାର ପ୍ରଭାବ ଆପଣଙ୍କ କର୍ମକ୍ଷେତ୍ର ଉପରେ ପଡ଼ିବ । ଅଫିସରେ ନିଜ କାର୍ଯ୍ୟରେ ମନଧ୍ୟାନ ଦେବା ସତ୍ତ୍ୱେ ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିମାନେ ଆପଣଙ୍କ କାର୍ଯ୍ୟକୁ ନେଇ ଆପଣଙ୍କୁ ସମାଲୋଚିତ କରିପାରନ୍ତି । ପାରିବାରିକ ଜୀବନରେ ପୂର୍ବରୁ ଲାଗିରହିଥିବା ସମସ୍ୟାର ସମାଧାନ ହୋଇଯିବ । ବୈବାହିକ ଏବଂ ଗୃହସ୍ଥ ଜୀବନ ପାଇଁ ଆଜିର ଦିନଟି ଖୁବ୍ ଭଲ ରହିବ । ନିଜ ଦାମ୍ପତ୍ୟ ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଯଥା ସମ୍ଭବ ପ୍ରାତଃ ସ୍ନାନ ପରେ ହନୁମାନ ଚାଳିଶ ପାଠ କରନ୍ତୁ, ପରୋକ୍ଷ ଶତ୍ରୁତା, ଦୁଃଖ, କଷ୍ଟ ଦୂର ହେବ ।

ବୃଷ :-

ଆଜିର ଦିନଟି ଆପଣଙ୍କ ପାଇଁ ଶୁଭଦାୟକ ରହିବ । ରାଶିରେ ଗ୍ରହ ନକ୍ଷତ୍ରଗୁଡ଼ିକ ମଜବୁତ ସ୍ଥିତି ଥିବା ଯୋଗୁଁ ଆପଣଙ୍କ ଜୀବନରେ କୌଣସି ଅସୁବିଧା ଆସିବ ନାହିଁ । ଆପଣ ଆପଣଙ୍କର କ୍ଷୀପ୍ର ବୁଦ୍ଧିର ସାହାଯ୍ୟରେ ସମସ୍ତ କାର୍ଯ୍ୟକୁ ଅତି ସହଜରେ ସମ୍ପାଦନ କରିବେ । ଆପଣଙ୍କ ମନରେ ମନୋବଳ ଦୃଢ ରହିବ । ଅଫିସରେ ବୀରତ୍ଵର ସହ ଦୁଃସାହସିକ କାର୍ଯ୍ୟ ସମ୍ପାଦନ କରି ସମସ୍ତଙ୍କ ଆଦରଣୀୟ ହୋଇପାରିବେ । ସମାଜରେ ନିଜ ସ୍ଥିତି ମଜବୁତ ରହିବ । କିନ୍ତୁ ପାରିବାରିକ ଜୀବନରେ ଅଶାନ୍ତି ଦେଖାଦେଇପାରେ । କାରଣ ପରିବାର ଲୋକଙ୍କ ମଧ୍ୟରୁ କେହି ଶାରୀରିକ ଅସୁସ୍ଥ ହୋଇପାରନ୍ତି । ଦମ୍ପତି ମାନଙ୍କ ଗୃହସ୍ଥ ଜୀବନରେ ମିଠାପଣ ଭରିଯିବ । କୁକୁର କିମ୍ବା ଗାଈକୁ ରୁଟି ଖାଇବାକୁ ଦିଅନ୍ତୁ, ଦିନଟି ଆହୁରି ସୁଖଦାୟକ ହେବ ।

ମିଥୁନ :-

ଆଜିର ଦିନଟି ଆପଣଙ୍କ ପାଇଁ ମଧ୍ୟମ ଫଳ ପ୍ରଦାନ କରିବ । ଆପଣଙ୍କୁ ଆପଣଙ୍କ ସ୍ୱାସ୍ଥ୍ୟର ଧ୍ୟାନ ରଖିବାକୁ ପଡ଼ିବ । କାରଣ ସୂର୍ଯ୍ୟ ଗ୍ରହଣ ଆପଣଙ୍କ ରାଶିରେ ଲାଗିଥିଲା । ତେଣୁ ଆପଣଙ୍କ ଶରୀର ଅସୁସ୍ଥ ହୋଇପାରେ କିମ୍ବା କ୍ଷତ ହୋଇପାରେ । ମାନସିକ ଦୁଶ୍ଚିନ୍ତା ବଢ଼ିବ । କର୍ମ କ୍ଷେତ୍ରରେ ଶୁଭଫଳ ପ୍ରାପ୍ତ ହେବ । କର୍ମ କ୍ଷେତ୍ରରେ ମନୋନିବେଶ କରନ୍ତୁ, ଆପଣଙ୍କୁ ଖୁସି ମିଳିବ । ଆର୍ଥିକ କ୍ଷେତ୍ରରେ ବିଶେଷ କିଛି ଅସୁବିଧା ହେବ ନାହିଁ । ପରିବାରରେ ଛୋଟିଆ ଛୋଟିଆ କଥାକୁ କେନ୍ଦ୍ର କରି ଅଶାନ୍ତି ସୃଷ୍ଟି ହୋଇପାରେ । ଦାମ୍ପତ୍ୟ ଜୀବନରେ କେତେକ ଅସୁବିଧା ଦେଖା ଦେଇପାରେ । ଘରର ଇଷ୍ଟଦେବୀଙ୍କୁ ଆରୋଧନ କରନ୍ତୁ, ସମ୍ଭାବ୍ୟ ସଙ୍କଟ ଦୂର ହେବ ।

କର୍କଟ :-

ଆଜି ଆପଣଙ୍କ ମନ ଉଦାସ ରହିବ । କର୍ମକ୍ଷେତ୍ରରେ ପ୍ରତି ବିମୁଖ ମନୋଭାବ ଜାତ ହେବେ । ଇଚ୍ଛା ନଥିଲେ ମଧ୍ୟ ପରିସ୍ଥିତି ପଡି କେତେକ କାର୍ଯ୍ୟ କରିବାକୁ ବାଧ୍ୟ ହେବେ । ଅଫିସରେ ଉଦାସୀନ ରହିବା ଫଳରେ ଅନ୍ୟମାନେ ସମାଲୋଚିତ କରିପାରନ୍ତି । ଆର୍ଥିକ ସ୍ଥିତି ମାନ୍ଦା ରହିବ । ତଥାପି ପାରିବାରିକ ଖର୍ଚ୍ଚ ବଢିବା କାରଣରୁ ମନରେ ସରସତା ରହିବ ନାହିଁ । ଅପରାହ୍ନ ପରେ ପରିଶ୍ରମର ଶୁଭ ଫଳ ପ୍ରାପ୍ତ ହେବ । ଗୃହସ୍ଥ ଜୀବନ କଷ୍ଟଦାୟକ ରହିପାରେ । ଆପଣଙ୍କୁ ଆଜି ନିଜର ଓ ନିଜ ଜୀବନସାଥୀର ଧ୍ୟାନ ରଖିବାକୁ ପଡ଼ିବ । ଶିବ ମନ୍ଦିରରେ ଘିଅ ଦୀପ ପ୍ରଜ୍ଜ୍ଵଳନ କରନ୍ତୁ, ପରିବାରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଭଲ ରହିବ ।

ସିଂହ :-

ଦିନଟି ଆପଣଙ୍କ ପାଇଁ ସକାରାତ୍ମକ ଫଳ ପ୍ରଦାନ କରିବ । ଆପଣଙ୍କ ଆୟ ବୃଦ୍ଧି ହେବ । ମାନସିକ ଦୁଶ୍ଚିନ୍ତା ବଢ଼ିପାରେ ଏବଂ ଶତ୍ରୁମାନେ ସକ୍ରିୟ ରହିପାରନ୍ତି । ଆପଣଙ୍କ ଭଲ ବ୍ୟବହାର ପାଇଁ ଅଫିସ‌ର ସହ କର୍ମଚାରୀମାନେ ପ୍ରଭାବିତ ହେବେ । ଦୀର୍ଘଦିନରୁ ଆପଣ ଯାହା ଆଶା କରୁଥିଲେ ଆଜି ତାହା ସହଜ ଓ ସୁବିଧାରେ ପାଇଯିବେ । କିନ୍ତୁ ପ୍ରତ୍ୟେକ କ୍ଷେତ୍ରରେ ପ୍ରତିଯୋଗିତା ମୂଳକ ମନୋଭାବ ଉପୁଜି ପାରେ । ସ୍ଵସ୍ଥ୍ୟାବସ୍ଥାରେ ଭଲ ରହିବ । ଗୃହରେ ମାଙ୍ଗଳିକର ଆୟୋଜନ ନିମନ୍ତେ ପରିବାରର ବୟୋଜ୍ୟେଷ୍ଟଙ୍କ ସହ ଆଲୋଚନା କରିବେ ।

କନ୍ୟା :-

ଉନ୍ନତି ଓ ଅଗ୍ରଗତିର ସୁଯୋଗ ପାଇବେ । କର୍ମକ୍ଷେତ୍ରରେ ଶୁଭଫଳ ପ୍ରାପ୍ତ ହେବ । ଚାକିରୀ ବୃତ୍ତି କରୁଥିବା ଲୋକଙ୍କ ପାଇଁ ଦିନଟି ଅତ୍ୟନ୍ତ ଭଲ ରହିବ । ଉଚ୍ଚାଧିକାରୀଙ୍କ ଆଦରଣୀୟ ହୋଇପାରିବେ । ନୂଆ ପ୍ରସ୍ତାବର ରୂପରେଖ ଦିଅନ୍ତୁ, ଭବିଷ୍ୟତରେ ଶୁଭଫଳ ପାଇବେ । ତଥାପି ସାମୟିକ ଭାବରେ ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ସାମାନ୍ୟ ମନ୍ଥର କରିପାରେ । ଆର୍ଥିକ ପରିସ୍ଥିତି ଭଲ ରହିବ । ଗୁପ୍ତ ଶତ୍ରୁଙ୍କ ଠାରୁ ସାବଧାନ ରୁହନ୍ତୁ ଏବଂ ନିଜ କାର୍ଯ୍ୟ ଉପରେ ଧ୍ୟାନ ଦିଅନ୍ତୁ । ନିଜର ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ । ନିଜ ଉପରେ ଭରସା ରଖନ୍ତୁ ଏବଂ ଶାନ୍ତିରେ କାମ କରନ୍ତୁ ସଫଳତା ନିଶ୍ଚିତ ମିଳିବ ।

ତୁଳା :-

ଚିତ୍ତପ୍ରସନ୍ନ ରହିବ ଏବଂ ସର୍ବକାର୍ଯ୍ୟ ସିଦ୍ଧି ହେବ । କର୍ମକ୍ଷେତ୍ରରେ ଆପଣ ବୁଦ୍ଧିର ପ୍ରୟୋଗ କରିବେ ଏବଂ କାମକୁ ଭଲ ଭାବରେ ତୁଲାଇ ପାରିବେ । ଚାକିରିଆଙ୍କ ପାଇଁ ଦିନଟି ଭଲ ରହିବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଅବଶ୍ୟ ଆପଣ ପ୍ରତ୍ୟେକ କ୍ଷେତ୍ରରେ ନିଜକୁ ଖପାଖୁଆଇ ନେବା ହେତୁ କୌଣସି ଅସୁବିଧା ସୃଷ୍ଟି ହେବ ନାହିଁ । ପରିସ୍ଥିତିରେ ପଡି କେତେକ କାମ ଇଚ୍ଛା ନ ଥିଲେ ମଧ୍ୟ କରିବାକୁ ବାଧ୍ୟ ହୋଇପାରନ୍ତି । ପାରିବାରିକ ଜୀବନରେ ଶାନ୍ତି ରହିଲେ ମଧ୍ୟ ଆପଣ କୌଣସି କଥାକୁ ନେଇ ଚିନ୍ତିତ ରହିବେ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଜୀବନସାଥୀଙ୍କ ସହିତ ମିଶି କୌଣସି ବଡ଼ ଯୋଜନା ଉପରେ ବିଚାର ବିମର୍ଶ କରିପାରନ୍ତି ।

ବିଛା :-

ଦିନଟି ଆପଣଙ୍କୁ ମାଧ୍ୟମ ଫଳ ପ୍ରଦାନ କରିବା । ମାନସିକ ଚିନ୍ତା ଏବଂ ପୁରୁଣା ସମସ୍ୟାରୁ ମୁକ୍ତି ମିଳିବ । ଶିଳ୍ପ, ବାଣିଜ୍ୟ, ରାଜନୀତି ସ୍ତରରେ କିଛିଟା ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ । କର୍ମକ୍ଷେତ୍ରରେ ଶୁଭଫଳ ପ୍ରାପ୍ତ ହେବ ଏବଂ ଆପଣ ପରିଶ୍ରମ ଜାରି ରଖିବେ । ଉଚ୍ଚ ପଦସ୍ଥ ବ୍ୟକ୍ତି ବିଶେଷମାନଙ୍କ ନିକଟରୁ ଆନୁଷ୍ଠାନିକ କାମରେ ପ୍ରେରଣା ମିଳିବ । ଅପେକ୍ଷା କରିଥିବା କାର୍ଯ୍ୟରେ ଶୁଭ ସୂଚନା ମିଳିବ । ପଡୋଶୀଙ୍କ ସହାୟତା ଲାଭ କରି ମାନସିକ ଅସୁସ୍ଥିକୁ ଦୂରେଇବାର ଚେଷ୍ଟା କରିପାରନ୍ତି । କୌଣସି ଗରିବ ଲୋକ ବସ୍ତ୍ର ଦାନ କରନ୍ତୁ ।

ଧନୁ :

ଆଜିର ଦିନଟି ଆପଣଙ୍କ ପାଇଁ ମାଧ୍ୟମ ଫଳପ୍ରଦାୟକ ରହିବ । ଆପଣ ମାନସିକ ଚିନ୍ତାଗ୍ରସ୍ତ ରହିବେ । ଏହି ଚିନ୍ତାରୁ ବାହାରିବା ଆପଣଙ୍କ ପାଇଁ ଜରୁରୀ ଅଟେ । କର୍ମକ୍ଷେତ୍ର ପାଇଁ ଦିନଟି ଭଲ ରହିବ । ଅଫିସର କାମକୁ ଆପଣ ଭଲ ଭାବରେ ନିର୍ବାହ କରିବେ । ଅଫିସର ବରିଷ୍ଠ ଅଧିକାରୀ ଓ ମାଲିକଙ୍କ ନଜରରେ ସମ୍ମାନ ବଢ଼ିବ । ଆପଣ ନିଜର ଖାଦ୍ୟ ପେୟ ଉପରେ ଧ୍ୟାନ ଦିଅନ୍ତୁ ନଚେତ ଅସୁସ୍ଥ ହୋଇପାରନ୍ତି । ଦାମ୍ପତ୍ୟ ଜୀବନରେ ଅଶାନ୍ତି ଦେଖାଦେଇପାରେ । ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କ ପାଇଁ ଦିନଟି ଖୁବ୍ ଭଲ ରହିବ । ଇଷ୍ଟଦେବୀଙ୍କୁ ଆରୋଧନ କରନ୍ତୁ, ଦୁଃଖ କଷ୍ଟ ଦୂର ହେବ ।

ମକର :

ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ, ରୋମାଞ୍ଚକର ରହିବା । ଆପଣଙ୍କ ମନରେ ଉଙ୍କି ମାରିଥିବା ପ୍ରଶ୍ନର ସମାଧାନ ମିଳିବ । ପ୍ରତିଯୋଗିତା, କ୍ରୀଡା, ଗବେଷଣା, ଲେଖାପଢା ତଥା ବ୍ୟବସାୟ, ପରିବହନ, ବ୍ୟବସାୟ ଓ ବାଣିଜ୍ୟ ଆଦି କ୍ଷେତ୍ରରେ ଯଥେଷ୍ଟ ଉନ୍ନତି କରିବେ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ଠାରୁ ଭୁଲ୍‌ ଖବର ପାଇ ବିବ୍ରତ ହୋଇପାରନ୍ତି । ଶତୃ ବୃଦ୍ଧି ଓ ଆର୍ଥିକ ଅନାଟନ ଦେଖା ଦେବ । ଆପଣଙ୍କୁ ଆପଣଙ୍କର ବ୍ୟବହାର ଠିକ ରଖିବାକୁ ପଡ଼ିବ ନଚେତ ପାରିବାରିକ ଅଶାନ୍ତି ଦେଖା ଦେଇପାରେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ହନୁମାନ ଚାଳିଶ ପାଠ କରନ୍ତୁ ।

କୁମ୍ଭ :

ଧାର୍ମିକ କାର୍ଯ୍ୟରେ ସମୟ ଅତିବାହିତ କରିବେ । ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ ଓ ଯେଉଁ କାମରେ ବାହାରିଛନ୍ତି ସେଥିରେ ନିଶ୍ଚିତ କୃତକାର୍ଯ୍ୟ ହେବେ । ବ୍ୟବସାୟରେ ନୂଆ ସମ୍ଭାବନା ଅନ୍ୱେଷଣ କରିବେ । ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । କୌଣସି ଗୁରୁତ୍ୱପୂର୍ଣ୍ଣ ବିଷୟ ଆଲୋଚନା ପରିପ୍ରେକ୍ଷୀରେ ନିକଟ ସମ୍ପର୍କୀୟମାନେ ଆପଣଙ୍କ ପରାମର୍ଶ ଲୋଡ଼ି ପାରନ୍ତି । ଗୃହ ସମସ୍ୟାରେ ଛନ୍ଦି ହୋଇପାରନ୍ତି । ବୈବାହିକ ଜୀବନ ସୁଖମୟ ରହିବ ।

ମୀନ :-

ଉଚ୍ଚଆଶା ସଫଳ ହେବ । ଯାହା ଚାହୁଁଛନ୍ତି ସେହି ଅନୁସାରେ କାମ କରି ଚାଲିଲେ ଅଭିଳାଷ ନିଶ୍ଚିତ ପୂରଣ ହୋଇପାରିବ । ମନରେ ନୂଆ ନୂଆ ଚିନ୍ତା ଆସିବା । ବ୍ୟାବସାୟିକ କାମକୁ ସମ୍ୟକ ଚିନ୍ତାଗ୍ରସ୍ତ ରହିବେ । ଅଫିସର କାମଗୁଡିକ ତରବରିଆ ଭାବେ କରନ୍ତୁ ନାହିଁ । ଆର୍ଥିକ ଉନ୍ନତି ଘଟିବ । ସମାଜରେ ଆପଣଙ୍କ ପ୍ରତିପତ୍ତି ବୃଦ୍ଧି ପାଇବ । ପରିବାରରେ ସାଧାରଣ କଥାକୁ କେନ୍ଦ୍ର କରି ଅଶାନ୍ତିର ପରିବେଶ ସୃଷ୍ଟି ହୋଇପାରେ । ଦାମ୍ପତ୍ୟ ଜୀବନରେ ସାମାନ୍ୟ ମତପାର୍ଥକ୍ୟ ଦେଖାଦେଇପାରେ । ଇଷ୍ଟଦେବୀଙ୍କୁ ଆରୋଧନ କରନ୍ତୁ, ମନକୁ ଶାନ୍ତି ମିଳିବ ।

Leave a Reply

Your email address will not be published. Required fields are marked *