23 ଜୁନ୍ 2020, ରାଶିଫଳ : ମହାପ୍ରଭୂ ଜଗନ୍ନାଥଙ୍କ କୃପାରୁ ଆଜି ଏହି ୮ଟି ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ଶୁଭଦାୟକ ରହିବ । ଜାଣନ୍ତୁ

Spread the love

23 ଜୁନ୍ 2020, ରାଶିଫଳ : ମହାପ୍ରଭୂ ଜଗନ୍ନାଥଙ୍କ କୃପାରୁ ଆଜି ଏହି ୮ଟି ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ଶୁଭଦାୟକ ରହିବ । ଜାଣନ୍ତୁ ଆଜିର ରାଶିଫଳ !

ଆଜି ଆମେ ଆପଣଙ୍କୁ ୨୩ ଜୁନ୍ ମଙ୍ଗଳବାର ରାଶିଫଳ ବିଷୟରେ କହିବୁ । ଆମ ଜୀବନରେ ରାଶିଫଳର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରାଯାଇପାରିବ । ଏହି ଗ୍ରହ ନକ୍ଷେତ୍ରମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଏ । ପ୍ରତ୍ୟେକ ଦିନ ଗ୍ରହମାନଙ୍କର ସ୍ଥିତି ଆମର ଭବିଷ୍ୟତକୁ ପ୍ରଭାବିତ କରିଥାଏ । ଏହି ରାଶିଫଳରେ, ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ ଶିକ୍ଷା ଏବଂ ବୈବାହିକ ଜୀବନ ଓ ପ୍ରେମ ଜୀବନ ସହିତ ଜଡିତ ସମସ୍ତ ସୂଚନା ପାଇବେ । ଯଦି ଆପଣ ମଧ୍ୟ ଜାଣିବାକୁ ଚାହାଁନ୍ତି ଆଜିର ଦିନଟି ଆପଣଙ୍କ ପାଇଁ କିପରି କାଟିବା, ତେବେ ୨୩ ଜୁନ୍, ୨୦୨୦ ମଙ୍ଗଳବାରର ରାଶିଫଳ ପଢନ୍ତୁ ।

ମେଷ :-

ଆଜି ଆପଣଙ୍କ ମନ ମାନସିକ ବ୍ୟଗ୍ରତା ମଧ୍ୟରେ ଦିନଟି ଅତିବାହିତ କରିବେ । ଅପେକ୍ଷାକୃତ ଅଧିକ ସମ୍ବେଦନଶୀଳ ଏବଂ ଭାବନା ଦ୍ଵାରା ଆପଣଙ୍କ ମନ ଆର୍ଦ୍ରତାର ଅନୁଭବ କରିବେ । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ସ୍ଥିତି ମାଧ୍ୟମ ଧାରଣର ରହିବ । କର୍ମକ୍ଷେତ୍ରରେ କୌଣସି ବ୍ୟକ୍ତି ସହିତ ବାଦ ବିବାଦ ହୋଇପାରେ । ସ୍ଵଜନ, ସ୍ନେହୀଜନଙ୍କ ସହିତ ମନଦୁଃଖ ରହିବ । ସମାଜ, ପରିବାର ଓ ବନ୍ଧୁଙ୍କ ଗହଣରେ ଯେପରି ମାନହାନୀ ହେବେ ନାହିଁ, ସେଥିପ୍ରତି ଧ୍ୟାନ ଦିଅନ୍ତୁ । କୌଣସି ନୂତନ କାର୍ଯ୍ୟ ଆରମ୍ଭରେ ଆରମ୍ଭରେ ନିଷ୍ଫଳତା ମିଳିବ । ଜୀବନସାଥୀଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା ଲାଗି ରହିବ । ଆର୍ଥିକ ସ୍ଥିତି ମାଧ୍ୟମ ଧାରଣର ରହିବ ।

ବୃଷ :-

ଦିନର ପ୍ରାରମ୍ଭ ଆଜି ଆନନ୍ଦପ୍ରମୋଦ ଏବଂ ମିତ୍ରମାନଙ୍କ ସହ ସାକ୍ଷାତ ହେବ । ଆର୍ଥିକ ଆୟୋଜନ ପ୍ରାରମ୍ଭରେ କିଛି ପ୍ରତିବନ୍ଧକ ଦେଖାଦେବ ।ବ୍ୟବସାୟିକ କ୍ଷେତ୍ରରେ ସହକାରପୂର୍ଣ୍ଣ ବାତାବରଣ ରହିବ । ପରନ୍ତୁ ମଧ୍ୟାହ୍ନ ପରେ ସାବଧାନ ରହିବାକୁ ପଡିବ ଓ ନିଜ ବାକ୍ ସଂଯୋମତାକୁ ନିୟନ୍ତ୍ରଣରେ ରଖିବାକୁ ପଡିବ, ନହେଲେ ବିବାଦର ଘେରରେ ଛନ୍ଦି ହୋଇପାରନ୍ତି । ପୁଂଜି ନିବେଶ କରୁଥିବା ବ୍ୟକ୍ତିଙ୍କୁ ସାବଧାନତାର ସହିତ ପୁଂଜି ନିବେଶ କରନ୍ତୁ । ସ୍ଵାସ୍ଥ୍ୟର ଧ୍ୟାନ ରଖନ୍ତୁ । ପରିବାରରେ ହସଖୁସିର ବାତାବରଣ ରହିବ । ଗାଈକୁ ରୁଟି ଖାଇବାକୁ ଦିଅନ୍ତୁ, ଦିନଟି ଭଲରେ କାଟିବ ।

ମିଥୁନ :-

ଦିନର ପ୍ରାରମ୍ଭରେ ଆପଣଙ୍କ ଶାରୀରିକ ଏବଂ ମାନସିକ ସୁସ୍ଥତା ଭଲ ରହିବ । ପରିବାରବର୍ଗ ଏବଂ ମିତ୍ରମାନଙ୍କ ସହିତ ଆନନ୍ଦପୂର୍ବକ ସମୟ ବିତାଇବେ । ଖର୍ଚ୍ଚ ଯେପରି ଅଧିକ ନ ହେବ ଏଥିପ୍ରତି ଦୃଷ୍ଟି ଦିଅନ୍ତୁ । ଆର୍ଥିକ ଲାଭ ନିଶ୍ଚିତ ହେବ । ପୁଂଜି ନିବେଶର କାର୍ଯ୍ୟ ସାବଧାନତାର ସହିତ କରନ୍ତୁ । ଅଫିସ କାର୍ଯ୍ୟାଳୟରେ ସହକାରପୂର୍ଣ୍ଣ ବାତାବରଣ ରହିବ । ସହକର୍ମୀମାନଙ୍କ ସହଯୋଗ ପ୍ରାପ୍ତ କରିପାରିବେ । ରୁଚିପୂର୍ଣ୍ଣ ଭୋଜନ କରିବାର ସୁଯୋଗ ମିଳିବ । ପରିବାର ସହିତ ଦିନଟି ମନୋରଞ୍ଜନ ପ୍ରଦ ଏବଂ ଆନନ୍ଦ ପ୍ରଦ ହେବ । ତୁଳସୀ ଗଛ ମୂଳେ ଜଳ ଅର୍ପଣ କରନ୍ତୁ, ଦିନଟି ଭଲରେ କାଟିବ ।

କର୍କଟ :-

ପ୍ରତିକୂଳ ସ୍ଥିତି ମଧ୍ୟରେ କାର୍ଯ୍ୟ କରିବେ । ଆଜି ଆପଣଙ୍କ ଆୟ ଅଧିକ ଏବଂ ବ୍ୟୟ କମ ହେବ । ସ୍ୱାସ୍ଥ୍ୟରେ ବିଶେଷକରି ଆଖି ଜନିତ ବ୍ୟଥା ଦ୍ଵାରା ବ୍ୟଗ୍ର ହେବେ । ତା’ସହିତ ମାନସିକ ଚିନ୍ତା ମଧ୍ୟ ରହିବ । କଥାବର୍ତ୍ତରେ ସଂଯମ ରକ୍ଷା କରିନ୍ତୁ । ମନରେ ଯେପରି ଭୁଲ ଧାରଣ ସୃଷ୍ଟି ନ ହେଉ ଏଥିପ୍ରତି ମଧ୍ୟ ଧ୍ୟାନ ରଖନ୍ତୁ । ମଧ୍ୟାହ୍ନ ପରେ ଆପଣଙ୍କ ସମସ୍ୟାର ପରିବର୍ତ୍ତନ ହେବ । ଆର୍ଥିକ ଦୃଷ୍ଟିରୁ ମଧ୍ୟ ଲାଭ ହେବ । ଶାରୀରିକ ଏବଂ ମାନସିକ ପରିସ୍ଥିତିରେ ମଧ୍ୟ ପରିବର୍ତ୍ତନ ହେବାରେ ନଜର ଆସିବ । ପରିବାରର ବାତାବରଣ ମଧ୍ୟ ଆନନ୍ଦପ୍ରଦ ରହିବ । ମନରୁ ନକରାତ୍ମକତାକୁ ଦୂର କରିବା ନିମନ୍ତେ ଘର ଇଷ୍ଟଦେବୀଙ୍କ ପୂଜାର୍ଚ୍ଚନା କରନ୍ତୁ ।

ସିଂହ :-

ଆଜି ଆପଣଙ୍କ ମନରେ କ୍ରୋଧର ଭାବନା ଜାଗ୍ରତ ହେବା କାରଣରୁ ଆପଣ ଲୋକଙ୍କ ସହିତ ଦେଖି ଚାହିଁ ବ୍ୟବହାର କରିବା ଭଲ । ରୋଗପୀଡାରୁ ମୁକ୍ତି ମିଳିବା ଫଳରେ ମନରେ ଗୋଟିଏ ପ୍ରକାର ଆଶ୍ଵସ୍ତି ମିଳିବ । ବ୍ୟବସାୟ ବାଣିଜ୍ୟରେ ସ୍ଥିତି ମାଧ୍ୟମ ଧାରଣର ରହିବ । ପରିବାରବର୍ଗଙ୍କ ସହିତ ଅଧିକ କ୍ରୋଧରେ ବ୍ୟବହାର କରିପାରନ୍ତି, କିନ୍ତୁ ମଧ୍ୟାହ୍ନ ପରେ ଆପଣଙ୍କ ମନ ସୁସ୍ଥତା ପ୍ରାପ୍ତ କରିବାରେ ଅନୁଭୂତ କରିବେ । ପରିବାରବର୍ଗଙ୍କ ସହିତ ଖାଇବା ପିଇବାର ପ୍ରସଙ୍ଗ ଚାଲିବ । ଖର୍ଚ୍ଚ ଉପରେ ସଂଯମ ରଖିବେ । ସନ୍ତାନମାନଙ୍କ ବିଷୟରେ ଚିନ୍ତା ରହିବ । ବୌଦ୍ଧିକ ଚର୍ଚ୍ଚାରୁ ଦୂରରେ ରହିବେ । ହନୁମାନ ମନ୍ଦିରରେ ଘିଅ ଦୀପା ପ୍ରଜ୍ଜ୍ଵଳନ କରନ୍ତୁ, ଦିନଟି ଆହୁରି ଭଲରେ କଟିବ ।

କନ୍ୟା :-

ଆଜିର ଦିନଟି ଆପଣଙ୍କ ପାଇଁ ଆନନ୍ଦପ୍ରଦ ରହିବ । ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରରେ ଆଶାତୀତ ଲାଭ ଉଠାଇ ପାରିବେ । ସାମାଜରେ ଲୋକେ ଆପଣଙ୍କ ଯଶ ଗାନ କରିବେ । ବକେୟା ଅର୍ଥ ଆଦାୟ କରିପାରେ ବନ୍ଧୁ ଓ ସହକର୍ମୀ ସାହାଯ୍ୟ କରିବେ । ପରିବାରରେ ମଧ୍ୟ ଆନନ୍ଦର ବାତାବରଣ ରହିବ କିନ୍ତୁ ମଧ୍ୟାହ୍ନ ପରେ ଆପଣଙ୍କ ପରିସ୍ଥିତିରେ ପ୍ରତିକୂଳତା ଦେଖା ଦେବ । ଆପଣଙ୍କ ପ୍ରଫୁଲ୍ଲିତ ମନ ଦୁଃଖିତ ରହିବ । ସ୍ଵାସ୍ଥ୍ୟ ମଧ୍ୟ ସମ୍ୟକ ଅସୁସ୍ଥ ରହିପାରେ । ବାଣୀରେ ସଂଯମ ରଖିବା ଆବଶ୍ୟକ ଅଟେ । ଅସଂଯମତା କାରଣରୁ କୌଣସି ବ୍ୟକ୍ତି ସହିତ ଝଗଡ଼ା ହେବାର ସମ୍ଭାବନା ରହିଛି । ଇଶ୍ୱରଙ୍କ ଧ୍ୟାନ ଏବଂ ଆଧ୍ୟାତ୍ମିକ ବିଚାର ମନକୁ ଶାନ୍ତି ଦେଇପାରିବ ।

ତୁଳା :-

ଆଜି ଆପଣଙ୍କର ଶାରୀରିକ ଏବଂ ମାନସିକ ରୂପରେ ସୁସ୍ଥ ରହିବ । ବ୍ୟବସାୟ ଓ ବାଣିଜ୍ୟରେ ଆପଣ ଉତ୍ସାହର ସହ କାର୍ଯ୍ୟ କରିବେ । ଅଫିସ କାର୍ଯ୍ୟାଳୟରେ ନିଷ୍ଠାର ସହ ନିଜ କାର୍ଯ୍ୟରେ ଧ୍ୟାନ କେନ୍ଦ୍ରୀଭୂତ କରିବେ । ନୂଆ କାର୍ଯ୍ୟ କରିବା ପାଇଁ ଆପଣ ପ୍ରସ୍ତୁତ ହେବେ । ସାମାଜିକ ଦୃଷ୍ଟିକୋଣରୁ ଆପଣଙ୍କ ମାନ ସମ୍ମାନ ବଢ଼ିବ । ଟଙ୍କା ପଇସା ନିବେଶ ପାଇଁ ସମୟ ଅନୁକୂଳ ଅଟେ । ପରିବାରରେ ସନ୍ତାନ ଏବଂ ପତ୍ନୀଙ୍କ ତରଫରୁ ଲାଭ ଯଥେଷ୍ଟ ପ୍ରେମ ଓ ଆଦର ପାଇବେ । ସାଙ୍ଗ ମାନଙ୍କ ସହିତ ସାକ୍ଷାତରେ ଆପଣ ଆନନ୍ଦିତ ହେବେ । ଘରର ସଦସ୍ୟମାନଙ୍କ ସହିତ ଭ୍ରାନ୍ତି ନ ହେଉ ଏହାର ଧ୍ୟାନ ରଖିବେ । ହନୁମାନ ଚାଳିଶା ପାଠ କରନ୍ତୁ, ସମ୍ଭାବ୍ୟ ସଙ୍କଟ ଦୂର ହେବ ।

ବିଛା :-

ଆଜି ଆପଣଙ୍କ ଦିନ ମଧ୍ୟମ ଫଳଦାୟୀ ହେବ । ଆଜି ବିରୋଧୀମାନଙ୍କ ସହିତ ଏବଂ ପ୍ରତିଯୋଗୀଙ୍କ ସହିତ ବାଦ ବିବାଦରେ ପଡ଼ନ୍ତୁ ନାହିଁ । ବ୍ୟବସାୟରେ ପରିସ୍ଥିତି ଅନୁକୂଳ ରହିବ ନାହିଁ । ସନ୍ତାନଙ୍କ ସହିତ ମତଭେଦ ହେବାର ସମ୍ଭାବନା ରହିଛି । କିନ୍ତୁ ମଧ୍ୟାହ୍ନ ପରେ ଘର, କାର୍ଯ୍ୟାଳୟ କିମ୍ବା ବ୍ୟବସାୟ ସ୍ଥଳରେ ଉପର କର୍ମଚାରୀଙ୍କ ବ୍ୟବହାର ନକରାତ୍ମକ ହେବ । ସରକାରୀ କାର୍ଯ୍ୟ ପୂର୍ଣ୍ଣ ହେବ । ସମାଜରେ ନିଜ ସ୍ଥିତି ମଧ୍ୟ ମଜବୁତ ରହିବ । ଅନାବଶ୍ୟକ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବେ । ଶାରୀରିକ ସ୍ଵାସ୍ଥ୍ୟ ବିଗିଡ଼ିବ । ସନ୍ତାନମାନଙ୍କ ପାଇଁ ଚିନ୍ତା ଉପସ୍ଥିତ ହେବ । ଗୃହସ୍ତ ଜୀବନରେ ଆନନ୍ଦ ବଜାୟ ରହିବ । ଈଶ୍ଵରଙ୍କୁ ସ୍ମରଣ କରନ୍ତୁ, ଦୁଃଖ କଷ୍ଟ ଦୂର ହେବ ।

ଧନୁ :

ସାବଧାନତା ଓ ସତର୍କତାର ସହ ଦିନଚର୍ଯ୍ୟା କରନ୍ତୁ । ଛୋଟିଆ ଛୋଟିଆ କଥାରେ କ୍ରୋଧ କରିବା ଦ୍ୱାରା ସମ୍ପର୍କୀୟ ଓ ବନ୍ଧୁଙ୍କ ସହ ସମ୍ପର୍କ ହାନୀ ହେବାର ସମ୍ଭାବନା ରହିଛି । ଆର୍ଥିକ ଅନଟନ ମଧ୍ୟ ଦେଇ ଗତି କରିବାକୁ ପଡିପାରେ । ଅବଶ୍ୟ ଆବଶ୍ୟକତା ପୂରଣ କରିବା ସକାଶେ ଧାର କରଜ କରିବାକୁ ବନ୍ଧୁଙ୍କୁ ଅନୁରୋଧ କରିପାରନ୍ତି । କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ବୟୋଜ୍ୟେଷ୍ଟ ଓ ବରିଷ୍ଠ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ । ଦୀର୍ଘ ସମୟରୁ ପ୍ରତୀକ୍ଷା କରିଥିବା ଖବର ପାଇ ସାମୟିକ ଖୁସି ହେବେ । ସ୍ଵାସ୍ଥ୍ୟ ପ୍ରତି ସତର୍କ ରହିବା ଭଲ । ହନୁମାନ ମନ୍ଦିରରେ ଘିଅ ଦୀପା ପ୍ରଜ୍ଜ୍ଵଳନ କରନ୍ତୁ ଏବଂ ହନୁମାନ ଚାଳିଶା ପାଠ କରନ୍ତୁ, ସମ୍ଭାବ୍ୟ ସଙ୍କଟ ଦୂର ହେବ ଓ ମନକୁ ଶାନ୍ତି ମିଳିବ ।

ମକର :

ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଭଲ ରହିବ । ଆଜି ଆପଣଙ୍କ ପ୍ରିୟ ଲୋକଙ୍କ ସହିତ ସମୟ ବିତାଇପାରିବେ ଓ କୌଣସି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରିବେ । କର୍ମକ୍ଷେତ୍ରରେ ନିଜର ଦକ୍ଷତା ବଳରେ ଗ୍ରାହକକୁ ଖୁସି କରାଇପାରିବେ । ଅଫିସ କାର୍ଯ୍ୟାଳୟରେ ଉଚ୍ଚାଧିକାରୀଙ୍କ ପୂର୍ଣ୍ଣ ସମର୍ଥନ ପାଇବେ ଓ ପ୍ରଶଂସିତ ମଧ୍ୟ ହେବେ । ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ । କିନ୍ତୁ ମଧ୍ୟାହ୍ନ ପରେ ଆପଣଙ୍କ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ପାରିବାରିକ ଖର୍ଚ୍ଚ ବଢିପାରେ । କିଛି ବିବାଦୀୟ ମନ୍ତବ୍ୟକୁ କେନ୍ଦ୍ରକରି ପରିବାର ଭିତରେ ଝଡ ଉଠିପାରେ । ପ୍ରଭୁ ଗଣେଶଙ୍କୁ ପୂଜାର୍ଚ୍ଚନା କରନ୍ତୁ, ଦିନଟି ଭଲରେ କଟିବ ।

କୁମ୍ଭ :

ଆଜି ଆପଣଙ୍କୁ କାର୍ଯ୍ୟରେ ସଫଳତା ଏବଂ ଯଶ କୀର୍ତ୍ତି ମିଳିବ । ସମସ୍ୟାର ସମାଧାନ କରିବାର ଧୈର୍ଯ୍ୟ ଓ ସାହସ ଅକ୍ଷୁଣ୍ଣ ରହିବ । ତଥାପି ସାମୟିକ ପାରିବାରିକ ଅସ୍ଥିରତା ଓ କର୍ମକ୍ଷେତ୍ରର ଶିଥିଳତା ମଧ୍ୟ ଏହି ଦିଗରେ ପ୍ରତିବନ୍ଧକ ସାଜିବ । ଶାରୀରିକ ଓ ମାନସିକ କ୍ଷେତ୍ରରେ ସୁସ୍ଥ ରହିବେ । ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ବୃଦ୍ଧି ପାଇବ । ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇବା କାରଣରୁ ସାମୟିକ ମନ ଦୁଃଖ ହୋଇପାରେ । ମଧ୍ୟାହ୍ନ ପରେ ଆପଣ ମନୋରଞ୍ଜନ କାର୍ଯ୍ୟକ୍ରମ କରିବେ, ଯେଉଁଥିରେ ଆପଣଙ୍କ ବନ୍ଧୁ ପରିଜନଙ୍କ ସମାବେଶ ହେବ । ଦେବୀ ମାଆଙ୍କୁ ଆରୋଧନ କରନ୍ତୁ ଏବଂ ଗରିବ ଲୋକଙ୍କୁ ବସ୍ତ୍ର ଦାନ କରନ୍ତୁ ରିଷ୍ଟ ଖଣ୍ଡନ ହେବ ।

ମୀନ :-

ଭାଗ୍ୟର ମଧ୍ୟ ପୂର୍ଣ୍ଣ ସହଯୋଗ ମିଳିବ ଓ ଦିନଟି ଅତି ଉତ୍ତମ ରହିବ । କଳାକ୍ଷେତ୍ରରେ ଆପଣଙ୍କର ରୁଚି ବଢ଼ିବ । ସାଙ୍ଗସାଥୀଙ୍କ ସହିତ ସାକ୍ଷାତ ଦ୍ଵାରା ଲାଭ ହୋଇପାରେ । ଘରେ ସୁଖ ଶାନ୍ତିର ବାତାବରଣ ବଜାୟ ରହିବ । ମଧ୍ୟାହ୍ନ ପରେ ଆର୍ଥିକ ଲାଭର ସମ୍ଭାବନା ରହିଛି । ବ୍ୟବସାୟ ଓ ବାଣିଜ୍ୟରେ ପ୍ରତିଦ୍ୱନ୍ଦ୍ୱିତା ମନୋଭାବ ସୃଷ୍ଟି ହେବ । ସାମାଜିକ ସମ୍ମାନ ଓ ନୂତନ କାର୍ଯ୍ୟାରମ୍ଭରେ ସଫଳତା ପାଇପାରିବେ । ସ୍ଵଭାବରେ କ୍ରୋଧ ମାତ୍ରା ଅଧିକ ରହିବ । ଏଥିପାଇଁ ମନ ତଥା ବାଣୀ ଉପରେ ସଂଯମ ରଖିବାର ଆବଶ୍ୟକତା ରହିଛି । ବିରୋଧୀଙ୍କ ସାମ୍ନାରେ ସଫଳତା ମିଳିବ । ଦୀର୍ଘ ଦିନରୁ ଅଟକିଥିବା ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ପୂର୍ଣ୍ଣ କରିବେ । କୌଣସି ବ୍ରାହ୍ମଣକୁ ନିଜ ଶକ୍ତି ଅନୁସାରେ କିଛି ଦାନ କରନ୍ତୁ ।

Leave a Reply

Your email address will not be published. Required fields are marked *