22 ଜୁନ 2020, ରାଶିଫଳ : ଏହି ୪ଟି ରାଶିର ବ୍ୟକ୍ତିଙ୍କ ଉପରେ ମହାଦେବଙ୍କ କୃପା ବର୍ଷିବ ! ଜାଣନ୍ତୁ ଆଜିର ରାଶିଫଳ !

Spread the love

ଆଜି ଆମେ ଆପଣଙ୍କୁ ୨୨ ଜୁନ୍ ସୋମବାରର ରାଶିଫଳ ବିଷୟରେ କହିବୁ । ଆମ ଜୀବନରେ ରାଶିଫଳର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରାଯାଇପାରିବ । ଏହି ଗ୍ରହ ନକ୍ଷେତ୍ରମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଏ । ପ୍ରତ୍ୟେକ ଦିନ ଗ୍ରହମାନଙ୍କର ସ୍ଥିତି ଆମର ଭବିଷ୍ୟତକୁ ପ୍ରଭାବିତ କରିଥାଏ । ଏହି ରାଶିଫଳରେ, ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ ଶିକ୍ଷା ଏବଂ ବୈବାହିକ ଜୀବନ ଓ ପ୍ରେମ ଜୀବନ ସହିତ ଜଡିତ ସମସ୍ତ ସୂଚନା ପାଇବେ । ଯଦି ଆପଣ ମଧ୍ୟ ଜାଣିବାକୁ ଚାହାଁନ୍ତି ଆଜିର ଦିନଟି ଆପଣଙ୍କ ପାଇଁ କିପରି କାଟିବା, ତେବେ ୨୨ ଜୁନ୍, ୨୦୨୦ ସୋମବାରର ରାଶିଫଳ ପଢନ୍ତୁ ।

ମେଷ :-

ଆଜି ଆପଣଙ୍କ ଦିନ ମିଶ୍ରଫଳଦାୟୀ ରହିବ । ଆପଣଙ୍କୁ ଆଜି ନୂଆ କାର୍ଯ୍ୟ କରିବାରେ ପ୍ରେରଣା ମିଳିବ ଏବଂ ନୂଆ କାର୍ଯ୍ୟ ପ୍ରାରମ୍ଭ ମଧ୍ୟ କରିପାରିବେ । ଆଜି ଆପଣଙ୍କ ମନରେ ଶୀଘ୍ର ପରିବର୍ତ୍ତନ ଆସିବ, ଯାହାଦ୍ଵାରା ଆପଣଙ୍କ ମନ ଦ୍ଵିଧାଯୁକ୍ତ ରହିବ । ଆଜି ଆପଣ ଚାକିରି ଏବଂ ବ୍ୟବସାୟରେ ପ୍ରତିଯୋଗିତାମୂଳକ ଆଚରଣର ସମ୍ମୁଖୀନ ହେବକୁ ପଡିପାରେ । କୌଣସି ନିର୍ଦ୍ଧିଷ୍ଟ କାରଣ ହେତୁ କାର୍ଯ୍ୟ କରିବାରେ ପ୍ରେରଣା ମିଳିବ । ଛୋଟ ଛୋଟ କଥାକୁ କେନ୍ଦ୍ର କରି ଅଫିସର ସହକର୍ମୀ କିମ୍ବା ବନ୍ଧୁ ସହ ମନୋମାଳିନ୍ୟ ହୋଇପାରେ । ମହିଳା ମାନଙ୍କୁ ଆଜି ନିଜ ବାଣୀ ଉପରେ ସଂଯମ ରଖି କାର୍ଯ୍ୟ ସମ୍ପାଦନ କରିବାକୁ ପଡିବ । କୁକୁରକୁ ଖାଇବାକୁ ଦିଅନ୍ତୁ, ଦିନଟି ଭଲରେ କାଟିବା ।

ବୃଷ :-

ହାତରେ ଆସିଥିବା ସୁଯୋଗକୁ ଆପଣ ନିର୍ଣ୍ଣୟ କରିନପାରି ହରାଇ ବସିବେ ଏବଂ ତାହାର ଲାଭ ଉଠାଇ ପାରିବେ ନାହିଁ । ଚିନ୍ତାରେ ବୁଡ଼ି ରହିବା କାରଣରୁ ଆଜି କୌଣସି ନିଶ୍ଚିତ ନିର୍ଣ୍ଣୟ ନେଇ ପାରିବେ ନାହିଁ । ଆଜି କୌଣସି ପ୍ରକାରର ନୂଆ କାର୍ଯ୍ୟର ପ୍ରାରମ୍ଭ କରିବା ଉଚିତ ହେବ ନାହିଁ । ବାଦ ବିବାଦ କିମ୍ବା ଚର୍ଚ୍ଚାରେ ଆପଣଙ୍କ କ୍ରୋଧ ସ୍ୱଭାବ ଯୋଗୁଁ ସଂଘର୍ଷର ସମ୍ଭାବନା ରହିଛି । ଆଜି ଆପଣ ନିଜର ବାଣୀର ଚତୁରତାରେ କାହାକୁ ମୋହିତ କରିପାରିବେ । ଭାଇ ଭଉଣୀଙ୍କ ମଧ୍ୟରେ ପ୍ରେମ ସ୍ନେହ ବଜାୟ ରହିବ । ଘର ଇଷ୍ଟଦେବୀଙ୍କ ଠାରେ ଘିଅ ଦୀପା ପ୍ରଜ୍ଜ୍ଵଳନ କରନ୍ତୁ ।

ମିଥୁନ :-

ଆଜିକା ଦିନର ପ୍ରାରମ୍ଭ ପ୍ରଫୁଲ୍ଲିତ ମନ ଏବଂ ସ୍ଵସ୍ଥ ଚିତ୍ତରେ ଶୁଭାରମ୍ଭ ହେବ । ଆଜି ମିତ୍ର କିମ୍ବା ପରିବାରର ସଦସ୍ୟଙ୍କ ସହିତ ଭୋଜନର ଆନନ୍ଦ ଉଠାଇ ପାରିବେ । ବ୍ୟବସାୟ ବାଣିଜ୍ୟକ୍ଷେତ୍ରରେ ଗ୍ରାହାକଙ୍କ ମନ ଜିନିପାରିବେ । ଆର୍ଥିକ ଦୃଷ୍ଟିରୁ ଆଜିକା ଦିନ ଆପଣଙ୍କ ପାଇଁ ଲାଭଦାୟକ ଅଟେ । ଦେଖିଚାହିଁ ଖର୍ଚ୍ଚ କରନ୍ତୁ । ଆଜି ମନରୁ ନକରାତ୍ମକ ଭାବନାକୁ ତ୍ୟାଗ କରିବେ ଓ ବନ୍ଧୁ ଏବଂ ପରିବାର ସହ ହସଖୁସିରେ ଦିନଟି ଅତିବାହିତ କରିବେ । ଆଜି ଆପଣଙ୍କର କୌଣସି ସାଙ୍ଗ କିମ୍ବା ପ୍ରିୟଜନଙ୍କ ଠାରୁ ଉପହାର ପାଇ ମନ ପ୍ରଫୁଲ୍ଲିତ ରହିବ ।

କର୍କଟ :-

ଆଜି ଆପଣ ମାନସିକ ଅସୁସ୍ଥତାର ଅନୁଭବ କରିପାରନ୍ତି । କୌଣସି ଏକ ସିଦ୍ଧାନ୍ତରେ ଆପଣ ପହଞ୍ଚି ପାରିବେ ନାହିଁ ଏବଂ ଅସାମଞ୍ଜସ୍ୟ କାରଣରୁ ମାନସିକ କଷ୍ଟ ଭୋଗିବେ । ସମ୍ପର୍କୀୟମାନଙ୍କ ସହିତ ଭୁଲ ବୁଝାମଣା ହୋଇପାରେ । ପାରିବାରିକ କାର୍ଯ୍ୟ ପଛରେ ଖର୍ଚ୍ଚ ହେବ । ବାଦବିବାଦ, ଯୁକ୍ତିତର୍କ ଠାରୁ ଦୂରେଇ ରଖିବା ଆପଣଙ୍କ ପାଇଁ ଭଲ ଅନ୍ୟଥା ଅଯଥାରେ କଳହ ଉପୁଜିପରେ । ସମସ୍ୟାର ତତ୍କାଳୀନ ସମାଧାନ କରନ୍ତୁ ଓ ନିଜକୁ ନିୟନ୍ତ୍ରଣାଧୀନ ମଧ୍ୟରେ ରହି କାର୍ଯ୍ୟ କରନ୍ତୁ । ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବେ । ଅପରିଚିତ ବ୍ୟକ୍ତିଙ୍କ ଠାରୁ ଦୂରେଇ ରହିବା ଭଲ । ସହଧର୍ମୀଙ୍କ ସହଯୋଗ ଫଳରେ ମନୋବଳ ବୃଦ୍ଧି ପାଇବ ।

ସିଂହ :-

ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଭଲ ରହିବ । ତଥାପି ମାନସିକ ଅସ୍ଥିରତା ଯୋଗୁଁ ସମ୍ନାକୁ ଆସିଥିବା ସୁଯୋଗ ଆପଣ ହରାଇ ବସିବେ । ଆପଣଙ୍କ ମନ ଚିନ୍ତାରେ ବୁଡ଼ି ରହିବ । ଆଜି ନୂଆ କାର୍ଯ୍ୟର ଆରମ୍ଭ କରନ୍ତୁ ନାହିଁ । ସ୍ତ୍ରୀ ଓ ମିତ୍ରଙ୍କ ଉପଦେଶ ନେଇ କାର୍ଯ୍ୟ କରନ୍ତୁ, ସମ୍ୟକ ଦିନଟି ଭଲ ରହିବ । ଅତିଥିର କୌଣସି ଘଟଣାକୁ ମନେ ମନେ ଚିନ୍ତାକରି ଉସଦାସୀନରେ ରହିବେ । ବ୍ୟବସାୟ, ବାଣିଜ୍ୟର ପ୍ରଚାର ପ୍ରସାର କରି ଲାଭବାନ ରହିବେ । ଧନ ପ୍ରାପ୍ତିର ଯୋଗ ରହିଛି । ଭୋଳବାବଙ୍କ ଆରୋଧନ କରନ୍ତୁ, ସମ୍ଭାବ୍ୟ ସଙ୍କଟ ଦୂର ହେବ ।

କନ୍ୟା :-

ଆଜିର ଦିନଟି ଆପଣଙ୍କ ପାଇଁ ଶୁଭଦାୟକ ପ୍ରମାଣିତ ହେବ । ନୂତନ କାର୍ଯ୍ୟର ଆୟୋଜନ କରିବେ ଓ ସଫଳତା ମଧ୍ୟ ପାଇବେ । ବ୍ୟବସାୟୀ ତଥା ବ୍ୟାପାରୀ ତଥା ଦରମା ପ୍ରାପ୍ତ କର୍ମଚାରୀଙ୍କ ପାଇଁ ଆଜି ଦିନଟି ଲାଭପ୍ରଦ ଅଟେ । ନିଜର ବ୍ୟବହାର ଓ ସ୍ଵଭାବ ଦ୍ଵାରା କର୍ମକ୍ଷେତ୍ରରେ ଗ୍ରାହକମାନେ ଆକ୍ରୁଷ୍ଟ ହେବେ । ଅଫିସରେ ଉଚ୍ଚାଧିକାରୀ ଆପଣଙ୍କ କାମରେ ପ୍ରଶଂସିତ ହେବେ । ସରକାରଙ୍କ ଠାରୁ ଲାଭ ମିଳିବ । ସମାଜରେ ଧନ, ମାନ-ସମ୍ମାନ ପ୍ରାପ୍ତ ହେବ । ପରିବାରରେ ଆନନ୍ଦର ବାତାବରଣ ବଜାୟ ରହିବ । ଗୃହସ୍ଥ ଜୀବନରେ ସାମଞ୍ଜସ୍ୟ ରହିବ । ପରିବାରରେ ବୟୋଜ୍ୟେଷ୍ଟଙ୍କ ଶାରୀରିକ ଅସୁସ୍ଥ ଯୋଗୁଁ ମନରେ ସରସତା ରହିବ ନାହିଁ ।

ତୁଳା :-

ଆଜି ଆପଣ ବୈଦ୍ଧିକ ତଥା ଲେଖନ କାର୍ଯ୍ୟରେ ସକ୍ରିୟ ରହିବେ । କୌଣସି ନୂତନ କାର୍ଯ୍ୟ ପ୍ରାରମ୍ଭ କରିବା ପାଇଁ ଆଜିର ଦିନଟି ଶୁଭଦାୟକ ଅଟେ । ବ୍ୟବସାୟରେ ଲାଭର ଅବସର ପ୍ରାପ୍ତ ହେବ । ବିଦେଶରେ ରହୁଥିବା ସାଙ୍ଗ କିମ୍ବା ସମ୍ପର୍କୀୟଙ୍କ ଠାରୁ କୌଣସି ଶୁଭ ସମାଚାର ମିଳିବ । ବ୍ୟବସାୟରେ ଆର୍ଥିକ ସ୍ଥିତି ଭଲ ରହିବ । ଚାକିରୀ ସହକର୍ମୀମାନେ ସହଯୋଗର ହାତ ବଢାଇବେ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି । ସନ୍ତାନଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ରହିବେ । ବିରୋଧୀଙ୍କ ସହିତ କୌଣସି ପ୍ରକାର ଆଲୋଚନା ନ କରିବା ଭଲ । ଦେବୀ ମାଆଙ୍କୁ ସ୍ମରଣ କରନ୍ତୁ, ଦିନଚର୍ଯ୍ୟାରେ ଉନ୍ନତି ଘଟିବ ।

ବିଛା :-

ସତର୍କତାର ସହ ଦିନଚର୍ଯ୍ୟା କରନ୍ତୁ । କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ବାଧାବିଘ୍ନର ସମ୍ମୁଖୀନ ହୋଇପାରନ୍ତି । ନୂତନ କାର୍ଯ୍ୟର ପ୍ରାରମ୍ଭ କରନ୍ତୁ ନାହିଁ ଏବଂ ନିଜର କ୍ରୋଧ ଉପରେ ସଂଯମ ରଖନ୍ତୁ । ଅନୈତିକ କର୍ମ ଠାରୁ ଦୂରେଇ ରୁହନ୍ତୁ । ରାଜକୀୟ ଦୋଷ ସମ୍ବନ୍ଧୀତ ତଥା ସରକାରୀ ପ୍ରବୃତ୍ତି ଠାରୁ ଦୂରରେ ରହିବା ଭଲ । ନୂଆ ସମ୍ବନ୍ଧ ସ୍ଥାପନ କରିବା ପୂର୍ବରୁ ଗମ୍ଭୀର ଭାବରେ ଚିନ୍ତା କରନ୍ତୁ । ସାମାଜିକ କାର୍ଯ୍ୟରେ ସହଭାଗିତା କରିବେ । ଅଯଥାରେ ଅତ୍ୟଧିକ ଖର୍ଚ୍ଚ କରିବେ, ପରବର୍ତ୍ତୀ ପର୍ଯ୍ୟାୟରେ ଅନୁତାପ କରିବେ । ଈଶ୍ୱରଙ୍କୁ ଆରୋଧନ ତଥା ସ୍ମରଣ କରନ୍ତୁ, ଆର୍ଥିକ କ୍ଷେତ୍ରରେ ସୁଧାର ଆସିବ ।

ଧନୁ :

ଆଜି ଆପଣ ପାଇଁ ଦିନଟି ସୁଖଦାୟକ ଏବଂ ଆନନ୍ଦରେ ଅତିବାହିତ ହେବ । ଆଜି ଆପଣ ପରିବାର ସହ ଅଧିକାଂଶ ସମୟ ଅତିବାହିତ କରିବେ । ବିପରୀତ ଲିଙ୍ଗୀୟ ବ୍ୟକ୍ତିଙ୍କ ସହିତ ସାକ୍ଷାତ ରୋମାଞ୍ଚକ ହେବ । ବିଚାର ପରିବର୍ତ୍ତନ ଶୀଘ୍ର ହୋଇପାରେ । ଲେଖନ କାର୍ଯ୍ୟ ପାଇଁ ଦିନ ଶୁଭ ଅଟେ । ବୌଦ୍ଧିକ ତଥା ତାର୍କିକ ବିଚାର ବିନିମୟ ହେବ । ଭାଗୀଦାରୀ ବ୍ୟବସାୟରେ ଲାଭ ହେବ । ସମାଜରେ ସମ୍ମାନ ଏବଂ ଖ୍ୟାତି ମିଳିବ । ପରିବାର ଭିତରେ ସମସ୍ୟା ଦେଇ ଗତିକଲେ ମଧ୍ୟ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ସମର୍ଥ ହେବେ । ଉତ୍ତମ ବୈବାହିକ ସୁଖ ପ୍ରାପ୍ତ ହେବ ।

ମକର :

ଦିନଟି ଆପଣଙ୍କ ପାଇଁ ଅତି ଉତ୍ତମ ରହିବ । ବ୍ୟବସାୟର ପ୍ରଚାର ପ୍ରସାର କରିବେ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଦୀର୍ଘ ଦିନରୁ ଲାଗିରହିଥିବା କାର୍ଯ୍ୟକୁ ଆଜି ସମାପନ କରିପାରିବେ । ଅଫିସରେ ବରିଷ୍ଠ ଅଧିକାରୀଙ୍କ ପୂର୍ଣ୍ଣ ସହଯୋଗ ମିଳିବ । ଘରେ ଶାନ୍ତି ଏବଂ ଆନନ୍ଦର ବାତାବରଣ ବଜାୟ ରହିବ । ଆବଶ୍ୟକ ପରିବାରର କେତେକ କାରଣ ନିମନ୍ତେ ଅତ୍ୟଧିକ ଖର୍ଚ୍ଚନ୍ତ ହୋଇପାରେ । ଚାକିରୀରେ ସହକର୍ମୀମାନଙ୍କ ତରଫରୁ ସହଯୋଗ ପ୍ରାପ୍ତ ହେବ । ପରୋକ୍ଷ ଶତ୍ରୁତା ଯୋଗୁଁ ବ୍ୟବସାୟୀମାନଙ୍କୁ କେତେକ ସମସ୍ୟାର ସମ୍ମୁଖୀନ କରିବାକୁ ପଡିପାରେ । ଶତ୍ରୁଙ୍କ ଉପରେ ବିଜୟ ପ୍ରାପ୍ତ ହେବ । ସ୍ୱାସ୍ଥ୍ୟ ଭଲ ରହିବ ।

କୁମ୍ଭ :

ଦିନଚର୍ଯ୍ୟାରେ ପରିବର୍ତ୍ତନ କରିବା ଲାଗି ଚିନ୍ତା କରିବେ । ଆଜି ଖୁବଶୀଘ୍ର ଆପଣଙ୍କ ଭାବନାର ପରିବର୍ତ୍ତନ ହୋଇଯିବ । ପ୍ରତ୍ୟେକ କ୍ଷେତ୍ରରେ କଅଁଳିଆ କଥା କହି କାର୍ଯ୍ୟ ହାସଲ କରିବେ । ବ୍ୟବସାୟ ଆର୍ଥିକ ସ୍ଥିତି ମାଧ୍ୟମ ଧାରଣର ରହିବ । ଅଫିସରେ ଆପଣ ନିଷ୍ଠାର ସହିତ କାର୍ଯ୍ୟ କରିଲେ ମଧ୍ୟ ଉଚ୍ଚାଧିକାରୀ ଆପଣଙ୍କ ଉପରେ କ୍ଷୁବ୍ଧ ପ୍ରକାଶ କରିବେ । ପରିବାର ସଦସ୍ୟମାନଙ୍କ ସହିତ ପାରସ୍ପରିକ ସାମଞ୍ଜସ୍ୟ ରହିବ । ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ । ଅଫିସରୁ ଆସିବା ବେଳକୁ ନିଜ ମନ ପସନ୍ଦର ଜିନିଷଟି କିଣିବାରେ ସମର୍ଥ ହୋଇପାରନ୍ତି । ସ୍ଵାସ୍ଥ୍ୟ ସମ୍ବନ୍ଧରେ ସଚେତ ରହନ୍ତୁ ।

ମୀନ :-

ଆଜିର ଦିନ ଅରୁଚିକର ଘଟଣା କାରଣରୁ ଉତ୍ସାହଜନକ ରହିବ ନାହିଁ । ଘରେ ପରିବାର ସଦସ୍ୟଙ୍କ ସହିତ ବାଦ ବିବାଦ ହେବ । ମାଆଙ୍କ ସ୍ୱାସ୍ଥ୍ୟ ଖରାପ ଯୋଗୁଁ ଆପଣ ଚିନ୍ତିତ ରହିବେ । ଆପଣଙ୍କ ମନ ପ୍ରଫୁଲ୍ଲିତ ରହିବ ନାହିଁ । ଅନିଦ୍ରା କାରଣ ଯୋଗୁଁ ଶାରିରୀକ ଏବଂ ମାନସିକ ସ୍ୱାସ୍ଥ୍ୟ ବିଗିଡ଼ି ପାରେ । ମହିଳାଙ୍କ ସହିତ ବ୍ୟବହାରରେ ସାବଧାନତା ରଖନ୍ତୁ । ଧନ ଏବଂ କୀର୍ତ୍ତୀ ହାନୀ ହୋଇପାରେ । ଚାକିରୀ କରୁଥିବା ବ୍ୟକ୍ତିଙ୍କୁ ଚାକିରୀ ପାଇଁ ଚିନ୍ତିତ ରହିବେ । ସ୍ଥାୟୀ ସମ୍ପତ୍ତି ଏବଂ ବାହନ ଆଦିର କାଗଜପତ୍ର ସାବଧାନତା ରଖନ୍ତୁ ।

Leave a Reply

Your email address will not be published. Required fields are marked *