19 Sep 2020, ଶନିବାରର ରାଶିଫଳ ! ଆସନ୍ତୁ ଜାଣିବା ଦିନଟି ଆପଣଙ୍କ ପାଇଁ କିପରି ରହିବ ।

Spread the love

ଆଜି ଆମେ ଆପଣଙ୍କୁ ୧୯ ସେପ୍ଟେମ୍ବର ଶନିବାରର ରାଶିଫଳ ବିଷୟରେ କହିବୁ । ଆମ ଜୀବନରେ ରାଶିଫଳର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରାଯାଇପାରିବ । ଗ୍ରହ ନକ୍ଷେତ୍ରମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଏ । ପ୍ରତ୍ୟେକ ଦିନ ଗ୍ରହମାନଙ୍କର ସ୍ଥିତି ବଦଳିଥାଏ, ଯାହାଫଳରେ ଆମର ଦୈନନ୍ଦିନ ଜୀବନ ଉପରେ ପ୍ରଭାବ ପକାଇଥାଏ । ଏହି ରାଶିଫଳରେ, ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ ଶିକ୍ଷା ଏବଂ ବୈବାହିକ ଜୀବନ ଓ ପ୍ରେମ ଜୀବନ ସହିତ ଜଡିତ ସମସ୍ତ ସୂଚନା ପାଇବେ । ଯଦି ଆପଣ ମଧ୍ୟ ଜାଣିବାକୁ ଚାହାଁନ୍ତି ଆଜିର ଦିନଟି ଆପଣଙ୍କ ପାଇଁ କିପରି କାଟିବା, ତେବେ ପଢନ୍ତୁ ଆଜିର ରାଶିଫଳ ।

ମେଷ :

ପରାମର୍ଶ ନେଇ କାର୍ଯ୍ୟ କଲେ ଅଧିକ ସଫଳତା ପାଇବେ । ଆଦୌ ଆଶା କରି ନ ଥିବା କୌଣସି ଜିନିଷ କିମ୍ବା ଖବର ପାଇ ଖୁସି ହୋଇଯିବେ । ଆଜି ସକାଳୁ ସକାଳୁ ନୂତନ କର୍ମାରମ୍ଭ ପ୍ରୀତିପଦ ହେବ । ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ର ସ୍ଥିତି ମାନ୍ଦା ରହିବା ନାହିଁ । ଦକ୍ଷତା ଓ ସଚ୍ଚୋଟତା ହେତୁ କର୍ମକ୍ଷେତ୍ରରେ ଅଥବା ସାମାଜିକ ସ୍ତରରେ ପ୍ରଶଂସିତ ହେବେ । ଅଫିସରେ ନିଜ କାର୍ଯ୍ୟକୁ ନିଷ୍ଠାର ସହ ସମ୍ପାଦନ କରି ଉଚ୍ଚାଧିକାରୀଙ୍କ ପ୍ରିୟପାତ୍ର ହେବେ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ସ୍ଵାସ୍ଥ୍ୟ ସମସ୍ୟା କେତେକାଂଶରେ ନିୟନ୍ତ୍ରଣାଧୀନ ରହିବ । ଦାମ୍ପତ୍ୟ ଜୀବନ ପ୍ରେମମୟ ରହିବ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ବିରଜା ।

ବୃଷ :

ଦିନଟି ଆପଣଙ୍କ ଲାଗି ଖୁବ୍‌ ଭଲ । ଆଜି ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ଉଚ୍ଚ ଫଳପ୍ରାପ୍ତି ହୋଇପାରେ । ଯେଉଁ କାମଟିକୁ ଆରମ୍ଭ କରିବାକୁ ଯାଉଛନ୍ତି ତାହା ନିର୍ବିଘ୍ନରେ ସମାପନ ହୋଇଯିବ । କାର୍ଯ୍ୟକ୍ଷେତ୍ରରେ କର୍ମତତ୍ପରତା ବୃଦ୍ଧି ପାଇବ ଓ ଉଚ୍ଚ ସମ୍ଭାବନାର ଆଶା ଆଶ୍ୱାସନା ଲାଭ କରି ମାନସିକ ଶାନ୍ତି ପାଇବେ । ଅଫିସରେ ଆପଣଙ୍କ କାର୍ଯ୍ୟ କରିବା ଶୈଳୀ ଦେଖି ଉଚ୍ଚାଧିକାରୀ ମଧ୍ୟ ଖୁସି ହେବେ । ଜନକଲ୍ୟାଣ କାର୍ଯ୍ୟକ୍ରମରେ ଦିନ ଅତିବାହିତ କରିବେ । ପରିବାରରେ ବିଶେଷ କିଛି ସମସ୍ୟା ନଥିଲେ ମଧ୍ୟ ଖର୍ଚ୍ଚ ପରିମାଣ ବୃଦ୍ଧି ଯୋଗୁଁ ମନରେ ସରସତା ରହିବ ନାହିଁ । ସ୍ଵାସ୍ଥ୍ୟ ସମସ୍ୟା ଦେଖାଦେବାର ସମ୍ଭାବନା ରହିଛି । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ହର ପାର୍ବତୀ ।

ମିଥୁନ :

ଆଜି ଦିନରେ ଆପଣଙ୍କୁ ମିଶ୍ରିତ ଫଳ ମିଳିବ । ପାରିବାରିକ ସମସ୍ୟା ଥିଲେ ମଧ୍ୟ କାମଗୁଡ଼ିକୁ ସଫଳତାର ସହ ସମ୍ପନ୍ନ କରିବେ । ବ୍ୟବସାୟରେ ବିଭିନ୍ନ ପ୍ରକାର ବାଧାବିଘ୍ନର ସମ୍ମୁଖୀନ ହେବେ । ଆଲୋଚନା ପରିସରରେ ସତର୍କତାର ସହ କଥାବାର୍ତ୍ତା ନ କଲେ ଅପଦସ୍ଥ ହୋଇପାରନ୍ତି । ଅଫିସରେ ନିଜ ସ୍ଥଗିତ କାର୍ଯ୍ୟ ପାଇଁ ଉଚ୍ଚାଧିକାରୀଙ୍କୁ କୈଫତ୍ ଦେବାକୁ ପଡ଼ିପାରେ । ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ । ଆର୍ଥିକ ସହଯୋଗ ନିମନ୍ତେ ବନ୍ଧୁଙ୍କ ଆଗରେ ପ୍ରକାଶ କରିପାରିବେ ନାହିଁ କିନ୍ତୁ ପରବତ୍ତୀ ସମୟରେ ଅନୁତାପ କରିବେ । ପରିବାରରେ ହସାସୁଖୀର ସୁସ୍ଥ ବାତାବରଣରେ ନିଜ ପ୍ରତିକ୍ରିୟା ପ୍ରକାଶ କରନ୍ତୁ ନାହିଁ । ସ୍ଵାସ୍ଥ୍ୟର ଧ୍ୟାନ ରଖିବାକୁ ହେବ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ଦୁର୍ଗା ।

କର୍କଟ :

ସ୍ଵଭାବରେ ଭାବୁକତା ଅଧିକ ହେବାରୁ ମାନସିକ ଚିନ୍ତା ଲାଗିରହିବ । ଚେଷ୍ଟା କରୁଥିବା କାର୍ଯ୍ୟ ସାଧନରେ ନିଜର ଲୋକମାନଙ୍କ ତରଫରୁ ସହଯୋଗ ପାଇବେ ନାହିଁ । କର୍ମକ୍ଷେତ୍ରରେ ଆଜି ବ୍ୟସ୍ତତା ରହିବେ । ଚାକିରି କରୁଥିବା ଲୋକମାନଙ୍କ ପାଇଁ ଆଜିର ଦିନ ଶୁଭ ଅଟେ । ଆର୍ଥିକ କ୍ଷେତ୍ରରେ ସୁଧାର ଆସିବ । ପରିବାର ମଧ୍ୟରେ ନିଜର ପ୍ରତିକ୍ରିୟା ହଠାତ୍‌ ପ୍ରକାଶ କରନ୍ତୁ ନାହିଁ । ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି । ନିର୍ମାଣାଧୀନ କାମ ହଠାତ୍‌ ଅଟକି ଯାଇପାରେ । ବନ୍ଧୁମାନଙ୍କ ସାହାଯ୍ୟରେ ଦୀର୍ଘ ଦିନରୁ ପାରିବାରିକ ତିକ୍ତତାର ସମାପ୍ତି ହୋଇପାରେ । ପରିବାରରେ ସୁଖ ଓ ସମୃଦ୍ଧି ପୁନଃ ବୃଦ୍ଧି ହେବ । ଅତୀତର କୌଣସି ବିବାଦୀୟ ଘଟଣା ଜଟିଳ ପରିସ୍ଥିତି ଆଡକୁ ଗତି କରିପାରେ । ଶୁଭରଙ୍ଗ : କଫିରଙ୍ଗ । ଆରାଧନା: ମାଆ ମାଣିକେଶ୍ଵରୀ ।

ସିଂହ :

ଦିନଟି ଆପଣଙ୍କ ଲାଗି ଖଟାମିଠା ରହିବ । ଆଜି ଯାହା କହିବେ କିମ୍ବା କରିବେ ସବୁ ଭାବିଚିନ୍ତି କରିବା ଭଲ ହେବ । କର୍ମକ୍ଷେତ୍ରରେ ଅଟକି ରହିଥିବା କାମଗୁଡ଼ିକ ପାଇଁ ମନରେ ବ୍ୟସ୍ତତା ବୃଦ୍ଧି ପାଇବ । କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ବାଧା ବିଘ୍ନର ସମ୍ମୁଖନା ହୋଇପାରନ୍ତି । ଛୋଟ ବଡ଼ ସମସ୍ୟା ଦେଖାଦେଲେ ମଧ୍ୟ କୌଣସି ବିଶେଷ ଚିନ୍ତାଜନକ ସ୍ଥିତି ଉତ୍ପନ୍ନ ହେବନାହିିଁ । ଆବଶ୍ୟକତାଠାରୁ ଅଧିକ ଖର୍ଚ୍ଚ କରିବାକୁ ବାଧ୍ୟ ହେବେ । ପାରିବାରରେ ଭୁଲ୍‌ ବୁଝାମଣା ଯୋଗୁଁ ସାମୟିକ ମତାନ୍ତର ସୃଷ୍ଟି କରିପାରେ । ସ୍ତ୍ରୀଙ୍କ ସହିତ ଠିକରେ ବୁଝାମଣା ନ ହେବା ଓ ବିଭିନ୍ନ କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱିତା ଯୋଗୁଁ ମନରେ ଦୁଶ୍ଚିନ୍ତା ବଢ଼ିପାରେ । ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଚର୍ଚ୍ଚିକା ।

କନ୍ୟା :

ଆପଣଙ୍କ ଅନ୍ତରାତ୍ମା ପ୍ରଖର ରହିବ । ଆଜି ଆପଣଙ୍କୁ କୌଣସି ସମସ୍ୟା ବିଚଳିତ କରିପାରିବ ନାହିଁ । ଆପଣଙ୍କ ସାମନାକୁ ଆସିବା ବ୍ୟକ୍ତି ବିଶେଷଙ୍କର ମାନସିକତାକୁ ଶୀଘ୍ର ବୁଝିନେବେ । ଖର୍ଚ୍ଚର ପରିବାର ବୃଦ୍ଧି ପାଇବ, ଶତୃ ବୃଦ୍ଧି, ଆର୍ଥିକ କ୍ଷେତ୍ରରେ ଅବନତି ଘଟିପାରେ । ମାନସିକ ଦୁଃଶ୍ଚିନ୍ତା ବଢ଼ିବ । କୌଶଳ ପ୍ରୟୋଗପୂର୍ବକ ଭେଦଭାବ ଭୁଲି ଅନ୍ୟମାନଙ୍କୁ ଆପଣେଇ ନେବାକୁ ଯଥାସାଧ୍ୟ ଚେଷ୍ଟା କଲେ ଉପକୃତ ହେବେ । ସାମାଜିକ ସ୍ତରରେ ଦୃଢ଼ ପଦକ୍ଷେପ ନେଇ କାମ ହାସଲ କରିବେ । ଆପଣଙ୍କ ବିବାଦୀୟ ମନ୍ତବ୍ୟ, କଳହକୁ ନିମନ୍ତ୍ରଣ କରିପାରେ । ରୋଗ, ଋଣ ଓ ଶତ୍ରୁତା ବିଷୟ ଚିନ୍ତନରେ ସମୟ କାଟିବେ । ଶୁଭରଙ୍ଗ: ବାଦାମୀ । ଆରାଧନା: ମହାଲକ୍ଷ୍ମୀ ।

ତୁଳା :

ଆପଣଙ୍କ ମନରେ ସକାରାତ୍ମକ ଚିନ୍ତାଧାରା ବଜାୟ ରହିବ । ପରିବାରରେ ସୁଖ ଶାନ୍ତି ପୁନଶ୍ଚ ଫେରି ଆସିବ । ଭବିଷ୍ୟତ ଦୃଷ୍ଟିରେ ରଖି ବର୍ତ୍ତମାନ ଆଜି କିଛି ଯୋଜନା ପ୍ରସ୍ତୁତ କରିବେ । ନିଜର ବିଚାରଧାରା ଅନୁଯାୟୀ କାର୍ଯ୍ୟ ସମ୍ପନ୍ନ କରିବା ସଙ୍ଗକୁ ଅର୍ଥ ଲାଭର ଯୋଗ ରହିଛି । ଅଫିସରେ କୌଣସି ବଡ଼ ନିଷ୍ପତ୍ତି ନେଇପାରନ୍ତି । ଆଶା କରିଥିବା ଦିଗରୁ ଅର୍ଥପ୍ରାପ୍ତି ହେବ । ପାରିବାରିକ ପରିସ୍ଥିତି ବିଶେଷ ଭଲ ନହେଲେ ମଧ୍ୟ ମନ୍ଦ ରହିବା ନାହିଁ । ଦେହ ଭଲ ରହିଲେ ମଧ୍ୟ କଠିନ ପରିଶ୍ରମ କିମ୍ବା ଭ୍ରମଣଜନିତ କ୍ଳାନ୍ତିବୋଧ କରିବେ । ଶୁଭରଙ୍ଗ: ଲଲ୍ । ଆରାଧନା: ପ୍ରଭୁ ହନୁମାନ ।

ବିଛା :

ଆପଣଙ୍କ ଲାଗି ବଢ଼ିଆ ଦିନଟିଏ । କର୍ମକ୍ଷେତ୍ରରେ ଅପୂର୍ବ ସାହସିକତା ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହୋଇପାରନ୍ତି । ପାରିପାର୍ଶ୍ୱିକ ପରିସ୍ଥିତି ଓ ପରିବେଶ ଆପଣଙ୍କ ପାଇଁ ସୁଖଦ ଅନୁଭୂତି ଆଣିବ । ନିଜ ବ୍ୟବହାରରେ ଆପଣ ଲୋକଙ୍କ ମନ ଜିଣି ନେବେ । କର୍ମକ୍ଷେତ୍ରରେ ସ୍ଥଗିତ କାମକୁ ପୂରା ଦମରେ କରିବା ପାଇଁ ନିଷ୍ପତି ନେବେ । ଶାରୀରିକ ଏବଂ ମାନସିକ ଫୁର୍ତ୍ତି ଅନୁଭବ କରିବେ । କୌଣସି ଅପରିଚିତ ବ୍ୟକ୍ତିଙ୍କୁ ବିଶ୍ୱାସ କରି ଖାଲରେ ପଡ଼ିପାରନ୍ତି । ଶତ୍ରୁତା କରୁଥିବା ବ୍ୟକ୍ତିମାନେ ଆଗରେ ନ ହେଲେ ମଧ୍ୟ ପଛରେ ନାନାଦି କଥା କହିବେ । ବିବାଦୀୟ ଘଟଣାରେ କୈାଣସି ନିର୍ଦ୍ଦିଷ୍ଟ ପକ୍ଷକୁ ସମର୍ଥନ କରିବା ଠିକ୍‌ ହେବ ନାହିଁ । ଶୁଭରଙ୍ଗ:ଲାଲ । ଆରାଧନା: ମାଆ ଭୈରବୀ ।

ଧନୁ :

ମାନସିକ ଓ ଶାରୀରିକ ଦୃଷ୍ଟିକୋଣରୁ ପ୍ରତିକୂଳ ପ୍ରଭାବଜନିତ ଯୋଗୁଁ ମନରେ ଏକ ପ୍ରକାର ଅଶାନ୍ତି ଅନୁଭବ କରିପାରନ୍ତି । ଆଜି ବେଖାତି ଭାବରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ । କର୍ମକ୍ଷେତ୍ରରେ ନାନାବିଧ ସମସ୍ୟାର ସମ୍ମୁଖୀନ କରିବାକୁ ପଡିବ । ରାଜନୈତିକ କ୍ଷେତ୍ରରେ ଥିବା ବ୍ୟକ୍ତିବିଶେଷମାନେ ସାମାଜିକ କାର୍ଯ୍ୟକାଳପରେ ଭାଗ ନେଇପାରନ୍ତି । ଅର୍ଥସଙ୍କଟ ଲାଗି ରହିବାରୁ ସାମାନ୍ୟ ବିଚଳିତ ଅନୁଭବ କରିପାରନ୍ତି । କାଳେ ସାହାଯ୍ୟ ସହଯୋଗ କରିବାକୁ ପଡିବ ଏହି କଥା ଭାବି ସମ୍ପର୍କୀୟମାନେ ଦୂରେଇ ଯାଇପାରନ୍ତି । ଦୀର୍ଘଦିନ ପରେ ଆଜି ଶାରୀରିକ ସୁସ୍ଥତା ଫେରିପାଇବେ । ପରିବାର ସଦସ୍ୟଙ୍କ ସହଯୋଗ ପାଇବେ, ମନୋବଳ ଦୃଢ ହେବ । ଶୁଭରଙ୍ଗ: ନୀଲ । ଆରାଧନା: ମାଆ ଅମ୍ବିକା ।

ମକର :

ଆଧ୍ୟାତ୍ମିକ ଦିଗରେ ଆପଣଙ୍କ ମନ ଲାଗି ରହିବ । ଆଜି କର୍ମକ୍ଷେତ୍ରରେ କୌଣସି ଅସୁବିଧା ହେବ ନାହିଁ । ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିବେ ଓ ସାମୟିକ ଅସୁବିଧାର ସମ୍ମୁଖୀନ ହେବେ । ଗୃହ ସମସ୍ୟା ସମାଧାନ ହୋଇପାରିବା ସାଙ୍ଗକୁ ଆନୁଷ୍ଠାନିକ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ । କର୍ମକ୍ଷେତ୍ରରେ ବୀରତ୍ଵର ସହ ସମସ୍ୟାକୁ ସମ୍ମୁଖୀନ କରି ତାର ସମାଧାନ କରିବେ । ଆପଣଙ୍କ କାମକୁ ପ୍ରବନ୍ଧକର୍ତ୍ତା ପ୍ରଶଂସା କରିବେ । ଅର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ । ଗତକାଲି ଠାରୁ ଚେଷ୍ଟା କରୁଥିବା କାମଟି ପୂର୍ଣ୍ଣାଙ୍ଗ ହେବାରେ ସମ୍ୟକ କଷ୍ଟକର ହେବ । ପରିବାରରେ ମାଆ, ସ୍ତ୍ରୀଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତିତ ରହିବେ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଶାରଳା ।

କୁମ୍ଭ :

ଆଜି ଆପଣ ନିଜକୁ ଊର୍ଜା ଭରା ଅନୁଭବ କରିବେ । ଦିନଟି ସାମଗ୍ରିକ ଦୃଷ୍ଟିକୋଣରୁ ବହୁତ ଭଲରେ ଅତିବାହିତ ହେବ । ଆର୍ଥିକ ଦିଗରୁ ବେଶ୍ ଅନୁକୂଳ ରହିବ । ବନ୍ଧୁଙ୍କ ସହଯୋଗରେ ଦୀର୍ଘ ଦିନରୁ ଲାଗିଥିବା ସମସ୍ୟାର ସମାଧାନ ହୋଇଯିବ । କିନ୍ତୁ ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ । ସରକାରୀ କ୍ଷେତ୍ରରୁ ଆଶା କରିଥିବା କୌଣସି କାଗଜପତ୍ର ସମ୍ପର୍କିତ ଶୁଭ ସୂଚନା ପାଇ ମନ ଖୁସୀ ହୋଇଯିବ । ପାରିବାରିକ କ୍ଷେତ୍ରରେ ବୁଝାମଣା ଠିକ୍ ରହିବ । ପରିବାରରେ ପିଲାମାନଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ରହିବେ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ସୂର୍ଯ୍ୟଦେବ ।

ମୀନ :

ପରିବାର ସହ ଅଧିକ ସମୟ ଅତିବାହିତ କରିବେ । ବ୍ୟବସାୟ ଏବଂ ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ମଧ୍ୟ ଦୂର ହୋଇଯିବ । ସ୍ଵାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣ ରହିବା ସହ କୌଣସି ନୂତନ କର୍ମାରମ୍ଭ କରିବାକୁ ମନ ବଳାଇବେ । ଅଫିସରେ ସମସ୍ତଙ୍କ ସହ ସୁଖଦ ବାତାବରଣ ମଧ୍ୟରେ ଦିନଟି ଅତିବାହିତ କରିବେ । ବନ୍ଧୁମିଳନ ଯୋଗୁଁ ମନ ଆନନ୍ଦିତ ରହିବ ଓ କିନ୍ତୁ ଆନୁଷ୍ଠାନିକ କାମରେ ବ୍ୟସ୍ତ ରହିବେ । ସହକର୍ମୀଙ୍କ ସହାନୁଭୂତି ଯୋଗୁଁ ହାତକୁ ନେଇଥିବା କାମଗୁଡ଼ିକ ସମ୍ପନ୍ନ କରିବାରେ ବିଶେଷ ଅସୁବିଧା ହେବ ନାହିଁ । ଆପଣଙ୍କ ଖୁସିକୁ ସହ୍ୟ କରିନପାରି ଆତ୍ମୀୟମାନେ ପରୋକ୍ଷରେ ଶତ୍ରୁତା କରିପାରନ୍ତି । ପରିବାରରେ ସୁଖଶାନ୍ତି ବଜାୟ ରହିବ । ଶୁଭରଙ୍ଗ: ବାଦାମୀ । ଆରାଧନା: ମାଆ ତାରିଣୀ ।