18 Sep 2020, ଶୁକ୍ରବାରର ରାଶିଫଳ ! ଆସନ୍ତୁ ଜାଣିବା ଦିନଟି ଆପଣଙ୍କ ପାଇଁ କିପରି ରହିବ ।

Spread the love

ଆଜି ଆମେ ଆପଣଙ୍କୁ ୧୮ ସେପ୍ଟେମ୍ବର ଶୁକ୍ରବାରର ରାଶିଫଳ ବିଷୟରେ କହିବୁ । ଆମ ଜୀବନରେ ରାଶିଫଳର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରାଯାଇପାରିବ । ଗ୍ରହ ନକ୍ଷେତ୍ରମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଏ । ପ୍ରତ୍ୟେକ ଦିନ ଗ୍ରହମାନଙ୍କର ସ୍ଥିତି ବଦଳିଥାଏ, ଯାହାଫଳରେ ଆମର ଦୈନନ୍ଦିନ ଜୀବନ ଉପରେ ପ୍ରଭାବ ପକାଇଥାଏ । ଏହି ରାଶିଫଳରେ, ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ ଶିକ୍ଷା ଏବଂ ବୈବାହିକ ଜୀବନ ଓ ପ୍ରେମ ଜୀବନ ସହିତ ଜଡିତ ସମସ୍ତ ସୂଚନା ପାଇବେ । ଯଦି ଆପଣ ମଧ୍ୟ ଜାଣିବାକୁ ଚାହାଁନ୍ତି ଆଜିର ଦିନଟି ଆପଣଙ୍କ ପାଇଁ କିପରି କାଟିବା, ତେବେ ପଢନ୍ତୁ ଆଜିର ରାଶିଫଳ ।

ମେଷ :

କର୍ମକ୍ଷେତ୍ରରେ ସମ୍ମାନ ଲାଭ କରିବେ ଓ ପଦ ମର୍ଯ୍ୟାଦା ବୃଦ୍ଧି ପାଇବ । ପ୍ରତ୍ୟେକ ଦିଗରୁ ମନ ଖୁସି ରହିବ, କାମଗୁଡିକୁ ମଧ୍ୟ ସୁରୁଖୁରୁରେ ସମ୍ପର୍ଣ୍ଣ କରିପାରିବେ । ବ୍ୟବସାୟ ବାଣିଜ୍ୟରେ ସ୍ଥିତି ଭଲ ରହିବ । କିନ୍ତୁ ଅର୍ଥ ସମ୍ପର୍କୀୟ ଚୁକ୍ତି ବା ଅର୍ଥ ନେଣଦେଣ କରିଲେ ବିବାଦୀୟ ପରିସ୍ଥିତି ଉପୁଜିପାରେ । ଦୈହିକ ଦୁର୍ବଳତା ହେତୁ ଅଫିସ କାମକୁ ନେଇ ନୈରାଶ୍ୟ ହୋଇପାରନ୍ତି । ଆଜି ଆପଣ ସାଙ୍ଗସାଥୀ କିମ୍ବା ବନ୍ଧୁଙ୍କୁ ମନ ଭୁଲାଣିଆ କଥା କହି ନିଜ କାର୍ଯ୍ୟ ହାସଲ କରିବାରେ ସମର୍ଥ ହେବେ । ଅନ୍ୟର ବିବାଦୀୟ ମାମଲାରେ ମୁଣ୍ଡ ପୁରନ୍ତୁ ନାହିଁ । ସ୍ଵାସ୍ଥ୍ୟ ସମସ୍ୟାରେ ସୁଧାର ଆସିବ ଓ ନିକଟ ସମ୍ପର୍କୀୟମାନଙ୍କ ସହାନୁଭୂତି ଲାଭ କରିବେ । ବୈବାହିକ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ହର ପାର୍ବତୀ ।

ବୃଷ :

ବିଭିନ୍ନ ପ୍ରକାରର ଦ୍ୱନ୍ଦ୍ୱର ଆଶଙ୍କା କରି ମନ ଉଦାସ ହୋଇପାରେ । କୌଣସି ସମସ୍ୟା ଜାଲରେ ଛନ୍ଦି ହୋଇଯିବା ଫଳରେ ମନୋବଳ ଦୁର୍ବଳ ହୋଇଯିବ । ଦୂରଦର୍ଶିତା ଅଭାବରୁ କୌଣସି କ୍ଷେତ୍ରରେ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ । ବ୍ୟବସାୟରେ ଆର୍ଥିକ ସ୍ଥିତି ଦୁର୍ବଳ ରହିବ ଓ ବିଭିନ୍ନ ପ୍ରକାର ସମସ୍ୟା ମଧ୍ୟ ଦେଇ ଗତି କରିବାକୁ ପଡିପାରେ । ଅଫିସରେ ସ୍ଥଗିତ ଥିବା କାର୍ଯ୍ୟକୁ ନେଇ ମନ ବିଚଳିତ ହୋଇପାରେ । ସହକର୍ମୀଙ୍କ ସହଯୋଗ ଓ ସାହାଯ୍ୟ ଦୂରର କଥା ବରଂ ସେମାନେ ଆପଣଙ୍କ କାର୍ଯ୍ୟକୁ ନେଇ ସମାଲୋଚିତ କରିପାରନ୍ତି । ସାମାଜିକ ସ୍ତରରେ ବନ୍ଧୁଙ୍କ ନିକଟରୁ ଯାହା ପାଇବେ ତାହାକୁ ଆଦରର ସହିତ ଗ୍ରହଣ କରିବା ଭଲ ହେବ । ପାରିବାରିକ କ୍ଷେତ୍ରରେ ନିଜର ସମ୍ପର୍କୀୟମାନଙ୍କ ସହଯୋଗରୁ କେତେକ ସମସ୍ୟାରୁ ବର୍ତ୍ତୀ ପାରିବେ । ଦାମ୍ପତ୍ୟ ଜୀବନରେ ଉତ୍ଥାନ-ପତ୍ତନ ଲାଗିରହିବ । ଶୁଭରଙ୍ଗ: ସବୁଜ । ଆରାଧନା: ସୂର୍ଯ୍ୟଦେବ ।

ମିଥୁନ :

ଆଜି ପ୍ରତ୍ୟେକ କ୍ଷେତ୍ରରେ ବନ୍ଧୁମାନେ ଛାଇ ଭଳି ପାଖେ ପାଖେ ରହିବେ । ଆଜି ସଂଗଠନ, ରାଜନୀତି, ଆନୁଷ୍ଠାନିକ କାମର ନେତୃତ୍ୱ ନେଇ ପ୍ରଶଂସିତ ହେବେ । ପୂର୍ବ ଯୋଜନା ଅନୁଯାୟୀ ନିଜ କାର୍ଯ୍ୟ କରିଚାଳନ୍ତୁ ସଫଳତା ଅବଶ୍ୟ ମିଳିବ । ପ୍ରଚାର ପ୍ରସାର ମାଧ୍ୟମରେ ବ୍ୟବସାୟରେ ନୂତନ କିଛି ଯୋଡିବା ପାଇଁ ଇଚ୍ଛା କରିବେ । କିନ୍ତୁ ଆକସ୍ମିକ ଭାବରେ କୌଣସି ପଦକ୍ଷେପ ନେଲେ ଝମେଲା ମଧ୍ୟରେ ଫସି ପାରନ୍ତି, ତେଣୁ ନିଷ୍ପତ୍ତି ନେବା ପୂର୍ବରୁ ବୁଝିବିଚାରୀ ନିଷ୍ପତ୍ତି ନିଅନ୍ତୁ । ଅଫିସରେ ସ୍ଥିତି ଭଲ ଥିଲେ ମଧ୍ୟ ଆପଣ ଅନ୍ୟମନୋସ୍କ ରହିବେ । ଅନିଦ୍ରା ଯୋଗୁଁ ଶାରୀରିକ ଅସୁସ୍ଥତା ଦେଖାଦେବର ସମ୍ଭାବନା ରହିଛି । ପାରିବାରିକ କଳହ ଯୋଗୁଁ ମାନସିକ ସୁସ୍ଥତା ହରାଇ ପାରନ୍ତି । ସହଧର୍ମୀଙ୍କ ପୂର୍ଣ୍ଣ ସହଯୋଗ ପାଇବେ । ଶୁଭରଙ୍ଗ: ଧଳା । ଆରାଧନା: ପ୍ରଭୁ ଜଗନ୍ନାଥ ।

କର୍କଟ :

କାର୍ଯ୍ୟରେ ସଫଳତା ଓ ନୂତନ କାର୍ଯ୍ୟର ଶୁଭାରମ୍ଭ ପାଇଁ ଆଜିର ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଭଲ ଅଟେ । କିନ୍ତୁ ଆଜି ଆପଣଙ୍କ ଖର୍ଚ୍ଚର ଭାର ଅଧିକ ରହିବ । ବ୍ୟବସାୟରେ ସ୍ଥିତି ଭଲ ରହିବ । ମଧୁର ବାକ୍ୟାଳାପ ଦ୍ଵାରା ଗ୍ରାହକଙ୍କ ହୃଦୟରେ ନିଜ ପାଇଁ ସ୍ଵତନ୍ତ୍ର ଜାଗା ସୃଷ୍ଟି କରିବାରେ ସମର୍ଥ ହେବେ । କିନ୍ତୁ ପୂର୍ବରାଗ ଶୁଝାଇବାକୁ ଯାଇ ହଠାତ୍‌ ସହକର୍ମୀ ହଇରାଣରେ ପକାଇବାକୁ ଚେଷ୍ଟା କରିବେ । ଅଫିସ ପରିସରରେ ଆୟୋଜିତ ଆଲୋଚନରେ ବିପକ୍ଷ ବ୍ୟକ୍ତିମାନଙ୍କ ଅକାଟ୍ୟ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ । କୌଣସି ବିବାଦୀୟ ପରିସ୍ଥିତିରେ ସମାଜର ପଦସ୍ଥ ବ୍ୟକ୍ତିଙ୍କ ସହଯୋଗରୁ ସମସ୍ୟାର ସମାଧାନ ହୋଇପାରିବ । ଘର କଥାନେଇ ସ୍ତ୍ରୀଙ୍କ ସହ ଆଲୋଚନା କରିବେ, ଅବଶ୍ୟ ଆପଣଙ୍କ ଆଶଙ୍କା ଅପରାହ୍ନେ ଦୂର ହୋଇଯିବ । ଶୁଭରଙ୍ଗ: ଧଳା । ଆରାଧନା: ସନ୍ତୋଷୀମାତା ।

ସିଂହ :

ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ । ଆଜି ଆର୍ଥିକ ଦିଗରୁ ଉପକୃତ ରହିବେ । କିନ୍ତୁ କେତେକ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପୂରଣ ହୋଇପାରିବ ନାହିଁ । କର୍ମକ୍ଷେତ୍ରରେ ଅତ୍ୟାଧିକ କାର୍ଯ୍ୟର ଚାପ ଯୋଗୁଁ କ୍ଳାନ୍ତି ଅନୁଭବ କରିବେ । କିନ୍ତୁ ପରବର୍ତ୍ତୀ ସମୟରେ ଆକସ୍ମିକ ଭାବରେ ପଦସ୍ଥ ବ୍ୟକ୍ତିଙ୍କ ଆଶ୍ୱସ୍ତି ସୂଚକ କଥା ଶୁଣି ମନ ହାଲୁକା ହୋଇଯିବ । ଅଫିସ କିମ୍ବା କର୍ମକ୍ଷେତ୍ରରେ କୌଣସି ତରବରିଆ ପଦକ୍ଷେପ ବା ନିଷ୍ପତ୍ତି ନେଲେ ଅସୁବିଧାରେ ପଡ଼ିପାରନ୍ତି । ପଡୋଶୀମାନେ ନିଜ କାର୍ଯ୍ୟ ହାସଲ କରିବା ପାଇଁ ଆପଣଙ୍କ ସହ ଭଲ ସମ୍ପର୍କ ରଖିବେ । ପରକଥାରେ ପଡ଼ି ନିଜ ଲୋକଙ୍କୁ ଭୁଲ୍‌ ବୁଝିବେ, ଯାହାକି ସମସ୍ୟା ବୃଦ୍ଧି କରିପାରେ । ସନ୍ତାନଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ରହିବେ । ଶୁଭରଙ୍ଗ: ବାଦାମୀ । ଆରାଧନା: ମାଆ ଦୁର୍ଗା ।

କନ୍ୟା :

ଭାବିଚିନ୍ତି ଯେକୌଣସି କାର୍ଯ୍ୟ କରନ୍ତୁ, ନତୁବା ଯେଉଁ ବ୍ୟକ୍ତିମାନେ ଆପଣଙ୍କ ଗୁଣଗାନ କରୁଥିଲେ ସେହି ବ୍ୟକ୍ତିମାନେ ହିଁ ଆପଣଙ୍କ ପ୍ରତିଟି କାର୍ଯ୍ୟରେ ସମସ୍ୟା ସୃଷ୍ଟି କରାଇବେ । ହଠାତ୍ କର୍ମକ୍ଷେତ୍ରରେ ଅସ୍ବାଭାବିକ ପରିସ୍ଥିତିର ସମ୍ମୁଖୀନ କରିବାକୁ ପଡିପାରେ । ଅଫିସରେ କାମ ଅଧିକ ରହିବା ସଙ୍ଗେ ସଙ୍ଗେ ଉଚ୍ଚାଧିକାରୀ ଆପଣଙ୍କ କାର୍ଯ୍ୟକୁ ତର୍ଜମା କରିବେ ଓ ଆପଣଙ୍କ କାର୍ଯ୍ୟକୁ ନେଇ ସମାଲୋଚିତ କରିବେ । ବନ୍ଧୁଙ୍କ ଠାରୁ ସାହାଯ୍ୟ ସହଯୋଗ ବ୍ୟତୀତ ଶୁଖିଲା ଉପଦେଶ ଶୁଣି ମନରେ ବିରକ୍ତି ଆସିବ । ନିକଟ ସମ୍ପର୍କୀୟମାନଙ୍କ ପରୋକ୍ଷ ଶତ୍ରୁତା ଯୋଗୁଁ ମନ ବିଚଳିତ ହୋଇଉଠିବା । ପରିବାର ସଦସ୍ୟମାନଙ୍କ ସହଯୋଗ ପାଇବା ଫଳରେ ମନକୁ ଆଶ୍ଵସ୍ତି ମିଳିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଶାରଳା ।

ତୁଳା :

ଦେବାଦେବୀଙ୍କ ଧ୍ୟାନ, ମନରେ ସକାରାତ୍ମକ ଶକ୍ତି ସଂଚାର ସୃଷ୍ଟି କରିବ । ଗ୍ରହ ସ୍ଥିତିର ପ୍ରତିକୂଳ ପ୍ରଭାବ ଯୋଗୁଁ ଆଜି ଚେଷ୍ଟା କରୁଥିବା ଉଦ୍ୟମରେ ସଫଳତା ମିଳିବା କଷ୍ଟକର ହେବ । କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ପରିବାରରେ ବିଶୃଙ୍ଖଳିତ ପରିସ୍ଥିତି ଲାଗି ରହିବା କାରଣରୁ ଆଜିର କାମଗୁଡିକ ସମ୍ପୂର୍ଣ୍ଣ ହେବ ନାହିଁ । ବ୍ୟବସାୟରେ ଆୟ ବ୍ୟୟର ତାଳମେଳ ରହିବ ନାହିଁ । ସାମାଜିକ ସ୍ତରରେ ଗଠନମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ଆର୍ଥିକ ସ୍ଥିତି ଶୋଚନୀୟ ରହିବ, ଦେଖି ଚାହିଁ ଖର୍ଚ୍ଚ କରନ୍ତୁ । ନିଜର ମନକଥା ବନ୍ଧୁଙ୍କ ସହ ଆଲୋଚନା କରିବେ, ଯାହା ପରବର୍ତ୍ତୀ ସମୟରେ ଆପଣଙ୍କ ପାଇଁ ଅସୁବିଧା ସୃଷ୍ଟି କରିପାରେ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ବିଛା :

ଧୌର୍ଯ୍ୟ ଧରି କାର୍ଯ୍ୟ କରନ୍ତୁ, ଭଗବାନଙ୍କୁ ବିଶ୍ଵାସ କରନ୍ତୁ । ଦୀର୍ଘଦିନ ହେଲା ଆପଣ ଯାହାକୁ ଭଲ ଭାବୁଛନ୍ତି ସେହି ବ୍ୟକ୍ତିଟି ନିଜର ଫାଇଦା ହାସଲ କରିବା ସକାଶେ ଆପଣଙ୍କୁ ଅସୁବିଧାରେ ପକାଇବାକୁ ପଛଘୁଞ୍ଚା ଦେବା ନାହିଁ । ତେଣୁ ସତର୍କତାର ସହ ଦିନଚର୍ଯ୍ୟା କରନ୍ତୁ । ବିଭିନ୍ନ ପ୍ରକାରର କୌଶଳ ଅବଲମ୍ବନ କରି କର୍ମକ୍ଷେତ୍ରରେ କେତେକାଂଶରେ ଉପକୃତ ହୋଇପାରିବେ । ପ୍ରଶାସନ ଓ ରାଜନୀତିି କ୍ଷେତ୍ରରେ ଆଶାଜନକ ଫଳ ପାଇବେ । ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା କାରଣରୁ ସ୍ତ୍ରୀଙ୍କ ସହ ମତାନ୍ତର ଦେଖାଯିବାର ସମ୍ଭାବନା ରହିଛି । ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ, ନଚେତ୍ ପରେ ଚିନ୍ତା କରିବାକୁ ପଡିବ । ଶୁଭରଙ୍ଗ: ଲାଲ୍ । ଆରାଧନା: ମାଆ ଚର୍ଚ୍ଚିକା ।

ଧନୁ :

ମନରେ ସକାରାତ୍ମକ ଭାବନା ନେଇ କାର୍ଯ୍ୟ କରନ୍ତୁ । ଆଜି ଆପଣଙ୍କ ଅତି ଘନିଷ୍ଠ ବିଶ୍ଵସ୍ତମାନେ ହିଁ ଆପଣଙ୍କ ସହ ବିଶ୍ଵାସଘାତ କରିପାରନ୍ତି । ତେଣୁ ଶତ୍ରୁତା କରୁଥିବା ବ୍ୟକ୍ତି ଓ ଅତି ଆତ୍ମୀୟ ବନ୍ଧୁ ପ୍ରତି ସତର୍କ ରୁହନ୍ତୁ । କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ସମସ୍ୟା ଓ ପ୍ରତିବନ୍ଧକର ସମ୍ମୁଖୀନ ହୋଇପାରନ୍ତି । ପୂର୍ବର କଳ୍ପିତ ନୂତନ ଯୋଜନାଟିକୁ କାର୍ଯ୍ୟକାରୀ କରିବା ନିମନ୍ତେ ଅନେକ ବାଧାବିଘ୍ନ ସହ୍ୟ କରିବାକୁ ପଡିପାରେ । ସାଧାରଣ ଯୁକ୍ତିତର୍କକୁ କେନ୍ଦ୍ର କରି ସହକର୍ମୀଙ୍କ ସହ ତିକ୍ତତା ଦେଖାଦେଇପାରେ । ଆନୁଷ୍ଠାନିକ କ୍ଷେତ୍ରରେ ପ୍ରଶଂସା ଓ ପ୍ରୋତ୍ସାହନ ପାଇବା ଫଳରେ ମନୋବଳ ବୃଦ୍ଧି ପାଇବ । କୌଣସି ବିବାଦୀୟ ପରିସ୍ଥିତିରେ ମୁଣ୍ଡ ପୁରନ୍ତୁ ନାହିଁ । ପରିବାର ସଦସ୍ୟଙ୍କ ମଧ୍ୟ ସ୍ନେହ ଶ୍ରଦ୍ଧା ଅତୁଟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।

ମକର :

ପାରିବାରିକ କ୍ଷେତ୍ରରେ କିଛିଟା ଅଭାବ ଓ ଅସୁବିଧା ମନକୁ ଭାରାକ୍ରାନ୍ତ କରିବ । ସ୍ଵାସ୍ଥ୍ୟ ଭଲ ରହିଲେ ମଧ୍ୟ କାର୍ଯ୍ୟ ସମ୍ପନ୍ନ କରିବା କଷ୍ଟକର ହୋଇପଡିବ । କର୍ମକ୍ଷେତ୍ରରେ ସତର୍କ ଅବଲମ୍ବନ କରି କାର୍ଯ୍ୟ ପରିଚାଳନା କରିବାକୁ ପଡିବ ନଚେତ ବିବାଦର ଘେରରେ ଛନ୍ଦି ହୋଇଯିବେ । ବ୍ୟବସାୟରେ ପାଦେ ପାଦେ ସମସ୍ୟାର ସମ୍ନା କରିବାକୁ ପଡିବ । ବନ୍ଧୁମାନଙ୍କ ହସ୍ତକ୍ଷେପ ଫଳରେ ପରିସ୍ଥିତିରେ କେତେକାଂଶରେ ସୁଧାରି ଆସିବ । ଆର୍ଥିକ ସ୍ଥିତି ମାନ୍ଦା ରହିବ । ଆବଶ୍ୟକତା ପୂରଣ କରିବା ସକାଶେ ଧାରା କରଜ କରିବାକୁ ପଡିପାରେ । ଆର୍ଥିକ ସଙ୍କଟରୁ ମୁକୁଳିବା ପାଇଁ ଏକାଧିକ କାମରେ ହାତ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି । ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ । ପାରିବାରିକ କ୍ଷେତ୍ରରେ ଭୁଲ ବୁଝାମଣା ଯୋଗୁଁ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ତାରିଣୀ ।

କୁମ୍ଭ :

ଆଜିର ପ୍ରତ୍ୟୁଷ ଯାତ୍ରାରେ ଜିନିଷ ପତ୍ର ପ୍ରତି ସତର୍କ ରହନ୍ତୁ । ଆଜି ପ୍ରତ୍ୟେକ କାର୍ଯ୍ୟକୁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସମ୍ପାଦନ କରିପାରିବାରେ ସମର୍ଥ ହେବେ । ଯେଉଁ କାମଟିକୁ ହାତକୁ ନେଇଛନ୍ତି, ସେଥିରେ ପୂର୍ଣ୍ଣ ସଫଳତା ପାଇବେ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । କଠିନ ଶ୍ରମଜନିତ ସାମୟିକ ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି । କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବେ । ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ । ଅନ୍ୟର ବିବାଦୀୟ ଘଟଣାରେ ମୁଣ୍ଡ ପୁରାନ୍ତୁ ନାହିଁ । ଦୀର୍ଘ ଦିନରୁ ଲାଗି ରହିଥିବା ପୁରାତନ ରୋଗପୀଡାରୁ ସାମୟିକ ସୁସ୍ଥ ଅନୁଭବ କରିବେ । ପଡ଼ୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ । ପରିବାରରେ ଶାନ୍ତଶିଷ୍ଟ ପରିବେଶ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ବାବା କପିଳାସ ।

ମୀନ :

ଦିନଟି ଆପଣଙ୍କ ପାଇଁ ଅତି ଉତ୍ତମ ରହିବ । ଆଜି କର୍ମକ୍ଷେତ୍ରରେ ଚେଷ୍ଟା କରୁଥିବା କାମଗୁଡିକ ଠିକ୍ ଭାବରେ ସମ୍ପନ୍ନ ହୋଇଯିବ । ଅଫିସରେ ବରିଷ୍ଠ ବ୍ୟକ୍ତି ଓ ସହଯୋଗୀ ମାନଙ୍କର ସାହାଯ୍ୟ ଓ ସହଯୋଗ ମିଳିବ । ପ୍ରତିବେଶୀଙ୍କ ସହ ସୁସମ୍ପର୍କ ଦ୍ଵାରା କର୍ମକ୍ଷେତ୍ରରେ ଅନୁକୂଳ ବାତାବରଣ ସୃଷ୍ଟି ହେବ । ସମାଜରେ ଆପଣଙ୍କୁ ସମ୍ମାନ ମିଳିବ । କିନ୍ତୁ ପରୋକ୍ଷ ଶତ୍ରୁତା ସାମୟିକ ପ୍ରଗତିର ଗତିରୋଧ କରିପାରେ । ବନ୍ଧୁ କିମ୍ବା ସମ୍ପର୍କୀୟଙ୍କ ସହ ବାକ୍‌ ଅସଂଯମତା ଯୋଗୁଁ ମଧ୍ୟାହ୍ନେ ମନାନ୍ତର ସୃଷ୍ଟି ହୋଇପାରେ । ପରିବାର ସଦସ୍ୟଙ୍କ ସହ ବସି ଆଗାମୀ ମାଙ୍ଗଳିକ କାର୍ଯ୍ୟ ପାଇଁ ପ୍ରସ୍ତୁତି କରିବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ମାଣିକେଶ୍ଵରୀ ।