17 Sep 2020, ଗୁରୁବାରର ରାଶିଫଳ ! ଆସନ୍ତୁ ଜାଣିବା ଦିନଟି ଆପଣଙ୍କ ପାଇଁ କିପରି ରହିବ ।

Spread the love

ଆଜି ଆମେ ଆପଣଙ୍କୁ ୧୭ ସେପ୍ଟେମ୍ବର ଗୁରୁବାରର ରାଶିଫଳ ବିଷୟରେ କହିବୁ । ଆମ ଜୀବନରେ ରାଶିଫଳର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରାଯାଇପାରିବ । ଗ୍ରହ ନକ୍ଷେତ୍ରମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଏ । ପ୍ରତ୍ୟେକ ଦିନ ଗ୍ରହମାନଙ୍କର ସ୍ଥିତି ବଦଳିଥାଏ, ଯାହାଫଳରେ ଆମର ଦୈନନ୍ଦିନ ଜୀବନ ଉପରେ ପ୍ରଭାବ ପକାଇଥାଏ । ଏହି ରାଶିଫଳରେ, ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ ଶିକ୍ଷା ଏବଂ ବୈବାହିକ ଜୀବନ ଓ ପ୍ରେମ ଜୀବନ ସହିତ ଜଡିତ ସମସ୍ତ ସୂଚନା ପାଇବେ । ଯଦି ଆପଣ ମଧ୍ୟ ଜାଣିବାକୁ ଚାହାଁନ୍ତି ଆଜିର ଦିନଟି ଆପଣଙ୍କ ପାଇଁ କିପରି କାଟିବା, ତେବେ ପଢନ୍ତୁ ଆଜିର ରାଶିଫଳ ।

ମେଷ :

ମନରେ ଅଜସ୍ର ଆଶା ରହିବ । କିନ୍ତୁ କର୍ମାଧିପ ଶନି ଓ ମନକାରକ ଚନ୍ଦ୍ର ଷଡ଼ାଷ୍ଟକ ସ୍ଥିତିରେ ଥିବାରୁ ନୂତନ କର୍ମାରମ୍ଭ କରିବା କାଠିକର ପାଠ ହୋଇପାରେ । ଅଯଥା ଅର୍ଥବ୍ୟୟ ମାନସିକ ସ୍ଥିତିକୁ କଳୁଷିତ କରିଦେଇପାରେ । ବ୍ୟବସାୟ ବାଣିଜ୍ୟରେ କେତେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ତଥାପି ପ୍ରତ୍ୟେକ କ୍ଷେତ୍ରରେ ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହେବେ । କର୍ତ୍ତବ୍ୟ ପାଳନରେ ତପତ୍ରତା, ଦାୟିତ୍ୱସମ୍ପନ୍ନ କାର୍ଯ୍ୟ ନିର୍ବାହ କରି ସାମାଜିକ ସ୍ତରରେ ପ୍ରଶଂସିତ ହେବେ । ବନ୍ଧୁମାନଙ୍କ ସହ ଆଲୋଚନାରୁ ଆଶ୍ୱସ୍ତି ଲାଭ କରିବେ । ପରିବାର ସଦସ୍ୟମାନଙ୍କ ସହିତ ମନାନ୍ତର ମାନସିକ ଅଶାନ୍ତିର କାରଣ ହୋଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ବାବା ଲିଙ୍ଗରାଜ ।

ବୃଷ :

ଭାଗ୍ୟ ଆପଣଙ୍କର ସାଥ ଦେବ । ଚନ୍ଦ୍ରଙ୍କ ସ୍ଥିତି ଆପଣଙ୍କୁ ଉଦ୍ୟମକୁ ସଫଳ କରାଇବ । କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ନେଇ ଅଧିକାରୀଙ୍କ ଆଲୋଚନା କରିପାରନ୍ତି । ଆପଣଙ୍କୁ ବ୍ୟବସାୟ ବାଣିଜ୍ୟରେ ବିଶେଷ କିଛି କ୍ଷତି ସହ୍ୟ କରିବାକୁ ପଡିବ ନାହିଁ । କିନ୍ତୁ ଅଫିସରେ ପରୋକ୍ଷ ଶତ୍ରୁତା କାରଣରୁ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧିରେ ପ୍ରତିବନ୍ଧକ ଦେଖାଦେଇପାରେ । ସାମାଜିକ ସ୍ତରରେ ସବୁ କାମରେ ଆଗୁଆ ରହି କାମ କରିବା ହେତୁ ଶାରୀରିକ ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରିବେ । ବନ୍ଧୁମାନେ ସାମୟିକ ସୁଯୋଗ ପାଇ ନିଜର ସ୍ଵାର୍ଥ ସାଧନ କରିବା ଦିଗରେ ଆପଣଙ୍କୁ ଉତ୍ସାହିତ କରିପାରନ୍ତି । ଚନ୍ଦ୍ର ଓ ବୁଧ ଦ୍ୱିଦ୍ୱାଦଶ ହେତୁ ପର କଥାକୁ ସତ ମନେକରି ଘରୋଇ କଳହକୁ ନେଇ ଅଶାନ୍ତି ଲାଗିରହିବ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ଶ୍ରୀଗଣେଶ ।

ମିଥୁନ :

ଆପଣଙ୍କର ଊର୍ଜାର ସ୍ତର ବଢ଼ିବ । କର୍ମସ୍ଥାନ ଶନିଦୃଷ୍ଟ ଯୋଗୁଁ କର୍ମକ୍ଷେତ୍ରରେ ସମସ୍ୟାର ସରଳ ସମାଧାନ କରିବାକୁ ଯାଇ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଅର୍ଥ ସମ୍ପର୍କିତ କଥାବାର୍ତ୍ତା, ଚୁକ୍ତପତ୍ର ଆଜି କରନ୍ତୁ ନାହିଁ । ଅଧିକାଂଶ କ୍ଷେତ୍ରରେ କେବଳ ବେଠି ଖଟିବାକୁ ପଡିପାରେ । ପୂର୍ବ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ବହୁ ଚେଷ୍ଟା କରିବେ ସତ କିନ୍ତୁ ସଫଳତା ହାସଲ କରିପାରିବେ ନାହିଁ । ଅନ୍ୟମାନଙ୍କ କଥାରେ ଉତ୍ସାହିତ ହୋଇ ଯେଉଁ କାମ କରିବେ, ସେଥିପାଇଁ ପରବର୍ତ୍ତୀ ସମୟରେ ଅନୁତାପ କରିବାକୁ ପଡିପାରେ । ଆନୁଷ୍ଠାନିକ କାମରେ କେତେକ ବ୍ୟତିକ୍ରମକୁ ଦେଖି, ମାନସିକ ସ୍ତରରେ ଚିନ୍ତିତ ହୋଇପାରନ୍ତି । ବୈବାହିକ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

କର୍କଟ :

ଚାକିରି ଓ ବ୍ୟବସାୟରେ ସ୍ଥିତି ଭଲ ରହିବ । ରବି ସହ ବୁଧ ସଂଯୋଗ କାରଣରୁ ଯେକୌଣସି କାମ କରିଲେ ମଧ୍ୟ ଅତ୍ୟାଧିକ ଖର୍ଚ୍ଚାନ୍ତର ହେବାକୁ ପଡିବ । ସାମାଜରେ ଜନକଲ୍ୟାଣ କାର୍ଯ୍ୟ କରି ଯଥେଷ୍ଟ ସମ୍ମାନ ପାଇବେ । ଆପଣଙ୍କୁ କୌଣସି ମହିଳା ମିତ୍ରଙ୍କ ସହଯୋଗ ମିଳିବ । ବ୍ୟବସାୟ ଓ ବାଣିଜ୍ୟରେ ସମ୍ୟକ ସମସ୍ୟା ଆସିପାରେ କିନ୍ତୁ ଆର୍ଥିକ ସ୍ଥିତି ପୂର୍ବପରି ରହିବ । ଅଫିସ୍ କାର୍ଯ୍ୟାଳୟରେ ନିଃଶ୍ଵାସ ନ ନେଇ ଅକ୍ଲାନ୍ତ ପରିଶ୍ରମ କରିଲେ ମଧ୍ୟ କାହାରି ମୁଖରୁ ପ୍ରଶଂସା ସୂଚକ ପଦୁଟିଏ କଥା ମଧ୍ୟ ଶୁଣିବାକୁ ମିଳିବ ନାହିଁ । ନିର୍ମାଣ କ୍ଷେତ୍ରରେ ସହଯୋଗ, ସୁଖ ସମ୍ମାନ ପାଇ ଖୁସି ହେବେ । ଘରୋଇ କଥାରେ କିଛି ମତ ପାର୍ଥକ୍ୟ ସୃଷ୍ଟି ହେବାରୁ ବ୍ୟସ୍ତତା ବୃଦ୍ଧି ପାଇବ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ମାଆ ସମଲେଶ୍ଵରୀ ।

ସିଂହ :

ପ୍ରଭୁଙ୍କ ସ୍ମରଣରେ ଆତ୍ମସନ୍ତୋଷ ମିଳିବ । ନୀଚାରୋହୀ ରବିଙ୍କ ପ୍ରଭାବରେ ପରୋକ୍ଷ ଶତ୍ରୁତା କାରଣରୁ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ । ବିବାଦୀୟ ଘଟଣାରେ ବିଜୟୀ ହେଲେ ମଧ୍ୟ ସଂଘର୍ଷପୂର୍ଣ୍ଣ ସ୍ଥିତି ବଳବତ୍ତର ରହିବ । ଆର୍ଥିକ ସ୍ଥିତି ମାନ୍ଦା ରହିବ । ପଦାଧିକାରୀଙ୍କ ଆଦେଶପ୍ରାପ୍ତ ହୋଇ ଇଚ୍ଛା ନ ଥିଲେ ମଧ୍ୟ କେତେକ କାମ ଅକରିବା ପାଇଁ ବାଧ୍ୟ ହୋଇପାରନ୍ତି । ପଡ଼ୋଶୀ କିମ୍ବା ସହକର୍ମୀଙ୍କ ସହ ସମ୍ପର୍କ ଯୋଡ଼ିବାରେ ଆପଣଙ୍କ କୌଶଳ କିଛି ମାତ୍ରାରେ ସାହାଯ୍ୟ କରିପାରେ । ପ୍ରଶାସନିକ ସ୍ତରରେ ପରିସ୍ଥିତି ସେତେଟା ଭଲ ରହିବ ନାହିଁ । ସାମାଜିକ ସ୍ତରରେ ଗଠନମୂଳକ ପ୍ରସ୍ତାବ ଦେଇ ପ୍ରଶଂସିତ ହେବେ । ଆକସ୍ମିକ ଭାବେ ଖର୍ଚ୍ଚ ପରିମାଣ ବୃଦ୍ଧି ଯୋଗୁଁ ମନରେ ସରସତା ରହିବ ନାହିଁ । ଶୁଭରଙ୍ଗ: ଧଳା । ଆରାଧନା: ହର ପାର୍ବତୀ ।

କନ୍ୟା :

କୌଣସି ପୁରୁଣା କଥାକୁ ନେଇ ଆପଣ ମନସ୍ତାପରେ ରହିବେ । କର୍ମଭାବରେ ରାହୁଙ୍କ ଉପସ୍ଥିତିରୁ ସବୁ ସୁବିଧା ଥିଲେ ମଧ୍ୟ କୌଣସି କାମ ସହଜରେ ସମ୍ପନ୍ନ ହୋଇପାରିବ ନାହିଁ । ଯାହାଠାରୁ କିଛି ପାଇବାର ଆଶା ରଖିବସିଛନ୍ତି ତାହା ପରିଶେଷରେ ନିରର୍ଥକ ହୋଇପାରେ । ବ୍ୟବସାୟ ଓ ବାଣିଜ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଯୋଗୁଁ ଚିନ୍ତା ବଢ଼ିପାରେ । କର୍ମକ୍ଷେତ୍ରରେ ସମସ୍ୟା ସମାଧାନ ପରିପ୍ରେକ୍ଷୀରେ କିଛି ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସାହାଯ୍ୟ ଲାଭ କରିବେ । ସାମୂହିକ କାମରେ ଅଥବା ରାଜନୈତିକ କ୍ଷେତ୍ରରେ ଲୋକ ସମ୍ପର୍କ ବୃଦ୍ଧି ପାଇବ । ଶତ୍ରୁମାନେ ଆଗରେ ନ ହେଲେ ମଧ୍ୟ ପଛରେ ଭିନ୍ନ ଭିନ୍ନ କଥା କହିବେ । ପରିବାର ଲୋକଙ୍କ ସହିତ କଥା କହିବା ସମୟରେ ନିଜ ଭାଷା ଉପରେ ସଂଯମ ରଖନ୍ତୁ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ତାରିଣୀ ।

ତୁଳା :

ଦିନଟି ଆପଣଙ୍କ ପାଇଁ ବିଶେଷ ଫଳଦାୟୀ । ଶନି ଓ ଶୁକ୍ର ନିଜ ନିଜ ଗୃହରେ ଅବସ୍ଥାନ କରିଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ସୁଚିନ୍ତିତ କାର୍ଯ୍ୟପନ୍ଥା ଅବଲମ୍ବନ କରିବେ । ଆତ୍ମୀୟମାନଙ୍କ ସହଯୋଗରୁ ସମାଧାନର ସରଳ ସୂତ୍ର ବାହାର କରିବାରେ ସମର୍ଥ ହେବେ । ଅର୍ଥ ସଂଗ୍ରହ କରିବାରେ ତତ୍ପରତା ପ୍ରକାଶ କରିବେ । ବ୍ୟବସାୟରେ ବଡ଼ ସଉଦା କରିପାରନ୍ତି ଓ କିଛି ନୂଆ ସାମଗ୍ରୀ ମିଶାଇବା ପାଇଁ ଯୋଜନା କରିପାରନ୍ତି । ଅଫିସରେ ସୁସ୍ଥ ବାତାବରଣ ରହିବ । କିନ୍ତୁ ବନ୍ଧୁଙ୍କ ମୁଖରୁ କିଛି ବାଧିଲା ଭଳି କଥା ଶୁଣି, ସବୁ ଆନନ୍ଦ ପାଣିଫୋଟକା ପରି ମିଳାଇ ଯିବାର ଆଶଙ୍କା ରହିଛି । ସତର୍କତା ଅଭାବରୁ ଜିନିଷପତ୍ର ହଜିଯିବାର ସମ୍ଭାବନା ରହିଛି । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ଭୈରବୀ ।

ବିଛା :

ଆଜି ଆପଣଙ୍କ ଲାଗି ଦିନଟି ବହୁତ ଭଲ ରହିବ । ଲାଭାଧିପ ସ୍ଵଗୃହକୁ ଅବଲୋକନ କରୁଥିବାରୁ ଅର୍ଥଲାଭ, କାର୍ଯ୍ୟସିଦ୍ଧି, ନୂତନ ସମ୍ପର୍କସୃଷ୍ଟିରୁ ମନ ଆନନ୍ଦ ରହିବ । କିନ୍ତୁ ନିକଟ ସମ୍ପର୍କୀୟମାନେ କ୍ରମଶଃ ଦୂରେଇଯିବା ଫଳରେ ମାନସିକ ସ୍ତରରେ ଅଶାନ୍ତି ଅନୁଭବ କରିପାରନ୍ତି । ଲକ୍ଷ୍ୟ ହାସଲ ନିମନ୍ତେ ପ୍ରତ୍ୟେକ କ୍ଷେତ୍ରରେ ମନ ବୁଝିଲା ଭଳି କଥା କହି କାମ ହାସଲ କରିବେ । ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ନୂତନ ପଦକ୍ଷେପ ନେବେ । ଆଜି ଆପଣ ଅଫିସ କର୍ତ୍ତୃପକ୍ଷଙ୍କ ସାନ୍ନିଧ୍ୟ ଲାଭ କରିବେ । ଅନ୍ୟର ବିବାଦୀୟ ପରିସ୍ଥିତିରେ ମୁଣ୍ଡ ପୁରନ୍ତୁ ନାହିଁ, ନଚେତ ପରିସ୍ଥିତି ଆପଣଙ୍କ ବିପକ୍ଷରେ ଯାଇପାରେ । ପାରିବାରିକ କ୍ଷେତ୍ରରେ ନାନା ସମସ୍ୟା ଥିଲେ ମଧ୍ୟ ଶାନ୍ତ ମନରେ ପରିସ୍ଥିତିକୁ ସମ୍ଭାଳିବା ପାଇଁ ବାଟ ଖୋଜିବେ ଓ ସମସ୍ୟାର ସମାଧାନ କରିବାରେ ସମର୍ଥ ହେବେ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ଦୁର୍ଗା ।

ଧନୁ :

ଆପଣଙ୍କ ଜୀବନକୁ ଆହୁରି ବଢ଼ିଆ କରି ଗଢ଼ିବା ପାଇଁ ଚେଷ୍ଟା କରିବେ । ରାଶିରେ ବୁଧାଦିତ୍ୟ ଯୋଗ ପ୍ରଭାବରୁ ସମସ୍ୟା ଦେଖାଦେଲେ ମଧ୍ୟ ସମସ୍ୟାର ସ୍ଥାୟୀ ସମାଧାନ କରିବାରେ ସମର୍ଥ ହେବେ । କିନ୍ତୁ କୌଣସି ବ୍ୟକ୍ତିଙ୍କୁ ସରଳ ଭାବେ ବିଶ୍ୱାସ କରି ହଇରାଣରେ ପଡ଼ିପାରନ୍ତି । ବ୍ୟବସାୟରେ ଆର୍ଥିକ ସ୍ଥିତି ସୁଧାର ଆସିବ । ଦୂରଯାତ୍ରା, ଆମଦାନୀ କାରବାର, ଜମିଜମା ସମ୍ବନ୍ଧୀୟ କଥାବାର୍ତ୍ତା ପ୍ରଭୃତିରେ ଉନ୍ନତମାନର ସୁଫଳ ପାଇବେ । ଅଫିସରେ ସହକର୍ମୀମାନଙ୍କ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ । ଭାଙ୍ଗି ପଡିଥିବା ସମ୍ପକର୍କୁ ପୁଣି ଯୋଡିବା ସକାଶେ ଚେଷ୍ଟା କଲେ ସଫଳତା ମିଳିପାରିବ । ଆଜି ଶାରୀରିକ ସୁସ୍ଥତା ଫେରିପାଇବେ ସତ କିନ୍ତୁ ସନ୍ଧ୍ୟା ସମୟରେ ପେଟ ଯନ୍ତ୍ରଣା କିମ୍ବା ଚକ୍ଷୁ ପୀଡାର ସମ୍ମୁଖୀନ ହୋଇପାରନ୍ତି । ପରିବାରରେ ସୁଖ ସୌଭାଗ୍ୟ ବୃଦ୍ଧି ହେବ । ଶୁଭରଙ୍ଗ: ମ୍ୟାଜଣ୍ତା । ଆରାଧନା: ସୂର୍ଯ୍ୟଦେବ ।

ମକର :

ଆଧ୍ୟାତ୍ମିକ ଦିଗରେ ଆପଣଙ୍କ ମନ ଲାଗି ରହିବ । ଶୁକ୍ରଙ୍କ ଶୁଭପ୍ରଭାବରୁ ମନ ଖୁସୀ ରହିବ, ମନୋରଞ୍ଜନରେ ଦିନ ଅତିବାହିତ କରିବେ ଓ ପ୍ରିୟଜନଙ୍କ ସାନ୍ନିଧ୍ୟ ଲାଭ କରିବେ । କଅଁଳ କଥା କହି ପରକୁ ମଧ୍ୟ ଆପଣାର କରିପାରିବେ । କିନ୍ତୁ ପ୍ରତିବନ୍ଧକର ସାମ୍‌ନା କରି କାମ ହାସଲ କରିବାକୁ ପଡ଼ିବ । ଅଫିସ କାମର ବୋଝ ଟିକେ ଅଧିକ ହୋଇପାରେ । ପରୋକ୍ଷ ଶତ୍ରୁତା ଯୋଗୁଁ ପୂରା ହେବାକୁ ଯାଉଥିବା କୌଣସି କାମରେ ବାଧା ଉତ୍ପନ୍ନ ହେବ । ଆର୍ଥିକ ସ୍ଥିତିରେ ଉଠାଣ-ଗଡ଼ାଣ ଲାଗି ରହିବ । ଆନୁଷ୍ଠାନିକ କାମ ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ, କିନ୍ତୁ କଷ୍ଟ ସ୍ଵୀକାର କରିବାକୁ ପଡିବ । ସମ୍ପର୍କ ଭଲ ଥିଲେ ମଧ୍ୟ ବନ୍ଧୁଙ୍କ ଅଶୋଭନୀୟ ଆଚରଣ ମନରେ ସନ୍ଦେହ ସୃଷ୍ଟି କରିବ । ପରିବାରରେ ସ୍ତ୍ରୀଙ୍କ ସହ ଭୁଲ୍‌ ବୁଝାମଣା ହୋଇପାରେ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ବାବା ଗୁପ୍ତେଶ୍ଵର ।

କୁମ୍ଭ :

ଆଜି ଆପଣ ନିଜକୁ ଊର୍ଜା ଭରା ଅନୁଭବ କରିବେ । କିନ୍ତୁ ପ୍ରତ୍ୟେକ କ୍ଷେତ୍ରରେ ସଂଯମତା ଓ ସତର୍କତା ରକ୍ଷା ନ କଲେ ବିବାଦ ଘେରରେ ପଡିପାରନ୍ତି । ଗତକାଲିର କେତେକ କୌଣସି ଘଟଣାକୁ ନେଇ ମନ ଭାରାକ୍ରାନ୍ତ ରହିବ । ବ୍ୟବସାୟରେ ଆପଣଙ୍କୁ ଲାଭର ଅବସର ମିଳିବ । ଅଫିସରେ ଉଚ୍ଚାଧିକାରୀ ଆପଣଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ରହିବେ । ସରକାରୀ କ୍ଷେତ୍ରରୁ ଆଶା କରିଥିବା କୌଣସି କାଗଜପତ୍ର ସମ୍ପର୍କିତ ଶୁଭ ସୂଚନା ପାଇ, ମନରେ ଆନନ୍ଦର ଲୋହରି ଖେଳି ଉଠିବ । ସାମାଜିକ ସ୍ତରରେ ପ୍ରତିଷ୍ଠା ସାଙ୍ଗକୁ ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ । ନିର୍ମାଣ କାମରେ ସମ୍ମାନନୀୟ ବ୍ୟକ୍ତିବିଶେଷଙ୍କ ସହାୟତା ଲାଭ କରିପାରନ୍ତି । ବାଦବିବାଦ ଠାରୁ ଦୂରେଇ ରୁହନ୍ତୁ । ବୈବାହିକ ଜୀବନ ଠିକ୍‌ଠାକ୍‌ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ କାଳୀଜାଈ ।

ମୀନ :

ଭାଗ୍ୟ ଉଜ୍ଜ୍ଵଳ ରହିବ । ଆର୍ଥିକ ଅନଟନ ଓ ସ୍ଵାସ୍ଥ୍ୟ ସମସ୍ୟା ଦୂରେଇ ଯାଇଥିବାରୁ ମନରେ ପ୍ରସନ୍ନତା ଆସିବ । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ପୂର୍ବ ପରିକଲ୍ପିତ ଆଲୋଚନା ଅନୁଯାୟୀ ଆଜିର କାମଗୁଡିକ ସବୁ ଠିକ୍‌ ଠିକ୍‌ ହୋଇଯିବ । ନୂତନ କର୍ମାରମ୍ଭ କରିବାକୁ ମନ ବଳାଇବେ । ଚାକିରିରେ କୌଣସି କାମକୁ ନେଇ ଆପଣଙ୍କର ପ୍ରଶଂସା ମିଳିବ । ଆନୁଷ୍ଠାନିକ କିମ୍ବା ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ସମାଜରେ ପ୍ରଶଂସିତ ହେବେ । ଶିକ୍ଷା କ୍ଷେ଼ତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ ଶୁଭଫଳ ମିଳିବ । ପାରିବାରିିକ ପ୍ରତିରୋଧ ଯୋଗୁଁ ଅଭିଳାଷ ପୂରଣରେ ବାଧା ସୃଷ୍ଟି ହୋଇପାରେ । ପ୍ରିୟ ବନ୍ଧୁଙ୍କ ସହିତ ସମ୍ବନ୍ଧ ଭଲ ରହିବ । ଶୁଭରଙ୍ଗ: ବାଦାମୀ । ଆରାଧନା: ମାଆ ତାରିଣୀ ।