22 Sep 2020, ମଙ୍ଗଳବାରର ରାଶିଫଳ ! ଆସନ୍ତୁ ଜାଣିବା ଦିନଟି ଆପଣଙ୍କ ପାଇଁ କିପରି ରହିବ ।

Spread the love

ଆଜି ଆମେ ଆପଣଙ୍କୁ ୨୨ ସେପ୍ଟେମ୍ବର ମଙ୍ଗଳବାରର ରାଶିଫଳ ବିଷୟରେ କହିବୁ । ଆମ ଜୀବନରେ ରାଶିଫଳର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରାଯାଇପାରିବ । ଗ୍ରହ ନକ୍ଷେତ୍ରମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଏ । ପ୍ରତ୍ୟେକ ଦିନ ଗ୍ରହମାନଙ୍କର ସ୍ଥିତି ବଦଳିଥାଏ, ଯାହାଫଳରେ ଆମର ଦୈନନ୍ଦିନ ଜୀବନ ଉପରେ ପ୍ରଭାବ ପକାଇଥାଏ । ଏହି ରାଶିଫଳରେ, ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ ଶିକ୍ଷା ଏବଂ ବୈବାହିକ ଜୀବନ ଓ ପ୍ରେମ ଜୀବନ ସହିତ ଜଡିତ ସମସ୍ତ ସୂଚନା ପାଇବେ । ଯଦି ଆପଣ ମଧ୍ୟ ଜାଣିବାକୁ ଚାହାଁନ୍ତି ଆଜିର ଦିନଟି ଆପଣଙ୍କ ପାଇଁ କିପରି କାଟିବା, ତେବେ ପଢନ୍ତୁ ଆଜିର ରାଶିଫଳ ।

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଦିନଟି ମଧ୍ୟମ ଫଳ ପ୍ରଦାନ କରିବା । ରାଶିରେ ଅଷ୍ଟମ ସ୍ଥାନରେ ବଳହୀନ ଚନ୍ଦ୍ରଙ୍କ ଯୋଗୁ ଆପଣଙ୍କ ପାରିବାରିକ ଓ କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହିବନାହିଁ । ବନ୍ଧୁବର୍ଗଙ୍କ ସହାନୁଭୂତି ଯୋଗୁଁ କର୍ମକ୍ଷେତ୍ରରେ ସମସ୍ୟା ଦୂର ହେବ ଓ କେତେକ କାମ ସହଜ ଓ ସୁବିଧାରେ ସମ୍ପନ୍ନ ହୋଇପାରିବ । ବ୍ୟବସାୟିକ ଆୟ ବ୍ୟୟ ପ୍ରାୟ ସମାନ ରହିବ । କଳା ସାହିତ୍ୟରେ ପ୍ରଶଂସିତ ହେବେ । ସାମାଜିକ ସ୍ତରରେ ଲୋକ ଦେଖାଣିଆ ଗଠନମୂଳକ କାର୍ଯ୍ୟକରି ପ୍ରଶଂସିତ ହେବେ । ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ ଅବଶ୍ୟ ଫେରିବା ବାଟରେ ବନ୍ଧୁ ଠାରୁ ଅର୍ଥ ସାହାଯ୍ୟ ପାଇ ଖୁସୀ ହେବେ । ଅଭାବ ନ ଥିଲେ ମଧ୍ୟ ଛୋଟ ଛୋଟ କଥାକୁ କେନ୍ଦ୍ରକରି ପରିବାରରେ ଝଡ଼ ଉଠିପାରେ । ଶୁଭରଙ୍ଗ: ହଳଦିଆ । ଆରାଧନା: ହନୁମାନ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ମନରେ ଆତ୍ମବିଶ୍ଵାସ ରଖନ୍ତୁ, ସଫଳତା ହାସଲ କରିବା ସମୟ ସାପେକ୍ଷ ହୋଇପାରେ । ତୃତୀୟାଧିପ ନୀଚସ୍ଥ କାରଣରୁ ବନ୍ଧୁବାନ୍ଧବଙ୍କ ଠାରୁ ଉତ୍ସାହ ଓ ପ୍ରେରଣା ପାଇବା କାଠିକର ପାଠ ହେବ ବରଂ ସେମାନେ ନିଜର ସ୍ଵାର୍ଥ ହାସଲ କରିବା ପାଇଁ ଆପଣଙ୍କୁ ବ୍ୟବହାର କରିପାରନ୍ତି । ବ୍ୟବସାୟରେ ସ୍ଥିତି ଭଲ ଥିଲେ ମଧ୍ୟ ଆର୍ଥିକ ଶୋଚନୀୟ ଅବସ୍ଥା ମଧ୍ୟ ଦେଇ ଗତି କରିବାକୁ ପଡିପାରେ । ଅଫିସରେ ଉଚ୍ଚାଧିକାରୀ ଆପଣଙ୍କ କାର୍ଯ୍ୟକୁ ତର୍ଜମା କରିପାରନ୍ତି ଏବଂ ଅଯଥାରେ ଭୁଲ୍ ବାହାର କରି ସମାଲୋଚତ କରିବେ । ଅବଶ୍ୟ ସମାଜରେ ଆପଣଙ୍କ ସ୍ଥିତି ମଜବୁତ ରହିବ ଓ ଜନକଲ୍ୟାଣ କାର୍ଯ୍ୟ କରି ପ୍ରଶଂସିତ ହେବ । ଦୂରଦର୍ଶିତା ଅଭାବରୁ କୌଣସି କ୍ଷେତ୍ରରେ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ବାବା କପିଳାସ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ମନ ଉଦାସୀନ ରହିନ । କର୍ମାଧିପତି ସ୍ଥାନରେ ଧନାଧିପ ଅବସ୍ଥାନ କରିଥିବା ଯୋଗୁଁ କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ସମସ୍ୟା ମଧ୍ୟ ଦେଇ ଗତି କରିବାକୁ ପଡିବ । ପାରିବାରିକ ସମସ୍ୟା ଥିଲେ ମଧ୍ୟ କାମଗୁଡିକୁ ସଫଳତାର ସହ ସମ୍ପନ୍ନ କରିବାରେ ଅଧିକ ସମୟ ଲାଗିପରେ । ପ୍ରତିଦ୍ୱନ୍ଦ୍ୱିତା କାରଣରୁ ବ୍ୟବସାୟରେ ମନାନ୍ତର ଦେଖାଦେଇପାରେ । କର୍ମକ୍ଷେତ୍ରରେ ଦୀର୍ଘ ଦିନରୁ ସ୍ଥଗିତ ଥିବା କାର୍ଯ୍ୟ ନିମନ୍ତେ ଉଚ୍ଚାଧିକାରୀଙ୍କୁ କୈଫତ୍ ଦେବାକୁ ପଡିପାରେ । କିନ୍ତୁ ସହକର୍ମୀମାନଙ୍କ ସହଯୋଗ ସାହାଯ୍ୟର କୌଣସି ଅଭାବ ପରିଲକ୍ଷିତ ହେବ ନାହିଁ । ଅଫିସରେ ଆୟୋଜିତ ଆଲୋଚନା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ । ଘରଭଡାକୁ କେନ୍ଦ୍ର କରି ଯୁକ୍ତିତର୍କର ସମ୍ମୁଖୀନ ହୋଇପାରନ୍ତି । ପରିବାରର ସୁସ୍ଥ ବାତାବରଣ ମନକୁ ଶାନ୍ତି ପ୍ରଦାନ କରିବ । ବୈବାହିକ ଜୀବନ ପ୍ରେମମୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଅମ୍ବିକା ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ରାଶିରେ ଶୁକ୍ରଥିବାରୁ ଆଜି ଦିନଟି ଆପଣଙ୍କ ପାଇଁ ପ୍ରତ୍ୟେକ ଦିଗରୁ ଅନୁକୂଳ ରହିବ । ଶତ୍ରୁମାନେ ମଧ୍ୟ ମିତ୍ରତାର ହାତ ବଢାଇବେ । କର୍ମକ୍ଷେତ୍ରରେ ସହକର୍ମୀମାନେ ସହଯୋଗ ଓ ସାହାଯ୍ୟ କୌଣସି ଅଭାବ ରହିବ ନାହିଁ । ଉଚ୍ଚାଧିକାରୀ ଆପଣଙ୍କ କାମରେ ସନ୍ତୁଷ୍ଟ ରହିବେ । ସରକାରୀ ସ୍ତରରେ ସମ୍ମାନିତ ହେବେ । ସମାଜରେ ବୁଦ୍ଧିଜୀବୀମାନଙ୍କ ସାନ୍ନିଧ୍ୟ ଲାଭ କରି ଉନ୍ନତିର ପଥରେ ଅଗ୍ରସର ହେବେ । ପାରିବାରିକ ସମସ୍ୟା ନେଇ ମନରେ ଯେଉଁ ଆଶଙ୍କା ରହିଛି ତାହା ଅପରାହ୍ନରେ ଦୂର ହୋଇଯିବ । ପରିବାରରେ ସୁଖଶାନ୍ତି ବଜାୟ ରହିବ । କିନ୍ତୁ ଅତି ଆପଣଙ୍କର ନିକଟ ସମ୍ପର୍କୀୟମାନେ ଈର୍ଷାରେ ପ୍ରଜ୍ଜ୍ଵଳିତ ହେବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସୂର୍ଯ୍ୟଦେବ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଆଜି ଆପଣ ଦିନଟି ସକାରାତ୍ମକ ଊର୍ଜା ଅନୁଭବ କରିବେ । ବୁଧ ସ୍ଵଗୃହରେ ବଳବାନ୍‌ ଯୋଗୁଁ କର୍ମକ୍ଷେତ୍ରରେ ଉଚ୍ଚବର୍ଗର ବ୍ୟକ୍ତି ବିଶେଷଙ୍କ ଦ୍ୱାରା ସହଯୋଗ ପାଇବେ । ଅଯଥା ଚିନ୍ତା କରି ମନରେ ଆଶଙ୍କା ଉପୁଜିବ । କର୍ମକ୍ଷେତ୍ରରେ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ମନୋବଳ ବୃଦ୍ଧି ପାଇବ । ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବା ସମର୍ଥ ହେବ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ । ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ ଯାହାକି ବନ୍ଧୁ ଗହଣରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଯିବ । ଚାକିରୀ କରୁଥିବା ବ୍ୟକ୍ତିମାନେ ନିଜ କାର୍ଯ୍ୟଦକ୍ଷତା ବଳରେ, ସମସ୍ତଙ୍କ ପ୍ରିୟପାତ୍ର ହେବେ ଓ ପ୍ରଶଂସାର ପତ୍ର ହେବେ । ପରିବହନ କ୍ଷେତ୍ରରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ । ପ୍ରେମରେ ଆପଣଙ୍କୁ ସଫଳତା ମିଳିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଶାରଳା ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ନିଜ ଉପରେ ଭରସା ରଖନ୍ତୁ ଏବଂ ନିଜ ବୁଦ୍ଧିରେ ଆଗକୁ ବଢ଼ନ୍ତୁ । ଶନିଙ୍କ ପ୍ରଭାବରେ ଦୀର୍ଘ ଦିନର ଅପୂରଣୀୟ ଆଶା ମନରେ ବିଭିନ୍ନ ପ୍ରକାରର ଆଶଙ୍କା ସୃଷ୍ଟି କରିପାରେ । ମନ ଉତ୍ତେଜିତ ଫଳରେ ମାନସିକ ଏକାଗ୍ରତା ଭଙ୍ଗ ହେବାର ସମ୍ଭାବନା ରହିଛି, ଯାହାଫଳରେ କର୍ମକ୍ଷେତ୍ରରେ ଅସ୍ଥିରତା ସୃୃଷ୍ଟି ହୋଇପାରେ । ବନ୍ଧୁଙ୍କ ପରାମର୍ଶରେ ବ୍ୟବସାୟରେ ଦେଖାଦେଇଥିବା ସମସ୍ୟାର ସମାଧାନ କରିବାରେ ସକ୍ଷମ ହେବ । ଆର୍ଥିକଦିଗରୁ ସ୍ଥିତି ଅତି ଶୋଚନୀୟ ଥିଲେ ମଧ୍ୟ ବନ୍ଧୁଙ୍କ ସାହାଯ୍ୟରେ ଅର୍ଥ ଲାଭ କରିବେ । ଗୋଟିଏ ପକ୍ଷରେ ଆର୍ଥିକ ସ୍ଥିତି ମାନ୍ଦା ରହିବା ବେଳେ ଅନ୍ୟପଟେ ପାରିବାରିକ ଖର୍ଚ୍ଚ ଚିନ୍ତାର କାରଣ ହୋଇପାରେ । ପୁରାତନ ରୋଗ ପୁନରାୟ ମୁଣ୍ଡ ଟେକିପାରେ, ତେଣୁ ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଘର ଲୋକମାନଙ୍କୁ ଉପେକ୍ଷା କରି ପରକଥାରେ ପଡିବେ ଓ ପରବର୍ତ୍ତୀ ସମୟରେ ଅନୁତାପ କରିବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରାତାରିଣୀ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଆଜି ଆପଣ ମାନସିକ ସ୍ତରରେ ଶାନ୍ତି ପାଇଁ ପାରିବେ ନାହିଁ । ସ୍ୱସ୍ଥାନପାଳକ ଶନି ହେତୁ ପରିବାରରେ ସୁଖ ଶାନ୍ତି ଫେରାଇ ଆଣିବାକୁ କରିଥିବା ଚେଷ୍ଟାରେ କଦାପି ବିଫଳ ହେବେ ନାହିଁ । ଆଜିର କାର୍ଯ୍ୟ ସମସ୍ୟା ବହୁଳ ହୋଇପାରେ । ପ୍ରତ୍ୟେକ କ୍ଷେତ୍ରରେ ଭୁଲ୍‌ ବୁଝାମଣା ଯୋଗୁଁ ଆପଣ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି । ଗତକାଲିଠାରୁ ସ୍ଥିରୀକୃତ ହୋଇଥିବା ଗସ୍ତ କାର୍ଯ୍ୟକ୍ରମ ଆକସ୍ମିକ ସମସ୍ୟା ହେତୁ ବାତିଲ ହେବାର ଆଶଙ୍କା ଦେଖାଦେବ । ବ୍ୟବସାୟ ଓ ବାଣିଜ୍ୟରେ ଆର୍ଥିକ ସ୍ଥିତି ମାନ୍ଦା ରହିଲେ ମଧ୍ୟ କ୍ଷତିର ସମ୍ମୁଖୀନ ହେବାକୁ ପଡିବ ନାହିଁ । ଅନ୍ୟର ବିବାଦୀୟ ପରିସ୍ଥିତିରେ ମୁଣ୍ଡ ପୁରନ୍ତୁ ନାହିଁ, ନଚେତ ହଇରାଣରେ ପଡ଼ିପାରନ୍ତି । ଋଣମୁକ୍ତି ହେବା ପାଇଁ ପ୍ରୟାସ କରିବେ । ତର୍କବିତର୍କ କାରଣରୁ ସ୍ତ୍ରୀଙ୍କ ସହ ମତପାର୍ଥକ୍ୟ ଦେଖା ଦେଇପାରେ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ ଭୈରବୀ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଦିନଟି ଆପଣଙ୍କ ପାଇଁ ଶୁଭଦାୟକ ରହିବ । ଏକାଦଶସ୍ଥ ଗ୍ରହ ପ୍ରଭାବରେ କର୍ମକ୍ଷେତ୍ରରେ ଅପୂର୍ବ ସାହସିକତା ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହୋଇପାରନ୍ତି । ଉଦ୍ଦେଶ୍ୟକୁ ଗୋପନ ରଖି ମନ ବୁଝିଲା ଭଳି କଥା କହି ବନ୍ଧୁମାନଙ୍କୁ ଆପଣେଇ ନେବାରେ ସମର୍ଥ ହେବେ । ବ୍ୟବସାୟରେ ଆକସ୍ମିକ ଲାଭ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ । କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ପାଇବେ । କର୍ମକ୍ଷେତ୍ରରେ ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନରେ ଟେନ୍‌ସନ ବଢ଼ିପାରେ । ଆର୍ଥିକଦିଗରୁ ସୁବିଧା ହେଲେ ମଧ୍ୟ ପୈତୃକ ସମ୍ପତ୍ତିକୁ ନେଇ ପାରିବାରିକ ଦ୍ୱନ୍ଦ ଉପୁଜି ପାରେ । ନୀଚ ସଂସର୍ଗରୁ ଦୂରେଇ ରହିବା ଭଲ, ଅନ୍ୟଥା କଳହର ସମ୍ଭାବନା ରହିଛି । ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ । ଶୁଭରଙ୍ଗ: ହଳଦିଆ । ଆରାଧନା: ସୂର୍ଯ୍ୟଦେବ

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ସକାରାତ୍ମକ ଚିନ୍ତାଧାରାରେ ମନ ପୂର୍ଣ୍ଣ ରହିବେ । ଆଜିର ଗ୍ରହସ୍ଥିତିରୁ ବେଖାତିର ଭାବରେ ସବୁ କଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ । ଆପଣଙ୍କ ସ୍ଵଭାବ ଅନ୍ୟମାନଙ୍କୁ ପ୍ରଭାବିତ କରିବ । ସାମାଜିକ ସମାରୋହରେ ସହଭାଗିତା କରିବାର ସୁଯୋଗ ମିଳିବ । ବ୍ୟବସାୟରେ ସ୍ଥିତି ଭଲ ରହିବ । କର୍ମକ୍ଷେତ୍ରରେ ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍‌ କରିପାରନ୍ତି । ସାମାଜିକ ସ୍ତରରେ ସାମାନ୍ୟ ବିଳମ୍ବ ହେଲେ ମଧ୍ୟ ଅବଶ୍ୟ ସଫଳତା ପାଇବେ । ପ୍ରକାଶନ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ । ଅପରିଚିତଙ୍କ ସହିତ ସମ୍ପର୍କ ସ୍ଥାପନ ହେବ; ଯାହା ଦ୍ୱାରା ଭବିଷ୍ୟତରେ ଯଥେଷ୍ଟ ଲାଭ ମିଳିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଶାରଳା ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ମନ ବିଷାଦଗ୍ରସ୍ତ ରହିବ । କର୍ମାଧିପ ସପ୍ତମ କେନ୍ଦ୍ରସ୍ଥ ହେତୁ ଆଜି ଦିନଟିରେ ଯେଉଁ କାମରେ ହାତ ନେବେ, ସେଥିରେ ସଫଳତା ଅବଶ୍ୟମ୍ଭାବୀ । ପ୍ରତ୍ୟୁଷ ଯାତ୍ରା ପ୍ରଶାସନ, ଆଇନ କଳା ସାହିତ୍ୟକ୍ଷେତ୍ର ଯଶ-କୀର୍ତ୍ତି ପ୍ରାପ୍ତ କରିବେ । କିନ୍ତୁ ଶିଳ୍ପ, ବାଣିଜ୍ୟ, ବ୍ୟବସାୟରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ । ଅଫିସରେ ସହକର୍ମୀଙ୍କ ସହଯୋଗ ସାହାଯ୍ୟ ମିଳିବ କିନ୍ତୁ କେତେକ ଈର୍ଷାପରାୟଣ ବ୍ୟକ୍ତିମାନେ ଆପଣଙ୍କ କାର୍ଯ୍ୟରେ ପ୍ରତିବାନ୍ଧକ ସୃଷ୍ଟି କରିବା ପାଇଁ ପ୍ରୟାସ କରିବେ । ଗଠନମୂଳକ କାର୍ଯ୍ୟରେ ଉପଯୁକ୍ତି ମନ୍ତବ୍ୟ ଦେଇ ପ୍ରଶଂସିତ ହେବେ । ପରିବାରରେ ବିଶୃଙ୍ଖଳିତ ପୁତ୍ରକନ୍ୟାଙ୍କ ହେତୁକ ସମସ୍ୟା ଲାଗି ରହିବ । ସ୍ବାସ୍ଥ୍ୟ ଭଲ ରହିଲେ ମଧ୍ୟ ଆତ୍ମୀୟ ମାନଙ୍କ ବେଖାତିର ମନୋଭାବ ଦୁଃଶ୍ଚିନ୍ତାକୁ ବଢାଇପାରେ । ଶୁଭରଙ୍ଗ: ଆକାଶିନୀଳ । ଆରାଧନା: ମାଆ ଦୁର୍ଗା ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଇଷ୍ଟ ଦେବୀଙ୍କ କୃପାରୁ ଆପଣଙ୍କ ପାଇଁ ଦିନଟି ମଙ୍ଗଳମୟ ରହିବ । କେନ୍ଦ୍ରସ୍ଥ ଗ୍ରହ ପ୍ରଭାବରୁ କୌଣସି ନୂତନ କାର୍ଯ୍ୟ ହାତକୁ ନେବେ ଓ ସାମୟିକ ଅସୁବିଧାର ସମ୍ମୁଖୀନ ହେବେ । ଆପଣ ଦୀର୍ଘଦିନହେଲା ଯେଉଁ କାମ ପାଇଁ ଚେଷ୍ଟା କରୁଛନ୍ତି ସେଥିରେ ବିଳମ୍ବରେ ସଫଳତା ପାଇବେ । ଅନ୍ୟମାନଙ୍କ କଥାକୁ ପ୍ରାଧାନ୍ୟ ନ ଦେଇ କେତେକ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇପାରନ୍ତି । ସହକର୍ମୀମାନଙ୍କର ସମର୍ଥନ ଏବଂ ଅଧସ୍ତନଙ୍କର ସହଯୋଗ ଯୋଗୁଁ କର୍ମକ୍ଷେତ୍ରରେ ସମ୍ମାନ ବୃଦ୍ଧି ଏବଂ ସୁନାମ ଅର୍ଜନ କରିବେ । ବ୍ୟବସାୟରେ ଆକସ୍ମିକ ଧନ ପ୍ରାପ୍ତି ହେବ । ଦୀର୍ଘ ଦିନରୁ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବାରେ ପଡୋଶୀ ସାହାଯ୍ୟ କରିବେ । ପରିବାରରେ ପିଲାଙ୍କ ବିଶୃଙ୍ଖଳିତ ଆଚରଣ ମନକୁ କ୍ଷୁବଧ୍‌ କରିବା । ସ୍ଵାସ୍ଥ୍ୟ ସମ୍ବନ୍ଧରେ ସଚେତନ ରହନ୍ତୁ । ଶୁଭରଙ୍ଗ: ମେରୁନ । ଆରାଧନା: ମାଆ ନାରାୟଣୀ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଦିନଟି ଆପଣଙ୍କ ପାଇଁ ଖଟାମିଠା ରହିବ । “କଥା ମାଜିଲେ ମୋଟା” ଠିକ ସେହିପରି ସାଧାରଣ କଥାକୁ ଅତିରଞ୍ଜିତ କରି ପରିବାର ମଧ୍ୟରେ ବିବାଦୀୟ ପରିସ୍ଥିତି ଉପୁଜିପରେ । କର୍ମକ୍ଷେତ୍ରରେ ଜଣେ ବିଶ୍ୱସ୍ତ ଲୋକ ଠାରୁ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହେବାକୁ ପଡିପାରେ । ବ୍ୟବସାୟ ଓ ବାଣିଜ୍ୟରେ ଆର୍ଥିକ ସ୍ଥିତି ମାନ୍ଦା ରହିଲେ ମଧ୍ୟ ଧାରା କରଜ କରିବାକୁ ପଡିବ ନାହିଁ । କାମକୁ ନେଇ ଉଚ୍ଚାଧିକାରୀ ଆପଣଙ୍କ ଉପରେ କ୍ଷୁବ୍ଧ ହୋଇପାରନ୍ତି । ସାମାଜିକ କାର୍ଯ୍ୟରେ ସଫଳତା ପ୍ରାପ୍ତ କରିବେ । ଦୀର୍ଘଦିନରୁ ଅଟଳି ରହିଥିବା ନିର୍ମାଣାଧୀନ କାମଟିକୁ ହଠାତ୍‌ ଆରମ୍ଭ କରିବାକୁ ମନ ବଳାଇ ପାରନ୍ତି । ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ । ଶୁଭରଙ୍ଗ: ଧଳା । ଆରାଧନା: ଶ୍ରୀ ଗଣେଶ ।