29 ବର୍ଷ ପରେ ଏହି ଶିବରାତ୍ରରେ ଘଟିବାକୁ ଯାଉଛି ମହାସଂଯୋଗ ! ମହାଦେବଙ୍କ ପ୍ରସନ୍ନ କରିବା ପାଇଁ ରାଶି ଅନୁସାରେ ଏହି ମନ୍ତ୍ରଗୁଡିକ ଜପ କରିବା ଦ୍ୱାରା, ଆପଣଙ୍କ ନିମନ୍ତେ ଶୁଭଦାୟକ ହେବ

Spread the love

ହିନ୍ଦୁ ଧର୍ମର ଏକ ପ୍ରମୁଖ ଉତ୍ସବ ମହାଶିବରାତ୍ର । ଫଲଗୁଣ ମାସ କୃଷ୍ଣ ପକ୍ଷ ଚର୍ତୁଦଶୀ ତିଥିରେ ଶିବରାତ୍ର ପାଳନ କରାଯାଏ । ମାନ୍ୟତା ରହିଛି ଯେ, ଏହି ପ୍ରଥା ସୃଷ୍ଟି ଆରମ୍ଭରୁ ପାଳନ କରାଯାଉଛି । ଭଗବାନ ଶିବଙ୍କୁ ପ୍ରସନ୍ନ କରିବାର ଦଶଗୋଟି ବ୍ରତ ଅଛି । ସେ ମଧ୍ୟରୁ ଶିବରାତ୍ରି ବ୍ରତ ସର୍ବଶ୍ରେଷ୍ଠ ଓ ସର୍ବକାମପ୍ରଦ ଅଟେ । କହିବା ଗଲେ ଶିବ ରାତ୍ର ପ୍ରତି ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ଦିନ ଶିବରାତ୍ର ପଡ଼ିଥାଏ । କିନ୍ତୁ ଫାଲଗୁନ ମାସ କୃଷ୍ଣ ପକ୍ଷ ଚତୁର୍ଦଶୀର ଶିବରାତ୍ର ବିଶେଷ ମହତ୍ଵ ରହିଛି । ତେଣୁ ଏହି ଦିନ ଯେଉଁ ଶିବରାତ୍ର ପକଂ କରାଯାଏ ତାହାକୁ ମହାଶିବରାତ୍ରି କୁହାଯାଏ ।

ଶୁଭ ମୁହୂର୍ତ୍ତ

ଚଳିତ ବର୍ଷ ଶିବରାତ୍ରି ୩ ମାର୍ଚ୍ଚ ରବିବାର ରାତ୍ର ୧୨ ଘଣ୍ଟା ୪୩ ମିନିଟ୍ ରେ ଆରମ୍ଭ ହେଉଛି । ଏହି ଶୁଭ ମୁହୂର୍ତ୍ତ ୪ମାର୍ଚ୍ଚ ରାତ୍ର ୧ ଘଣ୍ଟା ୫୪ ମିନିଟ୍ ରେ ଶେଷ ହେବ । ଜ୍ୟୋତିଶବିତଙ୍କ କହିବା କଥା, ଏହି ଦିନ ଉପବାସ ରହି ମହାଦେବଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା ଜୀବନର ସମସ୍ତ ମନୋବାଞ୍ଛା ପୁରାଣ ହୋଇଥାଏ । ଏବଂ ଜୀବନର ପ୍ରତିଟି କ୍ଷେତ୍ରରେ ଉନ୍ନତି ହେବ ସଂଗେ ସଂଗେ ସମସ୍ତ ଅସୁବିଧା ମଧ୍ୟ ଦୂର ହୋଇଥାଏ । ଭଗବାନ ଶିବ ଙ୍କ ପୂଜାର୍ଚ୍ଚନା କରିବା ଅତ୍ୟନ୍ତ ସରଳ ଓ ସହଜସାଧ୍ୟ ଅଟେ । ସ୍ଵଚ ଓ ନିର୍ମଳ ହୃଦୟରେ ଭଗବାନ ଶିବାଙ୍କୁ ଆରାଧନା କରିବା ଦ୍ୱାରା ଭଗବାନ ଶିବ ପ୍ରସନ୍ନ ହୋଇଯାନ୍ତି । ଜଳାଭିଷେକ, ବେଲପତ୍ର ଚଢାଇବା ଏବଂ ଉଜାଗର ରହି ଭଗବାନ ଶିବାଙ୍କୁ ଆରାଧନା କରିବା ଦ୍ୱାରା ମହାଦେବ ପ୍ରସନ୍ନ ହୋଇଯାନ୍ତି ।

“କର୍ପୂରଗୌରଂ କରୁଣାବତାରଂ,

ସଂସାରସାରଂ ଭୁଜାଗେନ୍ଦ୍ରହାରମ୍ ।

ସଦା ବସନ୍ତମ୍ ହୃଦୟାରବିନ୍ଦେ,

ଭବଂ ଭବାନୀସହିତଂ ନାମମି ।

ଏହି ମନ୍ତ୍ର ଦ୍ୱାରା ଭଗବାନ ଭୋଳନାଥଙ୍କ ସ୍ତ୍ରୁତି କରାଯାଇଥାଏ ।

ଶିବରାତ୍ରି ଦିନ ମନ୍ତ୍ର ଜପ କରିବା ଦ୍ୱାରା ଭଗବାନ ଶିବଙ୍କ କୃପା ଶୀଘ୍ର ମିଳିଥାଏ । ଏଠାରେ ରାଶି ଅନୁଯାୟୀ କିଛି ମନ୍ତ୍ର ଦିଆଯାଇଛି, ଶିବରାତ୍ରି ଦିନ ରୁଦ୍ରକ୍ଷ ମାଳା ଦ୍ୱାରା ଏହି ମନ୍ତ୍ର ଗୁଡିକ ଜପ କରିବା ଉଚିତ, ଯାହା ଦ୍ୱାରା ଭଗବାନ ଶିବ ପ୍ରସନ୍ନ ହୋଇଥାନ୍ତି ଏବଂ ଦୁଃଖ କଷ୍ଟ ସବୁ ନିବାରଣ ହୋଇଥାଏ । ଧ୍ୟାନ ରଖନ୍ତୁ ଜପ କରିବା ସମୟରେ ପୂର୍ବ କିମ୍ଭା ଉତ୍ତର ଦିଗକୁ ମୁହଁ କରି ବସିବେ । ଜପ କରିବା ପୂର୍ବରୁ ମହାଦେବଙ୍କୁ ବେଲପତ୍ର ଚଢ଼ନ୍ତୁ ।

ଆସନ୍ତୁ ଜାଣିବା କେଉଁ ବିଶେଷ ମନ୍ତ୍ର ଜପ କରିବା ଦ୍ୱାରା ଆପଣଙ୍କୁ ଅତ୍ୟଧିକ ଲାଭ, ଖୁସି, ସମୃଦ୍ଧି ଏବଂ ଜୀବନରେ ସଫଳତା ପ୍ରାପ୍ତି ହେବ ।

ମେଷ- ଓଁ ଗଙ୍ଗାଧରାୟ ନମଃ 

ବୃଷ- ଓଁ ସୋମନାଥାୟ ନମଃ 

ମିଥୁନ- ଓଁ ନାଗେଶ୍ୱରାୟ ନମଃ 

କର୍କଟ- ଓଁ ରାମେଶ୍ୱରାୟ ନମଃ 

ସିଂହ- ଓଁ ନିନ୍ଦ୍ରେଶ୍ୱରାୟ ନମଃ 

କନ୍ୟା- ଓଁ ଓଁକାରାୟ ନମଃ

ତୁଳା- ଓଁ ହର ହର ମହାଦେବାୟ ନମଃ 

ବିଛା- ଓଁ ନମଃ ଭଗବତେ ରୁଦ୍ରାୟ 

ଧନୁ- ଓଁ ପାର୍ବତୀପତିୟ ନମଃ

ମକର- ଓଁ ଓଁକାରାୟ ନମଃ

କୁମ୍ଭ- ଓଁ ନମଃ ଶିବାୟ ନମଃ 

ମୀନ- ଓଁ କୈଳାସପତିୟ ନମଃ

ଆଜିର ଦିନରେ ଏହି ମନ୍ତ୍ର ଗୁଡିକ ଜପ କରନ୍ତୁ । ପ୍ରଭୃ ଶିବଙ୍କ କୃପାରୁ ଜୀବନରେ ପରିବର୍ତ୍ତନ ଆସିବା ସଂଗେ ସଂଗେ ସମାଜରେ ମାନ, ସମ୍ମାନ ବୃଦ୍ଧି, ଧନ ପ୍ରାପ୍ତି, ସମସ୍ତ ବାଧାବିଘ୍ନ ଦୂର ହେବ ।