ଆସନ୍ତୁ ଜାଣିବା ରାଶି ଅନୁସାରେ କେଉଁ ଧାତୁଟି ଆପଣଙ୍କ ପାଇଁ ଶୁଭ ଓ ସଫଳଦାୟକ ଅଟେ…

Spread the love

ରାଶି ଅନୁଶାରେ 9ଟି ଗ୍ରହ ପାଇଁ ଅଲଗା ଅଲଗା ଧାତୁ ରହିଥିବା କଥା ଆପଣମାନେ ଜାଣିଥିବେ । ସେହି ରାଶି ଆନୁସାରେ ଯଦି ବ୍ୟକ୍ତି ସେହି ଧାତୁଗୁଡିକ ପରିଧାନ କରନ୍ତି ତେବେ ସେମାନେ ବିଶେଷ ଉପକୃତ ହୋଇଥାନ୍ତି । ବ୍ୟବସାୟ, ବାଣିଜ୍ୟ, ପାରିବାରିକ ସୁଖ ଶାନ୍ତି, ସମାଜରେ ମାନ ସମ୍ମାନ ବୃଦ୍ଧି ପ୍ରତି କ୍ଷେତ୍ରରେ ଯଶଲାଭ କରିଥାନ୍ତି । ତେବେ ଆସନ୍ତୁ ଜାଣିବା କେଉଁ ରାଶି ପାଇଁ କେଉଁ ଧାତୁ ଶୁଭ ଅଟେ…

ସୁନା:- ଏହି ଧାତୁଟି ମେଷ, ସିଂହ, ଧନୁ, ବିଛା ଓ ମୀନ ରାଶି ବ୍ୟକ୍ତିଙ୍କ ପାଇଁ ବହୁତ ଲାଭପ୍ରଦ ହୋଇଥାଏ କାରଣ ସୁନା ଧାତୁ ଗ୍ରହମାନଙ୍କର ଗୁରୁ ଅଟେ ।

ରୁପା :- ଏହି ଧାତୁ ବୃଷ, କର୍କଟ, ତୁଳା ରାଶି ବ୍ୟକ୍ତିଙ୍କ ପାଇଁ ଵିଶେଷ ଲାଭଦାୟକ ଓ ଫଳପ୍ରଦ ଅଟେ । ଏହି ଧାତୁର ମାଲିକ ଚନ୍ଦ୍ରମା ଅଟେ ।
 
ଲୁହା :- ଏହି ଧାତୁ ମକର ଓ କୁମ୍ଭ ଜାତକଧାରୀ ବ୍ୟକ୍ତିଙ୍କ ପାଇଁ ଅତି ଉତ୍ତମ ବୋଲି ଧରି ନିଆଯାଇଛି । ଏହି ରାଶିର ଲୋକମାନେ ଲୌହ ନିର୍ମିତ ଆଙ୍ଗୁଠି ତିଆରି କରି ନିଜ ପାପୁଲିର ମଧ୍ୟମ ଆଙ୍ଗୁଳିରେ ଧାରଣ କରିବା ଉଚିତ । ଏହି ଧାତୁର ଗୁରୁ ଶନି ଦେବ ଅଟନ୍ତି ।

ତମ୍ବା :- ଏହି ଧାତୁ ମେଷ, ସିଂହ ଓ ବିଛା ରାଶି ବ୍ୟକ୍ତିଙ୍କ ପାଇଁ ବହୁତ ଲାଭପ୍ରଦ ଅଟେ । ଏହି ଧାତୁର ମାଲିକ ସୁର୍ଯ୍ୟ ଦେବ ଅଟନ୍ତି ।

 ପିତ୍ତଳ :- ଏହି ଧାତୁଟିକୁ ସୁନା ସହିତ ତୁଳନା କରାଯାଏ । ମେଷ, ସିଂହ, ବିଛା, ଧନୁ ଓ ମୀନ ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ଓ ବହୁତ ଲାଭପ୍ରଦ ଅଟେ । ଏହି ଧାତୁକୁ ମଧ୍ୟ ଗ୍ରହମାନଙ୍କ ଗୁରୁ ଅଟେ ।
 
କଂସା :- ଏହା ଏକ ମିଶ୍ର ଧାତୁ ବା ଏଲୟ ଅଟେ । ଏହି ଧାତୁଟି ବୁଧ ଗ୍ରହ ସହ ସମ୍ବନ୍ଧିତ ଅଟେ । ମିଥୁନ ଓ କନ୍ୟା ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ପାଇଁ ଏହା ଅତ୍ୟନ୍ତ ଶ୍ରେୟସ୍କର ଅଟେ ।

!!ଜୟ ଜଗନ୍ନାଥ!!