ଚନ୍ଦ୍ର ଗ୍ରହଣ 2019: ଏହି ତାରିଖରେ ଚନ୍ଦ୍ର ଗ୍ରହଣ ହେବ । ରାଶି ଅନୁସାରେ ଏହି ଜିନିଷ ଗୁଡିକର ଦାନ କରନ୍ତୁ ।

Spread the love

୧୬ ଜୁଲାଇ ମଙ୍ଗଳବାର ଦିନ ଚନ୍ଦ୍ରଗ୍ରହଣ ହେବାର ସମ୍ଭାବନା ରହିଛି । ଏହି ଦିନ ଆଷାଢ଼ ମାସର ପୂର୍ଣ୍ଣିମା ମଧ୍ୟ ଅଟେ । ହିନ୍ଦୁ ଧର୍ମ ଅନୁସାରେ ଚନ୍ଦ୍ରଗ୍ରହଣ ଏବଂ ପୂର୍ଣ୍ଣିମା ଉଭୟ ମହତ୍ତ୍ୱ ରହିଛି । ଏହିଥର ଗୁରୁ ପୂର୍ଣ୍ଣିମା ମଧ୍ୟ ୧୬ ଜୁଲାଇରେ ପଡୁଛି । ଏହି ଦିନ ଗୁରୁ ପୂର୍ଣ୍ଣିମା ଏବଂ ଗୁରୁ ପୂଜନ ଠିକ ସମୟ ପୂର୍ବରୁ କରିନେବା ଉଚିତ୍ ।

ଚନ୍ଦ୍ରଗ୍ରହଣର ସମୟ :

୧୬ ଜୁଲାଇ ରାତ୍ର ୧ ଘଣ୍ଟା ୩୧ ମିନିଟରେ ଚନ୍ଦ୍ରଗ୍ରହଣ ପ୍ରାରମ୍ଭ ହେବ । ଗ୍ରହଣର ମଧ୍ୟକାଳ ରାତ୍ର ୩ ଘଣ୍ଟା ୦୧ ମିନିଟରେ ଏବଂ ଚନ୍ଦ୍ର ଗ୍ରହଣର ମୌକ୍ଷ ରାତ୍ରି ୪ ଘଣ୍ଟା ୩୦ ମିନିଟରେ ହେବ । ସମ୍ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ୨ ଘଣ୍ଟା ୫୯ ମିନିଟ ପର୍ଯ୍ୟନ୍ତ ରହିବ ।

ସୁତକ କାଳ :

ଯେଉଁଭଳି ସୂର୍ଯ୍ୟ ପରାଗରେ ସୁତକ କାଳ ପରାଗର ପ୍ରାରମ୍ଭରେ ୧୨ ଘଣ୍ଟା ପୂର୍ବରୁ ଲାଗିଯାଇଥାଏ, ଠିକ ସେହିଭଳି ଚନ୍ଦ୍ରଗ୍ରହଣରେ ସୁତକ କାଳ ଗ୍ରହଣ ଆରମ୍ଭ ହେବାର ୯ ଘଣ୍ଟା ପୂର୍ବରୁ ଗ୍ରହଣ ଲାଗିଯିବ । ଏହି ପାରିପ୍ରେକ୍ଷୀରେ ୧ ଘଣ୍ଟା ୩୧ ମିନିଟରୁ ଚନ୍ଦ୍ରଗ୍ରହଣ ଲାଗିଯାଉଛି । ସୁତକ କାଳ ୯ ଘଣ୍ଟା ପୂର୍ବରୁ ଅର୍ଥାତ ସନ୍ଧ୍ୟା ୪ ଘଣ୍ଟା ୩୦ ମିନିଟରୁ ଆରମ୍ଭ ହୋଇ ଯାଉଛି । ଚନ୍ଦ୍ରଗ୍ରହଣରୁ ମୋକ୍ଷ ପର୍ଯ୍ୟନ୍ତ ସୁତକ କାଳ ହୋଇଥାଏ ।

ଏହି କାରଣରୁ ଚନ୍ଦ୍ରଗ୍ରହଣ ଲାଗିଥାଏ :

ଯେତେବେଳେ ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ନିଜ ସ୍ଥିତି ପରିବର୍ତ୍ତନ କରିଥାନ୍ତି; ସେହି ସମୟରେ ସୂର୍ଯ୍ୟ ପରାଗ କିମ୍ବା ଚନ୍ଦ୍ରଗ୍ରହଣ ହୋଇଥାଏ । ସୌରମଣ୍ଡଳରେ ଯେତେବେଳେ ସୂର୍ଯ୍ୟ, ପୃଥିବୀ ଏବଂ ଚନ୍ଦ୍ରମା ଏକ ସଳଖ ରେଖାରେ ଆସି ଯାଇଥାନ୍ତି; ସେହି ସମୟରେ ଚନ୍ଦ୍ରଗ୍ରହଣ ହୋଇଥାଏ । ଏହି ସ୍ଥିତିରେ ପୃଥିବୀ, ସୂର୍ଯ୍ୟ ଏବଂ ଚନ୍ଦ୍ରମା ମଧ୍ୟରେ ରହିଲେ ଚନ୍ଦ୍ରମା ପୃଥିବୀ ଆଢୁଆଳରେ ଲୁଚି ଯାଇଥାଏ । ଯେତେବେଳେ ଚନ୍ଦ୍ରମା ପୃଥିବୀର କକ୍ଷରୁ ବାହାରିଥାଏ, ସେହି ସମୟରେ ଚନ୍ଦ୍ରଗ୍ରହଣ ହୋଇଥାଏ ।

ରାଶି ଅନୁସାରେ ଦାନ ଦେବା ଉଚିତ୍ ଅଟେ :

ଚନ୍ଦ୍ରଗ୍ରହଣରେ ଯଦି ଆପଣ ନିଜର ରାଶି ଅନୁସାରେ ଦାନ କରନ୍ତି; ତେବେ ପୁଣ୍ୟ ମିଳିଥାଏ । କଳିଯୁଗରେ ଭଗବାନଙ୍କ ନାମ ଜପିବା ଏବଂ ଦାନ ପୁଣ୍ୟର ଗୁରୁତ୍ୱ ରହିଛି । ଦାନ କରିବା ଫଳରେ କଷ୍ଟ କମ ହୋଇଥାଏ ଏବଂ ଆଗାମୀ କଷ୍ଟରୁ ମଧ୍ୟ ମୁକ୍ତି ମିଳିଥାଏ । ଗ୍ରହଣ ପରେ ସ୍ନାନ କରି ପୂଜା କରିବା ପରେ ଦାନ କରିବା ଉଚିତ୍ ।

ମେଷ :

ଏହି ରାଶିର ସ୍ୱାମୀ ମଙ୍ଗଳ ଅଟନ୍ତି । ଗହମ ଏବଂ ଗୁଡ଼ର ଦାନ କରିବା ଶୁଭ ହୋଇଥାଏ । ଗରିବଙ୍କୁ ଅନ୍ନ ବସ୍ତ୍ର ଦାନ କରନ୍ତୁ । ମଙ୍ଗଳଙ୍କ ସମ୍ବନ୍ଧ ରକ୍ତ ସହ ରହିଛି । ତେଣୁ ଏହା ଉଚିତ୍ ହେବ ଆପଣ ରକ୍ତ ଦାନ କରନ୍ତୁ । ଗାଈକୁ ରୁଟି ଏବଂ ଗୁଡ଼ ଖାଇବା ପାଇଁ ଦିଅନ୍ତୁ ।

ବୃଷ :

ବୃଷ ରାଶିର ସ୍ୱାମୀ ଶୁକ୍ର ଅଟନ୍ତି । ଅନ୍ଧ ବ୍ୟକ୍ତିଙ୍କୁ ଅନ୍ନ ଦାନ କରିବା ଶୁଭ ହୋଇଥାଏ । ସୁଗନ୍ଧିତ ଅତରର ଦାନ ମଧ୍ୟ କରିପାରିବେ । ଏହା ବ୍ୟତୀତ ଚାଉଳ, ଚିନି ମଧ୍ୟ ଦାନ କରିପାରିବେ । ଯଦି ସମ୍ଭବ ତେବେ ଷ୍ଟିଲ କିମ୍ବା ରୁପା ଗ୍ଲାସ ଦାନ ମନ୍ଦିରରେ କରନ୍ତୁ ।

ମିଥୁନ :

ଏହି ରାଶିର ସ୍ୱାମୀ ବୁଧ ହୋଇଥାନ୍ତି । ବସ୍ତ୍ର ଦାନ କରିବା ଶୁଭ ହୋଇଥାଏ । ଗାଈକୁ ପାଳୁଅ ଖାଇବା ପାଇଁ ଦିଅନ୍ତୁ । ମୁଗ ଡାଲି ଦାନ କରନ୍ତୁ । କର୍ପୁର, ଅଗରବତୀ ଦାନ କରନ୍ତୁ । ସାମର୍ଥ ଅନୁସାରେ ରୂପାର କୌଣସି ଆଭୂଷଣ ମାଆ ତାରାଣୀଙ୍କୁ ଅର୍ପଣ କରନ୍ତୁ ।

କର୍କଟ :

ଚନ୍ଦ୍ରମା ଏହି ରାଶିର ସ୍ୱାମୀ ଅଟନ୍ତି । ଚାଉଳ ଚିନି ଦାନ କରନ୍ତୁ । ସମ୍ଭବ ହେଲେ ଗାଈକୁ ଅଟା ଖାଇବା ପାଇଁ ଦିଅନ୍ତୁ । ତମ୍ବା ପାତ୍ର ମନ୍ଦିରରେ ଦାନ କରନ୍ତୁ ।

ସିଂହ :

ସୂର୍ଯ୍ୟ ଏହି ରାଶିର ସ୍ୱାମୀ ଅଟନ୍ତି । ଗହମ ଗୁଡ଼ ଦାନ କରିବା ଶୁଭ ହୋଇଥାଏ । ଧାର୍ମିକ ପୁସ୍ତକ ଏବଂ କଲମ ଗରିବଙ୍କୁ ଦାନ କରନ୍ତୁ । ରକ୍ତ ଦାନ ମଧ୍ୟ କରି ପାରିବେ ।

କନ୍ୟା :

ବୁଧ ଏହି ରାଶିର ସ୍ୱାମୀ ଅଟନ୍ତି । ମୁଗ ଡାଲି ଦାନ କରିବା ଶୁଭ ହୋଇଥାଏ । ଦେବୀ ମନ୍ଦିରରେ କର୍ପୂର ଦାନ କରନ୍ତୁ । ଗରିବଙ୍କୁ ବସ୍ତ୍ର ଦାନ କରନ୍ତୁ । ଧାର୍ମିକ ପୁସ୍ତକ ଦାନ କରିବା ଫଳରେ ଶୁଭଫଳ ମିଳିଥାଏ ।

ତୁଳା :

ଏହି ରାଶିର ସ୍ୱାମୀ ଶୁକ୍ର ଅଟନ୍ତି । ଅତର ଏବଂ ସୁଗନ୍ଧିତ ଅଗରବତୀ ମନ୍ଦିରରେ ଦାନ କରନ୍ତୁ । ଲକ୍ଷ୍ମୀ ମନ୍ଦିରରେ “ଶ୍ରୀ ସୂକ୍ତ”ର ପୁସ୍ତକ ଦାନ କଲେ ଶୁଭ ହୋଇଥାଏ ।

ବିଛା :

ମଙ୍ଗଳ ଏହି ରାଶିର ସ୍ୱାମୀ ଅଟନ୍ତି । ଆପଣଙ୍କ ମିତ୍ର ଗୁରୁ ଅଟନ୍ତି । ତମ୍ବା ପାତ୍ର ଦାନ କରିବା ଫଳରେ ମାନ ସଂମ୍ମାନ ପ୍ରତିଷ୍ଠା ବୃଦ୍ଧି ହୋଇଥାଏ । ରକ୍ତ ଦାନ କରିବା ଭଲ ବିକଳ୍ପ ହୋଇଥାଏ ।

ଧନୁ :

ଏହି ରାଶିର ସ୍ୱାମୀ ବୃହସ୍ପତି ହୋଇଥାନ୍ତି । ଆପଣ ହଳଦିଆ ବସ୍ତ୍ରର ଦାନ କରନ୍ତୁ । ଚଣା ଡାଲି ଏବଂ ହଳଦୀ ଦାନ କରିବା ଫଳରେ ଶୁଭଫଳ ମିଳିଥାଏ । ଶିକ୍ଷା ଏବଂ ପ୍ରଗତି ପାଇଁ ଧାର୍ମିକ ପୁସ୍ତକର ଦାନ କରନ୍ତୁ ।

ମକର :

ଶନି ଏହି ରାଶିର ସ୍ୱାମୀ ଅଟନ୍ତି । ରାଶି ଏବଂ ତେଲ ଦାନ କରନ୍ତୁ । ଲାଲ ରଙ୍ଗର ବସ୍ତ୍ର ହନୁମାନ ମନ୍ଦିରରେ ଅର୍ପଣ କରନ୍ତୁ । ଗରିବଙ୍କୁ ଭୋଜନ ଖାଇବା ପାଇଁ ଦିଅନ୍ତୁ ।

କୁମ୍ଭ :

ଶନି ଏହି ରାଶିର ସ୍ୱାମୀ ଅଟନ୍ତି । ରାଶି ଦାନ କରନ୍ତୁ । ଶନିଦେବଙ୍କୁ ତେଲ ଅର୍ପଣ କରନ୍ତୁ । ଲୌହ ପାତ୍ର ଦାନ କରନ୍ତୁ । ଗରିବଙ୍କୁ ଅନ୍ନ ଏବଂ ବସ୍ତ୍ର ଦାନ କରିବା ଶୁଭ ହୋଇଥାଏ ।

ମୀନ :

ଏହି ରାଶିର ସ୍ୱାମୀ ଗୁରୁ ଅଟନ୍ତି । ଧାର୍ମିକ ପୁସ୍ତକର ଦାନ କରନ୍ତୁ । ଗରିବ ପିଲାଙ୍କୁ ଫଳ, ପୁସ୍ତକ ଏବଂ କଲମ ବାଣ୍ଟିବା ଶୁଭ ହୋଇଥାଏ । ଚଣା ଡାଲି ଦାନ କରିବା ଶୁଭ ହୋଇଥାଏ ।