ରାଶି ଅନୁଯାୟୀ କରନ୍ତୁ ଏହି ଉପାୟ, ମିିଳିବ ଶୁଭଫଳ..

Spread the love

ଜୀବନରେ ସୁଖ ଦୁଃଖ, ଭଲ ମନ୍ଦ ଏହିପରି ଲାଗି ରହିଥାଏ ଓ ଏଗୁଡିକ ଅର୍ଥାତ ସୁଖ ଦୁଃଖ ଜୀବନର ଏକ ଅଂଶ । କିନ୍ତୁ ଅନେକ ସମୟରେ ଏପରି ଲାଗିଥାଏ ଯେ, ଆମ ଜୀବନରୁ ଖରାପ ସମୟ ଶେଷ ହୋଇ ନଥାଏ, ଦୁଃଖ ଲାଗି ରହିଥଏ । ଅନେକ ଚେଷ୍ଟା କରିବା ପରେ ମଧ୍ୟ ବେଳେବେଳେ ଅନେକ କାର୍ଯ୍ୟରେ ସଫଳତା ମିଳି ନ ଥାଏ । ଏତଦବ୍ୟତୀତ ପାରିବାରିକ ଜୀବନରେ ସମ୍ୟକ ଶାନ୍ତି ପାଇଁ ଅହରହ ଚେଷ୍ଟ କରିବା ପରେ ମଧ୍ୟ ସଫଳତା ମିଳି ନ ଥାଏ । ପାରିବାରିକ ଜୀବନରେ ସର୍ବଦା ତିକ୍ତତା ଲାଗି ରହିଥାଏ । ଏପରି ସମୟରେ ଲୋକେ ଏହାର ସମାଧାନ ପାଇଁ ବହୁ ଉପାୟ ଖୋଜନ୍ତି ଏବଂ ଅନେକ ଉପାୟ ଆପଣାଇଥାନ୍ତି । କିନ୍ତୁ ଜ୍ୟୋତିଶବିତଙ୍କ କହିବା କଥା ଯେକ, ରାଶି ଅନୁଯାୟୀ କେତେକ ସହଜ ଉପାୟ କରିବା ଦ୍ୱାରା ଆମେ ଏହି ସମସ୍ୟାରୁ ମୁକ୍ତି ପାଇପାରିବା । ତେବେ ଆସନ୍ତୁ ଜାଣିବା :

ମେଷ – ଦୁଃଖ ସମୟରେ ଏହି ରାଶିର ବ୍ୟକ୍ତିଙ୍କୁ କଳା ରଙ୍ଗର ପୋଷାକ ପିନ୍ଧିବା ଉଚିତ ନୁହେଁ ।

ବୃଷ – ଏହି ରାଶିର ବ୍ୟକ୍ତିମାନେ ଦକ୍ଷିଣ ମୁଖୀ ଶଙ୍ଖ ରଖି ପୂଜା କରିବା ଦ୍ୱାରା ପାରିବାରିକ ଶାନ୍ତି ମିଳିଥାଏ ।

ମିଥୁନ – ଏହି ରାଶିର ବ୍ୟକ୍ତିମାନେ ଧଳା ରଙ୍ଗର ପୋଷାକ ପିନ୍ଧିବା ଅତ୍ୟନ୍ତ ଶୁଭ ହୋଇଥାଏ, ଏବଂ ସମସ୍ତ କାର୍ଯ୍ୟରେ ସିଦ୍ଧ ସଫଳତା ମଧ୍ୟ ମିଳିଥାଏ ।

କର୍କଟ – ଏହି ରାଶିର ବ୍ୟକ୍ତିମାନେ ନିଜ ଘରେ ଶାମୁକା ଓ କଉଡ଼ି ଆଣି ରଖିବା ଦ୍ୱାରା ପାରିବାରିକ ଶାନ୍ତି ବଜାୟ ରହେ ଏବଂ ପରିବାରରେ ସର୍ବଦା ଶାନ୍ତିର ବାତାବରଣ ଖେଳି ରହେ ।

ସିଂହ – ଏହି ରାଶିର ବ୍ୟକ୍ତିମାନେ ପୂଜାରେ ଅକ୍ଷତ ବ୍ୟବହାର କରିବା ଅତ୍ୟନ୍ତ ଶୁଭଦାୟକ ହୋଇଥାଏ ।

କନ୍ୟା – ଏହି ରାଶିର ବ୍ୟକ୍ତିମାନେ ନିଜର ଦୁଃଖ ଓ ଅସୁବିଧା ସମୟରେ ନିୟମିତ ଘିଅର ଦୀପ ଲଗାଇବା ଉଚିତ ।

ତୁଳା – ଏହି ରାଶିର ବ୍ୟକ୍ତିମାନେ ଗୃହରେ ଶ୍ରୀଯନ୍ତ୍ର ଆଣି ରଖିବା ଅତ୍ୟନ୍ତ ଶୁଭଦାୟକ ଅଟେ ।

ବିଛା – ଏହି ରାଶିର ବ୍ୟକ୍ତିମାନେ ଧଳା ରଙ୍ଗର ପୋଷାକ ପିନ୍ଧିବା ଅତ୍ୟନ୍ତ ଶୁଭ ହୋଇଥାଏ ।

ଧନୁ – ଏହି ରାଶିର ବ୍ୟକ୍ତିମାନେ ଗୃହରେ ରୁଦ୍ରାକ୍ଷ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ ।

ମକର – ଏହି ରାଶିର ବ୍ୟକ୍ତିମାନେ କଳାରଙ୍ଗର ଦ୍ରବ୍ୟ ବ୍ୟବହାର କରିବା ଉଚିତ ।

କୁମ୍ଭ – ଏହି ରାଶିର ବ୍ୟକ୍ତିମାନେ ଚନ୍ଦନର ଧୂପ ଲଗାଇବା ଉଚିତ ।

ମୀନ – ଏହି ରାଶିର ବ୍ୟକ୍ତିମାନେ ମଧ୍ୟ କଳାରଙ୍ଗର ଦ୍ରବ୍ୟ ବ୍ୟବହାର କରିବା ଉଚିତ ।