ରଣବୀର ସିଂ ଏବଂ ଦୀପିକା ପାଦୁକୋଣ ନିଜର ପ୍ରଶଂସକଙ୍କୁ ଦେଲେ ଏହି ବଡ଼ ଖୁସି ଖବର ।

Spread the love

ରଣବୀର ସିଂ ଏବଂ ଦୀପିକା ପାଦୁକୋଣଙ୍କ ବିବାହ ପରେ ବଡ଼ ଖୁସି ଖବର ମିଳିଛି ।

ବଲିଉଡର ସବୁଠାରୁ ଲୋକପ୍ରିୟ ଯୋଡି ରଣବୀର ସିଂ ଏବଂ ଦୀପିକା ପାଦୁକୋଣ ନିଜର ପ୍ରଶଂସକଙ୍କ ପାଇଁ ଖୁସି ଖବର ଆଣିଛନ୍ତି । ବିଗତ ବର୍ଷ ଦୁହିଁଙ୍କର ବିବାହ ହୋଇଥିଲା ଏବଂ ଏହି ମଧ୍ୟରେ ସେମାନଙ୍କର ପ୍ରଶଂସକ ମାନଙ୍କ ପାଇଁ ଏକ ବଡ଼ ଖୁସି ଖବର ଅଟେ । ଆପଣମାନେ ଅନୁମାନ ଲଗେଇ ପାରୁଥିବେ ଯେ, ଏହି ଖୁସି ଖବର ତାଙ୍କର ବ୍ୟକ୍ତିଗତ ଜୀବନ ସହ ଜଡିତ କିନ୍ତୁ ଏହି ଖୁସି ଖବର ଆପଣଙ୍କୁ ରୂପେଲି ପରଦାରେ ଦେଖିବାକୁ ମିଳିବ । ଲୋକେ ଯେତିକି ରଣବୀର ସିଂ ଏବଂ ଦୀପିକା ପାଦୁକୋଣଙ୍କ ଯୋଡିକୁ ପ୍ରକୃତ ଜୀବନରେ ଭଲ ପାଆନ୍ତି, ସେତିକି ସେମାନଙ୍କ ଯୋଡିକୁ ପରଦା ଉପରେ ଲୋକଙ୍କର ଅତ୍ୟଧିକ ପ୍ରେମ ମିଳେ ।

ଫିଲ୍ମ ୮୩ ସହ ଉଭୟ ପୁଣି ଥରେ ନିଜର ପ୍ରଶଂସକ ମାନଙ୍କ ସାମ୍ନାକୁ ଆସୁଛନ୍ତି । ଏହି ଫିଲ୍ମରେ ଉଭୟ ପୁଣିଥରେ ପ୍ରେମ କରିବାର ଦେଖାଯିବେ । ରଣବୀର ସିଂ ଏହି ଫିଲ୍ମରେ କାମ କରୁଛନ୍ତି ବୋଲି ପ୍ରଶଂସକ ଜାଣିଥିଲେ କିନ୍ତୁ ବର୍ତ୍ତମାନ ଦୀପିକା ପାଦୁକୋଣ ମଧ୍ୟ ଏହି ଫିଲ୍ମରେ କାମ କରିବେ । ଏହି ଖବର ଶୁଣି ସେମାନଙ୍କ ଖୁସି ଦ୍ଵିଗୁଣ ହୋଇଯାଇଛି । ରଣବୀରଙ୍କ ନିଜ ଜୀବନର ପତ୍ନୀ ଏହି ଫିଲ୍ମରେ ତାଙ୍କର ପତ୍ନୀଙ୍କ ଭୂମିକାରେ ଅଭିନୟ କରିବେ । ଏହି ଖବର ସେମାନେ ନିଜ ସୋସିଆଲ ମିଡ଼ିଆର ଆକାଉଣ୍ଟରରେ ଲେଖିଥିଲେ । ରଣବୀର ସିଂ ଏହି ବିଶେଷ ଫୋଟୋ ଗୁଡିକ ସୋସିଆଲ ମିଡ଼ିଆରେ ସେୟାର କରି ପ୍ରଶଂସକଙ୍କୁ ଜଣାଇ ବଡ଼ ବଡ଼ ଅକ୍ଷରରେ ଲେଖିଥିଲେ ଯେ, “Good Times in Glasgow!” ।

ରଣବୀର ସିଂଙ୍କ ଫିଲ୍ମ ୮୩ କ୍ରିକେଟରେ ସେ କିମ୍ବଦନ୍ତୀ କ୍ରିକେଟର କପିଲଙ୍କ ଭୂମିକାରେ ଅଭିନୟ କରୁଛନ୍ତି । ଏହି ଫିଲ୍ମରେ କପିଲ ଦେବଙ୍କ ଜୀବନର ସେହି ସମୟକୁ ଦର୍ଶାଯିବ, ଯାହା ପ୍ରଶଂସକ ଜାଣିବା ପାଇଁ ଚାହାଁନ୍ତି । ଏହି ଫିଲ୍ମରେ ଦୀପିକା କେମିୟୋ ଭୂମିକାରେ ଦେଖାଯିବେ । ଏହି ଫିଲ୍ମରେ ୧୯୮୩ ବିଶ୍ଵ କପରେ ଭାରତର ଐତିହାସିକ ବିଜୟର କାହାଣୀ ବିଷୟରେ ଦେଖାଯିବ ।

ରଣବୀର ସିଂ ନିଜର ଉତ୍ତମ ଅଭିନୟ ପାଇଁ ପ୍ରସିଦ୍ଧ ଅଟନ୍ତି । ସେ କୌଣସି ବି ଫିଲ୍ମରେ ଯେକୌଣସି ମଧ୍ୟ ଭୂମିକାକୁ ଜୀବନ୍ତ ରୁପେ ଦେଖାଇବାକୁ ବହୁତ ପରିଶ୍ରମ କରିଥାନ୍ତି । ଏହି ଫିଲ୍ମରେ ମଧ୍ୟ କପିଲ ଦେବଙ୍କ ଭୂମିକାକୁ ବଡ଼ ପାରଦା ଉପରେ ଜୀବନ୍ତ କରିବା ପାଇଁ ବହୁତ ସମୟରୁ ସେ କପିଲ ଦେବଙ୍କୁ ଅନୁସରଣ କରି ଆସୁଛନ୍ତି । ତାହା ସହ ସେ କପିଲ ଦେବଙ୍କ ଜୀବନ ସହ ଜଡିତ ଥିବା ସମସ୍ତ ଲୋକଙ୍କ ସହ ମିଶୁଛନ୍ତି । ଏହା ସହ ରଣବୀର ସିଂ କ୍ରିକେଟର ଅଭ୍ୟାସ ଜୋରଜାର କରୁଛନ୍ତି ।

ଏହା ପୂର୍ବରୁ ମଧ୍ୟ ରଣବୀର ସିଂ ଅନେକ ଲୋକପ୍ରିୟ ଚରିତ୍ରକୁ ବଡ଼ ପରଦା ଉପରେ ସୁନ୍ଦର ଭାବରେ ଅଭିନୟ କରିଛନ୍ତି । “ଖିଲଜି”, “ବାଜିରାଓ” ଏହିପରି ଚରିତ୍ରରେ ଅଭିନୟ କରି ରଣବୀର ସିଂ ନିଜର ଏକ ସୁନ୍ଦର ତାରକା ହେବାର ପ୍ରମାଣ ଦେଇଛନ୍ତି । ସେହିପରି ଫିଲ୍ମ “୮୩”ର ସୁଟିଙ୍ଗ ବର୍ତ୍ତମାନ ଲଣ୍ଡନରେ ଚାଲିଛି । ଏହି ଫିଲ୍ମରେ ରଣବୀର ସିଂଙ୍କ ବ୍ୟତୀତ ହାଡ଼ିର ସନ୍ଧୁ , ତାହୀର ଭାସିନ, ଏନି ବିର୍କ, ସାକୀବ ସଲୀମ, ପଙ୍କଜ ତ୍ରିପାଠୀ, ଚିରାଗ ପାଟିଲ ଏବଂ ସାହିଲ ଖଟଟର ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ।