ଲତା ମଙ୍ଗେସକରଙ୍କ ଗୀତ ଗାଇ ଭାଇରଲ ହୋଇଥିଲେ ଭିକ୍ଷା କରୁଥିବା ମହିଳା ଜଣକ । ଏବେ ହୀମେଶ ରେଶମୀୟଙ୍କ ସହିତ ଗୀତ ଗାଇଲେ ।

Spread the love

ଲତା ମଙ୍ଗେସକରଙ୍କ ଗୀତ ଗାଇ ଲୋକଙ୍କ ହୃଦୟ ଜିଣିଥିବା ମହିଳାଟି ମନେ ଅଛି କି ? ଆରେ ସେହି ମହିଳା ଯିଏକି କୋଲକତାର ଷ୍ଟେସନରେ ଭିକ୍ଷା ମାଗୁଥିବା ସମୟରେ ଗୀତ ଗାଇଥିଲେ ଏବଂ ପରେ ତାଙ୍କର ଭିଡ଼ିଓଟି ଇଣ୍ଟର୍ନେଟରେ ଚାରିଆଡେ ବ୍ୟାପିଯାଇଥିଲା । ସେହି ମହିଳାଙ୍କ ନାମ ହେଉଛି ରାନୁ ମଣ୍ଡଳ । ସୋସିଆଲ ମିଡିଆ ରାନୁକୁ ରାତାରାତି ତାରକା କରିଦେଲେ । ପ୍ରତ୍ୟେକ ମିଡ଼ିଆ ଚ୍ୟାନେଲରେ ତାଙ୍କର ଭିଡ଼ିଓ ହିଁ ପ୍ରସାରିତ ହେଉଛି । ଯିଏ ମଧ୍ୟ ତାଙ୍କର ମଧୁର ସ୍ୱର ଶୁଣିବେ ତେବେ ଆଶ୍ଚର୍ଯ୍ୟ ହୋଇଯିବେ । ଫଳାଫଳ ଏମିତି ହୋଇଛି କି ରାନୁର ଭିଡ଼ିଓ ଭାଇରଲ ହେବା ପରେ କେତେକ ଷ୍ଟେଜ ଶୋ’ ଓ ଟିଭି ଶୋ’ ପାଇଁ ତାଙ୍କୁ ପ୍ରସ୍ତାବ ମଧ୍ୟ ଆସିଛି । ଯଦିଓ କେତେକ ଲୋକଙ୍କ କହିବାର କଥା ଏହା ଯେ, ରାନୁଙ୍କର ସ୍ୱର ଏତେ ଶୁଶୀଳ ଯେ ତାଙ୍କୁ ବଲିଉଡରେ ଗାଇବା ପାଇଁ ସୁଯୋଗ ମିଳିବା ଉଚିତ । ରାନୁ ଏହି ସୁଯୋଗ ପାଇଁ ଉପଯୁକ୍ତ ।

ବର୍ତ୍ତମାନ ଏମିତି ଲାଗୁଛି ଯେ, ବଲିଉଡର ଲୋକମାନେ ନିଜ ମନର କଥାକୁ ଶୁଣିଲେ । ହଁ ଆଜ୍ଞା, ଷ୍ଟେସନରେ ଭିକ ମାଗୁଥିବା ରାନୁକୁ ବର୍ତ୍ତମାନ ଚଳଚ୍ଚିତ୍ରରେ କାମ ମିଳିଗଲା । ତାଙ୍କ କ୍ୟାରିୟରର ଆରମ୍ଭ ଲୋକପ୍ରିୟ ଗାୟକ ଓ ସଙ୍ଗୀତ ନିର୍ଦ୍ଦେଶକ ହୀମେଶ ରେଶମୀୟା କରିଛନ୍ତି । ସେ ରାନୁ ମଣ୍ଡଳକୁ ନିଜ ଚଳଚ୍ଚିତ୍ର ‘ହେପି ହାର୍ଡ଼ି ଏଣ୍ଡ ହିରୋ’ରେ ଗୀତ ଗାଇବା ପାଇଁ ସୁଯୋଗ ଦେଇଛନ୍ତି । ରାନୁ ଏହି ଫିଲ୍ମରେ ‘ତେରୀ ମେରି କହାନୀ’ ଗୀତ ଗାଇବାରେ ଦେଖିବାକୁ ମିଳିବ । ଏହା ରାନୁଙ୍କ ପାଇଁ କୌଣସି ଏକ ସ୍ୱପ୍ନ ଭଳି ଅଟେ । ମଜା କଥା ଏହା ଯେ, ରାନୁର ଭିଡ଼ିଓ ଟି ଭାଇରଲ ହେବାପରେ ତାଙ୍କର ୧୦ ବର୍ଷ ପୂର୍ବରୁ ହଜି ଯାଇଥିବା ଝିଅଟି ମିଳିଯାଇଛି । ରାନୁଙ୍କ କହିବା କଥା ଏହା ଯେ, ତାଙ୍କୁ ଭଗବାନ ଗୋଟେ ନୂଆ ଜନ୍ମ ଦେଇଛନ୍ତି । ସେ ତାକୁ ଠିକ ଭାବେ ବ୍ୟବହାର କରିବେ ଏବଂ ଏହାକୁ ଆହୁରି ଅଧିକ ଭଲ କରିବା ପାଇଁ ଚେଷ୍ଟା କରିବେ ।

କହିଦେଉଛୁ ଯେ, ରାନୁଙ୍କର କିଛି ଦିନ ପୂର୍ବରୁ ମେକଅପ ମଧ୍ୟ କରାଯାଇଥିଲା । ଏଥିରେ ତାଙ୍କର ଠାଣି ଏବଂ ଶୈଳୀ ସମ୍ପୂର୍ଣ୍ଣ ରୂପେ ପରିବର୍ତ୍ତନ କରାଯାଇଛି । ସେ ଏହି ନୂଆ ଠାଣିରେ ବହୁତ ସୁନ୍ଦର ଦେଖା ଯାଉଛନ୍ତି । କେତେ ଜଣ ତ ତାଙ୍କୁ ଚିହ୍ନି ମଧ୍ୟ ପାରୁ ନାହାନ୍ତି । ରାନୁଙ୍କ କହନ୍ତି ଯେ, ମୋତେ ଲତା ମଙ୍ଗେସକର, ମହମ୍ମଦ ରାଫି, କିଶୋର କୁମାର ଓ ମୁକେଶଙ୍କ ଗୀତ ଗାଇବା ଏବଂ ଶୁଣିବାକୁ ପସନ୍ଦ ଲାଗେ । ଏମାନେ ସବୁ ହେଉଛନ୍ତି ମୋର ପ୍ରିୟ ଗାୟକମାନେ । ସୋସିଆଲ ମିଡିଆର ଏହା ତ ହେଉଛି ବଡ଼ପଣ ଯେ, ଆପଣଙ୍କୁ ରାତାରାତି ବଡ଼ ତାରକା କରିବାର ଶକ୍ତି ନିହିତ ରହିଛି ।

ଷ୍ଟେସନରେ ଗୀତ ଗାଇ ଭିକ ମାଗୁଥିବା ରାନୁ କହିଛନ୍ତି ଯେ, ମୁଁ କେବେ ସ୍ଵପରେ ସୁଦ୍ଧା ଭାବି ନଥିଲେ ମୋର ଏହି ଅଦ୍ଭୁତ କଳା ମୋ ଜୀବନକୁ ମଧ୍ୟ ବଦଳି ଦେଇପାରିବ । ଆପଣମାନେ ଜାଣିବା ପାଇଁ କହିଦେଉଛୁ ଯେ, ରାନୁଙ୍କର ଅବିରଳ ଭିଡିଓଟି ଅତିନ୍ଦ୍ର ଚକ୍ରବର୍ତ୍ତୀ ନାମକ ଜଣେ ଯାତ୍ରୀ ପଶ୍ଚିମବଙ୍ଗର ନଡ଼ିଆ ଜିଲ୍ଲାର ରାଣାଘାଟ ଷ୍ଟେସନରେ ରେକର୍ଡ କରିଥିଲେ । ଅତିନ୍ଦ୍ର କହିଥିଲେ ଯେ, ତାଙ୍କୁ ରାନୁର ସ୍ୱର ଏତେ ଭଲ ଲାଗିଥିଲା ଯେ, ମୁଁ ତାକୁ ରେକର୍ଡ ନ କରି ରହି ପାରିଲି ନାହିଁ । ଏହାପରେ ଯେମିତି ହିଁ ସେ ଏହି ଭିଡିଓଟିକୁ ସୋସିଆଲ ମିଡିଆରେ ସେୟାର କରିଥିଲେ, ଏହା ଖୁବ ଶୀଘ୍ର ଭାଇରଲ ହୋଇଯାଇଥିଲା । ଏହି ମହିଳାଙ୍କ କଳା ଉପରେ ଏଣ୍ଟରଟେନମେଣ୍ଟ ଜଗତର କିଛି ଲୋକଙ୍କ ନଜର ପଡିଥିଲା ଏବଂ ଏହାପରେ ହିଁ ରାନୁଙ୍କ ନିକଟକୁ ମନୋରଞ୍ଜନ ଦୁନିଆରୁ ଅନେକଗୁଡ଼ିଏ ପ୍ରସ୍ତାବ ଆସିବାକୁ ଲାଗିଲା । ଏହି ଗରିବ ମହିଳାଙ୍କ ଜୀବନ ବର୍ତ୍ତମାନ ବହୁତ ବଦଳି ଯାଇଛି । ବର୍ତ୍ତମାନ ଆପଣମାନେ ମଧ୍ୟ ହୀମେଶ ରେଶମୀୟାଙ୍କ ପାଇଁ ଗାଉଥିବା ରାନୁଙ୍କର ଗୀତର ଏକ ଝଲକ ଦେଖି ନିଅନ୍ତୁ ।

ଭିଡିଓ ଦେଖନ୍ତୁ :

https://www.youtube.com/watch?v=fugbUCz5MME

ସୌଜନ୍ୟ : www.newstrend.news