ରାଣୀ ମୁଖାର୍ଜୀଙ୍କ ଝିଅ ଆଦିରାଙ୍କ ଫୋଟ ସୋସିଆଲ ମିଡିଆରେ ଭାଇରଲ ହୋଇଛି, ତୈମୁରକୁ ମଧ୍ୟ ପଛରେ ପକାଇ ଦେଇଛି ଆଦିରାଙ୍କ ଫୋଟ ।

Spread the love

ବଲିଉଡରେ ଆଜିକାଲି ତାରକା ମାନଙ୍କ ପରି ସେମାନଙ୍କ ପିଲାମାନେ ମଧ୍ୟ ଲାଇମଲାଇଟରେ ଦେଖିବା ପାଇଁ ମିଳୁଛନ୍ତି । ବାଲିଉଡ଼ ତରକାଙ୍କ କଥା ଯଦି କହିବା, ତେବେ ତାରକାଙ୍କ ପିଲାମାନେ ଜନ୍ମ ପରେ ହିଁ ଜଣେ ଜଣେ ତାରକା ପାଲଟି ଯାଉଛନ୍ତି । ଯେତେବେଳେ ତାରକାଙ୍କ ପିଲାଙ୍କ ବିଷୟରେ କିଛି କଥା ସାମ୍ନାକୁ ଆସିଥାଏ; ସେହି ସମୟରେ ତୈମୁରକୁ ଆମେ କିପରି ଭୁଲି ପରିବା । ଆଜିର ସମୟରେ ସେ ଏହିପରି ଜଣେ ତାରକାଙ୍କ ପୁଅ ଯାହାଙ୍କ ଉପରେ ମିଡ଼ିଆର ନଜର ସର୍ବଦା ରହିଥାଏ । କିନ୍ତୁ ଆଜି ଆମେ ଏହିପରି ଜଣେ ତାରକାଙ୍କ ପିଲାଙ୍କ ବିଷୟରେ କହିବୁ ଯାହାକୁ ତାଙ୍କର ପିତାମାତା ମିଡ଼ିଆରୁ ଦୁରେଇ ରଖିଛନ୍ତି ।

ଆମେ କହିବା ପାଇଁ ଚାହୁଁଛୁ ରାଣୀ ମୁଖାର୍ଜୀଙ୍କ ବିଷୟରେ, ଯିଏ ୨୦୧୪ରେ ଚୁପଚାପ ଆଦିତ୍ୟ କପୁରଙ୍କ ସହ ବିବାହ କରିନେଇ ଥିଲେ । ରାଣୀ ଏବଂ ଆଦିତ୍ୟଙ୍କ ପ୍ରେମ କାହାଣୀ ବଲିଉଡରେ ଖୁବ୍ ଚର୍ଚ୍ଚାରେ ଥିଲା । ଖବର ଏହା ମଧ୍ୟ ମିଳିଥିଲା, ଦୁହେଁ ବିବାହ ପୂର୍ବରୁ ଲିଭିଂ ରିଲେସନରେ ରହୁଥିଲେ ।

ରାଣୀ ମୁଖାର୍ଜୀ ବହୁ ଦିନରୁ ବଲିଉଡ଼ରୁ ଦୁରେଇ ରହିଛନ୍ତି କିନ୍ତୁ ୨୦୧୮ ମସିହାରେ ତାଙ୍କର ଫିଲ୍ମ “ହିଚକି” ରିଲିଜ ହୋଇଥିଲା ଯାହା ବକ୍ସ ଅଫିସରେ ଠିକ୍ ରୂପେ ଚାଲିନଥିଲା । ଏକଦା ସମୟ ଥିଲା ରାଣୀ ମୁଖାର୍ଜୀ ବଲିଉଡର ଜଣେ ନାମିଦାମୀ ଷ୍ଟାର ଥିଲେ, ଏହା ସହ ରାଣୀ ଅନେକ ପ୍ରଡକ୍ଟର ବ୍ରାଣ୍ଡ ଆମ୍ବାସେଦର ରହିଥିଲେ ।

ବର୍ତ୍ତମାନ କଥା ହେବା ରାଣୀଙ୍କ ପରିବାର ବିଷୟରେ; ତେବେ ରାଣୀ ୨୦୧୪ ମସିହାରେ ଆଦିତ୍ୟ ଚୋପ୍ରାଙ୍କ ସହ ବିବାହ କରିଥିଲେ । ଯାହାର ଖବର କାହାକୁ ଜଣା ନଥିଲା । ବିବାହର ଏକ ବର୍ଷ ପରେ ୧ ଡିସେମ୍ବର ୨୦୧୫ରେ ତାଙ୍କ ଝିଅ ଆଦିରାଙ୍କ ଜନ୍ମ ହୋଇଥିଲା କିନ୍ତୁ ରାଣୀ ଏବଂ ଆଦିତ୍ୟ, ଆଦିରାଙ୍କୁ କ୍ୟାମେରା ସମ୍ନାରୁ ଦୁରେଇ ରଖିଛନ୍ତି । ଆଦିରାଙ୍କ କୌଣସି ଫୋଟ ସୋସିଆଲ ମିଡିଆରେ ଉପଲବ୍ଧ ହୋଇନାହିଁ । ଜନ୍ମ ପରେ ରାଣୀ ହିଁ ଆଦିରାଙ୍କ ଏକ ଫୋଟ ସୋସିଆଲ ମିଡିଆରେ ସେୟାର କରିଥିଲେ ।

ହୋଇଥାଇ ପାରେ ଆଦିରା କ୍ୟାମେରା ନଜରକୁ ଆସି ନାହାନ୍ତି କିନ୍ତୁ ଆଦିରାଙ୍କ ସୁନ୍ଦରତା ଏବଂ କୋମଳତା ଆଗରେ ସମସ୍ତେ ଫିକା ପଡିଯିବେ । ନିଜ ମାଆଙ୍କୁ ମଧ୍ୟ ସୁନ୍ଦରତାର ସେ ପଛରେ ପକାଇ ଦେଇଛନ୍ତି । ଆଦିରା ବର୍ତ୍ତମାନ ତିନି ବର୍ଷର ହୋଇ ସାରିଲେଣି ଏବଂ ତାଙ୍କର କିଛି ଫୋଟ ସୋସିଆଲ ମିଡିଆରେ ଭାଇରଲ ହୋଇଛି, ଯାହାକୁ ଦେଖିବା ପରେ ସମସ୍ତେ କହୁଛନ୍ତି; ଆଦିରା ନିଜର ସୁନ୍ଦରତାକୁ ନେଇ ତାଙ୍କ ମାଆ ରାଣୀ ମୁଖାର୍ଜୀଙ୍କୁ ମଧ୍ୟ ପଛରେ ପକାଇ ଦେଇଛି ।