ବିବାହର ୫ ବର୍ଷ ପରେ ଏହିପରି ପରିବର୍ତ୍ତନ ହୋଇଗଲେ ରାନୀ ମୁଖାର୍ଜୀ ! ବର୍ତ୍ତମାନ ଦେଖିବାକୁ ଏପରି ଯେ ଚିହ୍ନିବା ହେଉଛି କଷ୍ଟ !

Spread the love

ବଲିଉଡ଼ର ସର୍ବଦା ଚଳଚଞ୍ଚଳ ଅଭିନେତ୍ରୀଙ୍କ ସୂଚିର ପ୍ରଥମ ନମ୍ବରରେ ରହିଥିବା ରାନୀ ମୁଖାର୍ଜୀ ନିଜର କରିୟରରେ ଅନେକ ଗୁଡିଏ ଚଳଚ୍ଚିତ୍ର ମାନଙ୍କରେ କାମ କରିଛନ୍ତି, ଯେଉଁଥିରେ ଅଧିକାଂଶ ଚଳଚ୍ଚିତ୍ର ସୁପରହିଟ ହୋଇଥିଲା । ଚଳଚ୍ଚିତ୍ର ମାନଙ୍କରେ ରାନୀ ମୁଖାର୍ଜୀ ନିଜର ନା କେବଳ ନିଜର ଅଭିନୟରୁ ବରଂ ନିଜର କାମର ମଧ୍ୟ ମିସାଲ ପ୍ରସ୍ତୁତ କରିଥିଲେ । ରାନୀ ମୁଖାର୍ଜୀ ଚଳଚ୍ଚିତ୍ରରେ ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରି ନିଜର ଅଭିନୟର ଯାଦୁ ଦେଖାଇଛନ୍ତି, ଯେଉଁଥି କାରଣରୁ ତାଙ୍କୁ ଆଜି ମଧ୍ୟ ଲୋକେ ମନେ ପକାଇଥାନ୍ତି । ହଁ, ବର୍ଷ ବର୍ଷ କାମ କରି ସାରିବା ପରେ ରାନୀ ମୁଖାର୍ଜୀ ନିର୍ଦ୍ଦେଶକ ଆଦିତ୍ୟ ଚୋପଡ଼ାଙ୍କ ସହିତ ବିବାହ କରିଥିଲେ, ଏହାପରେ ସେ ନିଜର ଜୀବନ ବ୍ୟତୀତ ଚଳଚ୍ଚିତ୍ର ମାନଙ୍କରେ ମଧ୍ୟ କାମ କରୁଥିବାର ନଜର ଆସୁଛନ୍ତି ।

ବଲିଉଡ଼ ଅଭିନେତ୍ରୀ ରାନୀ ମୁଖାର୍ଜୀଙ୍କୁ ଶେଷ ଥର ପାଇଁ ଚଳଚ୍ଚିତ୍ର “ହିଚକି”ରେ ଦେଖିବାକୁ ମିଳିଥିଲା, ଯେଉଁଥିରେ ସେ ଜଣେ ଅଧ୍ୟାପିକାଙ୍କ ଚରିତ୍ରରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରରେ ରାନୀ ମୁଖାର୍ଜୀଙ୍କ କାମକୁ ଖୁବ ପ୍ରସଂଶା କରାଯାଇଥିଲା, ଯେଉଁଥି ପାଇଁ ତାଙ୍କୁ ଆୱାର୍ଡ ବା ପୁରସ୍କାର ମଧ୍ୟ ମିଳିଥିଲା । ଆପଣଙ୍କୁ ଜଣାଇ ଦେଉଛୁ ଯେ, ରାନୀ ମୁଖାର୍ଜୀଙ୍କ ଅପ କମିଙ୍ଗ ବା ଆଗାମୀ ଚଳଚ୍ଚିତ୍ର “ମରଦାନୀ-୨” ମଧ୍ୟ ଶୀଘ୍ର ହିଁ ପରଦାରେ ଆସିବ, ଯାହାକୁ ଆଦିତ୍ୟ ଚୋପଡ଼ା ପ୍ରଡ୍ୟୁସ ବା ପ୍ରଯୋଜନା କରୁଛନ୍ତି । ଚଳଚ୍ଚିତ୍ର “ମରଦାନୀ”ରେ ରାନୀ ମୁଖାର୍ଜୀଙ୍କ ଚରିତ୍ରକୁ ବହୁତ ପସନ୍ଦ କରାଯାଇଥିଲା, ଯାହା କାରଣରୁ ବର୍ତ୍ତମାନ ତାଙ୍କୁ ପାର୍ଟ-୨ରେ ମଧ୍ୟ ସ୍ଥାନ ଦିଆଯାଇଛି ।

ଜୋର ବର୍ଷାରେ ଷ୍ଟୋର ପହଞ୍ଚିଲେ ରାନୀ ମୁଖାର୍ଜୀ :

ରାନୀ ମୁଖାର୍ଜୀ ୨୦୧୪ରେ ଆଦିତ୍ୟ ଚୋପଡ଼ାଙ୍କ ସହିତ ବିବାହ କରିଥିଲେ, ଏହାପରେ ତାଙ୍କ ଲୁକ୍ ରେ ବହୁତ ପରିବର୍ତ୍ତନ ଦେଖା ଯାଇଥିଲା । ହଁ, ରାନୀ ମୁଖାର୍ଜୀ ଗତ ୫ ବର୍ଷରେ ବହୁତ ପରିବର୍ତ୍ତନ ହୋଇ ଯାଇଛନ୍ତି କିନ୍ତୁ ଏହା ପରେ ମଧ୍ୟ ତାଙ୍କ ଚେହେରାର କ୍ୟୁଟନେସ୍ ବା ସୁନ୍ଦରତା ଆଜି ମଧ୍ୟ ବଜାୟ ରହିଛି । କିଛି ଦିନ ପୂର୍ବରୁ ହିଁ ରାନୀ ମୁଖାର୍ଜୀଙ୍କୁ ବିଳମ୍ବିତ ରାତିରେ ଜୋର ବର୍ଷାରେ ଷ୍ଟୋରକୁ ଯିବାର ଦେଖାଯାଇଛି, ଯେଉଁଥିରେ ତାଙ୍କର କିଛି ଫୋଟୋ ସୋସିଆଲ ମିଡ଼ିଆରେ ଭାଇରଲ ହୋଇଛି । ଏହି ଫୋଟୋରେ ରାନୀ ମୁଖାର୍ଜୀ ବହୁତ ସୁନ୍ଦର ଦେଖାଯାଉଥିଲେ ।

ରାନୀ ମୁଖାର୍ଜୀ ଲମ୍ବା ସମୟର ଅପେକ୍ଷା ପରେ ଆଦିତ୍ୟ ଚୋପଡ଼ାଙ୍କ ସହିତ ବିବାହ କରିଥିଲେ, ଯାହା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ପ୍ରକୃତରେ ରାନୀ ମୁଖାର୍ଜୀଙ୍କୁ ସେଟରେ ହିଁ ଆଦିତ୍ୟ ଚୋପଡ଼ା ସହିତ ପ୍ରେମ ହୋଇଗଲା, ଯାହା ପରେ ଦୁହେଁ ବିବାହ କରିବା ପାଇଁ ନିଷ୍ପତ୍ତି ନେଲେ । ଯଦିଓ, ରାନୀ ମୁଖାର୍ଜୀଙ୍କ ପୂର୍ବରୁ ଆଦିତ୍ୟ ଚୋପଡ଼ାଙ୍କ ବିବାହ ୨୦୦୧ରେ ପାୟଲ ଖାନ୍ନାଙ୍କ ସହିତ ହୋଇଥିଲା କିନ୍ତୁ ୨୦୦୯ ମସିହାରେ ଦୁଇଜଣଙ୍କ ସମ୍ପର୍କ ଭାଙ୍ଗିଯାଇଥିଲା । ଏହା ପରେ ୨୦୧୪ ମସିହାରେ ସେ ରାନୀଙ୍କ ସହିତ ବିବାହ କରିଥିଲେ । ଏବଂ ବର୍ତ୍ତମାନ ଆଦିତ୍ୟ ଏବଂ ରାନୀ ମୁଖାର୍ଜୀଙ୍କ ଗୋଟିଏ ଝିଅ ମଧ୍ୟ ଅଛି, ଯାହାର ନାମ ଆଦିରା ଅଟେ ।

“ମରଦାନୀ-୨”ରେ ଆସିବେ ନଜର :

ରାନୀ ମୁଖାର୍ଜୀଙ୍କ ଫ୍ୟାନ୍ସ ତାଙ୍କର ଆଗାମୀ ଚଳଚ୍ଚିତ୍ର “ମରଦାନୀ-୨”ର ବହୁତ ଅପେକ୍ଷା କରୁଛନ୍ତି, ଯାହା ଏହି ବର୍ଷର ଶେଷରେ ରିଲିଜ ହେବ । ଚଳଚ୍ଚିତ୍ର “ମରଦାନୀ-୨” ୧୩ ଡିସେମ୍ବରରେ ସିନେମା ହଲ୍ ମାନଙ୍କରେ ରିଲିଜ ହେବ, ଯେଉଁଥିରେ ରାନୀ ମୁଖାର୍ଜୀଙ୍କ ମୁକାବିଲା ୨୧ ବର୍ଷର ଜଣେ ଭୟଙ୍କର ଖଳନାୟକଙ୍କ ସହିତ ହେବ । ଆପଣଙ୍କୁ ଜଣାଇ ଦେଉଛୁ ଯେ, ଏହି ଚଳଚ୍ଚିତ୍ରକୁ ନେଇ ରାନୀ ମୁଖାର୍ଜୀ ବହୁତ ବହୁତ ଉତ୍ସାହିତ ଅଛନ୍ତି । ଯଦିଓ, ରାନୀ ମୁଖାର୍ଜୀ ବର୍ତ୍ତମାନ ଅଧିକ ଚଳଚ୍ଚିତ୍ର କରୁ ନାହାଁନ୍ତି କିନ୍ତୁ ତାଙ୍କର ବର୍ଷରେ ଗୋଟିଏ କିମ୍ବା ଦୁଇଟି ଚଳଚ୍ଚିତ୍ର ଆସିଥାଏ ।

ସୌଜନ୍ୟ : https://www.newstrend.news