ରଣବୀରଙ୍କୁ ଲାଗିଥିଲା ଏହି ଅଭିନେତ୍ରୀ ଜଣଙ୍କ ଦୀପିକା ଏବଂ କାଟ୍ରିନାଙ୍କ ଠାରୁ ମଧ୍ୟ ଅଧିକ ସୁନ୍ଦର ! ପ୍ରଶଂସକଙ୍କୁ ଝଟକା ଲାଗିପାରେ ।

Spread the love

ରଣବୀର କପୁର୍ ଆଜିକାଲି ଆଲିଆ ଭଟ୍ଟଙ୍କୁ ଡେଟ୍ କରୁଛନ୍ତି । ଆଳିଆଙ୍କ ପୂର୍ବରୁ ତାଙ୍କ ନାମ ଦୀପିକା ଏବଂ କ୍ୟାଟ୍ରିନାଙ୍କ ସହ ଯୋଡ଼ା ହୋଇଥିଲା ।

ରଣବୀର ବଲିଉଡର ଏପରି ଜଣେ ଅଭିନେତା, ଯିଏ ଅଧିକ ସମୟ ପର୍ଯ୍ୟନ୍ତ ଏକୁଟିଆ ରହିପାରନ୍ତି ନାହିଁ । ଏହି କଥା ସେ ନିଜେ ହିଁ ଏକ ସାକ୍ଷାତକାରରେ ସ୍ୱୀକାର କରିଛନ୍ତି । ଏକୁଟିଆପଣ ରଣବୀରଙ୍କୁ ଭଲ ଲାଗେନି । ତେଣୁ ସେ କାହାରି ନା କାହାରି ପଛରେ ପଡ଼ିଥାନ୍ତି । ଏଥିରୁ ଜଣାପଡୁଛି, ସେ ନିଜର ଏକୁଟିଆପଣ ଦୂର କରିବା ପାଇଁ ସମ୍ପର୍କ ଗଢ଼ିଥାନ୍ତି । ଆଜିକାଲି ତାଙ୍କର ସମ୍ପର୍କ ଆଲିଆ ଭଟ୍ଟଙ୍କ ସହ ଚାଲିଛି । କିଛି ଦିନ ପୂର୍ବରୁ ଦୁହିଁଙ୍କ ବିବାହକୁ ନେଇ ଚର୍ଚ୍ଚା ଚାଲିଥିଲା । କିନ୍ତୁ ଶେଷରେ ଖବର ମିଳିଥିଲା, ଦୁହିଁଙ୍କ ବିବାହରେ ପୂର୍ଣ୍ଣଛେଦ ପଡିଯାଇଛି ।

ଆଜିକାଲି ରଣବୀର ନିଜର ପ୍ରଫେସନ୍ ଲାଇଫ୍ ଅପେକ୍ଷା ନିଜସ୍ୱ ଜୀବନକୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ତାଙ୍କର ଗୋଟିଏ ପୁରୁଣା ଭିଡ଼ିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଯାହା ସୁଚାଉଛି ଯେ, ବଲିଉଡର କିଏ ସବୁଠୁ ସେକ୍ସି ଅଭିନେତ୍ରୀ ଅଟନ୍ତି । ଏହାର ଉତ୍ତରରେ ରଣବୀର ଦୀପିକା, କ୍ୟାଟ୍ରିନାଙ୍କୁ ପଛରେ ପକାଇ ଅନ୍ୟ ଜଣେ ନାୟିକାଙ୍କ ନାମ ନେଇଛନ୍ତି । ଏହି ଉତ୍ତର ଶୁଣିବା ପରେ ପ୍ରଶଂସକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ଏହି ଅଭିନେତ୍ରୀ ରଣବୀରଙ୍କୁ ସେକ୍ସି ଲାଗନ୍ତି :

ଯେତେବେଳେ ରଣବୀରଙ୍କୁ ପଚାରା ଯାଇଥିଲା ବଲିଉଡର ସେକ୍ସି ଅଭିନେତ୍ରୀ କିଏ ? ତେବେ ରଣବୀର ଉତ୍ତର ଦେଇଥିଲେ, ମୋତେ ସବୁ ଅଭିନେତ୍ରୀ ସେକ୍ସି ଲାଗନ୍ତି ।ଯେତେବେଳେ ତାଙ୍କୁ ପଚାରା ଯାଇଥିଲା ଦୀପିକା, କ୍ୟାଟ୍ରିନା ଏବଂ ନର୍ଗିସ୍ ଫାକରିଙ୍କ ମଧ୍ୟରୁ କାହାକୁ ସେକ୍ସି କହିବେ ? ସେହି ସମୟରେ ରଣବୀର ଏହି ଉତ୍ତର ଦେଇଥିଲେ ଯେ, “ସେ ଶେଷ ଚଳଚିତ୍ର ନର୍ଗିସଙ୍କ ସହ କରିଥିଲେ ଏବଂ ତାଙ୍କୁ ହିଁ ସେକ୍ସି ଅଭିନେତ୍ରୀ କହିବେ ।” ଶେଷ ଥର ପାଇଁ ନର୍ଗିସ ଏବଂ ରଣବୀର ରକ୍ ଷ୍ଟାରରେ ନଜରକୁ ଆସିଥିଲେ । ଫିଲ୍ମ ପରେ ଦୁହେଁ ଦୁହିଁଙ୍କୁ ଡେଟ୍ କରୁଥିଲେ । ଯେତେବେଳେ ତାଙ୍କୁ ନର୍ଗିସଙ୍କ ସହ ସମ୍ପର୍କ ବିଷୟରେ ପଚାରା ଯାଇଥିଲା, ସେହି ସମୟରେ ସେ ଉତ୍ତର ଦେଇଥିଲେ, ସେ ମୋର ଜଣେ ଭଲ ବନ୍ଧୁ ଅଟନ୍ତି । ସେ ଏହା ମଧ୍ୟ କହିଥିଲେ, ଯଦି କୌଣସି ଅଭିନେତ୍ରୀଙ୍କ ସହ ଡିନର୍ କିମ୍ବା ଫିଲ୍ମ ଯାଆନ୍ତି; ତେବେ ଏହାର ଅର୍ଥ ନୁହେଁ ଯେ, ସେ ତାଙ୍କୁ ଡେଟ୍ କରୁଛନ୍ତି । ଯେତେବେଳେ ତାଙ୍କୁ ପଚରା ଯାଇଥିଲା ଯେ, କେଉଁ ଅଭିନେତ୍ରୀଙ୍କୁ ସେ ଡେଟ୍ କରିବା ପାଇଁ ଚାହୁଁଛନ୍ତି ? ତେବେ ସେ ଉତ୍ତର ଦେଇଥିଲେ, “ମୁଁ ଦକ୍ଷିଣ ଭାରତୀୟ ଅଭିନେତ୍ରୀଙ୍କ ସହ ଡେଟ୍ କରିବା ପାଇଁ ଚାହୁଁଚି ।”

ଦକ୍ଷିଣ ଭାରତର ଏହି ଅଭିନେତ୍ରୀଙ୍କୁ ଡେଟରେ ନେବା ପାଇଁ ଚାହାଁନ୍ତି :

ରଣବୀର କହିଛନ୍ତି; ସେ ଯେଉଁ ଦକ୍ଷିଣ ଭାରତୀୟ ଅଭିନେତ୍ରୀଙ୍କୁ ଡେଟରେ ନେବା ପାଇଁ ଚାହୁଁଛନ୍ତି, ସେ ହେଉଛନ୍ତି ଦକ୍ଷିଣ ଭାରତର ପ୍ରସିଦ୍ଧ ଅଭିନେତ୍ରୀ “ତମାନ୍ନା ଭାଟିଆ” । ତମାନ୍ନାଙ୍କ ସୁନ୍ଦରତାର ସେ ପାଗଳ ହୋଇ ଯାଇଛନ୍ତି । ଯଦି ସୁଯୋଗ ମିଳେ, ତେବେ ସେ ତମାନ୍ନାଙ୍କୁ ଡେଟରେ ନେଇଯିବେ । ତମାନ୍ନା ଦକ୍ଷିଣ ଭାରତୀୟ ଚଳଚିତ୍ର ବାହୁବଲିରେ ଅବନ୍ତିକାର ଚରିତ୍ର କରିଥିଲେ । ବଲିଉଡରେ ତମାନ୍ନା କିଛି ଚଳଚିତ୍ର ମଧ୍ୟ କରିଛନ୍ତି ।