ବ୍ରେକ ଅପ୍ ହେବାର ୩ ବର୍ଷ ପରେ ପୁଣି ଏକାସାଥିରେ ଦେଖାଦେବେ ରଣବୀର ଏବଂ କଟରିନା ! ସାମ୍ନାକୁ ଆସିଥିଲା ଭିଡିଓ ।

Spread the love

ବନ୍ଧୁଗଣ ବଲିଉଡ୍ ଫିଲ୍ମ୍ ଜଗତର ସୁନ୍ଦରି ଅଭିନେତ୍ରୀ କଟରୀନା କୈଫ ନିଜର ଲୋଭ ଲାଇଫକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ଏକ ସମୟ ଥିଲା ଯେତେବେଳେ କଟରୀନା କୈଫ ରଣବୀର କପୁରଙ୍କୁ ଡେଟ୍ କରୁଥିଲେ କିନ୍ତୁ ଏହି ସମ୍ପର୍କ ଅଧିକ ଦିନ ପର୍ଯ୍ୟନ୍ତ ତିଷ୍ଠି ପାରିନଥିଲା ଏବଂ ବ୍ରେକ ଅପ୍ ହୋଇଯାଇଥିଲା । ରଣବୀର କପୁର ବର୍ତ୍ତମାନ ଆଲିଆ ଭଟ୍ଟଙ୍କୁ ଡେଟ୍ କରୁଛନ୍ତି । କିନ୍ତୁ ବ୍ରେକ ଅପ୍ ପରେ ମଧ୍ୟ ଅଧିକାଂଶ ଦର୍ଶକ ଏହି ଦୁଇ ଯୋଡିଙ୍କୁ ଫିଲ୍ମ ପରଦାରେ ଦେଖିବାକୁ ଚାହୁଁଛନ୍ତି ଏବଂ ଖବର ଅନୁସାରେ ଏହି ଯୋଡି ଶୀଘ୍ର ହିଁ ପରଦାରେ ନଜରକୁ ଆସିବାକୁ ଯାଉଛନ୍ତି । ଏହା କୌଣସି ଫିଲ୍ମ୍ ନାହିଁ ବରଂ ଏକ ବିଜ୍ଞାପନ ଅଟେ ।

ଜଣାଇ ଦେଉଛୁ କି ଦୁଇ ଷ୍ଟାର ସ୍ମାର୍ଟ୍ ଫୋନର ନୂଆ ବ୍ରାଣ୍ଡର ଏମ୍ବେସଦର୍ ହୋଇଛନ୍ତି । ଏହି ବିଜ୍ଞାପନ (ଏଡ୍)ରେ ରେପର୍ ବାଦଶାହା ମଧ୍ୟ ନଜର ଆସି ପାରିବେ । କଟରୀନା କୈଫ ନିଜେ ଏହି ବିଜ୍ଞାପନକୁ ଇନଷ୍ଟାଗ୍ରାମରେ ସେୟାର କରିଥିଲେ । ଏହି ଭିଡିଓରେ ରଣବୀର, କଟରୀନା କୈଫଙ୍କ ସହ ରେପର ବାଦଶାହ୍ ମଧ୍ୟ ନଜରକୁ ଆସିବେ । (ଏଡ୍) ବିଜ୍ଞାପନରେ କଟରୀନା କୈଫ ଏବଂ ରଣବୀର କପୁର ବନ୍ଧୁ ହେବାର ନଜରକୁ ଆସିଛି । ଦୁହିଁଙ୍କ ବ୍ରେକ ଅପ୍ ପୂର୍ବରୁ ୨୦୧୬ରେ ଆସିଥିବା ଫିଲ୍ମ୍ “ଜଗା ଜାଶୁସ୍”ରେ ଏକା ସାଥିରେ ନଜରକୁ ଆସିଥିଲେ । ଏହି ଫିଲ୍ମ୍ ଅନୁରାଗ କାଶ୍ୟପ ଡାଇରେକ୍ଟ କରିଥିଲେ । ଏହି ଫିଲ୍ମ୍ ବୋକ୍ସ ଅଫିସରେ ପୁରାପୁରି ଫ୍ଲୋପ ହୋଇଥିଲା ।

ଯଦି ଫିଲ୍ମ୍ ବିଷୟରେ କଥା ହେବା, ତେବେ ଅଭିନେତା ରଣବୀର ଶୀଘ୍ର ହିଁ “ବ୍ରହ୍ମାସ୍ତ୍ର”ରେ ଦେଖା ଯିବେ । ଫିଲ୍ମରେ ତାଙ୍କ ସହିତ ଆଲିଆ ଭଟ୍ଟ, ଅମିତାଭ ବଚ୍ଚନ, ଡିଁପଲ୍ କପଡିୟା, ନାଗାର୍ଜୁନ ଏବଂ ମୌନୀ ରୋୟ ମୁଖ୍ୟ ଭୂମିକାରେ ରହିବେ । ସେତେବେଳେ ଅଭିନେତ୍ରୀ କଟରୀନା କୈଫ ରୋହିତ ସେଠୀଙ୍କ ଆଗାମୀ ଫିଲ୍ମ୍ “ସୂର୍ଯ୍ୟବଂଶୀ”ରେ ଅକ୍ଷୟ କୁମାରଙ୍କ ସହ ଅନେକ ବର୍ଷ ପରେ ଦେଖାଦେବେ ।