ରାମଚରିତ ମାନସରେ କୁହାଯାଇଛି ଯେ- ବୈଦ୍ୟ, ମୂର୍ଖ ଓ ଧନବନ ସହ ଏହି ୯ଜଣ ଲୋକଙ୍କ କଥା ତୁରନ୍ତ ମାନିବା ଉଚିତ ।

Spread the love

ରାମଚରିତ ମାନସର ଅରଣ୍ୟ କାଣ୍ଡରେ ରାବଣ ଓ ମାରିଚ ବିଷୟରେ ଉଲ୍ଲେଖ ରହିଛି । ଗୋସ୍ୱାମୀ ତୁଲସୀ ଦାସ ଏହି ବିଷୟରେ ବୁଝାଇ କହିଛନ୍ତି ଯେ; ୯ ପ୍ରକାର ଲୋକଙ୍କ ସହ ଶତ୍ରୁ ହେବ ଅନୁଚିତ । ଏହି ଲୋକଙ୍କ କଥା ତୁରନ୍ତ ମାନିବା ହିଁ ବୁଦ୍ଧିମାନ ଅଟେ । ନଚେତ ଆପଣ ଅସୁବିଧାରେ ପଡିପାରନ୍ତି । ଏହି ପ୍ରସଙ୍ଗରେ ତୁଲସୀ ଦାସ କହିଛନ୍ତି ଯେ, ଚାହୁଁ ନ ଥିଲେ ସତ୍ତେ ମଧ୍ୟ ମାରିଚ, ଲଙ୍କାପତି ରାବଣର କଥା ମାନିବାକୁ ପଡିଥିଲା ଏବଂ ରାବଣର କହିବ ଅନୁସାରେ ସ୍ଵର୍ଣ ମୃଗ ହେବାକୁ ପଡିଥିଲା । ଯେତେବେଳେ କି ମାରିଚ ଜାଣିଥିଲେ ଏପରି କଲେ ରାମଚନ୍ଦ୍ର ତାଙ୍କୁ ମାରି ଦେବେ ।

ରାବଣ ଓ ମାରିଚ ବିଷୟ :

ସୀତାଙ୍କୁ ହରଣ କରିବା ପାଇଁ ଲଙ୍କପତି ରାବଣ ମାରିଚ ନିକଟରେ ପହଞ୍ଚି ମାରିଚକୁ କହିଥିଲେ, “ତୁମେ ଛଳ କପଟରେ ସ୍ଵର୍ଣ ହରିଣ ରୂପ ଧାରଣ କରି, ରାମଚନ୍ଦ୍ରଙ୍କ ଆଶ୍ରମ ଅଭିମୁଖେ ଯାଅ । ଯାହାଦ୍ୱାରା ମୁଁ ସୀତାଙ୍କ ହରଣ କରି ପାରିବି । ସେତେବେଳେ ମାରିଚ ରାବଣଙ୍କୁ ବୁଝାଇଥିଲେ କି, ସେ ଶ୍ରୀରାମଙ୍କ ସହ ଏହିପରି ଛଳନା କରିବା ଅନୁଚିତ, ଆପଣ ଏହିପରି କରନ୍ତୁ ନାହିଁ । ମାରିଚର କଥା ଶୁଣି ରାବଣ କ୍ରୋଧିତ ହୋଇଗଲା ଏବଂ ନିଜ ବଳ ଓ ଶକ୍ତିର ଗର୍ବ କରିଲେ । ସେତେବେଳେ ମାରିଚ ବୁଝି ଯାଇଥିଲେ ଯେ, ସୀତା ମାତାଙ୍କ ହରଣ କରିବାରେ ରାବଣଙ୍କ ସାହାର୍ଯ୍ୟ କରିବାରେ ହିଁ ତାଙ୍କର ଭଲ । ରାବଣଙ୍କ ହାତରେ ମରିବା ଅପେକ୍ଷା ଶ୍ରୀରାମଙ୍କ ହାତରେ ମଲେ ଭଲ, ଯାହାଦ୍ୱାରା ମୁଁ ଏହି ସଂସାର ରୂପକ ଜାଲରୁ ଉଦ୍ଧାର ପାଇବି ।

ଏହା ଉପରେ ତୁଳସିଦାସ ଲେଖିଛନ୍ତି

ତାଵ ମାରିଚ ହୃଦୟ ଅନୁମାନା । ନବହି ବିରୋଧେଂ ନାହିଁ କଲ୍ୟାନା ।

ଶାସ୍ତ୍ରୀ ମର୍ମି ପ୍ରଭୁ ସଠ ଧନୀ । ବୈଦ ବାନ୍ଦି କବି ମାନସ ଗୁଣୀ ।

ଅର୍ଥ- ଏହି ପଂକ୍ତିରେ ମାରିଚର ଭାବନା ପ୍ରକାଶ କରାଯାଇଛି ଯେ, ଏପରି ଲୋକଙ୍କ କଥା ତୁରନ୍ତ ମାନି ନେବା ଉଚିତ । ଅନ୍ୟଥା ଜୀବନ ପ୍ରତି ବିପଦ ଘଟି ପାରେ । ଏହି ପଂକ୍ତି ଅନୁସାରେ ଶସ୍ତ୍ରଧାରି, ଆମର ଗୁପ୍ତ କଥା ଜାଣିଥିବା ଲୋକ, ସମର୍ଥ ସ୍ୱାମୀ, ମୁର୍ଖ ଧନବନ ବ୍ୟକ୍ତି, ବୈଦ୍ୟ, ଭାଟ, କବି ଏବଂ ରାନ୍ଧୁଣିଆ ଏହି ଲୋକମାନଙ୍କ କଥା ଶୀଘ୍ର ମାନିଯିବା ଉଚିତ । ଏହିମାନଙ୍କ ସହ କଦାପି ବିରୋଧୀ କରିବା ଅନୁଚିତ, ଅନ୍ୟଥା ଆମ ଜୀବନ ପ୍ରତି ସଙ୍କଟ ଆସି ପାରେ ।

! ଜୟ ଶ୍ରୀରାମ !