ପେଟର ସମସ୍ୟାର ରାମବାଣ ଉପାୟ । ୫ମିନିଟିରେ ଠିକ୍ ହେବ ଗ୍ୟାଷ୍ଟିକ ଏବଂ ସମସ୍ତ ପେଟ ଯନ୍ତ୍ରଣା ।

Spread the love

ଆଜିକାଲିର ପରିବର୍ତ୍ତନଶୀଳ ଜୀବନଶୈଳୀ ପାଇଁ ଖାଇବା ପିଇବାରେ ଠିକ୍‌ ଠିକଣା ରହୁ ନାହିଁ । ସମୟ ଅଭାବ ହେତୁ ଠିକ୍‌ ସମୟରେ ନ ଖାଇବା ବା ବାହାର ଖାଦ୍ୟ ଖାଇବା ଦ୍ୱାରା ଅନେକ ଶାରୀରିକ ସମସ୍ୟା ଦେଖା ଦେଉଛି । ମୁଖ୍ୟତଃ ବାହାର ଖାଦ୍ୟ ଖାଇ ଅତ୍ୟଧିକ ଲୋକଙ୍କର ପେଟ ଖରାପ ହେଉଥିବାର ଦେଖିବାକୁ ମିଳୁଛି । ପାଚନ କ୍ରିୟା ଖରାପ ହେବା ଦ୍ୱାରା ଖାଦ୍ୟ ଠିକ୍‌ ଭାବରେ ହଜମ ନ ହେବାରୁ ଶରୀରକୁ ଖାଦ୍ୟର ପୋଷଣ ମଧ୍ୟ ମିଳି ପାରୁନାହିଁ । ଏଭଳି ସମସ୍ୟାର ସମ୍ମୁଖୀନ ଆପଣ ମଧ୍ୟ ହେଉଥିବେ । ଯାହାର ସମାଧାନ ପାଇଁ ଆପଣ ବଜାରରେ ମିଳୁଥିବା ବିଭିନ୍ନ ପ୍ରକାରର ଓଷଧ କିଣି ଖାଉଥିବେ । କିନ୍ତୁ ଆପଣ ଜାଣିଛନ୍ତି କି ? ଘରେ ମିଳୁଥିବା କିଛି ସୁପରଫୁଡ଼୍‍ ମାଧ୍ୟମରେ ଆପଣ ଏହି ସମସ୍ୟାକୁ ଦୂର କରି ପାରିବେ । ତେବେ ଆସନ୍ତୁ ଜାଣିବା ସେ ବିଷୟରେ…

୧. ଦହିରେ ଥିବା ରସାୟନିକ ପଦାର୍ଥ ଖାଦ୍ୟକୁ ହଜମ କରିବାରେ ସାହାଯ୍ୟ କରିଥାଏ । ଖାଦ୍ୟ ଖାଇବା ସମୟରେ ଯଦି ଆପଣ ଦହି ଖାଉଛନ୍ତି; ତେବେ ଏହା ଖାଦ୍ୟକୁ ତୁରନ୍ତ ହଜମ କରିବାରେ ସାହାଯ୍ୟ କରିଥାଏ । ଯଦି ଆପଣଙ୍କର ଖାଦ୍ୟ ହଜମ ହେଉନାହିଁ, ତେବେ ଗୋଟେ ପାତ୍ରରେ ଦହି ଆଣି ଖାଆନ୍ତୁ । ଏପରି କରିବା ଦ୍ଵାରା ଆପଣଙ୍କ ପେଟଜନିତ ସମସ୍ୟା ଦୂର ହେବ ।

୨. ପାଚିଲା ଅମୃତ ଭଣ୍ଡାରେ ଥିବା ଏନ୍‌ଜାଇମ୍‌ ପ୍ରୋଟିନ୍‌ ଖାଦ୍ୟକୁ ହଜମ କରିବାରେ ସାହାଯ୍ୟ କରିଥାଏ । ଏହାକୁ ଖାଇବାର ୨୪ ଘଣ୍ଟା ମଧ୍ୟରେ ଆପଣଙ୍କ ପାଚନ କ୍ରିୟା ସମ୍ପୁର୍ଣ୍ଣ ଭାବରେ ଠିକ ହୋଇ ଯାଇଥାଏ ।

୩. ଖାଦ୍ୟ ରନ୍ଧିବା ସମୟରେ ଅନ୍ୟ ତେଲ ବ୍ୟବହାର କରିବା ପରିବର୍ତ୍ତେ ନଡ଼ିଆ ତେଲକୁ ବ୍ୟବହାର କରନ୍ତୁ । ଏହା ଦ୍ୱାରା କେବେ ବି ଆପଣଙ୍କ ପେଟ ଜନିତ ସମସ୍ୟା ଉପୁଜିବ ନାହିଁ ।

୪. ପେଟଜନିତ ସମସ୍ୟା ଦେଖାଗଲେ ପାଣିରେ ହଳଦୀ ମିଶାଇ ପିଅନ୍ତୁ । ଏହା ସହ ଆପଣ କଞ୍ଚା ହଳଦୀକୁ ମଧ୍ୟ ସେବନ କରି ପାରିବେ ।

ଯଦି ଆମେ ଦେଇଥିବା ଲେଖାଟି ଆପଣଙ୍କୁ ଭଲ ଲାଗିଲା, ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।