ବିନା ପ୍ୟାଣ୍ଟ ପିନ୍ଧି ବଜାରକୁ ବାହାରି ଥିଲେ ରକୁଲ ପ୍ରୀତ ! ଲୋକମାନେ ଭଲ ମଜା ନେଲେ, କହିଲେ – ପ୍ୟାଣ୍ଟ ପିନ୍ଧିବା ଭୁଲି ଯାଇଛନ୍ତି ।

Spread the love

ସୋସିଆଲ ମିଡିଆରେ ଯଦି ୟୁଜର୍ସମାନଙ୍କୁ ପସନ୍ଦ ଆସିଲେ ତାହାର ପ୍ରଶଂସାର ସୁଅ ଛୁଟାଇ ଦିଅନ୍ତି କିନ୍ତୁ ଯଦି କାହାକୁ କୌଣସି ବିଷୟ ପସନ୍ଦ ନ ଆସେ, ତେବେ ସେମାନଙ୍କୁ ଟ୍ରୋଲ କରି ଦିଆଯାଏ । ସେଲିବ୍ରିଟିସ-ମାନେ ଟ୍ରୋଲ ହେବା କୌଣସି ଖରାପ କଥା ନୁହଁ । କିଛି ଏପରି ଘଟଣା ଅଭିନେତ୍ରୀ ରକୁଲ ପ୍ରୀତ ସିଂଙ୍କ ସହ ଘଟିଥିଲା । ରକୁଲ ପ୍ରୀତଙ୍କର ଏକ ଫୋଟ ସୋସିଆଲ ମିଡିଆରେ ପୋଷ୍ଟ ହେଇଛି, ଯେଉଁଥିରେ ସେ କାରରୁ ବାହାରିବା ସମୟରେ ସାର୍ଟ ପିନ୍ଧିଛନ୍ତି କିନ୍ତୁ ତଳେ ପ୍ୟାଣ୍ଟ ଦେଖା ଯାଉ ନଥିଲା । ତାଙ୍କର ଏହି ଫୋଟକୁ କେହି ସେୟାର କରିଦେଇଛନ୍ତି ଏବଂ ସେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛନ୍ତି । ପ୍ୟାଣ୍ଟ ନ ପିନ୍ଧି ବଜାରକୁ ବାହାରିଥିବା ରକୁଲ ପ୍ରୀତ, ଲୋକମାନେ ଭଲ ଭାବରେ ମଜା ନେଲେ । କେତେ ୟୁଜର୍ସମାନେ ଅନେକ କଥା କହିଛନ୍ତି । କିନ୍ତୁ ରକୁଲ ପ୍ରୀତଙ୍କ ଏହା ଉପରେ କିଛି ଅଲଗା ଉତ୍ତର ମିଳିଲା ।

ବିନା ପ୍ୟାଣ୍ଟ ପିନ୍ଧି ବଜାରକୁ ବାହାରି ଥିଲେ ରକୁଲ ପ୍ରୀତ, ଲୋକମାନେ ଭଲ ଭାବରେ ମଜା ନେଲେ :

ବଲିଉଡର ଅଭିନେତ୍ରୀ ରକୁଲ ପ୍ରୀତ ସିଂଙ୍କ ସହ ଏପରି ଘଟଣା ଘଟିଛି, ଯାହାଫଳରେ ସେ ଲୋକଙ୍କୁ ଶକ୍ତ ଉତ୍ତର ଦେବାକୁ ପ୍ଢଡୁଛି । ପ୍ରକୃତରେ ଏକ ଇଭେଣ୍ଟକୁ ଆସିଥିବା ରକୁଲ ପ୍ରୀତଙ୍କ ପୋଷାକ କିଛି ଏପରି ଥିଲା ଯେଉଁଥିରେ ସାର୍ଟ ଥିଲା କିନ୍ତୁ ପ୍ୟାଣ୍ଟ ନଥିଲା । କେହି ଜଣେ ତାଙ୍କର ଫୋଟ ଉଠାଇ ସୋସିଆଲ ମିଡିଆରେ ଛାଡ଼ି ଦେଇଥିଲେ । ବର୍ତ୍ତମାନ ଲୋକେ ଏହା ଉପରେ ଭଲ ଭାବରେ କମେଣ୍ଟ କରୁଛନ୍ତି । ସେହି ଫୋଟ ଉପରେ ଜଣେ ୟୁଜର୍ସ କମେଣ୍ଟ କରିଥିଲେ ଯେ – “ପ୍ୟାଣ୍ଟ ପିନ୍ଧିବା କଣ ଭୁଲିଯାଇଛନ୍ତି କି ?” ଅନ୍ୟଜଣେ କହିଛନ୍ତି – “ଜନଗହଳି ସ୍ଥାନକୁ ଆସିବା ପୂର୍ବରୁ କଣ ପିନ୍ଧିବା ଦରକାର ଏହା କଣ ଆପଣ ଜାଣିନାହାନ୍ତି ?” ଏହି ଖରାପ କମେଣ୍ଟ ପରେ ରକୁଲ ଏହି ଟ୍ରୋଲରମାନଙ୍କୁ ନିଜର ଅଫିସିଆଲ ଟ୍ୱିଟର ଦ୍ଵାରା ଶକ୍ତ ଉତ୍ତର ଦେଇଥିଲେ ।

ରକୁଲ ଲେଖିଥିଲେ, “ଯେଉଁମାନେ ମୋର ନୀତିଶାସ୍ତ୍ର ଉପରେ ପ୍ରଶ୍ନ କରୁଛନ୍ତି, କାହିଁ ମହିଳାଙ୍କ ଶୋଷଣ ହେଉଥିବା ସମୟରେ ସେମାନେ କିଛି କୁହନ୍ତି ନାହିଁ । ମୁଁ ମାନସିକ ରୁପରେ ଅସୁସ୍ଥ ଥିବା ଲୋକଙ୍କୁ ଏହା ଅନୁଭବ କରିବା ପାଇଁ କହୁଛି ଯେ ସେମାନଙ୍କର ମଧ୍ୟ ପରିବାର ଅଛି । ଯେତେବେଳେ ସେମାନଙ୍କ ସହ ଏପରି କିଛି ହେଲେ ସେମାନଙ୍କୁ କିପରି ଲାଗିବ । ମୋତେ ଲାଗୁଛି ଏହା ପରେ ତାଙ୍କର ମାଁ ତାଙ୍କୁ ନିଶ୍ଚୟ ଚାପୁଡ଼ା ମାରିବେ ।” ଆପଣମାନେ ଜାଣି ରଖନ୍ତୁ ଯେ, ରକୁଲ ପ୍ରୀତ ସିଂଙ୍କ ବିନା ପ୍ୟାଣ୍ଟ ପିନ୍ଧିବାର ଫୋଟ ଯାହା ଉପରେ ସେ ଟ୍ରୋଲ ହୋଇଥିଲେ ପ୍ରକୃତରେ ଏହାର ସତ୍ୟତା କିଛି ଅଲଗା ଅଟେ । ରକୁଲ ପ୍ରୀତ ଡେନିମର ସାର୍ଟ ସହ ତଳେ ଡେନିମର ଶୋର୍ଟସ ପିନ୍ଧିଥିବାର ଏକ ପାର୍ଶ୍ଵ ହିଁ ସେୟାର କରାଯାଇଥିଲା । ଯେବେ ତାଙ୍କର ପୁରା ଫୋଟ ସାମ୍ନାକୁ ଆସିଥିଲା, ତେବେ ୟୁଜର୍ସମାନେ ନିଜ ନିଜର ଖରାପ କାମେଣ୍ଟ ଗୁଡିକୁ ହଟାଇ ଦେଇଥିଲେ ।

ରକୁଲ ପ୍ରୀତ ଦକ୍ଷିଣ ଭାରାତର ବହୁତ ଭଲ ଅଭିନେତ୍ରୀ ଅଟନ୍ତି :

୧୦ ଅକ୍ଟୋବର ୧୯୯୦ରେ ଦିଲ୍ଲୀରେ ଜନ୍ମିଥିବା ରକୁଲ ପ୍ରୀତ ସିଂ ଏବେ ସେ ହାଇଦ୍ରାବାଦରେ ରହୁଛନ୍ତି । ସେ ଅନେକ ସୁନ୍ଦରୀ ପ୍ରତିଯୋଗିତା ଜିତିଛନ୍ତି ଏବଂ ଦକ୍ଷିଣ ଭାରାତର ଅନେକ ଲୋକପ୍ରିୟ ଫିଲ୍ମରେ କାମ କରିଛନ୍ତି । ଦକ୍ଷିଣ ଭାରାତ ବ୍ୟତୀତ ସେ ବଲିଉଡରେ ୟାରିୟାନ ଏବଂ ଆୟ୍ୟାରୀ ଭଳି ଫିଲ୍ମରେ କାମ କରିଛନ୍ତି । ଦକ୍ଷିଣ ଭାରତରେ ରକୁଲ ମହେଶ ବାବୁ, ରବି ତେଜା, ଅଲ୍ଲୁ ଅର୍ଜୁନ ଏବଂ ବିଜ୍ଞଙ୍କ ପରି ଲୋକପ୍ରିୟ ଅଭିନେତାଙ୍କ ସହ ପରଦା ଉପରେ ରୋମାନ୍ସ କରିଛନ୍ତି ।