କିଛି ଦିନ ପୂର୍ବରୁ ରାକ୍ଷୀ ସାବନ୍ତ କରିଥିଲେ ଲୁଚି ଛପି ବିବାହ ! ବର୍ତ୍ତମାନ ଭାଇରଲ ହେଉଛି ବିବାହର ଏହି ଅଣଦେଖା ଫୋଟ ଗୁଡ଼ିକ ।

Spread the love

ରାକ୍ଷୀ ସାବନ୍ତ ସବୁଦିନେ କିଛି ନା କିଛି କାରଣରୁ ମିଡ଼ିଆରେ ଚର୍ଚ୍ଚିତ ରହିଥାନ୍ତି । ଲୋକେ ତାଙ୍କୁ ଡ୍ରାମା କୁଇନ ମଧ୍ୟ କହନ୍ତି । ପବ୍ଲିସିଟି ପାଇବା ପାଇଁ ରାକ୍ଷୀ ଏମିତି କାର୍ଯ୍ୟମାନ କରନ୍ତି ଯାହା ବିଷୟରେ ଗୋଟିଏ ସାଧାରଣ ଲୋକ ଭାବି ମଧ୍ୟ ନଥିବ । କିଛି ଦିନ ପୂର୍ବରୁ ହିଁ ରାକ୍ଷୀ ଦୀପକ କଲାଲଙ୍କ ସହିତ ବିବାହ କରିବାର ମିଛ ଅଭିନୟ କରିଥିଲେ । କିଛି ଦିନ ପୂର୍ବରୁ ହିଁ ରାକ୍ଷୀ ନିଜ ଏବଂ ଦୀପକ କଲାଲଙ୍କ ସହିତ ଅଫେରକୁ ନେଇ ବହୁତ ଡ୍ରାମା କରିଥିଲେ । କେବଳ ଏତିକି ନୁହେଁ ଉଭୟ ମିଶି ନିଜର ବିବାହ ତାରିଖ ମଧ୍ୟ ଘୋଷଣା କରିଥିଲେ କିନ୍ତୁ ପରେ ଜଣା ପଡ଼ିଲା ଯେ, ଏହା ସବୁ ଏକ ଡ୍ରାମା ବା ଅଭିନୟ ଥିଲା ଏବଂ ପବ୍ଲିକ ଏଟେନସନ ବା ଜନସାଧାରଣଙ୍କୁ ନିଜ ଆଡକୁ କେନ୍ଦ୍ରିତ କରିବା ପାଇଁ ଦୁହେଁ ଏପରି କରିଥିଲେ । ରାକ୍ଷୀ ସବୁଦିନ କିଛି ନା କିଛି ଅଭିନୟ କରି ଲୋକମାନଙ୍କୁ ଚକିତ କରିଦିଅନ୍ତି । ଏମିତିରେ ବର୍ତ୍ତମାନ ହିଁ ହୋଇଥିବା ତାଙ୍କ ବିବାହ ମଧ୍ୟ ସମସ୍ତଙ୍କୁ ଅଭିନୟ ଲାଗୁଛି ।

ବର୍ତ୍ତମାନ କିଛି ଦିନ ତଳେ ହିଁ ସୋସିଆଲ ମିଡ଼ିଆରେ ରାକ୍ଷୀଙ୍କ କିଛି ଫୋଟୋମାନ ଭାଇରଲ ହୋଇଥିଲା ଯେଉଁଥିରେ ସେ ଧଳା ରଙ୍ଗର ପୋଷକରେ ବଧୂ ବେଶ ଧାରଣ କରିଥିଲେ । ଏହି ଫୋଟ ଗୁଡ଼ିକୁ ଦେଖିବା ପରେ ଏହା କୁହାଯାଇଥିଲା ଯେ, ରାକ୍ଷୀ ବିବାହ କରିନେଇଛନ୍ତି । ପରେ ରାକ୍ଷୀ ନିଜେ ମଧ୍ୟ ଏହି କଥାକୁ ପୁଷ୍ଟି କରି କହିଲେ ଯେ, ସେ ପ୍ରକୃତରେ ବିବାହ କରିନେଇଛନ୍ତି ।

ମିଡ଼ିଆ ରିପୋର୍ଟ ଅନୁଯାୟୀ ରାକ୍ଷୀ ସାବନ୍ତଙ୍କ ମୁମ୍ବାଇର ଜେଡବ୍ଲୁ ମରିଟିଆଲ ହୋଟେଲରେ ଆୟୋଜିତ ଏକ ଗୁପ୍ତ ସମାରୋହରେ ସେ ବିବାହ ବନ୍ଧନରେ ବାନ୍ଧି ହୋଇଗଲେ । ଯଦିଓ, ଏହି କଥାକୁ ମାନିବା ପାଇଁ ରାକ୍ଷୀ ମନା କରି ଦେଇଥିଲେ କିନ୍ତୁ ଯେବେ ଗୋଟିଏ ଇସାଇ ଗାଉନ, ହାତରେ ମେହେନ୍ଦୀ ଏବଂ ଚୂଡ଼ା ବା ଚୁଡ଼ି ସହିତ ତାଙ୍କ ଫୋଟୋ ଗୁଡ଼ିକ ସମାନକୁ ଆସିଲା; ତେବେ ସେ ମଧ୍ୟ ଏହି ବିବାହରର ଖବରକୁ ଅଧିକ ସମୟ ଧରି ଲୁଚାଇ ପାରି ନଥିଲେ ।

ବର୍ତ୍ତମାନ ରାକ୍ଷୀ ପୁଷ୍ଟି କଲେ ଯେ, ସେ ରିତେଶ ନାମକ ବ୍ୟକ୍ତିଙ୍କ ସହିତ ବିବାହ କରି ନେଇଛନ୍ତି । ରିତେଶ ବ୍ରିଟେନର ଅଧିବାସୀ ଅଟନ୍ତି । ରାକ୍ଷୀ କହିଲେ ଯେ, ପ୍ରଥମେ ସେ ବିବାହ ବିଷୟକୁ ଗ୍ରହଣ କରିବାକୁ ଭୟ କରୁଥିଲେ । ଏତିକି ହିଁ ନୁହେଁ, ରାକ୍ଷୀ ଏହା ମଧ୍ୟ କହିଥିଲେ ସେ ୨୦୨୦ରେ ଗୋଟିଏ ଶିଶୁ ଜନ୍ମ କରିବା ପାଇଁ ଯୋଜନ ମଧ୍ୟ କରୁଛନ୍ତି ।

ବିବାହ ଖବର ଆସିବା ପରେ ହିଁ ରାକ୍ଷୀ ଲାଇମ ଲାଇଟ ସଂଗ୍ରହ କରିବା ଆରମ୍ଭ କରି ଦେଇଥିଲେ । ନିଜର ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେ ମେହେନ୍ଦୀ, ଚୂଡ଼ା ଏବଂ ସିନ୍ଦୂରର ଝଲକ ଦେଖେଇ ଫୋଟୋ ଗୁଡ଼ିକ ସେୟାର କଲେ । ବର୍ତ୍ତମାନ ସୋସିଆଲ ମିଡ଼ିଆରେ ରାକ୍ଷୀଙ୍କ ବିବାହର ଅନ୍ୟ କିଛି ଫୋଟୋ ଗୁଡ଼ିକ ମଧ୍ୟ ଭାଇରଲ ହେଉଛି । ଏହି ଫୋଟୋ ଗୁଡ଼ିକରେ ରାକ୍ଷୀର ସମ୍ପର୍କୀୟ ଏବଂ ତାଙ୍କ ମାଆ ଜୟା ସାବନ୍ତ ମଧ୍ୟ ନଜର ଆସୁଥିଲେ । ରାକ୍ଷୀଙ୍କ ଏହି ଫୋଟଗୁଡ଼ିକୁ ଦେଖି ଲାଗୁଛି ଯେ, ଏଥର ପ୍ରକୃତରେ ସେ ବିବାହ କରି ନେଇଛନ୍ତି ।

ରାକ୍ଷୀ ଏବଂ ରିତେଶ ଏହି ବିବାହକୁ ସମସ୍ତଙ୍କ ଠାରୁ ଲୁଚାଇ କରିଛନ୍ତି ଏବଂ ଏହି କାରଣରୁ ଦୁହିଁଙ୍କ ବିବାହ ବହୁତ ଚର୍ଚ୍ଚିତ ସାଉଁଟିଛି । ଯଦିଓ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ରାକ୍ଷୀଙ୍କ ସ୍ୱାମୀଙ୍କୁ କେହି ଦେଖି ନାହାଁନ୍ତି । ରାକ୍ଷୀ କହିଲେ ଯେ, ଶୀଘ୍ର ହିଁ ସେ ଚଳଚ୍ଚିତ୍ର ଏବଂ ଟିଭି ଇଣ୍ଡଷ୍ଟ୍ରିର ବନ୍ଧୁମାନଙ୍କ ପାଇଁ ଗୋଟିଏ ଭଲ ପାର୍ଟିର ମଧ୍ୟ ଆୟୋଜନ କରିବେ, ଯେଉଁଥିରେ ଇଣ୍ଡଷ୍ଟ୍ରିର ବଡ଼ ବଡ଼ ମହାରଥିମାନେ ସାମିଲ ରହିଛି ।